ଭାରତର ୭୮ ତମ ସ୍ୱାଧୀନତା ଦିବସ ପାଇଁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ
ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତିକୁ ନେଇ ଆଲୋଚନା କଲେ ଦୁଇ ନେତା
ଉତ୍ତେଜନା ହ୍ରାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ
ବନ୍ଧକ ମୁକ୍ତ କରିବା, ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ମାନବିକ ସହାୟତା ପାଇଁ ଭାରତର ଆହ୍ବାନକୁ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇସ୍ରାଏଲର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଠାରୁ ଟେଲିଫୋନ୍‍ କଲ୍‍ ପାଇଥିଲେ ।

ଭାରତର ୭୮ ତମ ସ୍ୱାଧୀନତା ଦିବସ ପାଇଁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି 

ଦୁଇ ନେତା ପଶ୍ଚିମ ଏସିଆର ସ୍ଥିତି ଉପରେ ଆଲୋଚନା କରିଥିଲେ।

ଉତ୍ତେଜନା ହ୍ରାସ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ବନ୍ଧକଙ୍କୁ ତୁରନ୍ତ ମୁକ୍ତ କରିବା ଏବଂ ପ୍ରଭାବିତଙ୍କ ପାଇଁ ମାନବିକ ସହାୟତା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ବିବାଦର ଶୀଘ୍ର ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସେ ଆହ୍ବାନ ଦେଇଛନ୍ତି।

ଦୁଇ ନେତା ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ ଦିଗ ଏବଂ ଭାରତ-ଇସ୍ରାଏଲ୍ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବାର ଉପାୟ ଉପରେ ମଧ୍ୟ ଆଲୋଚନା କରିଥିଲେ।

ଦୁଇ ନେତା ପରସ୍ପରର ସମ୍ପର୍କରେ ରହିବାକୁ ରାଜି ହୋଇଛନ୍ତି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India Post launches drone delivery pilot across Himachal, Assam

Media Coverage

India Post launches drone delivery pilot across Himachal, Assam
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 22, 2026
August 22, 2026

Citizens Appreciate PM Modi’s Leadership Driving India’s Growth, Innovation and Connectivity