ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାତାରର ଅମୀର ଶେଖ୍ ତମିମ ବିନ ହମଦ ଅଲ୍ ଥାନିଙ୍କ ସହ କଥା ହୋଇଛନ୍ତି ।

କଥାବର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ କାତାର ସହିତ ଏକତ୍ର ଠିଆ ହୋଇଛି ଏବଂ ଏହାର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାର ଯେକୌଣସି ଉଲ୍ଲଂଘନକୁ ଦୃଢ଼ ନିନ୍ଦା କରେ ।

ଦୁଇ ନେତା ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ଏହି କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବାର ତତ୍‌କାଳ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଆହ୍ୱାନପୂର୍ଣ୍ଣ ସମୟରେ କାତାରରେ ଭାରତୀୟ ସମ୍ପ୍ରଦାୟକୁ କାତାର ନେତୃତ୍ୱ ଦ୍ୱାରା ପ୍ରଦାନ କରାଯାଉଥିବା ନିରନ୍ତର ସମର୍ଥନ ଏବଂ ଯତ୍ନ ପାଇଁ ମଧ୍ୟ କୃତଜ୍ଞତା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;

“ମୋ ଭାଇ, କାତାରର ଅମୀର ଶେଖ ତମିମ ବିନ୍ ହମଦ ଅଲ୍ ଥାନିଙ୍କ ସହ କଥା ହେଲି । ଆମେ କାତାର ସହିତ ଦୃଢ଼ ଭାବରେ ଏକତାର ସହ ରହିଛୁ ଏବଂ ଏହାର ସାର୍ବଭୌମତ୍ୱ ତଥା କ୍ଷେତ୍ରୀୟ ଅଖଣ୍ଡତାର ଯେକୌଣସି ଉଲ୍ଲଂଘନର ଦୃଢ଼ ନିନ୍ଦା କରୁଛୁ । ଆମେ ଆଲେଚନା ଏବଂ କୂଟନୀତି ମାଧ୍ୟମରେ ଏହି କ୍ଷେତ୍ରରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବାର ତତ୍‌କାଳ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲୁ । ଏହି ଆହ୍ୱାନପୂର୍ଣ୍ଣ ସମୟରେ କାତାରରେ ଭାରତୀୟ ସମ୍ପ୍ରଦାୟ ପାଇଁ ତାଙ୍କର ନିରନ୍ତର ସମର୍ଥନ ଏବଂ ଯତ୍ନ ନିମନ୍ତେ ମୁଁ ମଧ୍ୟ ମୋର କୃତଜ୍ଞତା ଜଣାଇଥିଲି ।

@TamimBinHamad”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In a first, NCERT adds Emergency to Class 9 textbooks; chapter details rights suspension and press censorship

Media Coverage

In a first, NCERT adds Emergency to Class 9 textbooks; chapter details rights suspension and press censorship
NM on the go

Nm on the go

Always be the first to hear from the PM. Get the App Now!
...
Governor of Gujarat meets the Prime Minister
June 25, 2026

Governor of Gujarat, Shri Acharya Devvrat met with the Prime Minister Shri Narendra Modi, today.

The Prime Minister posted on X;

Governor of Gujarat, Shri @ADevvrat met Prime Minister @narendramodi today.