“ମୋର ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ମୁଁ ଦେଶ ତଥା ବିଶ୍ବ ସହିତ ମଧ୍ୟ ସଂଯୁକ୍ତ ହୋଇଛି। ମୋର ମଧ୍ୟ ଭଲ ସଂଖ୍ୟକ ସବସ୍କ୍ରାଇବର ଗ୍ରାହକ ଅଛନ୍ତି ”
“ମିଳିତ ଭାବେ, ଆମେ ଆମ ଦେଶରେ ଏକ ବିଶାଳ ଜନସଂଖ୍ୟାଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିବା” “ଦେଶକୁ ଜାଗ୍ରତ କରିବା ଏବଂ ଏକ ଆନ୍ଦୋଳନ ଆରମ୍ଭ କରିବା”
ମୋର ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ମୋର ସମସ୍ତ ଅପଡେଟ୍ ଗ୍ରହଣ କରିବାକୁ ବେଲ ଆଇକନ୍ କୁ ଦବାନ୍ତୁ ”
ଆଜି ୟୁଟ୍ୟୁବ୍ ଫ୍ୟାନଫେଷ୍ଟ ଇଣ୍ଡିଆ 2023 ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁଟ୍ୟୁବର୍ କମ୍ୟୁନିଟିକୁ ସମ୍ବୋଧିତ କରିଛନ୍ତି। ସେ ୟୁଟ୍ୟୁବରେ ତାଙ୍କର 15 ବର୍ଷ ପୂରଣ କରିଥିଲେ ଏବଂ ଏହି ମାଧ୍ୟମର ସହାୟତାରେ ବିଶ୍ୱସ୍ତରୀୟ ପ୍ରଭାବ ସୃଷ୍ଟି କରିବାର ଅଭିଜ୍ଞତା ବାଣ୍ଟିଥିଲେ।

ମୋର ସାଥୀ ୟୁଟ୍ୟୁବରମାନେ, ମୁଁ ଆଜି ଜଣେ  ୟୁଟ୍ୟୁବର ଭାବରେ ଆପଣଙ୍କ ମଧ୍ୟରେ ରହି ବହୁତ ଖୁସି । ମୁଁ ଆପଣମାନଙ୍କ  ଠାରୁ ଆଦୌ  ଅଲଗା ନୁହେଁ । ୧୫ ବର୍ଷ ହେବ ମୁଁ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଜରିଆରେ ଦେଶ ସହ ଯୋଡ଼ି ହୋଇ ରହୁଛି  ଓ ବିଶ୍ୱଭ୍ରମଣ କରିଛି। ମୋର ଅନେକ ସବ୍‌ସ୍କ୍ରାଇବର (ଅନୁଗାମୀ) ମଧ୍ୟ  ଅଛନ୍ତି।

ମୁଁ ଜାଣିବାକୁ ପାଇଛି ଯେ ପାଖାପାଖି ୫,୦୦୦ କ୍ରିଏଟର୍ସ (ଭିଡିଓ ପ୍ରସ୍ତୁତକାରୀ), ଉଦୀୟମାନ କ୍ରିଏଟର୍ସଙ୍କ ଏକ ବିଶାଳ ସମୁଦାୟ ଆଜି ଏଠାରେ ଉପସ୍ଥିତ ଅଛନ୍ତି । କେହି ଗେମିଂ ଉପରେ କାମ କରନ୍ତି, କେହି ଟେକ୍ନୋଲୋଜି ବିଷୟରେ ଶିକ୍ଷା ଦିଅନ୍ତି, କେହି ଫୁଡ୍ ବ୍ଲଗିଂ କରନ୍ତି, ଆଉ କିଛି ଟ୍ରାଭେଲ ବ୍ଲଗର କିମ୍ବା ଜୀବନଶୈଳୀ ପ୍ରଭାବଶାଳୀ ଅଟନ୍ତି ।

ବନ୍ଧୁଗଣ, ବର୍ଷ ବର୍ଷ ଧରି ମୁଁ ଦେଖୁଛି ଯେ ଆପଣଙ୍କ ବିଷୟବସ୍ତୁ ବା କଣ୍ଟେଣ୍ଟ ସବୁ ଆମ ଦେଶର ଲୋକଙ୍କୁ କିପରି ପ୍ରଭାବିତ କରିପାରୁଛି । ଆଉ ଏହି ପ୍ରଭାବକୁ ଆହୁରି ପ୍ରଭାବଶାଳୀ କରିବା ପାଇଁ ଆମ ପାଖରେ ଏକ ସୁଯୋଗ ଅଛି। ଆମେ ମିଳିମିଶି ଆମ ଦେଶର ଏକ ବିଶାଳ ଜନସଂଖ୍ୟାଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିବା । ମିଳିମିଶି ଆମେ ଆହୁରି ଅନେକ ବ୍ୟକ୍ତିଙ୍କୁ ସଶକ୍ତ ଓ ସୁଦୃଢ଼ କରିପାରିବା। ଏକାଠି ହୋଇ ଆମେ ସହଜରେ କୋଟି କୋଟି ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଶିକ୍ଷା ଦେଇପାରିବା ଏବଂ ବୁଝାଇ ପାରିବା । ଆମେ ସେମାନଙ୍କୁ ଆମ ସହ ଯୋଡ଼ିପାରିବା।

