ମହାମହିମ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ,

ନମସ୍କାର,

ଆୟୁବୋଭାନ,

ୱଣକ୍କମ,

ମହାମାନ୍ୟ,

ମୁଁ ଆପଣଙ୍କୁ ଏହି ଭର୍ଚୁଆଲ ଶିଖର ସମ୍ମିଳନୀକୁ ହାର୍ଦ୍ଦିକ ସ୍ଵାଗତ କରୁଛି । ସବୁବେଳ ପରି ପ୍ରଥମ ସରକାରୀ ଭାରତ ଗସ୍ତରେ ଆପଣଙ୍କୁ ସ୍ଵାଗତ କରି ଆମେ ବହୁତ ଖୁସି ଅନୁଭବ କରିବୁ । ଆପଣଙ୍କୁ ସବୁବେଳେ ନିମନ୍ତ୍ରଣ ରହିବ । ବର୍ତ୍ତମାନର ପରିସ୍ଥିତି ଦୃଷ୍ଟିରୁ ଏହି ଭର୍ଚୁଆଲ ଶିଖର ସମ୍ମିଳନୀ ନେଇ ମୁଁ ଖୁବ ଖୁସି । ଆପଣ ଏହି ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ ରକ୍ଷା କରିଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।

ଆପଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ଯୋଗୁଁ ମୁଁ ଅଭିନନ୍ଦନ ଜଣାଉଛି । ସଂସଦୀୟ ନିର୍ବାଚନରେ ଏସଏଲପିପିର ବୃହତ ବିଜୟ ପାଇଁ ମଧ୍ୟ ମୋର ଅଭିନନ୍ଦନ । ଏହି ଐତିହାସିକ ବିଜୟ ଆପଣଙ୍କ ଉପରେ ଜନତାଙ୍କ ବିଶ୍ଵାସକୁ ପ୍ରତିପାଦିତ କରିଛି । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଥିବା ବହୁମୂଖୀ ସମ୍ବନ୍ଧ ହଜାର ହଜାର ବର୍ଷର ପୁରୁଣା । ମୋର ପ୍ରଥମେ ପଡୋଶୀ ଦେଶ ନୀତି ଓ ମୋର ସରକାରଙ୍କ ସାଗର ନୀତି ଯୋଗୁଁ ଆମେ ଭାରତ–ଶ୍ରୀଲଙ୍କା ମଧ୍ୟରେ ସଂପର୍କକୁ ଯଥେଷ୍ଟ ମହତ୍ଵ ଦେଇଥାଉ ଏବଂ ବିମଷ୍ଟେକ, ଆଇଓଆରଏ ଓ ସାର୍କ ସମ୍ମିଳନୀରେ ମଧ୍ୟ ଉଭୟ ଦେଶ ସମାନ ମତ ପୋଷଣ କରିଛନ୍ତି । 
 

ନିକଟରେ ଆପଣଙ୍କ ଦଳର ବିଜୟ ଭାରତ-ଶ୍ରୀଲଙ୍କା ସମ୍ପର୍କରେ ଏକ ଐତିହାସିକ ଅଧ୍ୟାୟ ଯୋଡିବା ପାଇଁ ବିରାଟ ସୁଯୋଗ ଆଣିଦେଇଛି । ଉଭୟ ଦେଶର ଜନସାଧାରଣ ଅତ୍ୟନ୍ତ ଉତ୍ସାହ ଉଦ୍ଦୀପନାର ସହ ଏହାକୁ ଚାହିଁ ବସିଛନ୍ତି । ମୁଁ ଦୃଢ ନିଶ୍ଚିତ ଯେ, ଆପଣ ପାଇଥିବା ବିଜୟ ଏବଂ ସଂସଦରୁ ମିଳୁଥିବା ଆକୁଣ୍ଠ ସମର୍ଥନ ଯୋଗୁଁ ଆମର ଦ୍ଵିପାକ୍ଷିକ ସହଯୋଗ ଆହୁରି ସୁଦୃଢ଼ ହେବ ।

ମୁଁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ରାଜପକ୍ଷଙ୍କୁ ତାଙ୍କର ଉଦଘାଟନୀ ଭାଷଣ ଦେବା ପାଇଁ ଅନୁରୋଧ କରୁଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India develops first indigenous expendable turbo jet engine in 350 kg thrust class

Media Coverage

India develops first indigenous expendable turbo jet engine in 350 kg thrust class
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 27, 2026
July 27, 2026

Viksit Bharat in Motion: Indigenous Warships, Deepwater Energy, Transparent Exams & Cultural Revival