ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯେଉଁ ଦେଶରେ ଝିଅମାନଙ୍କୁ ଲକ୍ଷ୍ମୀ ଭାବେ ସମ୍ମାନ ଦିଆଯାଏ, ସେହି ଦେଶରେ ୧୧ ବର୍ଷ ପୂର୍ବେ ଏହି ଦିନ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଆରମ୍ଭ କରାଯାଇଥିଲା। ସେ କହିଥିଲେ ଯେ ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ଆଜି ଭାରତର ଝିଅମାନେ ପ୍ରତ୍ୟେକ କ୍ଷେତ୍ରରେ ନୂତନ ରେକର୍ଡ ସୃଷ୍ଟି କରୁଛନ୍ତି ଏବଂ ଦେଶର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି।
ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଥିଲେ ଯାହା ଝିଅମାନଙ୍କ ଗୁରୁତ୍ୱ ଉପରେ କାଳଜୟୀ ଭାରତୀୟ ନୈତିକତାକୁ ପ୍ରତିଫଳିତ କରେ –
‘‘ଦଶପୁତ୍ରସମା କନ୍ୟା ଦଶପୁତ୍ରାନ୍ ପ୍ରବଦ୍ଧୟନ ।
ୟତ୍ ଫଳମ୍ ଲଭତେ ମର୍ତ୍ତସ୍ତଳଭ୍ୟଂ କନ୍ୟଏକୟା ।।’’
ସୁଭାଷିତମ୍ ସୂଚିତ କରେ ଯେ, ଜଣେ ଝିଅ ଦଶ ପୁଅଙ୍କ ସହ ସମାନ, ଏବଂ ଜଣେ ବ୍ୟକ୍ତି ଦଶ ପୁଅଙ୍କଠାରୁ ହାସଲ କରୁଥିବା ଯୋଗ୍ୟତା କିମ୍ବା ସଦଗୁଣ ମଧ୍ୟ ଜଣେ ଝିଅଠାରୁ ପ୍ରାପ୍ତ ହୋଇପାରିବ ।
ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;
"ଏହି ଦିନ, ୧୧ ବର୍ଷ ପୂର୍ବେ, ଆମ ଦେଶରେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଆରମ୍ଭ କରାଯାଇଥିଲା, ଯାହା ବାଳିକାମାନଙ୍କୁ ଲକ୍ଷ୍ମୀ ଭାବରେ ବିବେଚନା କରେ। ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ଆଜି ଭାରତର ଝିଅମାନେ ପ୍ରତ୍ୟେକ କ୍ଷେତ୍ରରେ ନୂତନ ରେକର୍ଡ ସ୍ଥାପନ କରୁଛନ୍ତି।
ଦଶପୁତ୍ରସମା କନ୍ୟା ଦଶପୁତ୍ରାନ୍ ପ୍ରବଦ୍ଧୟନ ।
ୟତ୍ ଫଳମ୍ ଲଭତେ ମର୍ତ୍ତସ୍ତଳଭ୍ୟଂ କନ୍ୟଏକୟା ।।’’
कन्या को लक्ष्मी मानने वाले हमारे देश में 11 साल पहले आज ही के दिन बेटी बचाओ बेटी पढ़ाओ अभियान की शुरुआत हुई थी। यह बड़े गर्व की बात है कि आज भारत की बेटियां हर क्षेत्र में नित-नए रिकॉर्ड बना रही हैं।
— Narendra Modi (@narendramodi) January 22, 2026
दशपुत्रसमा कन्या दशपुत्रान् प्रवर्धयन्।
यत् फलम् लभते मर्त्यस्तल्लभ्यं… pic.twitter.com/OOnaRY6OKS


