“ସ୍ୱାଧୀନତାର ଭାରତବର୍ଷରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବହୁଦିନ ଧରି କୌଣସି ଧ୍ୟାନ ଦିଆଯାଇ ନ ଥିଲା ଓ ନାଗରିକମାନେ ଉପଯୁକ୍ତ ଉପଚାର ନିମନ୍ତେ ଅନେକ ଧାଁ ଧପଡ କରିବା ଯୋଗୁଁ ସେମାନଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇ ପଡିଥିଲା”
“କେନ୍ଦ୍ର ଓ ରାଜ୍ୟ ସରକାର ଗରିବ, ଦଳିତ, ଶୋଷିତ, ଅନଗ୍ରସର ଓ ମଧ୍ୟବିତ୍ତ ଶ୍ରେଣୀ ଲୋକଙ୍କ ଯନ୍ତ୍ରଣାକୁ ବୁଝିଛନ୍ତି”
“ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଜରିଆରେ ଉପଚାରଠାରୁ ଆରମ୍ଭ କରି ଜଟିଳ ଗବେଷଣା ପର୍ଯ୍ୟନ୍ତ ସବୁ ପାଇଁ ଦେଶର ସମସ୍ତ ସ୍ଥାନରେ ଏକ ବାତାବରଣ ରହିବ”
“ପିଏମ୍ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ସ୍ୱାସ୍ଥ୍ୟ ସହ ଆତ୍ମନିର୍ଭର ଭାରତରେ ଆଉ ଏକ ମାଧ୍ୟମ”
“କାଶୀର ଆତ୍ମା ଏକ, ମନ ମଧ୍ୟ ଏକ, ମାତ୍ର ଏହାର ଶରୀରକୁ ଉନ୍ନତ କରିବା ପାଇଁ ଉଦ୍ୟମ ଚାଲିଛି”
“ବୈଷୟିକ ଜ୍ଞାନରୁ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ଅଭୂତପୂର୍ବ ସୁବିଧା ସୁଯୋଗ ବି.ଏଚ.ୟୁରେ ସୃଷ୍ଟି ହେଉଛି । ଯୁବ ବନ୍ଧୁମାନେ ଦେଶର ବିଭିନ୍ନ ଭାଗରୁ ଏଠାକୁ ପଢିବା ପାଇଁ ଆସୁଛନ୍ତି”

ହର ହର ମହାଦେବ !

ଆପଣମାନେ ଅନୁମତି ପ୍ରଦାନ କଲେ ମୁଁ ମୋର ବକ୍ତବ୍ୟ ଆରମ୍ଭ କରିବି । ହର ହର ମହାଦେବ, ବାବା ବିଶ୍ୱନାଥ, ମାତା ଅନ୍ନପୂର୍ଣ୍ଣାଙ୍କ ନଗରୀ କାଶୀର ପୁଣ୍ୟ ଭୂମିର ସମସ୍ତ ବନ୍ଧୁ ଏବଂ ଭଉଣୀଙ୍କୁ ମୋର ପ୍ରଣାବ । ଦୀପାବଳି, ଦେବ ଦୀପାବଳି, ଅନ୍ନକୂଟ, ଭାଇୟାଦୁଜ, ପ୍ରକାଶୋତ୍ସବ ଏବଂ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ଡାଲା ଛଠ ନିମନ୍ତେ ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ।

ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ୍‌ ପଟେଲଜୀ, ଉତ୍ତର ପ୍ରଦେଶର ଉଜ୍ଜ୍ୱଳ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଜୀ, ଉତ୍ତରପ୍ରଦେଶ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, କେନ୍ଦ୍ରରେ ମୋର ଆଉ ଜଣେ ସାଥୀ ମହେନ୍ଦ୍ର ପାଣ୍ଡେଜୀ, ରାଜ୍ୟର ଆଉ ଜଣେ ମନ୍ତ୍ରୀ ଅନୀଲ ରାଜଭରଜୀ, ନୀଳକଣ୍ଠ ତିୱାରୀଜୀ, ରବୀନ୍ଦ୍ର ଜୟସ୍ୱାଲଜୀ, ଅନ୍ୟ ମନ୍ତ୍ରୀଗଣ, ଆମ ସହିତ ଆଜି ଏଠାରେ ଉପସ୍ଥିତ ଥିବା ସାଂସଦ ସାଥୀ ଶ୍ରୀମତୀ ସୀମା ଦ୍ୱିବେଦୀଜୀ, ଭି ପି ସରୋଜଜୀ, ବାରଣାସୀର ମେୟର ଶ୍ରୀମତୀ ମୃଦୁଳା ଜୟସ୍ୱାଲଜୀ, ଅନ୍ୟ ଜନପ୍ରତିନିଧିଗଣ, ଟେକ୍ନୋଲୋଜି ମାଧ୍ୟମରେ ଦେଶର କୋଣ ଅନୁକୋଣ ସହିତ ଯୋଡ଼ିହୋଇ ରହିଥିବା ସ୍ୱାସ୍ଥ୍ୟ ପ୍ରଫେସନାଲ, ଜିଲ୍ଲା ହସ୍ପିଟାଲ, ମେଡ଼ିକାଲ ସଂସ୍ଥାନ ଏବଂ ଏଠାରେ ଉପସ୍ଥିତ ବନାରସ ନଗରୀର ମୋର ଭାଇ ଓ ଭଉଣୀଗଣ ।

ଦେଶ କରୋନା ମହାମାରୀ ବିରୁଦ୍ଧରେ ନିଜର ସଂଗ୍ରାମରେ ଏପର୍ଯ୍ୟନ୍ତ ୧୦୦ କୋଟି ଟିକା ଡ଼ୋଜ ପ୍ରଦାନର ବିରାଟ ଲକ୍ଷ୍ୟକୁ ପାର କରିସାରିଛି ।

 

ବାବା ବିଶ୍ୱନାଥଙ୍କ ଆଶୀର୍ବାଦରୁ, ମା’ ଗଙ୍ଗାଙ୍କ ଅବିରଳ ପ୍ରତାପ ଦ୍ୱାରା, କାଶୀବାସୀଙ୍କ ଅଖଣ୍ଡ ବିଶ୍ୱାସ ଯୋଗୁ, ସମସ୍ତଙ୍କୁ ଟିକା ମାଗଣା ଟିକାର ଅଭିଯାନ ସଫଳତାର ସହିତ ଆଗକୁ ବଢ଼ି ଚାଲିଛି । ମୁଁ ଆପଣମାନଙ୍କୁ ସମସ୍ତ ସଜ୍ଜନଙ୍କୁ ଆଦର ପୂର୍ବକ ବନ୍ଦନା କରୁଛି । ଆଜି ମାତ୍ର କିଛି ସମୟ ପୂର୍ବରୁ ଆଉ ଗୋଟିଏ କାର୍ଯ୍ୟକ୍ରମରେ ମୋତେ ଉତ୍ତରପ୍ରଦେଶକୁ ୯ଟି ନୂତନ ମେଡ଼ିକାଲ କଲେଜ ଅର୍ପଣ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଥିଲା । ଏହା ଦ୍ୱାରା ପୂର୍ବାଞ୍ଚଳ ଏବଂ ସମଗ୍ର ଉତ୍ତର ପ୍ରଦେଶର କୋଟି କୋଟି ଗରିବ, ଦଳିତ, ପଛୁଆ, ଶୋଷିତ, ବଞ୍ଚିତ ତଥା ସମାଜର ସମସ୍ତ ବର୍ଗର ଲୋକମାନଙ୍କୁ ବହୁତ ବଡ଼ ଫାଇଦା ହେବାକୁ ଯାଉଛି ।  ଅନ୍ୟ ସହରମାନଙ୍କର ବଡ଼ ବଡ଼ ହସପିଟାଲମାନଙ୍କୁ ସେମାନଙ୍କୁ ଯେମିତି ଦୌଡ଼ିବାକୁ ପଡ଼ୁଥିଲା ଏବେ ତାହା ହ୍ରାସ ପାଇବ ।

ସାଥୀଗଣ,

ମାନରେ ଏକ ଭଲ ଉକ୍ତି କୁହାଯାଇଛି-

ମୁକ୍ତି ଜନ୍ମ ମହି ଜାନତ, ଜ୍ଞାନ ଖାନିଅଧ ହାନି କର ।

ଜହଁ ବସ ଶମ୍ଭୂ ଭବନି, ସେ କାଶୀ ସେଝଅ କସ ନ  । ।

ଅର୍ଥାତ୍‌, କାଶୀରେ ତ ଶିବ ଏବଂ ଶକ୍ତି ସାକ୍ଷାତ ନିବାସ କରୁଛନ୍ତି । ଜ୍ଞାନର ଭଣ୍ଡାର କାଶୀ ତ କଷ୍ଟ ଓ କ୍ଲେଶ ଉଭୟରୁ ମୁକ୍ତ କରିଥାଏ । ପୁଣି  ସ୍ୱାସ୍ଥ୍ୟ ସହିତ ସଂଶ୍ଳିଷ୍ଟ ଏତେ ବଡ଼ ଯୋଜନା, ରୋଗ କଷ୍ଟରୁ ମୁକ୍ତିର ଏତେ ବଡ଼ ସଂକଳ୍ପ, ଏହାର ଶୁଭାରମ୍ଭ ନିମନ୍ତେ କାଶୀଠାରୁ ଉତ୍ତମ ସ୍ଥାନ ଆଉ କେଉଁଠି ହୋଇପାରିବ ? କାଶୀର ମୋର ଭାଇ ଓ ଭଉଣୀମାନେ, ଆଜି ଏହି ମଞ୍ଚ ଉପରେ ଦୁଇଟି କାର୍ଯ୍ୟକ୍ରମ ଏକାସଙ୍ଗେ ଅନୁଷ୍ଠିତ ହେଉଛି । ଗୋଟିଏ ହେଲା ଭାରତ ସରକାରଙ୍କର ଏବଂ ସମଗ୍ର ଭାରତ ନିମନ୍ତେ ୬୪ ହଜାର କୋଟିରୁ ଅଧିକ ଟଙ୍କାର ଏହି କାର୍ଯ୍ୟକ୍ରମ ଆଜି କାଶୀର ପବିତ୍ର ଭୂମିରୁ ହିଁ ଶୁଭାରମ୍ଭ କରାଯାଉଛି । ଦ୍ୱିତୀୟଟି ହେଉଛି କାଶରୀ ଏବଂ ପୂର୍ବାଞ୍ଚଳର ବିକାଶ ନିମନ୍ତେ ହଜାର ହଜାର କୋଟି ଟଙ୍କାର କାର୍ଯ୍ୟକ୍ରମମାନଙ୍କର ଲୋକାର୍ପଣ । ଏବଂ ଏମିତି ତ ମୁଁ କହିବି ଯେ ପୂର୍ବର କାର୍ଯ୍ୟକ୍ରମ ଏବଂ ଏହି କାର୍ଯ୍ୟକ୍ରମ ଉଭୟକୁ ମିଳାଇ ମୁଁ କହିବି ଯେ ଆଜି ପାଖାପାଖି ୭୫ ହଜାର କୋଟି ଟଙ୍କାର କାର୍ଯ୍ୟକ୍ରମ ଏଠାରେ ଲୋକାର୍ପଣ କରାଯାଉଛି । କାଶୀରୁ ଆରମ୍ଭ ହେବାକୁ ଯାଉଥିବା ଏହିସବୁ ଯୋଜନାଗୁଡ଼ିକ ପଛରେ ମହାଦେବଙ୍କର ଆଶୀର୍ବାଦ ରହିଛି । ଯେଉଁଠାରେ ସ୍ୱୟଂ ମହାଦେବଙ୍କ ଆଶୀର୍ବାଦ ରହିଛି ସେଠାରେ ତ କଲ୍ୟାଣ ହିଁ କଲ୍ୟାଣ ହେବା ସୁନିଶ୍ଚିତ, ସଫଳତା ହିଁ ସଫଳତା ଅବଶ୍ୟ ମିଳିବ ଏବଂ ଯେତେବେଳେ ମହାଦେବ ଆଶୀର୍ବାଦ ଦେଇଥାନ୍ତି ସେତେବେଳେ କଷ୍ଟରୁ ମୁକ୍ତି ମିଳିବା ସ୍ୱାଭାବିକ କଥା ।

