ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ମାନ୍ୟବର ବୋରିସ୍ ଜନସନଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି ।

ଦୁଇ ନେତା ଚଳିତ ବର୍ଷ ଆରମ୍ଭରେ ସେମାନଙ୍କର ଭର୍ଚୁଆଲ୍ ଶିଖର ସମ୍ମିଳନୀ ପରଠାରୁ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତିର ସମୀକ୍ଷା କରିଥିଲେ ଏବଂ ସେହି ଭର୍ଚୁଆଲ ଶିଖର ସମ୍ମିଳନୀରେ ଗ୍ରହଣ କରାଯାଇଥିବା ରୋଡମ୍ୟାପ୍ ୨୦୩୦ ଅଧୀନରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ । ବର୍ଦ୍ଧିତ ବାଣିଜ୍ୟ ସହଯୋଗ ଅଗ୍ରଗତିର ସମୀକ୍ଷା କରି ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗର ଦ୍ରୁତ ବୃଦ୍ଧି ହେବାର ସମ୍ଭାବନା ଉପରେ ସହମତ ହୋଇଥିଲେ ।

୨୦୨୧ ନଭେମ୍ବର ପ୍ରାରମ୍ଭରେ ଗ୍ଲାସଗୋଠାରେ ହେବାକୁ ଥିବା ୟୁଏନ୍‍ଏଫ୍‍ସିସିସି ସିଓପି-୨୬ ବୈଠକ ପରିପ୍ରେକ୍ଷୀରେ ଜଳବାୟୁ ପରିବର୍ତ୍ତନ ସହ ଜଡିତ ପ୍ରସଙ୍ଗ ଉପରେ ନେତାମାନେ ବ୍ୟାପକ ଆଲୋଚନା କରିଥିଲେ । ଅକ୍ଷୟ ଶକ୍ତି ବିସ୍ତାର ଏବଂ ନିକଟରେ ଘୋଷଣା କରାଯାଇଥିବା ଜାତୀୟ ହାଇଡ୍ରୋଜେନ ମିଶନର ଉଚ୍ଚାଭିଳାସୀ ଲକ୍ଷ୍ୟ ପାଇଁ ପ୍ରଧାନମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ କାର୍ଯ୍ୟ ଲାଗି ଭାରତର ପ୍ରତିବଦ୍ଧତା ଜଣାଇଛନ୍ତି ।

ନେତାମାନେ ଆଞ୍ଚଳିକ ବିକାଶ, ବିଶେଷ କରି ଆଫଗାନିସ୍ତାନର ପରିସ୍ଥିତି ଉପରେ ମଧ୍ୟ ମତ ବିନିମୟ କରିଥିଲେ । ଏହି ପରିପ୍ରେକ୍ଷୀରେ, ସେମାନେ ଉଗ୍ରବାଦ ଏବଂ ଆତଙ୍କବାଦ, ତଥା ମାନବ ଅଧିକାର ତଥା ମହିଳା ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧିକାର ଉପରେ ଏକ ସାଧାରଣ ଆନ୍ତର୍ଜାତୀୟ ଦୃଷ୍ଟିକୋଣର ଆବଶ୍ୟକତା ଉପରେ ସହମତ ହୋଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Operation Sagar Bandhu: India provides assistance to restore road connectivity in cyclone-hit Sri Lanka

Media Coverage

Operation Sagar Bandhu: India provides assistance to restore road connectivity in cyclone-hit Sri Lanka
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 5, 2025
December 05, 2025

Unbreakable Bonds, Unstoppable Growth: PM Modi's Diplomacy Delivers Jobs, Rails, and Russian Billions