“ଭାରତୀୟ ଜାତୀୟବାଦର ଦୁର୍ଗ ହେଉଛି ତାମିଲନାଡୁ”
“ଅଧୀନମ ଏବଂ ରାଜାଜୀଙ୍କ ମାର୍ଗଦର୍ଶନ ଅଧୀନରେ ଆମେ ଆମର ପବିତ୍ର ତାମିଲ ସଂସ୍କୃତିରୁ ଆଶୀର୍ବାଦର ମାର୍ଗ ପାଇଛୁ- ଏହି ପଥ ହେଉଛି ସେଙ୍ଗୋଲ ମାଧ୍ୟମରେ କ୍ଷମତାର ହସ୍ତାନ୍ତର”
“୧୯୪୭ରେ ତିରୁଭାଡୁଥିରାଇ ଏକ ସ୍ୱତନ୍ତ୍ର ସେଙ୍ଗୋଲ ସୃଷ୍ଟି କଲେ, ଆଜି ସେଇ ଛବି ଆମକୁ ତାମିଲ ସଂସ୍କୃତି ଓ ଆଧୁନିକ ଗଣତନ୍ତ୍ରରେ ଭାରତର ଭାଗ୍ୟ ଓ ଭାବପୂର୍ଣ୍ଣ ସମ୍ପର୍କକୁ ମନେ ପକାଇ ଦେଇଛି”
“ଅଧୀନମଙ୍କ ସେଙ୍ଗୋଲ ହେଉଛି ଶହ ଶହ ବର୍ଷର ଦାସତ୍ୱରୁ ଭାରତ ମୁକ୍ତ ହେବାର ପ୍ରତୀକ”
“ଗଣତନ୍ତ୍ରର ମନ୍ଦିରରେ ସେଙ୍ଗୋଲ ତାହାର ଯଥାମାନ୍ୟ ସ୍ଥାନ ପାଇଛି”
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂତନ ସଂସଦ ଭବନରେ ସେଙ୍ଗୋଲ ପ୍ରତିଷ୍ଠା ପୂର୍ବରୁ ଅଧୀନମଗଣ ୨୭-୦୫-୨୦୨୩ ଦିନ ଆର୍ଶୀବାଦ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୂତନ ସଂସଦ ଭବନରେ ସେଙ୍ଗୋଲ ପ୍ରତିଷ୍ଠା ପୂର୍ବରୁ ଅଧୀନମଗଣ ୨୭-୦୫-୨୦୨୩ ଦିନ ଆର୍ଶୀବାଦ କରିଛନ୍ତି ।

ଅଧୀନମଗଣଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ବିରାଟ ସୌଭାଗ୍ୟର ବିଷୟ ଏହି ଯେ ସେମାନେ ପ୍ରଧାନମନ୍ତ୍ରୀଙ୍କ ବାସଗୃହରେ ବିଜେ ହୋଇଛନ୍ତି । ଭଗବାନ ଶିବଙ୍କ କରୁଣାରୁ ଆଜି ଶିବଙ୍କ ଭକ୍ତମାନଙ୍କ ସହ ବାର୍ତ୍ତା ବିନିମୟ କରିବାକୁ ତାଙ୍କୁ ସୁଯୋଗ ମିଳିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଅଧୀନମଗଣ ରବିବାର ୨୮ ତାରିଖ ଦିନ ସଂସଦର ନୂତନ ଭବନ ଉଦଘାଟନ କାଳରେ ରହି ସେମାନଙ୍କ ଆଶିଷ ବର୍ଷା କରିବାକୁ ଥିବାରୁ ସେ ଖୁସି ପ୍ରକଟ କରିଥିଲେ । ପ୍ରଧାନମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମରେ ତାମିଲନାଡୁର ଭୂମିକା ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ତାମିଲନାଡୁ ଥିଲା ଭାରତୀୟ ଜାତୀୟତାବାଦର ଦୁର୍ଗ । ତାମିଲ ଜନସାଧାରଣଙ୍କୁ ସବୁବେଳେ ମା’ ଭାରତୀଙ୍କ ସେବା ଦ୍ୱାରା ଅନୁପ୍ରାଣିତ । ସ୍ୱାଧୀନତା ପରେ ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ତାମିଲମାନଙ୍କ ଅବଦାନ ଯଥାର୍ଥ ସ୍ୱୀକୃତି ଲାଭ କରି ନ ଥିବାରୁ ସେ ତାହାର ସମାଲୋଚନା କରିଥିଲେ । ବର୍ତ୍ତମାନ ଏହି ସମସ୍ୟାକୁ ପ୍ରଧାନ୍ୟ ଦିଆହେଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ସମୟରେ କ୍ଷମତା ହସ୍ତାନ୍ତର ପ୍ରତୀକ ନେଇ ପ୍ରଶ୍ନ ଉଠିଥିଲା ଓ ଏ କ୍ଷେତ୍ରରେ ଅନେକ ପରମ୍ପରା ଥିଲା । “ସେତେବେଳେ ଆମେ ଅଧୀନମ ଓ ରାଜାଜୀଙ୍କ ମାର୍ଗ ଦର୍ଶନରେ ଏକ ପବିତ୍ର ପନ୍ଥା ଆପଣାଇ ପ୍ରାଚୀନ ଓ ପବିତ୍ର ତାମିଲ ସଂସ୍କୃତିରୁ ପାଇଥିଲା ଯାହା ଥିଲା ସେଙ୍ଗୋଲ ମାଧ୍ୟମରେ କ୍ଷମତା ହସ୍ତାନ୍ତରଣ” ବୋଲି ସେ କହିଥିଲେ । ସେଙ୍ଗୋଲ ହେଉଛି ସେ ବ୍ୟକ୍ତି ଯାହାର ଦାୟିତ୍ୱ ହେଉଛି ଦେଶର କଲ୍ୟାଣ ଓ ସେ କେବେ ମଧ୍ୟ କର୍ତ୍ତବ୍ୟ ପଥରୁ ହଟିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ୧୯୪୭ରେ ତିରୁଭାଡୁଥୁରାଇ ଅଧୀନମ ଏକ ସ୍ୱତନ୍ତ୍ର ସେଙ୍ଗୋଲ ସୃଷ୍ଟି କରିଥିଲେ । “ଆଜି ସେତେବେଳର ସେ ଛବି ଆମକୁ ତାମିଲ ସଂସ୍କୃତି ଓ ଭାରତୀୟ ଭାଗ୍ୟ ସହ ଆଧୁନିକ ଗଣତନ୍ତ୍ରର ସମ୍ପର୍କକୁ ସୂଚାଇ ଦେଉଛି । ଆଜି ସେହି ଗଭୀର ସମ୍ପର୍କର ଗାଥା ଇତିହାସର ପୃଷ୍ଠାରେ ସଜୀବ ହୋଇ ଉଠିଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆମକୁ ଏହା ସେତେବେଳର ଘଟଣାକୁ ବୁଝିବା ପାଇଁ ଏକ ଉପଯୁକ୍ତ ବାତାବରଣ ପ୍ରଦାନ କରୁଛି । ଏହି ପବିତ୍ର ପ୍ରତୀକ କିପରି ବ୍ୟବହୃତ ହୋଇଥିଲା ତାହା ମଧ୍ୟ ଆମେ ଜାଣିବାକୁ ପାଇଛୁ ।