ସାଥୀଗଣ,

ଆଜି ଉତ୍ତର ପ୍ରଦେଶ ସହିତ ସମଗ୍ର ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଶକ୍ତି ଯୋଗାଣ ନିମନ୍ତେ, ଭବିଷ୍ୟତର ମହାମାରୀରୁ ସୁରକ୍ଷା ପାଇବା ସକାଶେ, ଆମର ପ୍ରସ୍ତୁତ ଉଚ୍ଚ ସ୍ତରର ହୋଇପାରିଛି । ଗାଁ ଏବଂ ବ୍ଲକ ସ୍ତର ପର୍ଯ୍ୟନ୍ତ ଆମର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଆତ୍ମବିଶ୍ୱାସ ଏବଂ ଆତ୍ମନିର୍ଭରତା ଆସିବ, ସେଥିପାଇଁ ଆଜି କାଶୀରୁ ମୋତେ ୬୪ ହଜାର କୋଟି ଟଙ୍କାର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ଦେଶକୁ ସମର୍ପିତ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି । ଆଜି କାଶୀର ଭିତ୍ତିଭୂମି ସହିତ ସଂଯୁକ୍ତ ପାଖାପାଖି ୫ ହଜାର କୋଟି ଟଙ୍କାର ପ୍ରୋଜେକ୍ଟର ମଧ୍ୟ ଲୋକାର୍ପଣ କରାଯାଇଛି । ସେଥିରେ ସଡ଼କ ଠାରୁ ନେଇ ଘାଟର ସୌନ୍ଦର୍ଯ୍ୟକାଣ, ଗଙ୍ଗାଜୀ ଏବଂ ବାରୁଣା ନଦୀକୁ ସଫେଇ କରାଯିବ, ପୋଲ, ସର୍ବସାଧାରଣ ପାର୍କିଂ ସ୍ଥଳ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ସହିତ ସଂଶ୍ଳିଷ୍ଟ ଅନେକ ପ୍ରକଳ୍ପ ସାମିଲ । ପାର୍ବଣର ଏହି ଋତୁରେ, ଜୀବନକୁ ସୁଗମ, ସ୍ୱସ୍ଥ ଏବଂ ସମୃଦ୍ଧ କରିବା ନିମନ୍ତେ କାଶୀରେ ଏହି ବିକାଶ ପର୍ବ ପାଳନ କରାଯାଉଛି । ଏହାଦ୍ୱାରା ସମଗ୍ର ଦେଶକୁ ଏକପ୍ରକାର ନୂତନ ଆଲୋକ, ନୂତନ ଶକ୍ତି, ନୂତନ ବିଶ୍ୱାସ ମିଳିପାରିବ । ଏଥିପାଇଁ କାଶୀ ସହିତ ଆଜି ମୁଁ କାଶୀର ପବିତ୍ର ଭୂମିରୁ ୧୩୦ କୋଟି ଦେଶବାସୀଙ୍କୁ , ଭାରତର କୋଣ ଅନୁକୋଣରେ ଗାଁ ଗହଳରେ, ଭାରତ ସହରାଞ୍ଚଳରେ ବସବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ବହୁତ ବହୁତ ବଧେଇ ଜଣାଉଛି ।

ଭାଇ ଓ ଭଉଣୀଗଣ,

ଆମର ଏଠାରେ ପ୍ରତ୍ୟେକ କର୍ମର ମୂଳ ଆଧାର ଆରୋଗ୍ୟ ବୋଲି ବିଶ୍ୱାସ କରାଯାଏ । ଶରୀରକୁ ସୁସ୍ଥ ରଖିବା ନିମନ୍ତେ କରାଯାଇଥିବା ନିବେଶ, ସଦାବେଳେ ଉତ୍ତମ ନିବେଶ ବୋଲି ବିଶ୍ୱାସ କରାଯାଏ । କିନ୍ତୁ ସ୍ୱାଧୀନତା ପ୍ରାପ୍ତି ପରେ ଏକ ଦୀର୍ଘ କାଳଖଣ୍ଡରେ ଆରୋଗ୍ୟ ଉପରେ, ସ୍ୱାସ୍ଥ୍ୟ ସୁବିଧା ଉପରେ ସେତିକି ଧ୍ୟାନ ଦିଆଯାଇନଥିଲା ଯାହାକି ଦିଆଯିବା ଉଚିତ ଥିଲା, ଆବଶ୍ୟକ ଥିଲା ।

ଦେଶର ଯାହାଙ୍କର ସର୍ବାଧିକ ସମୟ ପର୍ଯ୍ୟନ୍ତ ସରକାର ରହିଥିଲା, ସେମାନେ ଦେଶର ହେଲ୍‌ଥ କେୟାର ସିଷ୍ଟମକୁ ସଂପୂର୍ଣ୍ଣ ବିକାଶ କରିବା ପରିବର୍ତ୍ତେ, ଲୋକମାନଙ୍କୁ ସେହିସବୁ ସୁବିଧାରୁ ବଞ୍ଚିତ ରଖିଥିଲେ ।

ଗାଁରେ ହସ୍ପିଟାଲ ନଥିଲା ଅଥବା ଯେଉଁଠାରେ ହସ୍ପିଟାଲ ଥିଲା ସେଠାରେ ଚିକିତ୍ସା ସୁବିଧା ଯୋଗାଇ ଦେବାବାଲ ନଥିଲେ । ବ୍ଲକରେ ହସ୍ପିଟାଲକୁ ଗଲେ ସେଠାରେ ପରୀକ୍ଷାନିରୀକ୍ଷାର ସୁବିଧା ନଥିଲା । ଟେଷ୍ଟ ଯଦିବା ହେଉଥିଲା ତାହାର ଫଳାଫଳକୁ ନେଇ ଭ୍ରମ ରହୁଥିଲା । ସଠିକ ଫଳାଫଳକୁ ନେଇ ମନରେ ଶଙ୍କା ରହୁଥିଲା । ଜିଲ୍ଲା ହସ୍ପିଟାଲରେ ଯଦି ପହଞ୍ଚିବ ସେଠାରେ ଜାଣିବାକୁ ମିଳିବ ଯେ ଗୁରୁତର ବେମାରୀ ଚିହ୍ନଟ ହୋଇଛି, ସେଥିପାଇଁ ସର୍ଜରୀ ଦରକାର । କିନ୍ତୁ ଯେଉଁ ସର୍ଜରୀ ହେବ ସେ ସୁବିଧା ସେଠାରେ ନାହିଁ । ସେଥିପାଇଁ ପୁଣି ଆଉ ଏକ ବଡ଼ ହସ୍ପିଟାଲକୁ ଦୌଡ଼ିବାକୁ ପଡ଼ିବ । ବଡ଼ ହସ୍ପିଟାଲରେ ତା’ଠାରୁ ଅଧିକ ଭିଡ଼, ଦୀର୍ଘ ସମୟର ପ୍ରତୀକ୍ଷା । ଆମେ ସମସ୍ତେ ଏହାର ସାକ୍ଷୀ ଯେ ରୋଗୀ ଏବଂ ତା’ର ସଂପୂର୍ଣ୍ଣ ପରିବାରଙ୍କୁ ଏମିତି ସମସ୍ୟା ସହିତ ଜୁଝିବାକୁ ପଡ଼ୁଥିଲା । ଜୀବନ ଏହିସବୁ ସମସ୍ୟାର ମୁକାବିଲା କରିବାରେ ଚାଲି ଯାଉଥିଲା । ଏମିତି ଧାଁଦଉଡ଼ ଭିତରେ ବେଳେବେଳେ ଗମ୍ଭୀର ବେମାରୀ ଆହୁରି ଜଟିଳ ଆକାର ଧାରଣ କରୁଥିଲା । ତା’ ଉପରେ ପୁଣି ଗରିବ ଲୋକଙ୍କ ମୁଣ୍ଡରେ ଯେଉଁ ଅନାବଶ୍ୟକ ଆର୍ଥିକ ବୋଝ ଲଦି ହୋଇ ପଡ଼ୁଥିଲା, ତାହା ଭିନ୍ନ ।

ସାଥୀଗଣ,

ଆମର ହେଲ୍‌ଥକେୟାର ବ୍ୟବସ୍ଥାରେ ଯେଉଁ ବିରାଟ ଅଭାବ ରହିଥିଲା, ସେଥିରେ ଗରିବ ଏବଂ ମଧ୍ୟବର୍ଗର ଲୋକଙ୍କୁ ହିଁ ଚିକିତ୍ସା ନିମନ୍ତେ ସଦାବେଳେ ଚିନ୍ତାରେ ଡୁବି ରହିବାକୁ ପଡ଼ୁଥିଲା ।

ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ-

ଦେଶର ହେଲ୍‌ଥକେୟାର ସିଷ୍ଟମରେ ଥିବା ଏହି ଅଭାବକୁ ଦୂର କରିବା ସହିତ ତା’ର ସମାଧାନ ଉପାୟ ପହଞ୍ଚାଇବ ।

ଭବିଷ୍ୟତରେ ଯେକୌଣସି ମହାମାରୀରୁ ବର୍ତ୍ତିବା ନିମନ୍ତେ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ । ସେଥିପାାଇଁ ନିଜର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ଆଜି ପ୍ରସ୍ତୁତ କରାଯାଉଛି ।

ଏହା ମଧ୍ୟ ପ୍ରୟାସ କରାଯାଉଛି ଯେ ରୋଗକୁ କିଭଳି ଯଥା ଶୀଘ୍ର ଚିହ୍ନଟ କରାଯାଇପାରିବ, ଯାଞ୍ଚରେ କିପରି ବିଳମ୍ବ ନଘଟିବ । ଲକ୍ଷ୍ୟ ଏହା ଯେ ଆଗାମୀ ୪- ୫ ବର୍ଷ ଭିତରେ ଦେଶର ଗାଁ ଠାରୁ ନେଇ ବ୍ଲକ୍‌, ଜିଲ୍ଲା, କ୍ଷେତ୍ରୀୟ ଏବଂ ରାଷ୍ଟ୍ରୀୟ ସ୍ତର ପର୍ଯ୍ୟନ୍ତ କ୍ରିଟିକାଲ ହେଲ୍‌ଥ୍‌ କେୟାର ନେଟୱାର୍କକୁ ସଶକ୍ତ କରାଯିବ ।

