ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଭୋପାଳରେ ମିଳିତ କମାଣ୍ଡର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ।

ତିନି ଦିନିଆ ଏହି ସାମରିକ କମାଣ୍ଡର ସମ୍ମିଳନୀର ବିଷୟବସ୍ତୁ ଥିଲା " ପ୍ରସ୍ତୁତ, ପୁନରୁତ୍ଥାନ, ପ୍ରାସଙ୍ଗିକ । ସମ୍ମିଳନୀରେ ସଶସ୍ତ୍ର ବାହିନୀର ମିଳିତତା ଏବଂ ମଞ୍ଚସ୍ଥତା ସମେତ ଜାତୀୟ ନିରାପତ୍ତା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ବିଚାର ଆଲୋଚନା କରାଯାଇଥିଲା । ସଶସ୍ତ୍ର ବାହିନୀର ପ୍ରସ୍ତୁତି ଏବଂ "ଆତ୍ମନିର୍ଭରତା”  ହାସଲ ଦିଗରେ ପ୍ରତିରକ୍ଷା ଇକୋସିଷ୍ଟମରେ ଅଗ୍ରଗତିର ମଧ୍ୟ ସମୀକ୍ଷା କରାଯାଇଥିଲା ।

ଏହି ସମ୍ମିଳନୀରେ ତିନି ସଶସ୍ତ୍ର ବାହିନୀର କମାଣ୍ଡର ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ସ୍ଥଳସେନା, ନୌସେନା ଏବଂ ବାୟୁସେନା ପକ୍ଷରୁ ସୈନିକ, ନାବିକ ଏବଂ ବାୟୁସୈନିକଙ୍କ ସହିତ ଅନ୍ତର୍ଭୁକ୍ତ ଏବଂ ଅନୌପଚାରିକ ଆଲୋଚନା ଅନୁଷ୍ଠିତ ହୋଇଥିଲା ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଏହାପୂର୍ବରୁ ଆଜି ଭୋପାଳରେ ମିଳିତ କମାଣ୍ଡର ସମ୍ମିଳନୀରେ ଭାଗ ନେଇଥିଲି । ଭାରତର ସୁରକ୍ଷା ଉପକରଣକୁ ବୃଦ୍ଧି କରିବାର ଉପାୟ ଉପରେ ଆମର ବ୍ୟାପକ ଆଲୋଚନା ହୋଇଥିଲା ।”

ଅଧିକ ଜାଣିବାପାଇଁ ଏଠାରେ କ୍ଲିକ କରନ୍ତୁ https://pib.gov.in/PressReleseDetailm.aspx?PRID=1912891

 

More details at https://pib.gov.in/PressReleseDetailm.aspx?PRID=1912891

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'BRICS 2026 becomes major Bharat achievement for PM Narendra Modi'

Media Coverage

'BRICS 2026 becomes major Bharat achievement for PM Narendra Modi'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 15, 2026
September 15, 2026

A Mandate of Performance: Civic Wins, IPO Surge and Neighbourly Power Reflect Faith in PM Modi’s Leadership