ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଉତ୍ତର ରଖିଛନ୍ତି । ସେ କହିଛନ୍ତି, ରାଷ୍ଟ୍ରପତି ଜୀଙ୍କ ଭାଷଣରେ ଭାରତର ‘ସଙ୍କଳ୍ପ ଶକ୍ତି' ପ୍ରଦର୍ଶିତ ହୋଇଛି । ତାଙ୍କ କଥା ଭାରତବାସୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିଛି । ଶ୍ରୀ ମୋଦୀ ଗୃହର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଲୋଚନା ସମୟରେ ସେ ଉଲ୍ଲେଖ କରିଛନ୍ତି ଯେ ବହୁ ସଂଖ୍ୟକ ମହିଳା ସାଂସଦ ଏଥିରେ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କ ଚିନ୍ତାଧାରା ସହିତ ଗୃହ କାର୍ଯ୍ୟକୁ ସମୃଦ୍ଧ କରିଥିବାରୁ ସେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ବିଶ୍ୱଯୁଦ୍ଧ ପରେ ବିଶ୍ୱ ଶୃଙ୍ଖଳାର ଐତିହାସିକ ପଥ ଅନୁସନ୍ଧାନ କରି ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ କୋଭିଡ ପରବର୍ତ୍ତୀ ବିଶ୍ୱ ବହୁତ ବଦଳି ଯାଇଛି । ଏହିପରି ସମୟରେ, ବିଶ୍ୱର ଧାରା ଠାରୁ ବିଚ୍ଛିନ୍ନ ରହିବା ପ୍ରତିବାଦକାରୀ ହେବ । ସେଥିପାଇଁ ଭାରତ ଏକ ଆତ୍ମନିର୍ଭରଶୀଳ ଭାରତ ର୍ନିମାଣ ଦିଗରେ କାର୍ଯ୍ୟ କରୁଛି, ଯାହା ବିଶ୍ୱ ପାଇଁ ମଙ୍ଗଳକର ହେବ । ସେ କହିଛନ୍ତି, ଭାରତ ଅଧିକ ଶକ୍ତିଶାଳୀ ଏବଂ ଆତ୍ମନିର୍ଭର ହେଉଛି ଯାହା ବିଶ୍ୱ ପାଇଁ ଭଲ । ଭୋକାଲ୍‌-ଫର୍‌-ଲୋକାଲ୍ କୌଣସି ର୍ନିଦ୍ଦିଷ୍ଟ ନେତାଙ୍କ ଚିନ୍ତାଧାରା ନୁହେଁ ବରଂ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଲୋକଙ୍କ ସହ ପୁନଃ ନିର୍ମାଣ କରୁଛି । କରୋନା ପରିଚାଳନାର ଶ୍ରେୟ 130 କୋଟି ଭାରତୀୟଙ୍କର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଆମର ଡାକ୍ତର, ନର୍ସ, କୋଭିଡ ଯୋଦ୍ଧା, ସଫେଇ କର୍ମଚାରୀ, ଯେଉଁମାନେ ଆମ୍ବୁଲାନ୍ସ ଚଳାଉଥିଲେ ... ଏହିପରି ଲୋକ ଏବଂ ଅନ୍ୟମାନେ ଈଶ୍ୱରଙ୍କ ଦ୍ୱାରା ପରିଦୃଷ୍ଟ, ଯେଉଁମାନେ କି ବିଶ୍ୱ ମହାମାରୀ ବିରୋଧରେ ଭାରତର ସଂଗ୍ରାମକୁ ଦୃଢ କରିଥିଲେ ।