ପ୍ରଧାନମନ୍ତ୍ରୀ ନିର୍ଦ୍ଦିଷ୍ଟ ଭାବେ ରାଜାଜୀ ଓ ଅନ୍ୟାନ୍ୟ ଅଧୀନମଙ୍କ ଉଦେଶ୍ୟରେ ମଥାନତ କରିବା ସହ ଶହ ଶହ ବର୍ଷର ଦାସତ୍ୱର ପ୍ରତୀକ ବିରୁଦ୍ଧରେ ଏହି ସେଙ୍ଗୋଲ ସ୍ୱାଧୀନତାର ପଦକ୍ଷେପ ନେଇଥିଲା । ଏହି ସେଙ୍ଗୋଲ ଭାରତକୁ ଦାସତ୍ୱ ପୂର୍ବବର୍ତ୍ତୀ ଭାରତ ସହ ସ୍ୱାଧୀନ ଭାରତକୁ ଯୋଡ଼ିଥିଲା ଓ ୧୯୪୭ ମସିହାରେ ଭାରତ ସ୍ୱାଧୀନ ହେବା ପରେ କ୍ଷମତା ହସ୍ତାନ୍ତରଣର ପ୍ରତୀକ ସାଜିଥିଲା । ସେଙ୍ଗୋଲର ଆଉ ଏକ ମହତ୍ତ୍ୱକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଭାରତର ଗୌରବମୟ ବର୍ଷ ଓ ଅତୀତର ପରମ୍ପରା ଓ ଭବିଷ୍ୟତର ସ୍ୱାଧୀନ ଭାରତର ପ୍ରତିନିଧିତ୍ୱ କରେ । ପବିତ୍ର ସେଙ୍ଗୋଲ ଏହା ନାଯ୍ୟ ମର୍ଯ୍ୟାଦା ନ ପାଇ ପ୍ରୟାଗରାଜର ଆନଂଦ ଭବନରେ ପଡ଼ିରହି କେବଳ ଏକ ଆଶାବାଡ଼ି ଭାବେ ପ୍ରଦର୍ଶିତ ହେଉଥିବାରୁ ପ୍ରଧାନମନ୍ତ୍ରୀ ତାହାର ସମାଲୋଚନା କରିଥିଲେ । ବର୍ତ୍ତମାନର ସରକାର ହିଁ ଏହାକୁ ଆନଂଦ ଭବନ ବାହାରକୁ ଆଣିଲେ । ନୂତନ ସଂସଦ ଭବନରେ ସେଙ୍ଗୋଲକୁ ସ୍ଥାପନ କରି ଆମେ ଭାରତର ସ୍ୱାଧୀନତାର ପ୍ରଥମ ମୁହୂର୍ତ୍ତକୁ ପୁର୍ନଜୀବିତ କରିବାର ସୁଯୋଗ ପାଇଛୁ । ସେଙ୍ଗୋଲ ତା’ର ଉପଯୁକ୍ତ ସ୍ଥାନ ଗଣତନ୍ତର ମନ୍ଦିରରେ ପାଉଛି ବୋଲି ପ୍ରଧାନମନ୍ତ୍ରୀ ବକ୍ତବ୍ୟ ଦେଇଥିଲେ । ଭାରତୀୟ ମହାନ ପରମ୍ପରାର ପ୍ରତୀକ ସେଙ୍ଗୋଲ ନୂତନ ସଂସଦ ଭବନରେ ସ୍ଥାପିତ ହେଉଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ସେଙ୍ଗୋଲ ଆମକୁ ନିରବଚ୍ଛିନ୍ନ ଭାବେ କର୍ତ୍ତବ୍ୟ ପଥରେ ଚାଲି ଜନସାଧାରଣଙ୍କ ଉତ୍ତରଦାୟୀ ହେବା ପାଇଁ ମନେ ପକାଉଥିବ ବୋଲି ସେ କହିଥିଲେ ।

