ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ରାଷ୍ଟ୍ରପତି ମହାମହିମ ଶ୍ରୀ ଜୋକୋ ୱିଡୋଡୋଙ୍କ ନିମନ୍ତ୍ରଣକ୍ରମେ ସେପ୍ଟେମ୍ବର ୦୬-୦୭, ୨୦୨୩ରେ ଇଣ୍ଡୋନେସିଆର ଜାକର୍ତ୍ତା ଗସ୍ତ କରିବେ ।

ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଆସିଆନର ବର୍ତ୍ତମାନର ଅଧ୍ୟକ୍ଷ ଭାବରେ ଇଣ୍ଡୋନେସିଆ ଦ୍ୱାରା ଆୟୋଜନ କରାଯାଉଥିବା ୨୦ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ଏବଂ ୧୮ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗ ଦେବେ ।

୨୦୨୨ରେ ଭାରତ-ଆସିଆନ୍ ସମ୍ପର୍କକୁ ଏକ ବ୍ୟାପକ ରଣନୈତିକ ଭାଗିଦାରୀରେ ପରିଣତ କରାଯିବା ପରେ ଆଗାମୀ ଆସିଆନ୍-ଭାରତ ଶିଖର ସମ୍ମିଳନୀ ହେଉଛି ପ୍ରଥମ ଶିଖର ସମ୍ମିଳନୀ। ଏହି ଶିଖର ସମ୍ମିଳନୀରେ ଭାରତ-ଆସିଆନ୍ ସମ୍ପର୍କର ଅଗ୍ରଗତି ର ସମୀକ୍ଷା କରାଯିବା ସହ ସହଯୋଗର ଭବିଷ୍ୟତ ଦିଗ ନିର୍ଦ୍ଧାରଣ କରାଯିବ।

ପୂର୍ବ ଏସିଆ ଶିଖର ସମ୍ମିଳନୀ ଆସିଆନ ରାଷ୍ଟ୍ର ଏବଂ ଭାରତ ସମେତ ଏହାର ଆଠଟି ଆଲୋଚନା ସହଯୋଗୀମାନଙ୍କୁ ଆଞ୍ଚଳିକ ଏବଂ ବୈଶ୍ୱିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ବିନିମୟ କରିବାର ସୁଯୋଗ ପ୍ରଦାନ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
New high for India-made car exports

Media Coverage

New high for India-made car exports
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 11, 2026
July 11, 2026

Record Exports, Record Investments, Record Pride: India’s Rise Under PM Modi is Multi-Dimensional