ବିଶେଷ ଭାବେ ଯେଉଁସବୁ ରାଜ୍ୟମାନଙ୍କରେ ସ୍ୱାସ୍ଥ୍ୟ ସୁବିଧାଗୁଡ଼ିକର ଅଭାବ ଅଧିକ ମାତ୍ରାରେ ଅନୁଭୂତ ହେଉଛି, ଯେପରିକି ଆମର ପାର୍ବତ୍ୟାଞ୍ଚଳ ରାଜ୍ୟ ଏବଂ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରର ରାଜ୍ୟ, ସେସବୁ ଉପରେ ଅଧିକ ଦୃଷ୍ଟି ଦିଆଯାଉଛି । ଯେମିତି ଉତ୍ତରାଖଣ୍ଡ କି ହିମାଚଳ ପ୍ରଦେଶ ଭଳି ରାଜ୍ୟ ।

ସାଥୀଗଣ,

ଦେଶର ସ୍ୱାସ୍ଥ୍ୟ ସେକ୍ଟରରେ ଭିନ୍ନ ଭିନ୍ନ ପ୍ରକାର ସମସ୍ୟା ଓ ଅଭାବକୁ ପୂରଣ କରିବା ନିମନ୍ତେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନର ୩ଟି ବଡ଼ ଆଭିମୁଖ୍ୟ ରହିଛି ।

ପ୍ରଥମ, ରୋଗ ଚିହ୍ନଟ ଏବଂ ଉପଚାର (ଡାଇଗ୍ନୋଷ୍ଟିକ୍‌ ଏବଂ ଟ୍ରିଟମେଣ୍ଟ) ନିମନ୍ତେ ବିସ୍ତୃତ ସୁବିଧାର ନିର୍ମାଣ ସହିତ ଜଡ଼ିତ । ଏହା ଅଧୀନରେ ଗାଁଗଣ୍ଡାରେ ଏବଂ ସହରରେ ସ୍ୱାସ୍ଥ୍ୟ ଏବଂ ନିରାମୟ କେନ୍ଦ୍ରମାନ ଖୋଲା ଯାଇଛି ଯେଉଁଠାରେ ରୋଗୀମାନଙ୍କୁ ପ୍ରାରମ୍ଭିକ ଅବସ୍ଥାରେ ହିଁ ଚିହ୍ନଟ କରାଯିବାର ସକଳ ପ୍ରକାର ସାଧନ ଓ ସୁବିଧା ଉପଲବ୍ଧ ରହିବ ।

ସେହିସବୁ ସେଣ୍ଟରମାନଙ୍କରେ ମାଗଣା ମେଡ଼ିକାଲ ପରାମର୍ଶ, ମାଗଣା ପରୀକ୍ଷା, ମାଗଣା ଔଷଧ ଭଳି ସୁବିଧା ଉପଲବ୍ଧ ହେବ । ଉପଯୁକ୍ତ ସମୟରେ ରୋଗକୁ ଚିହ୍ନଟ କରାଯାଇପାରିବ । ତାହା ଫଳରେ ରୋଗ ଗମ୍ଭୀର ଆକାର ଧାରଣ କରିବାର ଆଶଙ୍କା ମଧ୍ୟ ହ୍ରାସ ପାଇବ । ଗମ୍ଭୀର ବେମାରୀ ଭଳି ସ୍ଥିତିରେ ଏହାର ଚିକିତ୍ସା ନିମନ୍ତେ ୬୦୦ରୁ ଅଧିକ ଜିଲ୍ଲାରେ କ୍ରିଟିକାଲ କେୟାର ସହିତ ସଂଯୁକ୍ତ ୩୫ ହଜାରରୁ ଅଧିକ ନୂତନ ଶଯ୍ୟା ପ୍ରସ୍ତୁତ କରାଯିବ । ଅବଶିଷ୍ଟ ୧୨୫ ଜିଲ୍ଲାରେ ରେଫରାଲ ସୁବିଧା ପ୍ରଦାନ କରାଯିବ ।

ରାଷ୍ଟ୍ରୀୟ ସ୍ତରରେ ଏଥିପାଇଁ ତାଲିମ ଏବଂ ଦ୍ୱିତୀୟରେ କାପାସିଟି ବିଲ୍ଡିଂ (ଦକ୍ଷତା ବୃଦ୍ଧି) ନିମନ୍ତେ ୧୨ଟି କେନ୍ଦ୍ରୀୟ ହସ୍ପିଟାଲରେ ଜରୁରି ସୁବିଧାର ବିକାଶ ଘଟାଯିବା ଉପରେ କାର୍ଯ୍ୟ ଜାରି ରହିଛି । ଏହି ଯୋଜନା ଅଧୀନରେ ରାଜ୍ୟମାନଙ୍କରେ ମଧ୍ୟ ସର୍ଜରୀ ସହିତ ସଂଶ୍ଳିଷ୍ଟ ନେଟୱାର୍କକୁ ସଶକ୍ତ କରିବା ସକାଶେ ଅହୋରାତ୍ର ଚାଲିବା ବାଲା ୧୫ ଏମର୍ଜେନ୍ସି ଅପରେସନ୍‌ ସେଣ୍ଟର ପ୍ରସ୍ତୁତ କରାଯିବ ।

ସାଥୀଗଣ,

ଯୋଜନାର ଦ୍ୱିତୀୟ ଉଦ୍ଦେଶ୍ୟ, ରୋଗମାନଙ୍କର ଯାଞ୍ଚ ନିମନ୍ତେ ଟେଷ୍ଟି ନେଟୱାର୍କ ସହିତ ଜଡ଼ିତ । ଏହି ମିଶନ ଅଧୀନରେ ରୋଗମାନଙ୍କର ଯାଞ୍ଚ, ଏହା ଉପରେ କିଭଳି ଧ୍ୟାନ ଦିଆଯିବ ଏବଂ ସେଥିପାଇଁ ଜରୁରି ସଂସାଧନ ଷ୍ଟ୍ରକଚରର ବିକାଶ ଘଟାଯିବ ।

ଦେଶର ୭୩୦ଟି ଜିଲ୍ଲାରେ ସମନ୍ୱିତ ସରକାରୀ ସ୍ୱାସ୍ଥ୍ୟ ଲାବ୍‌ ଏବଂ ଦେଶର ଚିହ୍ନିତ ସାଢ଼େ ୩ ହଜାର ବ୍ଲକ୍‌ରେ, ବ୍ଲକସ୍ତରୀୟ ସରକାରୀ ସ୍ୱାସ୍ଥ୍ୟ ୟୁନିଟ୍‌ ପ୍ରସ୍ତୁତ କରାଯିବ । ୫ଟି କ୍ଷେତ୍ରୀୟ ନ୍ୟାସନାଲ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ, ୨୦ଟି ମେଟ୍ରୋପୋଲିଟାନ ୟୁନିଟ୍‌ ଏବଂ ୧୫ଟି ବିଏସଏଲ ଲାବ୍‌ ମଧ୍ୟ ଏହି ନେଟୱାର୍କକୁ ଆହୁରି ସଶକ୍ତ କରିବ ।

ଭାଇ ଓ ଭଉଣୀଗଣ,

ଏହି ମିଶନର ତୃତୀୟ ଉଦ୍ଦେଶ୍ୟ ହେଲା ମହାମାରୀ ସହିତ ସଂଶ୍ଳିଷ୍ଟ ଗବେଷଣା ସଂସ୍ଥାନର ବିସ୍ତାରଣ । ସେସବୁକୁ ଅଧିକ ସଶକ୍ତ କରିବା । ଏବେ ଦେଶରେ ୮୦ଟି ଭାଇରାଲ ଡାଇଗ୍ନୋଷ୍ଟିକ୍‌ ଏବଂ ଗବେଷଣା ଲାବ୍‌ ରହିଛି । ସେସବୁକୁ ଅଧିକ ସକ୍ଷମ ଓ ବ୍ୟାପକ କରାଯିବ । ମହାମାରୀ ପାଇଁ ବାୟୋସେଫ୍ଟି ଲାବ୍‌-୩ ଭଳି ମାନର ପରୀକ୍ଷାଗାର ଆବଶ୍ୟକ । ଏଭଳି ୧୫ଟି ନୂତନ ପରୀକ୍ଷାଗାରକୁ କାର୍ଯ୍ୟକ୍ଷମ କରାଯିବ । ଏହା ବ୍ୟତୀତ ଦେଶରେ ୪ଟି ନୂତନ ରାଷ୍ଟ୍ରୀୟ ଭୂତାଣୁ ବିଜ୍ଞାନ ପ୍ରତିଷ୍ଠାନ ଏବଂ ଗୋଟିଏ ରାଷ୍ଟ୍ରୀୟ ଏକକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ମଧ୍ୟ ସ୍ଥାପନା କରାଯିବ ।

ଦକ୍ଷିଣ ଏସିଆ ନିମନ୍ତେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର କ୍ଷେତ୍ରୀୟ ଗବେଷଣା ପ୍ଲାଟଫର୍ମ ମଧ୍ୟ ଏହି ନେଟୱାର୍କକୁ ଅଧିକ ସଶକ୍ତ କରିବ । ଅର୍ଥାତ୍‌, ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ମାଧ୍ୟମରେ ଦେଶର କୋଣ ଅନୁକୋଣରେ ଚିକିତ୍ସା ସୁବିଧା ଠାରୁ ନେଇ କ୍ରିଟିକାଲ ରିସର୍ଚ୍ଚ ପର୍ଯ୍ୟନ୍ତ, ଏକ ସଂପୂର୍ଣ୍ଣ ଇକୋସିଷ୍ଟମର ବିକାଶ ଘଟାଯିବ ।

