‘‘ମୋର ଅଭିଭାଷଣ ଉପସ୍ଥାପନ କରିବା ପୂର୍ବରୁ ମୁଁ ଲତା ଦିଦିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଚାହୁଁଛି । ତାଙ୍କର ସଙ୍ଗୀତ ମାଧ୍ୟମରେ ସେ ଆମ ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିଥିଲେ’’
‘‘ଆଗାମୀ ବର୍ଷମାନଙ୍କରେ ଭାରତ କିଭଳି ଭାବେ ବିଶ୍ୱସ୍ତରରେ ନେତୃତ୍ୱ ନେଇପାରିବ ସେ ସମ୍ପର୍କରେ ଚିନ୍ତା କରିବା ଲାଗି ଆଜାଦୀ କା ଅମୃତ ମହୋତ୍ସବ ସବୁଠୁ ଉପଯୁକ୍ତ ସମୟ’’
‘‘ଆମେ ବିଶ୍ୱାସ କରୁ ଯେ ସମାଲୋଚନା ଗଣତନ୍ତ୍ରର ଏକ ଜରୁରି ଅଂଶବିଶେଷ। କିନ୍ତୁ, ସବୁକିଛିକୁ ଅନ୍ଧ ଭାବେ ବିରୋଧ କରିବା କେବେ ବି ଆଗକୁ ବଢ଼ିବାର ମାର୍ଗ ହୋଇନପାରେ’’
‘‘ଆମେ ଭୋକାଲ ଫର ଲୋକାଲ ବିଷୟରେ କହିବା ସମୟରେ ମହାତ୍ମା ଗାନ୍ଧୀଙ୍କର ସ୍ୱପ୍ନକୁ ପୂରଣ କରୁନାହୁଁ କି? ତା’ହେଲେ ବିରୋଧୀମାନେ ଏହାକୁ ସମାଲୋଚନା କରୁଛନ୍ତି କାହିଁକି?’’
‘‘ଶତାବ୍ଦୀର ସବୁଠୁ ବିପଜ୍ଜନକ ବୈଶ୍ୱିକ ମହାମାରୀର ମଧ୍ୟଭାଗରେ ସୁଦ୍ଧା ଭାରତ ଆର୍ଥିକ ପ୍ରଗତି ହାସଲ କରିବା ଦ୍ୱାରା ବିଶ୍ୱର ଧ୍ୟାନ ଆକର୍ଷଣ କରିପାରିଛି’’
‘‘ଭାରତ ସରକାର ମହାମାରୀ ମଧ୍ୟରେ ୮୦ କୋଟି ଦେଶବାସୀଙ୍କୁ ମାଗଣା ରାସନ ଯୋଗାଇ ଦେଇଛନ୍ତି । ଜଣେ ହେଲେ ଭାରତୀୟଙ୍କୁ ଖାଲି ପେଟରେ ନରଖିବା ଲାଗି ଏହା ଆମର ପ୍ରତିବଦ୍ଧତା’’
‘‘ଭାରତର ପ୍ରଗତି ପାଇଁ, କ୍ଷୁଦ୍ର ଚାଷୀମାନଙ୍କୁ ସଶକ୍ତ କରିବା ଜରୁରି । କ୍ଷୁଦ୍ର ଚାଷୀମାନେ ଭାରତର ପ୍ରଗତିକୁ ସୁଦୃଢ଼ କରିପାରିବେ’’
‘‘ଆମର ଭିତ୍ତିଭୂମି ସମସ୍ୟା ସମାଧାନ କରିବା କ୍ଷେତ୍ରରେ ପିଏମ ଗତି ଶକ୍ତି ଏକ ସାମଗ୍ରିକ ଆଭିମୁଖ୍ୟ ଉପସ୍ଥାପନ କରୁଛି । ଉପଯୁକ୍ତ ଯୋଗାଯୋଗ ଉପରେ ଆମେ ଗୁରୁତ୍ୱାରୋପ କରୁଛୁ’’
‘‘ଆମ ବିଚାରରେ କେବଳ ସରକାର ହିଁ ସମସ୍ତ ସମସ୍ୟାର ସମାଧାନ କରିପାରିବେ ନାହିଁ । ରାଷ୍ଟ୍ରର ଜନସାଧାରଣ, ଯୁବପିଢ଼ିଙ୍କ ଉପରେ ଆମର ଦୃଢ଼ ବିଶ୍ୱାସ ରହିଛି’’
‘‘ଆମର ଯୁବକ, ସମ୍ପତ୍ତି ସୃଷ୍ଟିକାରୀ ଓ ଉଦ୍ୟୋଗୀମାନଙ୍କୁ ଭୟଭୀତ କରିବାର ଆଭିମୁଖ୍ୟରେ ଆମର ବିଶ୍ୱାସ ନାହିଁ’’
‘‘ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ସବୁଠୁ ବଡ଼ ଦେଶ ସେବା’’