ବନ୍ଧୁଗଣ, ଯଦିଓ ମୋ ଚ୍ୟାନେଲରେ ହଜାର ହଜାର ଭିଡିଓ ଅଛି, ତଥାପି ମୋ ପାଇଁ ସବୁଠାରୁ ସନ୍ତୋଷଜନକ ହେଉଛି ଯେତେବେଳେ ମୁଁ ଆମ ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା ଚାପ, ସେମାନଙ୍କ ପ୍ରତି ରହିଥିବା ପ୍ରତ୍ୟାଶାର ପରିଚାଳନା, ଉତ୍ପାଦକତା ଭଳି ବିଷୟରେ ୟୁଟ୍ୟୁବ୍ ମାଧ୍ୟମରେ କଥା ହୋଇଥିଲି ।

ଯେତେବେଳେ ମୁଁ ଦେଶର ଏତେ ବଡ଼ ସୃଜନଶୀଳ ସମୁଦାୟ ମଧ୍ୟରେ ଥାଏ, ମୁଁ ଆପଣଙ୍କ ସହ କିଛି ବିଷୟରେ କଥା ହେବାକୁ ମନେ କରେ। ଏହି ପ୍ରସଙ୍ଗଗୁଡ଼ିକ ଜନ ଆନ୍ଦୋଳନ ସହ ଜଡ଼ିତ, ଦେଶର ଜନସାଧାରଣଙ୍କ ଶକ୍ତି ହିଁ ସେମାନଙ୍କ ସଫଳତାର ଆଧାର।

ପ୍ରଥମ ପ୍ରସଙ୍ଗ ହେଉଛି ସ୍ୱଚ୍ଛତା - ସ୍ୱଚ୍ଛ ଭାରତ ଗତ ୯ ବର୍ଷ ମଧ୍ୟରେ ଏକ ବଡ଼ ଅଭିଯାନ ପାଲଟିଛି । ଏଥିରେ ସମସ୍ତେ ଯୋଗଦାନ ଦେଇଥିଲେ, ପିଲାମାନେ ଏଥିରେ ଏକ ଭାବନାତ୍ମକ ଶକ୍ତି ଆଣିଥିଲେ। ସେଲିବ୍ରିଟିମାନେ ଏହାକୁ ଶୀର୍ଷରେ ପହଞ୍ଚାଇଥିଲେ, ଦେଶର କୋଣ ଅନୁକୋଣରେ ଲୋକମାନେ ଏହାକୁ ଏକ ମିଶନରେ ପରିଣତ କରିଥିଲେ ଏବଂ ଆପଣଙ୍କ ଭଳି ୟୁଟ୍ୟୁବରମାନେ ସ୍ୱଚ୍ଛତାକୁ ଅଧିକ ଆକର୍ଷଣୀୟ କରିଥିଲେ ।

କିନ୍ତୁ ଆମେ ଅଟକିବା  ଉଚିତ ନୁହେଁ । ଯେପର୍ଯ୍ୟନ୍ତ ସ୍ୱଚ୍ଛତା ଭାରତର ପରିଚୟ ପାଲଟିବ ନାହିଁ, ସେ ପର୍ଯ୍ୟନ୍ତ ଆମେ ଅଟକିବୁ ନାହିଁ। ତେଣୁ ସ୍ୱଚ୍ଛତା ସମସ୍ତଙ୍କ ପାଇଁ ପ୍ରାଥମିକତା ହେବା ଦରକାର।

ଦ୍ୱିତୀୟ ବିଷୟ ହେଉଛି- ଡିଜିଟାଲ ପେମେଣ୍ଟ। ୟୁପିଆଇର ସଫଳତା ଯୋଗୁଁ ଆଜି ବିଶ୍ୱର ଡିଜିଟାଲ ପେମେଣ୍ଟରେ ଭାରତର ୪୬ ପ୍ରତିଶତ ଅଂଶ ରହିଛି । ଆପଣ ଦେଶର ଅଧିକରୁ ଅଧିକ ଲୋକଙ୍କୁ ଡିଜିଟାଲ ପେମେଣ୍ଟ କରିବାକୁ ଅନୁପ୍ରାଣିତ କରନ୍ତୁ, ଆପଣଙ୍କ ଭିଡିଓ ମାଧ୍ୟମରେ ସରଳ ଭାଷାରେ ଡିଜିଟାଲ ଅର୍ଥ ପଇଠ କରିବା ଶିଖାନ୍ତୁ ।

