“ଆଗାମୀ ବଂଶଧରଙ୍କ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରି ସେମାନଙ୍କ ଆକାଂକ୍ଷା ପୂରଣ ସହ ଆମେ ଗରିବ ଓ ଅବହେଳିତଙ୍କ ଆବଶ୍ୟକତା ପୂରଣ ନିମନ୍ତେ ଅଙ୍ଗୀକାରବଦ୍ଧ”
“ଜନସାଧାରଣ ସବୁବେଳେ ଯେକୌଣସି ଭିତ୍ତିଭୂମି ବିକାଶର କେନ୍ଦ୍ରରେ ନିଶ୍ଚୟ ରହିବେ; ଆମେ ଭାରତରେ ତାହାହିଁ କରୁଛୁ”
“ଆମେ ଯଦି ନମନୀୟ ଭିତ୍ତିଭୂମି ପ୍ରସ୍ତୁତ କରୁ ଆମେ କେବଳ ଆମ ପାଇଁ ବିପର୍ଯ୍ୟୟ ଏଡାଇବା ନାହିଁ, ବରଂ ଏହା ଭବିଷ୍ୟତ ବଂଶଧରମାନଙ୍କ ନିମନ୍ତେ ମଧ୍ୟ ପ୍ରଜୁର୍ଯ୍ୟ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତିକ ବିପର୍ଯ୍ୟୟ ଭିତ୍ତିଭୂମି ସମ୍ମିଳନୀର ଚତୁର୍ଥ ସଂସ୍କରଣରେ ଉଦ୍‌ଘାଟନୀ ଅଧିବେଶନକୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି । ଏହି ଅଧିବେଶନକୁ ଅଷ୍ଟ୍ରେଲିୟା ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍‌, ଘାନା ରାଷ୍ଟ୍ରପତି ନାନା ଆଡୋ ଡାନକାୱା ଆକୁଫୋ -ଆଡୋ, ଜାପାନ ପ୍ରଧାନମନ୍ତ୍ରୀ ସମ୍ମାନନୀୟ ଫୁମିଓ କିସିଡା ଓ ମାଡାଗାସ୍କର ରାଷ୍ଟ୍ରପତି ମହମହିମ ଆଣ୍ଡ୍ରି ମିରିନା ରାଜୋଲିନା ମଧ୍ୟ ସମ୍ବୋଧନ କରିଛନ୍ତି ।

