ଇସ୍ରାଏଲ୍ - ହମାସ ସଂଘର୍ଷର ସାମ୍ପ୍ରତିକ ଘଟଣାକ୍ରମ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଅବଗତ କରାଇଛନ୍ତି
ସାମୁଦ୍ରିକ ଯାତାୟାତର ନିରାପତ୍ତାକୁ ନେଇ ଦୁଇ ନେତା ଚିନ୍ତା ପ୍ରକଟ କରିଛନ୍ତି
ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ମାନବୀୟ ସହାୟତା ଏବଂ ସଂଘର୍ଷର ସମାଧାନର ଆବଶ୍ୟକତାକୁ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହିତ ଟେଲିଫୋନ ମାଧ୍ୟମରେ ଆଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଚାଲିଥିବା ଇସ୍ରାଏଲ୍ - ହମାସ ସଂଘର୍ଷର ସାମ୍ପ୍ରତିକ ଘଟଣାକ୍ରମ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ସାମୁଦ୍ରିକ ଯାତାୟାତର ନିରାପତ୍ତାକୁ ନେଇ ଦୁଇ ନେତା ଚିନ୍ତା ପ୍ରକଟ କରିଥିଲେ ।

ପ୍ରଧାନମନ୍ତ୍ରୀ ପ୍ରଭାବିତ ଜନସାଧାରଣଙ୍କ ପାଇଁ ନିରନ୍ତର ମାନବୀୟ ସହାୟତାର ଆବଶ୍ୟକତାକୁ ଦୋହରାଇବା ସହ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ତ ବନ୍ଧକଙ୍କୁ ମୁକ୍ତ କରିବା ସମେତ ସଂଘର୍ଷର ଶୀଘ୍ର ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ ।

ଦୁଇ ନେତା ଯୋଗାଯୋଗରେ ରହିବାକୁ ସମ୍ମତି ପ୍ରକାଶ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre launches Bhavya scheme to set up 100 industrial parks across country

Media Coverage

Centre launches Bhavya scheme to set up 100 industrial parks across country
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 24, 2026
May 24, 2026

Strength, Growth & Global Trust: How PM Modi is Transforming India Across Frontiers