ଆଉ ଏକ ବିଷୟ ହେଉଛି ଭୋକାଲ ଫର ଲୋକାଲ । ଆମ ଦେଶରେ ସ୍ଥାନୀୟ ସ୍ତରରେ ଅନେକ ଉତ୍ପାଦ ପ୍ରସ୍ତୁତ ହୋଇଥାଏ। ଆମର ସ୍ଥାନୀୟ କାରିଗରଙ୍କ ଦକ୍ଷତା ଆଶ୍ଚର୍ଯ୍ୟଜନକ । ଆପଣ ନିଜ କାମ ମାଧ୍ୟମରେ ସେମାନଙ୍କୁ ପ୍ରୋତ୍ସାହିତ କରିପାରିବେ ଏବଂ ଭାରତର ସ୍ଥାନୀୟ ଉତ୍ପାଦକୁ ବିଶ୍ୱସ୍ତରୀୟ କରିବାରେ ସାହାଯ୍ୟ କରିପାରିବେ ।

ମୋର ଆଉ ଏକ ଅନୁରୋଧ ଅଛି । ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଦିଅନ୍ତୁ, ଭାବପ୍ରବଣ ନିବେଦନ କରନ୍ତୁ ଯେ ଆମେ ସେହି ଉତ୍ପାଦ କିଣିବୁ ଯେଉଁଥିରେ ଆମ ମାଟିର ସୁଗନ୍ଧ ଅଛି, ଯେଉଁଥିରେ ଆମ ଦେଶର ଜଣେ ଶ୍ରମିକ କିମ୍ବା କାରିଗରଙ୍କ ଝାଳ ଅଛି । ଖଦୀ ହେଉ, ହସ୍ତତନ୍ତ ହେଉ, ହସ୍ତଶିଳ୍ପ ହେଉ କିମ୍ବା ଅନ୍ୟ କିଛି। ଦେଶକୁ ଜାଗ୍ରତ କରନ୍ତୁ, ଆନ୍ଦୋଳନ ଆରମ୍ଭ କରନ୍ତୁ।

ଆଉ ଏକ କଥା ମୁଁ ମୋ ତରଫରୁ ପରାମର୍ଶ ଦେବାକୁ ଚାହେଁ। ୟୁଟ୍ୟୁବର ଭାବରେ ଆପଣଙ୍କର ପରିଚୟ ସହିତ, ଆପଣ ଏକ କାର୍ଯ୍ୟକଳାପ ଯୋଡିପାରିବେ କି? ପ୍ରତ୍ୟେକ ଅଧ୍ୟାୟ ଶେଷରେ ଏକ ପ୍ରଶ୍ନ ରଖିବାକୁ ବିଚାର କରନ୍ତୁ କିମ୍ବା କିଛି କରିବା ପାଇଁ ଆକ୍ସନ ପଏଣ୍ଟ ପ୍ରଦାନ କରନ୍ତୁ। ଲୋକମାନେ ଏହି କାର୍ଯ୍ୟକଳାପ କରିପାରିବେ ଏବଂ ଏହାକୁ ଆପଣଙ୍କ ସହ ଶେୟାର କରିପାରିବେ । ଏହାଦ୍ୱାରା ଆପଣଙ୍କ ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇବ ଏବଂ ଲୋକମାନେ କେବଳ ଶୁଣିବେ ନାହିଁ ବରଂ କିଛି କରିବାରେ ନିୟୋଜିତ ହେବେ ।

ମୁଁ ଆପଣ ସମସ୍ତଙ୍କ ସହ କଥାବାର୍ତ୍ତାକୁ ପ୍ରକୃତରେ ଉପଭୋଗ କଲି | ଭିଡିଓ ଶେଷରେ ଆପଣମାନେ କ'ଣ କୁହନ୍ତି... ମୁଁ ମଧ୍ୟ ତାହାର ପୁନରାବୃତ୍ତି କରିବି: ମୋ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ ଏବଂ ମୋର ସମସ୍ତ ଅପଡେଟ୍ ପାଇବାକୁ ବେଲ୍ ଆଇକନ୍ ହିଟ୍ କରନ୍ତୁ।

ଆପଣଙ୍କୁ ଶୁଭେଚ୍ଛା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s health coverage expands rapidly, insurance reaches nearly half the population: Govt

Media Coverage

India’s health coverage expands rapidly, insurance reaches nearly half the population: Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Adi Shankaracharya
April 21, 2026

The Prime Minister, Shri Narendra Modi, paid tributes to one of India’s greatest spiritual luminaries, Adi Shankaracharya, on his Jayanti today. Shri Modi remarked that his profound teachings, thoughts and philosophy of Advaita Vedanta continue to guide innumerable people globally. And his efforts to revitalise spiritual thought and establish spiritual centres across the nation remain a lasting inspiration."May his wisdom continue to illuminate our path and strengthen our commitment to truth, compassion and collective well-being", Shri Modi added.

The Prime Minister posted on X:

"On the sacred occasion of Adi Shankaracharya Jayanti, paying homage to one of India’s greatest spiritual luminaries. His profound teachings, thoughts and philosophy of Advaita Vedanta continue to guide innumerable people globally. He emphasised harmony, discipline and the oneness of all existence. His efforts to revitalise spiritual thought and establish spiritual centres across the nation remain a lasting inspiration. May his wisdom continue to illuminate our path and strengthen our commitment to truth, compassion and collective well-being."