‘‘ରାଷ୍ଟ୍ର ଆମ ପାଇଁ ଏକ ଜୀବନ୍ତ ଆତ୍ମା, କେବଳ କ୍ଷମତା କିମ୍ବା ସରକାରଙ୍କ ବ୍ୟବସ୍ଥା ନୁହେଁ’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଲାଗି ଧନ୍ୟବାଦ ପ୍ରସ୍ତାବ ଉପରେ ବିବୃତ୍ତି ରଖିଛନ୍ତି । ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ଆରମ୍ଭ କରିବା ପୂର୍ବରୁ ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ‘‘ମୋର ଅଭିଭାଷଣ ଉପସ୍ଥାପନ କରିବା ପୂର୍ବରୁ ମୁଁ ଲତା ଦିଦିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଚାହୁଁଛି । ତାଙ୍କର ସଙ୍ଗୀତ ମାଧ୍ୟମରେ ସେ ଆମ ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିଥିଲେ’’, ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ନୂତନ ସଂକଳ୍ପ ନେବା ଏବଂ ରାଷ୍ଟ୍ର ନିର୍ମାଣ କାର୍ଯ୍ୟରେ ପୁନର୍ବାର ସମର୍ପିତ ହେବା ଲାଗି ବର୍ତ୍ତମାନ ଯୁଗର ମହତ୍ୱ ଉପରେ ଆଲୋକପାତ କରିଥିଲେ । ‘‘ଆଗାମୀ ବର୍ଷମାନଙ୍କରେ ଭାରତ କିଭଳି ଭାବେ ବିଶ୍ୱସ୍ତରରେ ନେତୃତ୍ୱ ନେଇପାରିବ ସେ ସମ୍ପର୍କରେ ଚିନ୍ତା କରିବା ଲାଗି ଆଜାଦୀ କା ଅମୃତ ମହୋତ୍ସବ ସବୁଠୁ ଉପଯୁକ୍ତ ସମୟ। ଅନୁରୂପ ଭାବେ ଏହା ମଧ୍ୟ ସତ୍ୟ ଯେ ଗତ କିଛି ବର୍ଷ ହେବ ଭାରତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି’’, ସେ କହିଥିଲେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, କରୋନା ପରବର୍ତ୍ତୀ କାଳରେ ଏକ ନୂତନ ବିଶ୍ୱ ବ୍ୟବସ୍ଥା ଦ୍ରୁତ ଗତିରେ ରୂପ ନେଉଛି । ଏହା ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଯେତେବେଳେ ଆମ ଭାରତ ଏକ ରାଷ୍ଟ୍ର ଭାବେ ଏହି ସୁଯୋଗକୁ ହାତଛଡ଼ା କରିବା ଉଚିତ୍‌ ନୁହେଁ ବୋଲି ସେ କହିଥିଲେ ।

ବଞ୍ଚିତ ଓ ଗରିବଙ୍କ ସ୍ଥିତିରେ ଆସିଥିବା ପରିବର୍ତ୍ତନ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।  ସେ କହିଥିଲେ ଯେ, ଗରିବମାନେ ଏବେ ବିଭିନ୍ନ ସୁବିଧା ପାଇ ସମ୍ମାନର ସହ ବଞ୍ଚି ପାରୁଛନ୍ତି । ପୂର୍ବରୁ ଗ୍ୟାସ ସଂଯୋଗ ଏକ ସମ୍ମାନର ପ୍ରତୀକ ଥିଲା । ଏବେ, ଦରିଦ୍ରରୁ ଦରିଦ୍ରତମ ବ୍ୟକ୍ତି ଏହି ସୁବିଧା ପାଇପାରୁଛନ୍ତି । ଏହା ଦେଖିବା ଅତ୍ୟନ୍ତ ଆନନ୍ଦର ବିଷୟ । ଗରିବ ଲୋକମାନଙ୍କୁ ବ୍ୟାଙ୍କ ଆକାଉଣ୍ଟର ସୁବିଧା ମିଳିଛି, ଡିବିଟି ସେବା ବିତରଣରେ ସହାୟକ ହୋଇଛି । ଏହି ସବୁ ବ୍ୟାପକ ପରିବର୍ତ୍ତନ ଆଣିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଘରେ ବିଦ୍ୟୁତ ସଂଯୋଗ ପାଇ ଯେତେବେଳେ ଜଣେ ଗରିବ ଲୋକ ଖୁସି ହୋଇଥାନ୍ତି, ତାଙ୍କ ଖୁସିରେ ସାରା ଦେଶ ଆନନ୍ଦିତ ହୋଇଥାଏ ।  