ଅଧୀନମଙ୍କ ମହାନ ପ୍ରେରଣାଦାୟୀ ପରମ୍ପରା ହେଉଛି ପବିତ୍ର ଜୀବନ ଶକ୍ତିର ପ୍ରତୀକ । ସେମାନଙ୍କ ଶୈବ ପରମ୍ପରା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସେମାନଙ୍କ ଦର୍ଶନରେ ଏକ ଭାରତ ଶ୍ରେଷ୍ଠ ଭାରତ ଉତ୍ସାହର ପ୍ରଶଂସା କରିଥିଲେ । ଅଧିକାଂଶ ଅଧୀନମଙ୍କ ନାମ ଏହି ଉତ୍ସାହ ସହ ସଂଶ୍ଳିଷ୍ଟ, କାରଣ ଏହିପରି କେତେକ ପବିତ୍ର ନାମ କୈଳାସକୁ ସୂଚୀତ କରିଥାଏ । ପବିତ୍ର କୈଳାସ ପର୍ବତ ସୁଦୂର ହିମାଳୟରେ ଥାଇ ସୁଦ୍ଧା ସେମାନଙ୍କ ହୃଦୟ କନ୍ଦରରେ ଥାଏ । ମହାନ ଶୈବ ସନ୍ୟାସୀ ତିରୁମୁଲାର କୈଳାସରୁ ଆସି ଶିବ ଭକ୍ତିର ପ୍ରସାର କରିଥିଲେ ବୋଲି କୁହାଯାଏ । ସେହିଭଳି ତାମିଲନାଡୁର ଅନେକ ମହାନ ସନ୍ଥ ଉଜ୍ଜୈନ, କେଦାରନାଥ ଓ ଗୌରୀ କୁଣ୍ଡର ନାମ ଉଚ୍ଚାରଣ କରୁଥିବା ସେ ସ୍ମରଣ କରିଥିଲେ ।

ବାରଣାସୀରୁ ସଂସଦ ସଦସ୍ୟ ହୋଇଥିବା ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାମୀ କୁମାର ଗୁରୁପାରା ଧର୍ମପୁରମରେ ଅଧୀନମ ହୋଇ ତାମିଲନାଡୁରୁ କାଶୀ ଆସି ବନାରସର କେଦାର ଘାଟରେ କେଦାରେଶ୍ୱର ମନ୍ଦିର ପ୍ରତିଷ୍ଠା କରିଥିଲେ। ତାମିଲନାଡୁର ତିରୁପାଣ୍ଡଲର କାଶୀ ମଠ ମଧ୍ୟ କାଶୀ ନାମରେ ନାମିତ ହୋଇଛି । ମଠର ଖୁବ ମଜାଳିଆ ବିଷୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତିରୁପାଣ୍ଡଲର କାଶୀ ମଠ ତୀର୍ଥଯାତ୍ରୀମାନଙ୍କୁ ବ୍ୟାଙ୍କ ସେବା ମଧ୍ୟ ଯୋଗାଉଛି । ଆପଣ ସେଠାରେ ପଇସା ଜମା କରି ଆପଣଙ୍କୁ ଦିଆଯାଇଥିବା ପ୍ରମାଣପତ୍ର ଦେଖାଇ କାଶୀରୁ ପଇସା ଉଠାଇ ପାରିବେ । “ଏହିପରି ଭାବେ ଶୈବ ସିଦ୍ଧାନ୍ତର ଅନୁଗାମୀମାନେ କେବଳ ଶୈବ ଭକ୍ତିର ପ୍ରସାର କରନ୍ତି ନାହିଁ, ବରଂ ପରସ୍ପରକୁ ଆପଣାର କରିବାରେ ସହାୟକ ହୋଇଥାଆନ୍ତି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଅଧୀନମଙ୍କ ଭଳି ମହାନ ପରମ୍ପରା ଯୋଗୁ ଶହ ଶହ ବର୍ଷର ଦାସତ୍ୱ ପରେ ମଧ୍ୟ ତାମିଲ ସଂସ୍କୃତି ମଜବୁତ ରହିଛି । ଏହାର ଶ୍ରେୟ ସେ ବଂଚିତ ଓ ଶୋଷିତ ମଣିଷମାନଙ୍କୁ ଦେଇଥିଲେ । “ଦେଶକୁ ଅବଦାନ ଦୃଷ୍ଟିରୁ ଆପଣଙ୍କ ଅନୁଷ୍ଠାନ ଗୁଡ଼ିକର ଗୌରବମୟ ଇତିହାସ ରହିଛି । ଏହି ପରମ୍ପରାକୁ ଆଗେଇ ନେଇ ଭବ୍ୟ ପିଢ଼ିଙ୍କୁ କାମ ପାଇଁ ଉତ୍ସାହିତ କରିବା ପାଇଁ ଏବେ ସମୟ ଆସିଛି” ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ସ୍ୱାଧୀନତା ପ୍ରାପ୍ତିର ଶହେ ବର୍ଷ ପହଂଚିବା ବେଳକୁ ତଥା ଆଗାମୀ ୨୫ ବର୍ଷ ପାଇଁ ଆମର ଲକ୍ଷ୍ୟ ହେଉଛି ଏକ ଆତ୍ମନିର୍ଭର, ସାମଗ୍ରିକ ଓ ବିକଶିତ ଭାରତ ଆବଶ୍ୟକ । ଦେଶ ଯେତେବେଳେ ୨୦୪୭ର ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି, ଅଧୀନମ ମାନଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ୧୯୪୭ରେ ଅଧୀନମଙ୍କ ଭୂମିକା ନେଇ ଦେଶବାସୀ ପୁଣି ଜାଣିବାକୁ ପାଇଛନ୍ତି । “ଆପଣଙ୍କ ସଂଗଠନ ସବୁବେଳେ ସେବାର ମୂଲ୍ୟ ବୁଝେ, ଆପଣମାନେ ଜନସାଧାରଣ ପରସ୍ପରକୁ ଜାଣିବା ନେଇ ଅନେକ ଉଦାହରଣ ସୃଷ୍ଟି କରିବା ସହ ସେମାନଙ୍କ ମଧ୍ୟରେ ଏକତାର ଭାବ ସୃଷ୍ଟି କରିଛନ୍ତି” ବୋଲି ଶ୍ରୀ ମୋଦୀ କହିଥିଲେ । 