ସାଥୀଗଣ,

ବାସ୍ତବ ପକ୍ଷେ ଏସବୁ କାର୍ଯ୍ୟ ଦଶନ୍ଧି ଦଶନ୍ଧି ପୂର୍ବରୁ କରାଯିବା ଉଚିତ ଥିଲା ।  କିନ୍ତୁ ଅବସ୍ଥା କିଭଳି ଅବସ୍ଥାରେ ରହିଛି ତାହା ବର୍ଣ୍ଣନା କରିବାର ଆବଶ୍ୟକତା ଥିବା ମୁଁ ଅନୁଭବ କରୁନାହିଁ । ଗତ ୭ ବର୍ଷ ମଧ୍ୟରେ ଆମେ ଏଥିରେ ଲଗାତାର ଭାବେ ସୁଧାର ଆଣି ଚାଲିଛୁ । କିନ୍ତୁ ଏବେ ଏକ ବହୁତ ବଡ଼ ଆକାରରେ, ଖୁବ୍‌ ତ୍ୱରିତ ଢ଼ଙ୍ଗରେ ଏହି କାର୍ଯ୍ୟ ସଂପାଦନ କରାଯାଉଛି । କିଛି ଦିନ ପୂର୍ବରୁ ଆପଣମାନେ ଦେଖିଥିବେ ମୁଁ ଦିଲ୍ଲୀରେ ସମଗ୍ର ଦେଶ ପାଇଁ ଏକ ଗତି- ଶକ୍ତି ନାମକ ଏକ ବହୁତ ବଡ଼ ଦେଶବ୍ୟାପୀ ଇନଫ୍ରାଷ୍ଟ୍ରକଚର ସହିତ ସଂଶ୍ଳିଷ୍ଟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲି ଆଜି ଏହା ହେଉଛି ଦ୍ୱିତୀୟ କାର୍ଯ୍ୟକ୍ରମ ଯେଉଁଥିରେ ୬୪ ହଜାର ଟଙ୍କା ଦେଶର ସ୍ୱାସ୍ଥ୍ୟ କ୍ଷେତ୍ର ନିମନ୍ତେ ବ୍ୟୟ କରାଯିବ । ଦେଶବାସୀଙ୍କ ସ୍ୱାସ୍ଥ୍ୟ ନିମନ୍ତେ, ସେମାନଙ୍କୁ ଆରୋଗ୍ୟ ରଖିବା ସକାଶେ, ରୋଗ ବିରୁଦ୍ଧରେ ଲଢ଼େଇ ଲଢ଼ିବା ପାଇଁ ଏବଂ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସୁସ୍ଥ ରଖିବା ନିମନ୍ତେ ଏତେ ବଡ଼ ମିଶନକୁ ନେଇ ଆଜି କାଶୀ ଭୂମିରୁ ଆମେ ସାରା ଦେଶରେ ତାହା କାର୍ଯ୍ୟକାରୀ କରିବା ନିମନ୍ତେ ଯାତ୍ରା ଆରମ୍ଭ କରୁଛୁ ।

ସାଥୀଗଣ,

ଯେତେବେଳେ ଦେଶରେ ଏଭଳି ଏକ ବିଶାଳ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟି ହେବ, ସେତେବେଳେ ସ୍ୱାସ୍ଥ୍ୟ ସେବାକୁ ତ ଏହା ସହାୟକ ହେବ, ଏଥି ସହିତ ଲୋକମାନଙ୍କ ରୋଜଗାର ନିମନ୍ତେ ମଧ୍ୟ ଏହା ଏକ ବିକଶିତ ବାତାବରଣ ସୃଷ୍ଟି କରିବ । ଡାକ୍ତର, ପାରାମେଡିକ୍‌, ଲାବ୍‌, ଫାର୍ମାସୀ, ସଫାସୁତୁରା, ଅଫିସ, ଟ୍ରାଭଲ- ଟ୍ରାନ୍ସପୋର୍ଟ, ଖାନାପିନା, ଏଭଳି ଅନେକ ପ୍ରକାର ରୋଜଗାର ପନ୍ଥା ଭଳି ଯୋଜନା ମଧ୍ୟ ସୃଷ୍ଟି ହୋଇପାରିବ । ଆମେ ଦେଖିଛୁ ଯେ ଯେତେବେଳେ ଗୋଟିଏ ସ୍ଥାନରେ ଗୋଟିଏ ବଡ଼ ହସ୍ପିଟାଲ ନିର୍ମିତ ହୁଏ ତ ପୂରା ସହର ସେଠାରେ ବିକଶିତ ହୋଇଥାଏ । ହସ୍ପିଟାଲ ସହିତ ଯେଉଁସବୁ ବ୍ୟବସ୍ଥା ଯୋଡ଼ିହୋଇ ସେଠାରେ ତାହା ମୁଣ୍ଡ ଟେକିଥାଏ । ସେଠାରେ ଅନେକ ଲୋକଙ୍କ ପାଇଁ ଦୈନନ୍ଦିନ ଜୀବନଜୀବିକା ମଧ୍ୟ ସୃଷ୍ଟି ହୋଇଥାଏ । ବହୁତ ବଡ଼ ଆର୍ଥିକ ଗତିବିଧିର କେନ୍ଦ୍ର ସେଠାରେ ଜନ୍ମ ନେଇଥାଏ । ସେଇଥିପାଇଁ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ସହିତ ସ୍ୱାସ୍ଥ୍ୟ ସହିତ ଆର୍ଥିକ ଆତ୍ମନିର୍ଭରତାର ଏକ ମାଧ୍ୟମ ମଧ୍ୟ ମୁଣ୍ଡ ଟେକିବାକୁ ଯାଉଛି ।

ଏହା ସାମଗ୍ରିକ ସ୍ୱାସ୍ଥ୍ୟସେବା ଗଠନ ଦିଗରେ ଏହା ହେଉଛି ଏକ ଉପକ୍ରମ । ହୋଲିଷ୍ଟିକ୍‌ ହେଲ୍‌ଥ କେୟାର ଅର୍ଥାତି ଯାହା ସମସ୍ତଙ୍କ ପାଇଁ ସୁଲଭରେ ଉପଲବ୍ଧ, ଯାହା ଶସ୍ତା ଏବଂ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇଥିବ । ହୋଲିଷ୍ଟିକ୍‌ ହେଲ୍‌ଥ କେୟାର ଅର୍ଥାତ୍‌ ସ୍ୱାସ୍ଥ୍ୟ ସହିତ ନିରାମୟ ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରୀତ କରାଯିବ । ସ୍ୱଚ୍ଛ ଭାରତ ଅଭିଯାନ, ଜଳ ଜୀବନ ମିଶନ, ଉଜ୍ୱଳା ଯୋଜନା, ପୋଷଣ ଅଭିଯାନ, ମିଶନ ଇନ୍ଦ୍ରଧନୁଷ, ଏଭଳି ଅନେକ ଅଭିଯାନ ମାଧ୍ୟମରେ ଦେଶର କୋଟି କୋଟି ଗରିବ ଲୋକଙ୍କୁ ରୋଗ ଦାଉରୁ ରକ୍ଷା କରିବାର ପ୍ରୟାସ କରାଯାଇଛି, ସେମାନଙ୍କୁ ବେମାର ହେବାରୁ ମଧ୍ୟ ସୁରକ୍ଷିତ ରଖାଯାଉଛି ।

ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ଦେଶର ଦୁଇ କୋଟିରୁ ଅଧିକ ଗରିବ ଲୋକଙ୍କୁ ହସପିଟାଲରେ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇସାରିଛି । ସେମାନଙ୍କ ଚିକିତ୍ସା ସହିତ ଯୋଡ଼ିହୋଇ ରହିଥିବା ସକଳ ପ୍ରକାର ସମସ୍ୟାକୁ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ମାଧ୍ୟମରେ ସମାଧାନ କରାଯାଉଛି ।

ଭାଇ ଓ ଭଉଣୀଗଣ,

ଆମ ପୂର୍ବରୁ ବର୍ଷ ବର୍ଷ ଧରି ଯେଉଁ ସରକାର କ୍ଷମତାରେ ରହିଥିଲେ, ସେମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା, ଅର୍ଥ ଉପାର୍ଜନ କରିବା, ଦୁର୍ନୀତିର ଏକ ମାଧ୍ୟମ ହୋଇ ରହିଆସିଥିଲା । ଗରିବ ଲୋକଙ୍କ ଦୁଃଖକଷ୍ଟକୁ ଦେଖିସୁଦ୍ଧା, ସେମାନେ ତାହା ଠାରୁ ଦୂରରେ ରହିଥିଲେ । ଆଜି କେନ୍ଦ୍ର ଓ ରାଜ୍ୟରେ ଯେଉଁ ସରକାର ଅବସ୍ଥାପିତ, ସେମାନେ ଗରିବ, ଦଳିତ, ଶୋଷିତ, ବଞ୍ଚିତ, ପଛୁଆବର୍ଗ, ମଧ୍ୟମ ବର୍ଗ ସମସ୍ତଙ୍କ ଦୁଃଖ ଦୁର୍ଦ୍ଦଶାକୁ ଉତ୍ତମ ରୂପେ ବୁଝୁଛନ୍ତି । ଦେଶରେ ସ୍ୱାସ୍ଥ୍ୟ ସୁବିଧାକୁ ଉତ୍ତମ ଓ ଗୁଣାତ୍ମକ କରିବା ନିମନ୍ତେ ଆମେ ଦିନ ରାତି କାର୍ଯ୍ୟ କରିଚାଲିଛୁ । ପୂର୍ବରୁ ଲୋକମାନଙ୍କ ଅର୍ଥ ଦୁର୍ନୀତିରେ ବରବାଦ ହେଉଥିଲା, ସେସବୁ ପଇସା ଦୁର୍ନୀତିଖୋରଙ୍କ ତହବିଲକୁ ଯାଉଥିଲା, ଆଜି ବଡ଼ ବଡ଼ ପ୍ରକଳ୍ପ ନିମନ୍ତେ ଅର୍ଥ ବ୍ୟୟ କରାଯାଉଛି । ସେଥିପାଇଁ ଆଜି ଇତିହାସର ସବୁଠାରୁ ବଡ଼ ମହାମାରୀ ବିରୁଦ୍ଧରେ ଦେଶ ଲଢ଼େଇ ଜାରି ରଖିଛି ଏବଂ ଆତ୍ମନିର୍ଭର ଭାରତ ନିମନ୍ତେ ଲକ୍ଷ ଲକ୍ଷ କୋଟି ଟଙ୍କା ଭିତ୍ତିଭୂମି ବିକାଶ ନିମନ୍ତେ ବ୍ୟୟ କରୁଛି ।

ସାଥୀଗଣ,

ଦେଶରେ ମେଡ଼ିକାଲ ସୁବିଧା ବୃଦ୍ଧି କରାଯିବା ଏକାନ୍ତ ଜରୁରି ଏବଂ ତାହା ବୃଦ୍ଧି କରାଯାଉଛି । କାରଣ ମେଡ଼ିକାଲ ସୁବିଧା ବୃଦ୍ଧି ସହିତ ଡାକ୍ତର ଓ ପାରାମେଡ଼ିକ ଷ୍ଟାଫ୍‌ଙ୍କ ସଂଖ୍ୟା ମଧ୍ୟ କ୍ଷିପ୍ର ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଉତ୍ତର ପ୍ରଦେଶରେ ମଧ୍ୟ ଯେଉଁ ଗତିରେ ମେଡ଼ିକାଲ କଲେଜମାନ ଖୋଲା ଯାଉଛି, ଏହାର ବ୍ୟାପକ ସୁଫଳ ମେଡ଼ିକାଲ ସିଟ ଏବଂ ଡାକ୍ତରମାନଙ୍କ ସଂଖ୍ୟା ବୃଦ୍ଧି ଉପରେ ପଡ଼ିବ । ଅଧିକ ମେଡ଼ିକାଲ ସିଟ୍‌ ଯୋଗୁ ଏବେ ଗରିବ ମାତାପିତାମାନେ ସେମାନଙ୍କର ସନ୍ତାନମାନଙ୍କୁ ଡାକ୍ତର ବନେଇବା ପାଇଁ ମନରେ ରଖିଥିବା ସ୍ୱପ୍ନକୁ ସାକାର କରିପାରିବେ ଏବଂ ତାହା ପୂରଣ ହୋଇପାରିବ ।