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ମହାମାରୀ ସମୟରେ ସରକାର ପ୍ରଭାବିତ ଲୋକଙ୍କୁ ସହାୟତା ପାଇଁ ସେମାନଙ୍କ ଅକାଉଣ୍ଟରେ ସିଧାସଳଖ 2 ଲକ୍ଷ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି । ଆମର ଜନ-ଧନ-ଆଧାର-ମୋବାଇଲ୍ (JAM) ତ୍ରିମୂର୍ତ୍ତି ଲୋକଙ୍କ ଜୀବନରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିଥିଲା । ଏହା ଗରିବରୁ ଅତି ଗରିବ ବର୍ଗର ଲୋକଙ୍କୁ ସାହାଯ୍ୟ କଲା । ସେ କହିଛନ୍ତି ଯେ ମହାମାରୀ ସମୟରେ ସଂସ୍କାର ଜାରି ରହିଲା ଏବଂ ଏହା ଆମ ଅର୍ଥନୀତିକୁ ନୂଆ ଗତି ସୃଷ୍ଟି ଦେବା ସହିତ ଦୁଇ ଅଙ୍କ ଅଭିବୃଦ୍ଧିର ହେବାର ଆଶା ଅଛି ।

 

କୃଷକଙ୍କ ପ୍ରତିବାଦ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଗୃହ, ସରକାର ଏବଂ ଆମେ ସମସ୍ତେ କୃଷକମାନଙ୍କୁ ସମ୍ମାନ ଦେଉଛୁ, ଯେଉଁମାନେ କୃଷି ବିଲ୍‍ ଉପରେ ନିଜର ମତାମତ ଦେଉଛନ୍ତି । ଏହି କାରଣରୁ ସରକାରଙ୍କ ବରିଷ୍ଠ ମନ୍ତ୍ରୀମାନେ ସେମାନଙ୍କ ସହ ନିରନ୍ତର କଥାବାର୍ତ୍ତା ଚଳାଇଛନ୍ତି । ଏହା କୃଷକମାନଙ୍କ ପାଇଁ ବହୁତ ସମ୍ମାନ । କୃଷି ସମ୍ବନ୍ଧୀୟ ଆଇନ ସଂସଦରେ ପାରିତ ହେବା ପରେ – କୌଣସି ମଣ୍ଡି ବନ୍ଦ ହୋଇନାହିଁ । ସେହିଭଳି, MSP ରହିଛି । MSP ଜରିଆରେ କ୍ରୟ ଜାରି ରହିବ । ମଣ୍ଡି ଗୁଡିକୁ ମଜବୁତ କରିବାକୁ ବଜେଟରେ ପ୍ରସ୍ତାବ ରହିଛି । ଏହି ତଥ୍ୟଗୁଡିକୁ ଅଣଦେଖା କରାଯାଇପାରିବ ନାହିଁ । ଶ୍ରୀ ମୋଦୀ କହିଛନ୍ତି ଯେ ଯେଉଁମାନେ ଗୃହରେ ବାଧା ସୃଷ୍ଟି କରୁଛନ୍ତି ସେମାନେ ଏକ ସୁଚିନ୍ତିତ ରଣନୀତି ଅନୁଯାୟୀ ଏପରି କରୁଛନ୍ତି । ସେମାନେ ହଜମ କରିବାରେ ଅସମର୍ଥ ଯେ ଲୋକମାନେ ସତ୍ୟ କ’ଣ ଦେଖୁଛନ୍ତି । ସେମାନଙ୍କ ଖେଳ ମାଧ୍ୟମରେ, ଲୋକଙ୍କ ବିଶ୍ୱାସ କଦାପି ଜିତିପାରିବେ ନାହିଁ । ସେ ଏହି ଯୁକ୍ତିକୁ ପ୍ରତିବାଦ କରିଛନ୍ତି ଯେ ସରକାର କାହିଁକି ନପଚାରିକି ଏଭଳି ଏକ ସଂସ୍କାର ଆଣିଛନ୍ତି । ସେ କହିଥିଲେ ଯେ ଏହା ସବୁ ଇଚ୍ଛାଧୀନ କିନ୍ତୁ ପଚାରିବା ପାଇଁ ଆମେ ଅପେକ୍ଷା କରିପାରିବୁ ନାହିଁ । ସମୟର ଆବଶ୍ୟକତାକୁ ଦେଖି ଅନେକ ପ୍ରଗତିଶୀଳ ଆଇନ ଆସିଥାଏ । ଚିନ୍ତାଧାରା ଯାହା ଲୋକଙ୍କୁ ବାଧ୍ୟକରି ପଚାରିବା କିମ୍ବା ଭିକ୍ଷା କରିବା ଗଣତାନ୍ତ୍ରିକ ହୋଇପାରିବ ନାହିଁ । ଆମେ ଦାୟିତ୍ୱ ଗ୍ରହଣ କରିବା ଏବଂ ଦେଶ ତଥା ଲୋକଙ୍କ ଆବଶ୍ୟକତା ଅନୁଯାୟୀ କାର୍ଯ୍ୟ କରିବା ଉଚିତ୍‍ । ଦେଶରେ ପରିବର୍ତ୍ତନ ପାଇଁ ଆମେ କାର୍ଯ୍ୟ କରିଛୁ ଏବଂ ଯଦି ଉଦ୍ଦେଶ୍ୟ ଠିକ ଅଛି ତେବେ ଭଲ ଫଳାଫଳ ନିଶ୍ଚିତ ବୋଲି ସେ କହିଛନ୍ତି ।