ପ୍ରଥମରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସ୍ଥାୟୀ ଓ ନିରନ୍ତର ବିକାଶର ଲକ୍ଷ୍ୟ କୌଣସି ଅପଦାପନ୍ନ ବ୍ୟକ୍ତିଙ୍କୁ ବାଦ ନ ଦେବାର ପ୍ରତିଜ୍ଞା ବୋଲି ସମବେତ ଜନସାଧାରଣଙ୍କୁ ସ୍ମରଣ କରାଇ ଦେଇଥିଲେ । ସେ ଦୃଷ୍ଟିରୁ “ଆଗାମୀ ବଂଶଧରଙ୍କ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତ କରି ସେମାନଙ୍କ ଆଶା ଆକାଂକ୍ଷା ପୂରଣ ସହ ଆମେ ଗରିବ ଓ ଅବହେଳିତଙ୍କ ଆବଶ୍ୟକତା ପୂରଣ ନିମନ୍ତେ ଅଙ୍ଗୀକାରବଦ୍ଧ ବୋଲି ସେ କହିଥିଲେ । ଭିତ୍ତିଭୂମି ହେଉଛି ଜନସାଧାରଣଙ୍କ ଉଚ୍ଚ ଗୁଣଯୁକ୍ତ,  ନିର୍ଭରଯୋଗ୍ୟ ଓ ନିରନ୍ତର  ସେବା ସମାନଭାବେ ପ୍ରଦାନ କରିବା ଦରକାର ବୋଲି ସେ କହିଥିଲେ । “ପ୍ରତ୍ୟେକ ଭିତ୍ତିଭୂମି ବିକାଶର ମୂଳ ହେଉଛନ୍ତି ଜନସାଧାରଣ । ସେମାନଙ୍କୁ ଲକ୍ଷ୍ୟ ରଖି ଆମେ ଭାରତରେ ଯାହା କିଛି କରୁଛୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଭାରତର ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ପରିମଳ, ବିଦ୍ୟୁତ, ପରିବହନ ଓ ଆହୁରି ଅନେକ କ୍ଷେତ୍ରରେ ମୌଳିକ ସେବା ବ୍ୟବସ୍ଥାକୁ ଭୟଭୀତ କରୁଥିବାବେଳେ, “ଆମେ ସିଧାସଳଖ ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ମଧ୍ୟ ସମ୍ଭାଳୁଛନ୍ତି । ସେଥିପାଇଁ କପ୍‌-୨୬ରେ ଆମ୍ଭେ ୨୦୭୦ ମସିହା ସୁଦ୍ଧା ନେଟ ଜିରୋର ରଖିବାକୁ ଆମର ବିକାଶ କାର୍ଯ୍ୟରେ ପରିବେଶ ସହ ସମାନ୍ତରାଳ ଭାବେ ଚାଲିଛୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଭିତ୍ତିଭୂମି  ଗୁରୁତ୍ୱ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭିତ୍ତିଭୂମି ନଷ୍ଟର ପ୍ରଭାବ ପରିବର୍ତ୍ତୀ ବଂଶଧରମାନଙ୍କ ଉପରେ ପଡିଥାଏ । ଏହି ପରିପ୍ରେକ୍ଷୀରେ “ଆଧୁନିକ ବୈଷୟିକ ଜ୍ଞାନ ଯାହା ଆମ ପାଖରେ ଉପଲବ୍ଧ ତା’ ଦ୍ୱାରା ଆମେ ଦୀର୍ଘସ୍ଥାୟୀ ନମନୀୟ ଭିତିଭୂମି ନିର୍ମାଣ କରିପାରିବା କି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ । ଏହି ଆହ୍ୱାନର ମୁକାବିଲା ପାଇଁ ସିଡିଆରଆଇ ସୃଷ୍ଟି କରାଯାଇଛି । ଏହି ସମ୍ମିଳିତ ନମନୀୟ ବିପର୍ଯ୍ୟୟ ଭିତ୍ତିଭୂମି ସମ୍ପ୍ରସାରିତ ହୋଇ ଅନେକ ଫଳପ୍ରଦ ହୋଇଛି । ଦ୍ୱିପାଞ୍ଚଳ ଦେଶରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ପାଇଁ ପଦକ୍ଷେପ କପ-୨୬ରେ ନିଆଯିବା ପରେ ବିଶ୍ୱର ୧୫୦ଟି ବିମାନଘାଟୀ ଉପରେ ଅନୁଧ୍ୟାନ କରାଯାଇ ସିଡିଆରଆଇ କାର୍ଯ୍ୟ କରାଯାଇଛି । ସିଡିଆରଆଇ ନେତୃତ୍ୱରେ ବିଶ୍ୱରେ ନମନୀୟ ବିପର୍ଯ୍ୟୟ ଭିତ୍ତିଭୂମି ନେଇ ଯେଉଁ କାର୍ଯ୍ୟ କରାଯାଉଛି ତାହାର ବୈଶ୍ୱିକ ଜ୍ଞାନ ଖୁବ୍ ଉପାଦେୟ ହେବ ବୋଲି ଶ୍ରୀ ମୋଦି କହିଥିଲେ ।

ଆମର ଭବିଷ୍ୟତ ଓ ନମନୀୟ କରିବାକୁ ହେଲେ ଆମକୁ ଏକ ନମନୀୟ ଭିତ୍ତିଭୂମି ଅବସ୍ଥାନ୍ତର ଦେଇ ଯିବାକୁ ପଡିବ । “ଆମେ ଭିତିଭୂମି ନମନୀୟ କଲେ ଆମେ କେବଳ ନିଜକୁ  ବିପର୍ଯ୍ୟୟରୁ ରକ୍ଷା କରିବା ନାହିଁ ବରଂ ଅନେକ ଭାବି ବଂଶଧର ନିମନ୍ତେ ଏହା ସହାୟକ ହେବ’ ବୋଲି ସେ କହିଥିଲେ ।

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July opens the biggest chapter in India-U.K. trade relations

Media Coverage

July opens the biggest chapter in India-U.K. trade relations
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 29, 2026
June 29, 2026

PM Modi Advancing National Strength Through Unity, Innovation and Janbhagidari