ଭାଇ ଓ ଭଉଣୀଗଣ,

ଦେଶ ସ୍ୱାଧୀନତାର ୭୦ ବର୍ଷ ପରେ ଦେଶର ମେଡ଼ିକାଲ କଲେଜରୁ ଯେତେ ସଂଖ୍ୟକ ପିଲା ଡାକ୍ତରୀ ପାଠ ପଢ଼ି ବାହାରିଛନ୍ତି, ସେମାନଙ୍କ ଠାରୁ ଅଧିକ ଡାକ୍ତର ଆଗାମୀ ୧୦ – ୧୨ ବର୍ଷରେ ଦେଶକୁ ମିଳିବାକୁ ଯାଉଛି । ଆପଣମାନେ କଳ୍ପନା କରିପାରିବେ ଯେ ମେଡ଼ିକାଲ କ୍ଷେତ୍ରରେ ଏବେ କେତେ ବ୍ୟାପକ ମାତ୍ରାରେ କାର୍ଯ୍ୟ ଜାରି ରହିଛି । ଏବେ ଯେତେବେଳେ ଦେଶରେ ଅଧିକ ଡାକ୍ତର ସୃଷ୍ଟି ହେବେ ସେମାନେ ଦେଶର କୋଣ ଅନୁକୋଣରେ, ଗାଁ ଗାଁରେ ପହଞ୍ଚିବେ । ଲୋକମାନଙ୍କୁ ସୁବିଧାରେ ଚିକିତ୍ସା ସୁବିଧା ଉପଲବ୍ଧ ହେବ । ଏହା ହେଉଛି ନୂତନ ଭାରତ ଯେଉଁଠାରେ ଅଭାବ ଠାରୁ ଆଗକୁ ବଢ଼ି ପ୍ରତ୍ୟେକ ନାଗରିକର ଆଶା ଆକାଂକ୍ଷା ପୂରଣ ନିମନ୍ତେ ସରକାର ଦିନ ରାତି କାର୍ଯ୍ୟ କରୁଛନ୍ତି ।

ଭାଇ ଓ ଭଉଣୀଗଣ,

ଅତୀତରେ ଦେଶରେ ହୋଇଥାଉ କିମ୍ବା ପୁଣି ଉତ୍ତର ପ୍ରଦେଶରେ, ଯେଉଁ ପ୍ରକାର କାର୍ଯ୍ୟ ହୋଇଥିଲା, ଯଦି ସେହି ମାତ୍ରାରେ କାର୍ଯ୍ୟ ଚାଲିଥାନ୍ତା, ତେବେ ଆଜି କାଶୀର ସ୍ଥିତି କ’ଣ ଥାଆନ୍ତା ? ବିଶ୍ୱର ସବୁଠାରୁ ପ୍ରାଚୀନ ନଗରୀକୁ, ଭାରତର ସାଂସ୍କୃତିକ ଐତିହ୍ୟର ପ୍ରତୀକ କାଶୀକୁ ସେମାନେ ତା’ର ନିଜ ସ୍ଥିତିରେ ଛାଡ଼ି ଦେଇଥିଲେ । ସେଇ ଖୋଲାମେଲାରେ ଲଟକିଥିବା ବିଜୁଳି ତାର, ଆବଡ଼ା ଖାବଡ଼ା ରାସ୍ତା, ଘାଟ ଓ ଗଙ୍ଗାମାତାଙ୍କ ଦୁର୍ଦ୍ଦଶା, ଜାମ୍‌, ପ୍ରଦୂଷଣ, ଅବ୍ୟବସ୍ଥା ଏମିତି ସବୁକିଛି ଚାଲିଥିଲା । ଆଜି କାଶୀର ହୃଦୟ ସେଇଆ ରହିଛି, ମନ ସେଇଆ ରହିଛି, କିନ୍ତୁ କାୟାକୁ ସୁଧାରିବା ନିମନ୍ତେ ନିଷ୍ଠାର ସହିତ ପ୍ରୟାସ ଜାରି ରହିଛି । କାଶୀରେ ଯେତେ ଯେତେ କାର୍ଯ୍ୟ ବିଗତ ୭ ବର୍ଷ ଭିତରେ ହୋଇଛି, ସେତିକି କାର୍ଯ୍ୟ ଦଶନ୍ଧି ଦଶନ୍ଧି ଧରି ହୋଇନଥିଲା ।

ଭାଇ ଓ ଭଉଣୀଗଣ,

ଏକ ରିଙ୍ଗ୍‌ ରୋଡ଼ର ଅଭାବ ଯୋଗୁ କାଶୀରେ ଜନଗହଳିର କିପରି ସ୍ଥିତି ସୃଷ୍ଟି ହେଉଥିଲା, ତାହା ଆପଣମାନେ ବର୍ଷ ବର୍ଷ ଧରି ଅନୁଭବ କରିଆସୁଥିଲେ । ‘ନୋ ଏଣ୍ଟ୍ରି’ ଖୋଲିବା ସକାଶେ ଅପେକ୍ଷା କରି କରି ତ ବନାରସବାସୀଙ୍କର ଏହା ଏକ ଆନନ୍ଦରେ ପରିଣତ ହୋଇସାରିଥିଲା । ଏବେ ରିଙ୍ଗ୍‌ ରୋଡ଼ ନିର୍ମିତ ହେବାରୁ ପ୍ରୟାଗରାଜ, ଲକ୍ଷ୍ନୌ, ସୁଲତାନପୁର, ଆଜମଗଡ଼, ଗାଜୀପୁର, ଗୋରଖପୁର, ଦିଲ୍ଲୀ, କୋଲକାତା, ଯେକୌଣସି ସ୍ଥାନକୁ ଯାତାୟାତ କରିବାକୁ ହେଉ, କେହି ଆଉ ଆସି ସହରବାସୀଙ୍କୁ କୌଣସି ପ୍ରକାର ଅସୁବିଧାରେ ପକାଉନାହାନ୍ତି । କେବଳ ସେତିକି ନୁହେଁ, ରିଙ୍ଗ୍‌ ରୋଡ଼ ଏବେ ଗାଜିପୁରର ବିରନୋନ ପର୍ଯ୍ୟନ୍ତ ଚାରି ପରସ୍ତିଆ ଜାତୀୟ ରାଜମାର୍ଗ ସହିତ ସଂଯୋଗ ହୋଇଛି । ଅନେକ ସ୍ଥାନରେ ସର୍ଭିସ ରୋଡ଼ର ସୁବିଧା ମଧ୍ୟ କରାଯାଇଛି । ଏହା ଫଳରେ ଅନେକ ଗ୍ରାମ ସହିତ ପ୍ରୟାଗରାଜ, ଲକ୍ଷ୍ନୌ, ଗୋରଖପୁର ଓ ବିହାର, ନେପାଳ ପର୍ଯ୍ୟନ୍ତ ଯାତାୟାତ ଅଧିକ ସୁବିଧାଜନକ ହୋଇପାରିଛି । ଏହା ଫଳରେ ଯାତ୍ରା ତ ସୁବିଧାଜନକ ହୋଇଛି, ବ୍ୟବସାୟ ବାଣିଜ୍ୟ କାରବାରକୁ ମଧ୍ୟ ଗତି ମିଳିଛି, ପରିବହନ ଖର୍ଚ୍ଚ ମଧ୍ୟ କମ୍‌ ହୋଇପାରିଛି ।

ଭାଇ ଓ ଭଉଣୀଗଣ,

ଯେଉଁ ପର୍ଯ୍ୟନ୍ତ ଦେଶରେ ଏକ ସମର୍ପିତ ଭିତ୍ତିଭୂମିର ନିର୍ମାଣ କରାନଯାଇଛି, ସେପର୍ଯ୍ୟନ୍ତ ବିକାଶର ଗତି ଅସଂପୂର୍ଣ୍ଣ ରହିଥିବ । ବରୁଣା ନଦୀରେ ଦୁଇଟି ପୋଲ ନିର୍ମିତ ହେବା ଦ୍ୱାରା ଡଜନ ଡଜନ ଗ୍ରାମକୁ ସହର ପର୍ଯ୍ୟନ୍ତ ଯାତାୟାତ ସୁଗମ ହୋଇପାରିଛି ।ଏହା ଦ୍ୱାରା ବିମାନ ବନ୍ଦରକୁ ଆତଯାତ କରୁଥିବା ପ୍ରୟାଗରାଜ, ଭଦ୍ରୋହୀ ଏବଂ ମୀର୍ଜାପୁରର ଲୋକମାନଙ୍କୁ ଖୁବ୍‌ ସୁବିଧା ହୋଇପାରିବ ।

କାଳୀନ ଉଦ୍ୟୋଗ ସହିତ ଯୋଡ଼ିହୋଇଥିବା ସାଥୀମାନଙ୍କୁ ମଧ୍ୟ ଏହାଦ୍ୱାରା ଲାଭ ମିଳିବ ଏବଂ ମା’ ବିନ୍ଧ୍ୟବାସିନୀଙ୍କ ଦର୍ଶନ କରିବା ନିମନ୍ତେ ବିମାନ ବନ୍ଦରରୁ ସିଧାସଳଖ ଲୋକମାନେ ମୀର୍ଜାପୁର ଯିବାକୁ ଇଚ୍ଛୁକ ମା’ଙ୍କର ଭକ୍ତିମାନଙ୍କୁ ମଧ୍ୟ ସୁବିଧା ହୋଇପାରିବ । ସଡ଼କ, ପୋଲ, ପାର୍କିଂ ସ୍ଥଳ ସହିତ ଯୋଡ଼ିହୋଇଥିବା ଏଭଳି ଅନେକ ପ୍ରକଳ୍ପ ଆଜି କାଶୀବାସୀଙ୍କୁ ସମର୍ପିତ କରାଯାଇଛି ଯାହା ଫଳରେ ସହର ଏବଂ ତା’ର ଆଖପାଖରେ ବସବାସ କରୁଥିବା ଲୋକମାନଙ୍କ ଜୀବନ ଅଧିକ ସୁଗମ ହୋଇପାରିଛି । ରେଳ ଷ୍ଟେସନରେ ନିର୍ମିତ ହେଉଥିବା ଆଧୁନିକ ଏକଜିକ୍ୟୁଟିଭ୍‌ ଲାଉଁଜ ଦ୍ୱାରା ଯାତ୍ରୀମାନଙ୍କୁ ଅଧିକ ସୁବିଧା ଓ ଆରାମ ମିଳିପାରିବ ।

