ନେତାମାନେ ଅଗ୍ରଗତି ର ସମୀକ୍ଷା ଏବଂ ଦ୍ୱିପାକ୍ଷିକ ରଣନୈତିକ ଭାଗିଦାରୀର ଭବିଷ୍ୟତ ଉପରେ ଆଲୋଚନା କରିଛନ୍ତି
ସେମାନେ ପଶ୍ଚିମ ଏସିଆର ପରିସ୍ଥିତି, ବିଶେଷକରି ଆତଙ୍କବାଦ, ହିଂସା ଏବଂ ସାଧାରଣ ନାଗରିକଙ୍କ ଜୀବନ ହାନି କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି
ଅଞ୍ଚଳରେ ଶାନ୍ତି, ନିରାପତ୍ତା ଏବଂ ସ୍ଥିରତା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସେମାନେ ସହମତ ହୋଇଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରାଉନ୍ ପ୍ରିନ୍ସ ତଥା ସାଉଦି ଆରବର ପ୍ରଧାନମନ୍ତ୍ରୀ ଏଚଆରଏଚ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ବିନ୍ ଅବଦୁଲଅଜିଜ୍ ଅଲ୍ ସୌଦଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି।

ସେପ୍ଟେମ୍ବର ୨୦୨୩ରେ କ୍ରାଉନ୍ ପ୍ରିନ୍ସଙ୍କ ଭାରତ ଗସ୍ତ ପରବର୍ତ୍ତୀ ସମୟରେ ଦ୍ୱିପାକ୍ଷିକ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ର ଅଗ୍ରଗତି ସମ୍ପର୍କରେ ଉଭୟ ନେତା ସମୀକ୍ଷା କରିଥିଲେ। ସେମାନେ ଭବିଷ୍ୟତ ପାଇଁ ଆଗଧାଡ଼ିର ଦ୍ୱିପାକ୍ଷିକ ଭାଗିଦାରୀ ଏଜେଣ୍ଡା ଉପରେ ମଧ୍ୟ ଆଲୋଚନା କରିଥିଲେ।

ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ଉପରେ ନେତାମାନେ ମତ ବିନିମୟ କରିଥିଲେ। ସେମାନେ ଆତଙ୍କବାଦ, ହିଂସା ଏବଂ ସାଧାରଣ ନାଗରିକଙ୍କ ଜୀବନ ହାନି କୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ। 

ଇସ୍ରାଏଲ-ପାଲେଷ୍ଟାଇନ୍ ପ୍ରସଙ୍ଗରେ ଭାରତର ଦୀର୍ଘଦିନର ଏବଂ ନୀତିଗତ ଆଭିମୁଖ୍ୟକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ଏବଂ ପ୍ରଭାବିତ ଜନସାଧାରଣଙ୍କ ପାଇଁ ମାନବିକ ସହାୟତା ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ଏହି ଅଞ୍ଚଳରେ ଶାନ୍ତି, ନିରାପତ୍ତା ଏବଂ ସ୍ଥିରତା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଦୁଇ ନେତା ସହମତ ହୋଇଥିଲେ। ସାମୁଦ୍ରିକ ନିରାପତ୍ତା ବଜାୟ ରଖିବା ଏବଂ ନାଭିଗେସନ୍ ର ସ୍ୱାଧୀନତା ଉପରେ ମଧ୍ୟ ସେମାନେ ଗୁରୁତ୍ୱାରୋପ କରିଥିଲେ।

ଏକ୍ସପୋ ୨୦୩୦ ଏବଂ ଫିଫା ଫୁଟବଲ ବିଶ୍ୱକପ୍ ୨୦୩୪ ପାଇଁ ଆୟୋଜକ ଭାବେ ମନୋନୀତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସାଉଦି ଆରବକୁ ଶୁଭେଚ୍ଛା ଜଣାଇଛନ୍ତି ।

ଦୁଇ ନେତା ଯୋଗାଯୋଗରେ ରହିବାକୁ ରାଜି ହୋଇଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Boost to small exporters, MSMEs as govt removes Rs 10-lakh cap on courier trade

Media Coverage

Boost to small exporters, MSMEs as govt removes Rs 10-lakh cap on courier trade
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 3, 2026
April 03, 2026

India’s Sweet, Fast & High-Tech Revolution: FY26 Milestones That Signal Viksit Bharat Has Arrived