ଆସିଆନ୍ ସମ୍ବନ୍ଧୀୟ ବୈଠକରେ ଅଂଶଗ୍ରହଣ କରିବା ପାଇଁ ମହାମହିମ ଶ୍ରୀ ଜୋକୋ ୱିଡୋଡୋଙ୍କ ନିମନ୍ତ୍ରଣକ୍ରମେ ମୁଁ ଇଣ୍ଡୋନେସିଆର ଜାକାର୍ତ୍ତା ଗସ୍ତ କରୁଛି ।

ମୋର ପ୍ରଥମ କାର୍ଯ୍ୟକ୍ରମ ହେବ ୨୦ତମ ଆସିଆନ-ଭାରତ ଶିଖର ସମ୍ମିଳନୀ । ବର୍ତ୍ତମାନ ଚତୁର୍ଥ ଦଶନ୍ଧିରେ ପ୍ରବେଶ କରିଥିବା ଆମର ଭାଗିଦାରୀର ଭବିଷ୍ୟତ ରୂପରେଖ ବିଷୟରେ ମୁଁ ଆସିଆନ୍ ନେତାମାନଙ୍କ ସହ ଆଲୋଚନା କରିବାକୁ ଆଗ୍ରହୀ । ଆସିଆନ ସହ ସମ୍ପର୍କ ଭାରତର "ଆକ୍ଟ ଇଷ୍ଟ" ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ଗତ ବର୍ଷ ହୋଇଥିବା ବ୍ୟାପକ ରଣନୈତିକ ଭାଗିଦାରୀ ଆମ ସମ୍ପର୍କରେ ନୂତନ ଗତିଶୀଳତା ସୃଷ୍ଟି କରିଛି ।

ଏହାପରେ ମୁଁ ୧୮ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗଦେବି। ଖାଦ୍ୟ ଓ ଶକ୍ତି ନିରାପତ୍ତା, ପରିବେଶ, ସ୍ୱାସ୍ଥ୍ୟ ଏବଂ ଡିଜିଟାଲ ରୂପାନ୍ତରଣ ସମେତ ଏହି ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଚାର ବିମର୍ଶ କରିବା ପାଇଁ ଏହି ଫୋରମ୍ ଏକ ଉପଯୋଗୀ ସୁଯୋଗ ପ୍ରଦାନ କରେ | ଏହି ବୈଶ୍ୱିକ ଆହ୍ୱାନର ସାମୂହିକ ମୁକାବିଲା କରିବା ପାଇଁ ବ୍ୟବହାରିକ ସହଯୋଗ ପଦକ୍ଷେପ ଉପରେ ମୁଁ ଅନ୍ୟ ଇଏଏସ୍ ନେତାମାନଙ୍କ ସହିତ ମତ ବିନିମୟ କରିବାକୁ ଆଗ୍ରହୀ ।

ଗତବର୍ଷ ବାଲିରେ ଜି-୨୦ ଶିଖର ସମ୍ମିଳନୀ ପାଇଁ ମୋର ଇଣ୍ଡୋନେସିଆ ଗସ୍ତକୁ ମୁଁ ମନେ ପକାଉଛି ଏବଂ ମୋର ବିଶ୍ୱାସ ଯେ ଏହି ଗସ୍ତ ଆସିଆନ ଅଞ୍ଚଳ ସହିତ ଆମର ସମ୍ପର୍କକୁ ଆହୁରି ଦୃଢ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Every voter had valid ID': Trump praises India polls, renews push for SAVE America Act

Media Coverage

'Every voter had valid ID': Trump praises India polls, renews push for SAVE America Act
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 18, 2026
August 18, 2026

PM Modi’s 12 Years of Structural Power: Manufacturing, FTAs, Airports & Uncompromising Security