ସାଥୀଗଣ,

ଗଙ୍ଗା ନଦୀର ସ୍ୱଚ୍ଛତା ଏବଂ ନିର୍ମାଳତା ନିମନ୍ତ ବିଗତ ବର୍ଷମାନଙ୍କରେ ବ୍ୟାପକ କାର୍ଯ୍ୟ ହାତକୁ ନିଆଯାଇଛି ଯାହାର ପରିଣାମ ଆଜି ଆମେ ସଭିଏଁ ଅନୁଭବ କରିପାରୁଛେ । ଘରମାନଙ୍କରୁ ବାହାରୁଥିବା ବର୍ଜ୍ୟଜଳ କିପରି ମା’ ଗଙ୍ଗା ବକ୍ଷରେ ପ୍ରବେଶ ନକରିବ, ସେଥିପାଇଁ ନିରନ୍ତର ପ୍ରୟାସ କରାଯାଉଛି । ଏବେ ରାମନଗରରେ ୫ଟି ନାଳରୁ ପ୍ରବାହିତ ସ୍ୱେରେଜ ଜଳକୁ ଟ୍ରିଟମେଣ୍ଟ କରିବା ନିମନ୍ତେ ଅତ୍ୟାଧୁନିକ ଟ୍ରିଟମେଣ୍ଟ ପ୍ଲାଣ୍ଟ କାର୍ଯ୍ୟ କରିବା ଆରମ୍ଭ କରିଛି । ଏହା ଫଳରେ ଆଖପାଖରେ ବସବାସ କରୁଥିବା ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କୁ ସୁବିଧା ମିଳିପାରୁଛି । ଗଙ୍ଗାଜୀ କେବଳ ନୁହନ୍ତି, ଅପର ପକ୍ଷେ, ବରୁଣାର ସ୍ୱଚ୍ଛତା ଉପରେ ମଧ୍ୟ ପ୍ରାଥମିକତା ଆଧାରରେ କାର୍ଯ୍ୟ ଜାରି ରହିଛି ।

ଦୀର୍ଘ ସମୟ ପର୍ଯ୍ୟନ୍ତ ଉପେକ୍ଷାର ଶିକାର ହୋଇ ରହିଥିବା ବରୁଣା, ନିଜର ଅସ୍ତିତ୍ୱ ହରାଇବାର ଦ୍ୱାରଦେଶରେ ପହଞ୍ଚି ସାରିଥିଲା । ବରୁଣାକୁ ବଞ୍ଚାଇବା ନିମନ୍ତେ ଚାନେଲାଇଜେସନ୍‌ର ଯୋଜନା ଉପରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଜି ସ୍ୱଚ୍ଛ ଜଳ ମଧ୍ୟ ବରୁଣାରେ ପହଞ୍ଚିପାରୁଛି । ୧୩ଟି ଛୋଟ ବଡ଼ ନାଳର ଜଳକୁ ଟ୍ରିଟମେଣ୍ଟ କରାଯାଉଛି । ବରୁଣର ଦୁଇ ପାଖରେ ପାଥୱେ, ରେଲିଂ, ଲାଇଟି, ପକ୍କା ଘାଟ, ଶିଢ଼ି ଏମିତି ଅନେକ ସୁବିଧାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇସାରିଛି ।

ସାଥୀଗଣ,

କାଶୀ ଆଧ୍ୟାତ୍ମ୍ୟ ସହିତ ଗ୍ରାମୀଣ ଅର୍ଥବ୍ୟବସ୍ଥାର ମଧ୍ୟ ଏକ ବିଶେଷ କେନ୍ଦ୍ର ଭାବେ ମାନ୍ୟତା ଲାଭ କରିଛି । କାଶୀ ସହିତ ସଂପୂର୍ଣ୍ଣ ପୂର୍ବାଞ୍ଚଳର କୃଷକମାନଙ୍କ ଉତ୍ପାଦକୁ ଦେଶ- ବିଦେଶର ବଜାରରେ ପହଞ୍ଚାଇବା ସକାଶେ ବିଗତ ବର୍ଷମାନଙ୍କରେ ଅନେକ ସୁବିଧାର ବିକାଶ ଘଟାଯାଇଛି । ପେରିସେବଲ କାର୍ଗୋ ସେଣ୍ଟର ସ୍ଥାପନ ଠାରୁ ନେଇ ପ୍ୟାକେଜିଂ ଏବଂ ପ୍ରୋସେସିଂର ଅତ୍ୟାଧୁନିକ ଭିତ୍ତିଭୂମିର ଏଠାରେ ବିକାଶ ଘଟାଯାଇଛି ।

ଏହି ଯୋଜନାରେ ଲାଲ ବାହାଦୂର ଶାସ୍ତ୍ରୀ ଫଳ ଓ ପନିପରିବା ମାର୍କେଟର ଆଧୁନିକୀକରଣ କରାଯାଇଛି ଏବଂ ଏହାର ପୁନର୍ବିନ୍ୟାସ ମଧ୍ୟ ହୋଇଛି । ଏହା ଦ୍ୱାରା କୃଷକମାନଙ୍କୁ ଢେର୍‌ ସୁବିଧା ମିଳିପାରିବ । ଶାହାରାନପୁରର ବାୟୋ- ସିଏନଜି ପ୍ଲାଣ୍ଟ୍‌ ନିର୍ମିତ ହେବା ଦ୍ୱାରା ବାୟୋଗ୍ୟାସ ମଧ୍ୟ ଉପଲବ୍ଧ ହୋଇପାରିବ ଏବଂ ହଜାର ହଜାର ମେଟ୍ରିକ୍‌ ଟନ୍‌ ଅର୍ଗାନିକ ଖତସାର ବି କୃଷକମାନଙ୍କ ପାଇଁ ମିଳିପାରିବ ।

ଭାଇ ଓ ଭଉଣୀଗଣ,

ବିଗତ ବର୍ଷମାନଙ୍କରେ ଆଉ ଗୋଟିଏ ବଡ଼ ଉପଲବ୍ଧି ଯଦି କାଶୀକୁ ମିଳିପାରିଛି, ତାହା ହେଉଛି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପୁଣି ଥରେ ବିଶ୍ୱସ୍ତରରେ ଶ୍ରେଷ୍ଠତା ଦିଗରେ ଆଗକୁ ଅଗ୍ରସର ହେବା । ଆଜି ଟେକ୍ନୋଲୋଜି ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ ବିଏଚୟୁରେ ଅଭୂତପୂର୍ବ ସୁବିଧାସୁଯୋଗ ଉପଲବ୍ଧ । ସାରା ଦେଶରୁ ଯୁବକଯୁବତୀମାନେ ଏଠାରେ ଶିକ୍ଷାଲାଭ ନିମନ୍ତେ ଏଠାକୁ ଆସୁଛନ୍ତି । ଏଠାକାର ହଜାର ହଜାର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଯେଉଁ ଆବାସୀୟ ସୁବିଧା ନିର୍ମାଣ କରାଯାଇଛି ତାହା ଯୁବ ସାଥୀମାନଙ୍କ ଶିକ୍ଷାଜୀବନକୁ ଉତ୍ତମ କରିବାରେ ଉପକାରସିଦ୍ଧ ହୋଇପାରିଛି । ବିଶେଷ ଭାବେ ଶହ ଶହ ଛାତ୍ରଛାତ୍ରୀମାନଙ୍କ ଲାଗି ହଷ୍ଟେଲ ସୁବିଧା ପ୍ରସ୍ତୁତ ହୋଇଛି, ଯାହା ଫଳରେ ମାଲବ୍ୟଜୀଙ୍କ ଦୂରଦୃଷ୍ଟିକୁ ସାକାର କରିବାକୁ ଅଧିକ ଶକ୍ତି ମିଳିପାରିଛି । ବାଳିକାମାନଙ୍କୁ ଉଚ୍ଚ ଓ ଆଧୁନିକ ଶିକ୍ଷାଦାନ ନିମନ୍ତେ ଯେଉଁ ସଂକଳ୍ପର ସହିତ ସେ ଜୀବନ ବଞ୍ଚୁଥିଲେ, ତାହା ସିଦ୍ଧ କରିବା ଦିଗରେ ସହଯୋଗ ମିଳିପାରୁଛି ।

ଭାଇ ଓ ଭଉଣୀଗଣ,

ବିକାଶର ଏହି ସକଳ ପ୍ରକାର ପ୍ରକଳ୍ପ ଆତ୍ମନିର୍ଭରତାର ଆମର ସଂକଳ୍ପକୁ ସିଦ୍ଧ କରିପାରିବ । କାଶୀ ଏବଂ ଏହି ସମଗ୍ର କ୍ଷେତ୍ରର ମାଟିରେ ଅଦ୍ଭୁତ କଳାକାର, କାରିଗର ଏବଂ ବୟନର ଜାଦୁକର ଚାରିଆଡ଼େ ବିଛେଇ ହୋଇ ରହିଛନ୍ତି । ସେମାନଙ୍କୁ ବୁଣାକାର ଭାବେ ସଭିଏଁ ଚିହ୍ନନ୍ତି ।

ସରକାରଙ୍କ ପ୍ରୟାସରେ ବିଗତ ୫ ବର୍ଷ ଭିତରେ ବାରଣାସୀରେ ଖଦୀ ଏବଂ ଅନ୍ୟାନ୍ୟ କୁଟିର ଉଦ୍ୟୋଗର ଉତ୍ପାଦନରେ ପାଖାପାଖି ୬୦ ପ୍ରତିଶତ ଏବଂ ବିକ୍ରିରେ ହାରାହାରି ୯୦ ପ୍ରତିଶତ  ଅଭିବୃଦ୍ଧି ଘଟିଛି । ସେଥିପାଇଁ ପୁଣି ଥରେ ମୁଁ ଏଠାରୁ ସମସ୍ତ ଦେଶବାସୀଙ୍କୁ ନିବେଦନ କରିବି ଯେ ଆଗାମୀ ଦୀପାବଳି ଅବସରରେ ଆପଣମାନେ ଏହିସବୁ ସାଥୀମାନଙ୍କ ଦୀପାବଳି କଥା ମଧ୍ୟ ସ୍ମରଣ ରଖିବା ।

ନିଜର ଘରକୁ ସଜାଇବାଠାରୁ ନେଇ, ନିଜର କପଡ଼ା ଏବଂ ଦୀପାବଳିର ଦୀପ ପର୍ଯ୍ୟନ୍ତ, ସ୍ଥାନୀୟ ଉତ୍ପାଦ କିଣିବା ଲାଗି ଆମେ ପ୍ରୟାସୀ ହେବା ଏବଂ ଏଥିପାଇଁ ସ୍ୱର ଉତ୍ତୋଳନ କରିବା ।