କୃଷି ଆମ ସମାଜ ଏବଂ ସଂସ୍କୃତିର ଏକ ଅଂଶ ଏବଂ ଆମର ପର୍ବପବାଣୀ ଏବଂ ସମସ୍ତ କାର୍ଯ୍ୟ ବୁଣିବା ଏବଂ ଫସଲ ଅମଳ ସହିତ ଜଡିତ । ଆମ ଜନସଂଖ୍ୟାର 80 ପ୍ରତିଶତରୁ ଅଧିକ ଲୋକଙ୍କୁ ଅଣଦେଖା କରାଯାଇପାରିବ ନାହିଁ, କ୍ଷୁଦ୍ର ଚାଷୀଙ୍କୁ ଅଣଦେଖା କରାଯାଇପାରିବ ନାହିଁ । ଜମି ଖଣ୍ଡ ବିଖଣ୍ଡିତ ସତ୍ୱାଧିକାର ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରୁଛି ଯେଉଁଠାରେ କୃଷକମାନେ ନିଜ କ୍ଷେତରୁ ଆଶାଜନକ ଲାଭ ପାଇପାରୁ ନାହାଁନ୍ତି, କୃଷି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପ୍ରଭାବିତ ହେଉଛି । କ୍ଷୁଦ୍ର ଚାଷୀଙ୍କ ପାଇଁ ପଦକ୍ଷେପ ଗ୍ରହଣ ଆବଶ୍ୟକ । ତେଣୁ ଆମ କୃଷକମାନଙ୍କୁ ଆତ୍ମନିର୍ଭର ପାଇଁ କାର୍ଯ୍ୟ କରିବା ଏବଂ ତାଙ୍କୁ ଉତ୍ପାଦିତ ଫସଲ ବିକ୍ରୟ କରିବା ଏବଂ ଫସଲରେ ବିବିଧତା ସୃଷ୍ଟି ପାଇଁ ସ୍ୱାଧୀନତା ଦେବା ଆବଶ୍ୟକ । କୃଷି କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି । ଆମ କୃଷକମାନଙ୍କୁ ଏକକ କ୍ଷେତ୍ର, ଆଧୁନିକ ଜ୍ଞାନକୌଶଳ ଯୋଗାଇବା ଏବଂ ସେମାନଙ୍କ ଆତ୍ମବିଶ୍ୱାସ ସୃଷ୍ଟି କରିବା ଆବଶ୍ୟକ । ପୁରାତନ ଉପାୟ ଏବଂ ପରିମାପ କାମ କରୁନଥିବାରୁ ସକରାତ୍ମକ ଚିନ୍ତାଧାରା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ରାଷ୍ଟ୍ରାୟତ କ୍ଷେତ୍ର ଜରୁରୀ କିନ୍ତୁ ଏଥି ସହିତ ବେସରକାରୀ କ୍ଷେତ୍ରର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମୋଦୀ କହିଛନ୍ତି । ଯେ କୌଣସି କ୍ଷେତ୍ର ଦେଖ- ଟେଲିକମ୍‌, ଔଷଧ - ଆମେ ବେସରକାରୀ କ୍ଷେତ୍ରର ଭୂମିକା ଦେଖୁଛୁ । ଯଦି ଭାରତ ମାନବିକତାର ସେବା କରିବାକୁ ସକ୍ଷମ ହୁଏ, ତେବେ ଏହା ମଧ୍ୟ ବେସରକାରୀ କ୍ଷେତ୍ରର ଭୂମିକା ଯୋଗୁଁ ହୋଇଛି । ବେସରକାରୀ କ୍ଷେତ୍ର ବିରୁଦ୍ଧରେ ଅନୁପଯୁକ୍ତ ଶବ୍ଦ ବ୍ୟବହାର କରିବାଁ ହୁଏତ ଅତୀତରେ କିଛି ଲୋକଙ୍କ ପାଇଁ ଭୋଟ୍ ଆଣିଦେଇ ଥାଇପାରେ କିନ୍ତୁ ସେହି ସମୟ ଚାଲିଯାଇଛି । ବେସରକାରୀ କ୍ଷେତ୍ରର ଅପବ୍ୟବହାରର ସଂସ୍କୃତି ଆଉ ଗ୍ରହଣୀୟ ନୁହେଁ । ଆମେ ଆମର ଯୁବକମାନଙ୍କୁ ଏହିପରି ଅପମାନିତ କରିପାରିବୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଜିଦ୍ କରି କହିଛନ୍ତି ।

