ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୩୦ ,୧୯୪୩ର ଐତିହାସିକ ଅବସରରେ ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି, ଯେତେବେଳେ ନେତାଜୀ ପୋର୍ଟ ବ୍ଲେୟାରରେ ଅତୁଳନୀୟ ସାହସ ଏବଂ ବୀରତ୍ୱର ସହ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ।
ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଇତିହାସର ଏହି ମୁହୂର୍ତ୍ତ ଦେଶକୁ ସ୍ମରଣ କରାଇ ଦେଉଛି ଯେ ସ୍ୱାଧୀନତା କେବଳ ଆକାଂକ୍ଷା ଦ୍ୱାରା ହାସଲ କରାଯାଇ ନଥାଏ, ବରଂ ଶକ୍ତି, କଠିନ ପରିଶ୍ରମ, ନ୍ୟାୟ ଏବଂ ସାମୂହିକ ସଂକଳ୍ପ ଦ୍ୱାରା ଏହା ସୃଷ୍ଟି ହୋଇଥାଏ।
ଏହି ଭାବନାକୁ ପ୍ରକାଶ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ 'ଏକ୍ସ ’ ରେ ଏକ କାଳଜୟୀ' ସୁଭାଷିତମ୍’ ସେୟାର କରିଛନ୍ତି
"୧୯୪୩ ମସିହା ଡିସେମ୍ବର ୩୦ ତାରିଖରେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସାହସ ଏବଂ ବୀରତ୍ବର ସହିତ ପୋର୍ଟ ବ୍ଲେୟାରରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ସେହି ମୁହୂର୍ତ୍ତ ଆମକୁ ମନେ ପକାଇ ଦିଏ ଯେ ସ୍ୱାଧୀନତା କେବଳ ଆକାଂକ୍ଷା ଦ୍ୱାରା ନୁହେଁ, ବରଂ ଶକ୍ତି, କଠିନ ପରିଶ୍ରମ, ନ୍ୟାୟ ଏବଂ ସଂଗଠିତ ସଂକଳ୍ପ ଦ୍ୱାରା ଗଢ଼ି ଉଠିଥାଏ। ଆଜିର ସୁଭାଷିତମ୍ ଏହି ଭାବନାକୁ ପ୍ରକାଶ କରେ..."
‘‘ସାମର୍ଥ୍ୟମୂଳଂ ସ୍ବାତନ୍ତ୍ର ଶ୍ରମମୂଳଂ ଚ ବୈଭମ୍ ।
ନ୍ୟାୟମୂଳଂ ସୂରାଜ୍ୟଂ ସ୍ୟାତ୍ ସଡ୍ଘମୂଳଂ ମହାବଳମ୍ ।।’’
आज ही के दिन 30 दिसंबर, 1943 को नेताजी सुभाष चंद्र बोस ने पोर्ट ब्लेयर में साहस और पराक्रम के साथ तिरंगा फहराया था। वह क्षण हमें याद दिलाता है कि स्वतंत्रता केवल आकांक्षा से नहीं, बल्कि सामर्थ्य, परिश्रम, न्याय और संगठित संकल्प से आकार लेती है। आज का सुभाषित इसी भाव को अभिव्यक्त… pic.twitter.com/vYRNygE2Gv
— Narendra Modi (@narendramodi) December 30, 2025