ଧନ ତେରାସ ଠାରୁ ନେଇ ଦୀପାବଳି ପର୍ଯ୍ୟନ୍ତ ସ୍ଥାନୀୟ ଉତ୍ପାଦକୁ ଅଧିକରୁ ଅଧିକ ମାତ୍ରାରେ କିଣିବା । ତା’ହେଲେ ସମସ୍ତଙ୍କ ଲାଗି ଦୀପାବଳି ବେଶ୍‌ ଆନନ୍ଦମୟ ହୋଇପାରିବ ଏବଂ ଯେତେବେଳେ ମୁଁ ଲୋକାଲ ଠାରୁ ଭୋକାଲ କଥା କହୁଛି, ସେତେବେଳେ ମୁଁ ଦେଖୁଛି ଯେ ଆମର ଟିଭିବାଲାମାନେ ମଧ୍ୟ କେବଳ ମାଟିର ଦୀପ କଥା ହିଁ ଦେଖାଉଛନ୍ତି । ଭୋକାଲ ଫର୍‌ ଲୋକାଲ କେବଳ ଦୀପ ପର୍ଯ୍ୟନ୍ତ ସୀମିତ ନୁହେଁ ବନ୍ଧୁଗଣ, ପ୍ରତ୍ୟେକ ବସ୍ତୁର ସେହି ଉତ୍ପାଦନ ଯେଉଁଥିରେ ମୋର ପ୍ରିୟ ଦେଶବାସୀଙ୍କ ଶ୍ରମ ଓ ସାଧନ ରହିଛି, ଯେଉଁ ଉତ୍ପାଦନରେ ମୋ ଦେଶର ମାଟିୁ ସୁଗନ୍ଧ ରହିଛି, ତାହା ମୋ ପାଇଁ ଉଦ୍ଦିଷ୍ଟ । ଏବଂ ପୁଣି ଥରେ ଆମକୁ ଏହି ଅଭ୍ୟାସ କରିବାକୁ ହେବ ଯେ ଦେଶରେ ଉତ୍ପାଦିତ ସାମଗ୍ରୀ ଯଦି ଆମେମାନେ କିଣିବା, ତେବେ ଏହାର ଉତ୍ପାଦନ ବଢ଼ିବ, ରୋଜଗାର ବଢ଼ିବ, ଦରିଦ୍ରରୁ ଦରିଦ୍ରତମ ଲୋକମାନଙ୍କୁ କାମ ମିଳିବ ଏବଂ ସେହି କାମ ସମସ୍ତେ ମିଳିମିଶି କରିପାରିବେ । ସମସ୍ତଙ୍କ ପ୍ରୟାସରେ ବହୁତ ବଡ଼ ପରିବର୍ତ୍ତନ ଆମେମାନେ ଆଣିପାରିବା ।

ସାଥୀଗଣ,

ପୁଣି ଥରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ ନିମନ୍ତେ ସମଗ୍ର ଦେଶକୁ ଏବଂ ବିକାଶର ଅନେକ ପ୍ରକଳ୍ପ ଲାଗି କାଶୀମାସୀଙ୍କୁ ବହୁତ ବହୁତ ବଧେଇ । ଆପଣମାନଙ୍କୁ ସମସ୍ତଙ୍କୁ ଆଗାମୀ ସମସ୍ତ ପ୍ରକାର ଉତ୍ସବ ନିମନ୍ତେ ପୁଣି ଥରେ ଅନେକ ଅନେକ ଆଗୁଆ ଶୁଭକାମନା, ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Delhi tops India in QS Rankings 2027; 52 Indian institutions feature

Media Coverage

IIT Delhi tops India in QS Rankings 2027; 52 Indian institutions feature
NM on the go

Nm on the go

Always be the first to hear from the PM. Get the App Now!
...
Text of Prime Minister addresses the Indian Community in Paris
June 18, 2026

नमस्ते!

बों जू!

ऐसा लग रहा है, आप सब छुट्टी के मूड में हैं।

साथियों,

ये पेरिस शहर, Lights का शहर है, रंगों का शहर है, यहां Art है, Ideas हैं, और innovation की प्रेरणा भी है। इस शहर को भारत के अलग-अलग राज्यों से आए आप सभी लोग और भी खूबसूरत बना देते हैं। नए नए रंगों से भर देते हैं।

कोई तमिल है, कोई पंजाबी है, कोई गुजराती है, तो कोई मराठी है, और कोई बंगाली है। भारत के हर कोने का प्रतिनिधित्व यहां दिखाई देता है।

साथियों,

मैं जब 14 जून को नीस पहुंचा था तो सबसे पहले भारत इनोवेट्स कार्यक्रम में शामिल हुआ था। आज जब मैं फ्रांस से वापसी की तैयारी में हूं तो लग रहा है जैसे भारत कनेक्ट्स कार्यक्रम में आ गया हूं।

फ्रांस में रहने वाले आप लोगों ने 21वीं सदी के भारत-फ्रांस रिश्तों को जिस तरह कनेक्ट किया है, वो हमारी Strategic Partnership की बहुत बड़ी ताकत बन रही है। मैं आप सभी के लिए भारत से 140 करोड़ देशवासियों की शुभकामनाएं लेकर आया हूं। इस आत्मीय स्वागत के लिए, मैं आप सभी का हृदय से आभार व्यक्त करता हूं।

साथियों,

आज मैं ऐसे समय में फ्रांस आया हूं जब कुछ ही दिन पहले हमारी सरकार के 12 वर्ष पूरे हुए हैं। चुने हुए प्रधानमंत्री के रूप निरंतर 12 साल तक देश की सेवा करना मेरे जीवन का बहुत बड़ा सौभाग्य रहा है। यह भारत के लोकतंत्र की शक्ति है जिसने एक चायवाले को यहां तक पहुंचा दिया।

साथियों,

बीते 12 वर्ष, 140 करोड़ भारतीयों के अद्भुत सामर्थ्य के रहे हैं। 12 साल के इस कालखंड में भारत का GDP दोगुना हुआ है। Airports की संख्या दोगुनी हुई है। Universities की संख्या भी दोगुनी हो गई है। Highway Construction की स्पीड तीन गुना बढ़ गई। और Metro Network, चार गुणा बड़ा हो गया है।

मैं आपको कुछ और फैक्ट्स दूंगा, उससे आप अंदाजा लगा पाएंगे कि भारत किस स्पीड और कितने बड़े स्केल पर काम कर रहा है। पिछले 12 वर्षों में भारत का Defence Export 35 गुणा यानि Thirty Five Times बढ़ गया है।

औऱ एक फैक्ट सुनिए भारत में मोबाइल मैन्यूफैक्टरिंग यूनिट्स में, 100 गुणा की बढ़ोतरी हुई है। 100 times. भारत अब दुनिया का दूसरा सबसे बड़ा mobile phone manufacturer है। इसी गति, इसी प्रगति का नतीजा है कि आज भारत दुनिया की Fastest Growing Major Economy है।

साथियों,

आज भारत की कहानी सिर्फ Economic Progress की कहानी नहीं है। सिर्फ यहाँ अटक नहीं जाती है। ये Social Transformation की भी कहानी है।

पिछले 12 साल में देश में 25 करोड़ लोग गरीबी से बाहर निकले हैं। यानि एक ऐसी प्रगति जिसका लाभ समाज के अंतिम व्यक्ति तक पहुंच रहा है। फ्रांस में जितने घर हैं, उससे भी अधिक पक्के घर बीते 12 वर्ष में हमने जरूरतमंदों के लिए बनाए हैं।

अब हर परिवार के पास, गरीब से गरीब क्यों न हो, Bank Account है। Financial Inclusion एक सरकारी कार्यक्रम नहीं, बल्कि सामाजिक परिवर्तन का अभियान बना है।

साथियों,

इन 12 वर्षों की उपलब्धियों में, एक उपलब्धि ऐसी भी है जिसे किसी आंकड़े से, या अंकों से, नहीं मापा जा सकता। वह है 140 करोड़ भारतीयों का आत्मविश्वास।

आज का भारत और आज के भारत का युवा बहुत बड़े सपने देख रहा है। भारत का किसान नई संभावनाओं के साथ आगे बढ़ रहा है। भारत की महिलाएं नए नेतृत्व का परिचय दे रही हैं। इसलिए ये सिर्फ Achievements के 12 साल नहीं हैं, ये भारत की एस्पिरेशन्स को नई बुलंदी देने का कालखंड रहा है।

साथियों,

एक समय था जब दूर-दराज के गांवों तक आधुनिक सुविधाएं पहुंचाना वाकई बहुत मुश्किल भरा था। आज उन्हीं गांवों में बिजली भी है, इंटरनेट भी है, और डिजिटल सेवाओं की पूरी दुनिया भी है। आज एक क्लिक पर, कभी भी, कहीं भी बैंकिंग सेवाएं उपलब्ध हैं।

आज मोबाइल फोन, भारत के नागरिकों को अनेक सुविधाओं से कनेक्ट कर रहा है। हमारे किसान, हमारे मछुआरे, हमारे dairy farmers, हमारी महिलाएं, हमारे स्टूडेंट्स, सभी टेक्नोलॉजी के माध्यम से सशक्त हो रहे हैं, और अपने लिए नए अवसर बना रहे हैं।

साथियों,

आपने 125 करोड़ से अधिक Aadhaar IDs के बारे में सुना है। लेकिन आज भारत सिर्फ पहचान को डिजिटल नहीं बना रहा। आज करीब 90 करोड़ भारतीयों की Unique Digital Health IDs बनाई जा चुकी हैं। जिससे मेडिकल रिकॉर्ड सुरक्षित और accessible बन गए हैं। इससे हेल्थकेयर डिलीवरी और अधिक आसान और efficient हो रही है।

साथियों,

इन उपलब्धियों की सबसे बड़ी विशेषता यह है कि इनमें से अधिकांश चीजें कुछ वर्ष पहले तक कल्पना जैसी लगती थीं। कौन सोच सकता था कि गांव-गांव तक हाई-स्पीड इंटरनेट पहुंचेगा ? कौन सोच सकता था कि दूर-सुदूर के गांवों में भी QR code जीवन का हिस्सा बन जायेगा ? गांव में कोई बहन, ड्रोन से खेती करने में मदद करेगी, ये भी असंभव लगता था।

लेकिन आज यह सब, भारत के करोड़ों लोगों के जीवन का सामान्य हिस्सा बनता जा रहा है। और आपको गर्व होगा साथियों, यही नए भारत की पहचान है।

जो कभी सपना था, वह आज सच्चाई है। जो कभी नामुमकिन लगता था, वो आज मुमकिन हुआ है, औऱ ये करने के पीछे सबसे बड़ी ताकत क्या है? किसकी वजह से ये सब संभव हुआ है? यह मोदी के कारण नहीं, वो ताकत है- भारत का लोकतंत्र, भारत की डेमोक्रेसी। इस डेमोक्रेसी में सबका साथ है, सबका विकास है।

साथियों,

आज से 50 या 100 साल बाद जब भारत के इस कालखंड की समीक्षा होगी, तो ये बात उभरकर सामने आएगी कि इस कालखंड को भारत की Aspirations ने ड्राइव किया। यह भारत के एस्पिरेशन्स का नया युग है।

जहां बिजली पहुंची है, वहां लोग सिर्फ बिजली नहीं चाहते, वे Smart Living चाहते हैं। जहां ट्रेन पहुंची है, वहां लोग High-Speed Connectivity चाहते हैं। जहां हाईवे बने हैं, वहां लोग World-Class Expressways चाहते हैं। जहां इंटरनेट पहुंचा है, वहां लोग AI और Digital Innovation में नेतृत्व चाहते हैं।

यानि आज भारत के लोग अपने जीवन को भी Next Level पर ले जाना चाहते हैं, और भारत को भी Next Level पर ले जाना उनका मकसद है, उनका संकल्प है, उनके सपने है।

और साथियों,

यही Aspirations आज भारत की विकास यात्रा की सबसे बड़ी शक्ति हैं। मैं आपको भारत की Space Journey का उदाहरण दूंगा।