ପ୍ରଧାନମନ୍ତ୍ରୀ କିଶାନ ଆନ୍ଦୋଳନରେ ହୋଇଥିବା ହିଂସାକୁ ସମାଲୋଚନା କରିଥିଲେ । ମୁଁ କିଶାନ ଆନ୍ଦୋଳନକୁ ପବିତ୍ର ବୋଲି ମନେ କରେ । କିନ୍ତୁ, ଯେତେବେଳେ ଆନ୍ଦୋଳନଜୀବୀ ପବିତ୍ର ଆନ୍ଦୋଳନକୁ ଅପହରଣ କରନ୍ତି, ଗୁରୁତର ଅପରାଧ ପାଇଁ ଜେଲରେ ଥିବା ଲୋକଙ୍କ ଫଟୋ ପ୍ରଦର୍ଶନ କରନ୍ତି, ଏହା କୌଣସି ଉଦ୍ଦେଶ୍ୟର ସେବା କରେ କି? ଟୋଲ ପ୍ଲାଜା କାମ କରିବାକୁ ଅନୁମତି ନଦେବା, ଟେଲିକମ୍ ଟାୱାର ନଷ୍ଟ କରିବା - ଏହା ଏକ ପବିତ୍ର ଆନ୍ଦୋଳନକୁ ସହାୟତା କରେ କି? ବୋଲି ପ୍ରଧାନମନ୍ତ୍ରୀ ପଚାରିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆନ୍ଦୋଳନକାରୀ ଏବଂ ଆନ୍ଦୋଳନଜୀବୀଙ୍କ ମଧ୍ୟରେ ପାର୍ଥକ୍ୟ କରିବା । କିଛି ଲୋକ ଅଛନ୍ତି ଯେଉଁମାନେ ସଠିକ୍ କଥା କୁହନ୍ତି । କିନ୍ତୁ ସେହି ଗୋଷ୍ଠି, ଯେତେବେଳେ ସଠିକ୍ କାର୍ଯ୍ୟ କରିବାକୁ ସମୟ ଆସେ, ଶବ୍ଦଗୁଡ଼ିକୁ କାର୍ଯ୍ୟରେ ପରିଣତ କରିବାରେ ବିଫଳ ହୁଅନ୍ତି । ଯେଉଁମାନେ ର୍ନିବାଚନ ସଂସ୍କାର ଉପରେ ବଡ଼ ବଡ କଥା କହୁଛନ୍ତି ସେମାନେ ଗୋଟିଏ ଦେଶ ଗୋଟିଏ ର୍ନିବାଚନକୁ ବିରୋଧ କରୁଛନ୍ତି । ସେମାନେ ଲିଙ୍ଗଗତ ନ୍ୟାୟ ଉପରେ କୁହନ୍ତି କିନ୍ତୁ ତିନ୍‍ ତାଲାକକୁ ବିରୋଧ କରନ୍ତି । ଏହିପରି ଲୋକମାନେ ଦେଶକୁ ବିଭ୍ରାନ୍ତ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗରିବ ଏବଂ ମଧ୍ୟବିତ୍ତଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ସହିତ ଭିତ୍ତିଭୂମି ମଜବୁତ କରିବା ଲାଗି ସରକାର କାର୍ଯ୍ୟ କରୁଛନ୍ତି । ଦେଶକୁ ସନ୍ତୁଳିତ ବିକାଶ ଦିଗରେ ନେବାକୁ ସରକାର ଧ୍ୟାନ ଦେଉଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂର୍ବ ଭାରତ ପାଇଁ ସରକାର ମିଶନ ମୋଡରେ କାର୍ଯ୍ୟ କରୁଛନ୍ତି । ଏହି କ୍ଷେତ୍ରରେ ପେଟ୍ରୋଲିୟମ ପ୍ରକଳ୍ପ, ସଡ଼କ, ବିମାନ ବନ୍ଦର, ଜଳପଥ, ସିଏନଜି, ଏଲପିଜି, ଇଣ୍ଟରନେଟ୍‍ ସଂଯୋଗ ଆଦି ପ୍ରକଳ୍ପ ସଂକ୍ରାନ୍ତରେ ସେ ଦର୍ଶାଇଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି ଯେ ସୀମା ଭିତ୍ତିଭୂମିର ଐତିହାସିକ ଅବହେଳାକୁ ଦୂର କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ଆମର ପ୍ରତିରକ୍ଷା ବାହିନୀ ସୀମାକୁ ରକ୍ଷା କରିବାର ଦାୟିôୟ ନିର୍ବାହ କରୁଛନ୍ତି । ସେମାନଙ୍କର ସାହସିକତା, ଶକ୍ତି ଏବଂ ବଳିଦାନ ପାଇଁ ପ୍ରଧାନମନ୍ତ୍ରୀ ସୈନିକମାନଙ୍କୁ ପ୍ରଶଂସା କରିଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
GIFT City scales new heights as India's 1st international finance and IT hub

Media Coverage

GIFT City scales new heights as India's 1st international finance and IT hub
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with Prime Minister of Netherlands
March 30, 2026

The Prime Minister, Shri Narendra Modi, today spoke with the Prime Minister of Netherlands Rob Jetten. “We discussed ways to further strengthen India-Netherlands ties. Highlighted the potential of our partnership in areas such as semiconductors, mega water projects, green hydrogen and talent mobility”, Shri Modi stated. Shri Modi reiterated the need for early restoration of peace and stability in the West Asia region.

Shri Modi posted on X:

“Pleased to speak with Prime Minister of the Netherlands Rob Jetten today. We discussed ways to further strengthen India-Netherlands ties.

Highlighted the potential of our partnership in areas such as semiconductors, mega water projects, green hydrogen and talent mobility.

Also exchanged views on the situation in West Asia and emphasized the need for early restoration of peace and stability in the region.”

@MinPres