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଶକ୍ତି ତା’ର ଐକ୍ୟରେ ନିହିତ । “ଯେଉଁମାନେ ଦେଶର ପ୍ରଗତିରେ ବାଧା ସୃଷ୍ଟି କରୁଛନ୍ତି ସେମାନଙ୍କ ପ୍ରତି ସାବଧାନ ରହିବାକୁ ସେ ସତର୍କ କରାଇ ଦେଇଥିଲେ । ମାତ୍ର ମୁଁ ନିଶ୍ଚିତ ଯେ ଆମେ ପ୍ରତ୍ୟେକ ଆହ୍ୱାନ ଦେଶ ଆପଣଙ୍କ ଅନୁଷ୍ଠାନରୁ ପାଉଥିବା ଆଧ୍ୟାତ୍ମିକ ଓ ସାମାଜିକ ଶକ୍ତି ବଳରେ ମୁକାବିଲା କରିବ” ବୋଲି କହି ସେ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ ।

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi at BRICS summit: Dismantle ‘pyramid of privilege’ to make Global South a ‘rule-shaper’

Media Coverage

PM Modi at BRICS summit: Dismantle ‘pyramid of privilege’ to make Global South a ‘rule-shaper’
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Indian Junior Men’s Hockey Team on winning Asia Cup
September 13, 2026

The Prime Minister, Shri Narendra Modi, has congratulated the Indian Junior Men’s Hockey Team on winning the Asia Cup with an emphatic 4-1 victory in the final.

The Prime Minister described the achievement as remarkable and said that the feat reflects the immense talent of the young players.

Shri Modi extended his best wishes to the entire team.

The Prime Minister wrote on X;

“Congratulations to our Junior Men’s Hockey Team on winning the Asia Cup with an emphatic 4-1 win in the final. It is indeed a remarkable achievement.

This feat reflects the immense talent of our young players. Best wishes to the entire team!”