भारत ने चंद्रयान को चंद्रमा के South Pole पर उतारा। दुनिया ने इसे एक बहुत बड़ी उपलब्धि माना। लेकिन भारत इसे अपनी मंजिल मानकर रुका नहीं। आज देश गगनयान की तैयारी कर रहा है। भारत अंतरिक्ष में अपना Space Station बनाने की दिशा में आगे बढ़ रहा है।

हमारे Space Startups Global Space Economy में अपनी जगह बनाने के लिए पुरजोश काम कर रहे हैं, आगे बढ़ रहे हैं।

साथियों,

Green Energy के क्षेत्र में भी भारत की यही एस्पिरेशंस दिखाई देती है। Solar Power में भारत की उपलब्धियों की दुनिया भर में लगातार चर्चा हो रही हैं। लेकिन भारत अगली छलांग की तैयारी कर रहा है।

Green Hydrogen में बड़े निवेश हो रहे हैं। Advanced Nuclear Energy पर तेजी से काम हो रहा है। आपने भारत के Fast Breeder nuclear Reactor से जुड़ी प्रोग्रेस के बारे में भी सुना ज़रूर होगा। ये भारत के न्यूक्लियर एनर्जी लैंडस्केप में क्रांतिकारी परिवर्तन करने का बहुत बड़ा अचीवमेंट हमारे सीसेन्टिस्टों ने किया है।

साथियों,

आज का भारत भविष्य का पूरा Ecosystem बना रहा है। भारत एक साथ हर उस क्षेत्र में निवेश कर रहा है, जो आने वाले दशकों की दिशा तय करेगा।

अभी आपने कुछ दिन पहले ही देखा है नीस में भारत इनोवेट्स का एक आयोजन किया। ये इवेंट भारत के डीप टेक सामर्थ्य को दुनिया तक पहुंचाने का एक और माध्यम था। इसमें भारत के 120 Deep-Tech Startups उपस्थित थे। Bharat Innovates में करीब एक हजार चार सौ B2B Meetings हुईं है। कई Startups के लिए Investment Commitments आगे बढ़ीं, Commercial Orders के लिए रास्ते खुले। French और European Universities तथा Incubators के साथ Engagements बढ़ रही हैं।

Student Exchanges, Joint Research, और Innovation Support के नए रास्ते बने। इसलिए Bharat Innovates सिर्फ एक Summit नहीं रहा। यह Innovation Diplomacy का एक नया मॉडल बना है।

और आज ही पेरिस में VivaTech इवेंट के जरिए, इस यात्रा को हमने और आगे बढ़ाया। नीस में हमने Ideas को Capital से जोड़ा और पेरिस में Indian Innovation को Global Scale से जोड़ा। आज दुनिया देख रही है भारत केवल भविष्य के लिए तैयार नहीं हो रहा है। भारत भविष्य को आकार दे रहा है।

साथियों,

एक समय था, जब देशों के बीच रिश्ते केवल व्यापार से तय होते थे। आज व्यापार के साथ-साथ Trust यानि भरोसा भी उतना ही महत्वपूर्ण हो गया है।

हर देश Reliable Supply Chains चाहता है। हर देश Stable Partnerships चाहता है। हर देश ऐसे साथियों की तलाश में है, जिन पर लंबे समय तक भरोसा किया जा सके। और ऐसे समय में, भारत विश्व में एक Trusted Partner के रूप में उभर रहा है।

एवियां में G7 बैठक के दौरान मैंने trust based partnerships बनाने पर ज़ोर दिया। ग्लोबल साउथ के देशों के साथ equal पार्टनर्स के रूप में आगे बढ़ने का आह्वान किया। भारत का G7 समिट में संदेश था Global Governance तभी प्रभावी होगी जब वह Inclusive होगी। Global Growth तभी Sustainable होगी जब वह शेयर्ड होगी। और Global Technology तभी मानवता के लिए उपयोगी होगी जब वह Trusted होगी।

साथियों,

भारत और दुनिया के बीच व्यापारिक रिश्तों में नई ऊर्जा नज़र आ रही है। फ्रांस के साथ भारत का ट्रेड लगतार बढ़ रहा है। पिछले कुछ वर्षों में भारत ने दुनिया के अनेक देशों के साथ Free Trade Agreements किए हैं। यूरोपियन यूनियन हो, यूनाइटेड किंगडम हो दुनिया के हर देश, हर रीजन के साथ भारत समझौते कर रहा है।

अगले महीने से भारत और UK के बीच ट्रेड एग्रीमेंट भी लागू हो जाएगा। यह एग्रीमेंट भारत के farmers, workers और innovators को अनेक नए अवसर प्रदान करेगा।

साथियों,

आज दुनिया Uncertainty और Disruption के दौर से गुजर रही है। ऐसे समय में भारत और फ्रांस की साझेदारी विश्वास, स्थिरता और सहयोग का एक मजबूत स्तंभ बन रहा है।

इस वर्ष हमने भारत और फ्रांस के संबंधों को Special Global Strategic Partnership का दर्जा दिया था। नीस में मेरे मित्र President Macron और मैंने हमारे संबंधों को force for global good बनाने पर चर्चा की। Defence से लेकर space और नुक्लियर तक AI और क्रिटीकल मिनरल्स से लेकर high speed railway तक, हर क्षेत्र में हम मिलकर आगे बढ़ेंगे।

साथियों,

Solar energy हो, या AI के क्षेत्र में सहयोग हो, भारत और फ्रांस मिलकर ऐसे समाधान विकसित कर रहे हैं जो पूरी मानवता के हित में हैं। पिछले वर्ष पेरिस में और इस वर्ष दिल्ली में हमने AI Summit को Co-chair किया।

अब हम साथ मिलकर अगले वर्ष “तृष्णा” satellite को लॉन्च करने जा रहें हैं। यह “तृष्णा” satellite जो विश्व में फूड और वाटर सिक्युरिटी सुनिश्चित करने में योगदान देगा।

और साथियों,

यह सभी गवर्नमेंट टू गवर्नमेंट पहलो में आप सभी का योगदान बहुत महत्वपूर्ण है। ये आप हैं जो भारत और यूरोप के बीच सबसे मजबूत सेतु हैं। आप दोनों समाजों को समझते हैं। दोनों बाजारों को समझते हैं। आने वाले समय में Talent, Trade, Technology, Tourism और Investment के नए अवसरों को आगे बढ़ाने में आपकी भूमिका लगातार बढ़ने वाली हैं।

साथियों,

भारत और फ्रांस के रिश्तों को साझा इतिहास, साझा मूल्यों और साझा विश्वास ने आगे बढ़ाया है। विश्व युद्धों के दौरान फ्रांस की धरती पर बलिदान देने वाले भारतीय सैनिकों की स्मृतियां आज भी हमें जोड़ती हैं।

मुझे पहले नव शापेल में श्रद्धांजलि देने का अवसर मिला, पिछले वर्ष प्रेसिडेंट मैक्रों के साथ मार्सेय के वॉर मेमोरियल जाने का अवसर भी मिला। ये हमारी साझा विरासत है।

फ्रांस, भारतीयों के योगदान को संजोता भी है और सराहता भी है। भारतीय मूल की नूर इनायत खान हों, जिन्होंने फ्रांस की Resistance के लिए अपना जीवन बलिदान किया, या महाराजा रणजीत सिंह के साथ काम करने वाले जनरल जां फ्रांस्वा अलार हों ये सभी भारत और फ्रांस की साझा विरासत के प्रतीक हैं।

भारत के राज्य पुडुचेरी में भी फ्रेंच विरासत की झलक दिखाई देती है। वहां का Architecture, वहां की कला-संस्कृति और खान-पान सभी में हमारे संबंधों की महेक है।

साथियों,

इस समय फ्रांस समेत पूरी दुनिया में International Yoga Day की तैयारी भी चल रही है। इस अवसर पर मैं, फ्रांस में योग को आगे बढ़ाने वाले श्रीमान महेश घाट्राड्याल जी को भी आदरपूर्वक श्रद्धांजलि देता हूं। मैं पद्म पुरस्कार से सम्मानित, शार्लोत शोपां जी को भी प्रणाम करता हूं। जिन्होंने सौ वर्ष की आयु में भी, योग के माध्यम से फ़्रांस को भारत की विरासत से जोड़ा है। उनका जीवन यह सिद्ध करता है: Yoga does not add years to life, it adds life to years.

साथियों,

मैं फ्रेद नेग्री जी को भी आदरपूर्वक श्रद्धापूर्वक याद करता हूं। भारतीय विरासत को संरक्षित करने में उनका योगदान अतुल्य रहा है।

साथियों,

भारत और फ्रांस को कनेक्ट करने वाली एक और चीज है, और वो है फुटबॉल। इस वक्त यहां फुटबॉल फीवर पूरे जोर पर है। फ्रांस में इसकी दीवानगी, चप्पे-चप्पे पर दिखती है। लेकिन भारत में भी फुटबॉल का क्रेज़ सिर चढ़कर बोलता है।

खासतौर पर फ्रांस की टीम के फैन्स भारत में बहुत अधिक हैं। फ़्रांस ने इस वर्ल्ड कप की शुरुआत एक जोरदार जीत से शुरू की है। मैं फ्रांस की टीम को बहुत-बहुत शुभकामनाएं देता हूं।

साथियों,

जाने से पहले, आप सभी के लिए कुछ और अच्छी खबरें भी लेकर के आया हूँ। वो आपके लिए हैं। पिछले वर्ष, मार्सेय में कॉन्सुलेट खोला गया, इससे काफी अधिक सुविधा मिल रही है। कुछ हफ्ते पहले, Indian Nationals के लिए French Airports पर Visa-free Transit की व्यवस्था शुरू हो गई है।

Students और Professionals की Mobility बढ़ाना हो, या Educational Qualifications की Mutual Recognition की बात हो, या फिर French Universities के भारत में Campus खोलना हो, इन सभी पर हम मिलकर आगे बढ़ रहें हैं।

अब फ्रांस में UPI के उपयोग का दायरा भी और बढ़ने जा रहा है। यानि भारत-फ्रांस कनेक्ट भी Instant और आपसी Payment भी Instant!

साथियों,

इन सभी पहलों से, हम भारत और फ़्रांस को और करीब ला रहें हैं। और मैं फिर कहूंगा इस साझेदारी की नींव, इस रिश्ते की असली ताकत आप सभी हैं। आप सब मेरे देशवासी हैं।

आज जब भारत तेज़ी से विकसित भारत के लक्ष्य की ओर बढ़ रहा है, तो मैं आप सभी से भारत के साथ और गहराई से जुडने का आग्रह करूंगा। इससे भारत की विकास यात्रा को नई शक्ति मिलेगी, और आपको अपनी पुरखों की धरती की सेवा करने का अवसर भी मिलेगा।

इन्हीं शब्दों के साथ आप सभी के प्रेम आपके उत्साह और इस आत्मीय स्वागत के लिए मैं एक बार फिर आप सभी का आभार व्यक्त करता हूं।

भारत माता की जय!

बहुत बहुत धन्यवाद।