ମାଗଣା ଗ୍ୟାସ ସଂଯୋଗ ଫଳରେ ଗରିବ ପରିବାର ଧୂଆଁମୁକ୍ତ ରୋଷେଇର ଆନନ୍ଦ ଲାଭ କରିପାରୁଥିବା ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଗଣତନ୍ତ୍ରର ଉଚିତ୍‌ କାର୍ଯ୍ୟକାରିତାର ମହତ୍ୱ ଉପରେ ଆଲୋକପାତ କରିବା ସହିତ ଭାରତର ଶହ ଶହ ବର୍ଷର ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କରେ ରେଖାଙ୍କିତ କରିଥିଲେ । ‘‘ଗଣତନ୍ତ୍ରରେ ଆମର ଦୃଢ଼ ବିଶ୍ୱାସ ରହିଛି । ଆମେ ବିଶ୍ୱାସ କରୁ ଯେ ସମାଲୋଚନା ଗଣତନ୍ତ୍ରର ଏକ ଜରୁରି ଅଂଶବିଶେଷ । କିନ୍ତୁ, ସବୁକିଛିକୁ ଅନ୍ଧ ଭାବେ ବିରୋଧ କରିବା କେବେ ବି ଆଗକୁ ବଢ଼ିବାର ମାର୍ଗ ହୋଇନପାରେ’’, ସେ ଜୋର ଦେଇ କହିଥିଲେ । ରାଜନୈତିକ ଉଦ୍ଦେଶ୍ୟ ପାଇଁ ମହାମାରୀକୁ ଉପଯୋଗ କରିବା ଦୁର୍ଭାଗ୍ୟଜନକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।  ଲକଡାଉନ ନିୟମ ମାନୁଥିବା ଲୋକମାନଙ୍କୁ ଭୟଭୀତ କରୁଥିବା ବ୍ୟକ୍ତିବିଶେଷଙ୍କୁ ସେ କଟୁ ସମାଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଲକଡାଉନ ମାର୍ଗଦର୍ଶିକା ଜାରି ହେବା ସମୟରେ ଯେଉଁଠି ଅଛନ୍ତି କେବଳ ସେହି ସ୍ଥାନରେ ରହିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଥିଲା । କିନ୍ତୁ କିଛି ଲୋକ ସେମାନଙ୍କୁ ଭୟଭୀତ କରି ମୁମ୍ବାଇ ଓ ଦିଲ୍ଲୀ ଛାଡ଼ି ଉତ୍ତରପ୍ରଦେଶ ଓ ବିହାରରେ ଥିବା ସେମାନଙ୍କ ଘରକୁ ଚାଲିଯିବା ପାଇଁ ଭୟଭୀତ କରାଉଥିଲେ ।

ସାର୍ବଜନୀନ ସହମତି ଆବଶ୍ୟକ ଥିବା ପ୍ରସଙ୍ଗକୁ ଅନ୍ଧ ଭାବେ ବିରୋଧ କରାଯିବା  ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।  ସେ କହିଥିଲେ ଯେ, ‘‘ଆମେ ଭୋକାଲ ଫର ଲୋକାଲ ବିଷୟରେ କହିବା ସମୟରେ ମହାତ୍ମା ଗାନ୍ଧୀଙ୍କର ସ୍ୱପ୍ନକୁ ପୂରଣ କରୁନାହୁଁ କି? ତା’ହେଲେ ବିରୋଧୀମାନେ ଏହାକୁ ସମାଲୋଚନା କରୁଛନ୍ତି କାହିଁକି? ଆମେ ଯୋଗ ଏବଂ ଫିଟ୍‌ ଇଣ୍ଡିଆ ବିଷୟରେ କହିଲୁ, କିନ୍ତୁ ବିରୋଧୀମାନେ ଏହାକୁ ମଧ୍ୟ ସମାଲୋଚନା କଲେ ।’’ ‘‘ଶତାବ୍ଦୀର ସବୁଠୁ ବିପଜ୍ଜନକ ବୈଶ୍ୱିକ ମହାମାରୀର ମଧ୍ୟଭାଗରେ ସୁଦ୍ଧା ଭାରତ ଆର୍ଥିକ ପ୍ରଗତି ହାସଲ କରିବା ବିଶ୍ୱର ଧ୍ୟାନ ଆକର୍ଷଣ କରିପାରିଛି,’’ ପ୍ରଧାନମନ୍ତ୍ରୀ କହିଥିଲେ ।

ଶହେ ବର୍ଷ ପୂର୍ବରୁ ଆସିଥିବା ଫ୍ଲୁ ମହାମାରୀ ବିଷୟରେ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ କ୍ଷୁଧା କାରଣରୁ ଅଧିକାଂଶ ଲୋକ ମୃତ୍ୟୁବରଣ କରିଥିଲେ । ସେ ଜୋର ଦେଇ କହିଥିଲେ ଯେ ବର୍ତ୍ତମାନର ମହାମାରୀ ସମୟରେ, କୌଣସି ଭାରତୀୟମାନଙ୍କୁ କ୍ଷୁଧାରେ ମୃତ୍ୟୁବରଣ କରିବାକୁ ଦିଆଗଲା ନାହିଁ ଏବଂ ସବୁଠୁ ବଡ଼ ସାମାଜିକ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଥିଲା । ‘‘ଭାରତ ସରକାର ମହାମାରୀ ମଧ୍ୟରେ ୮୦ କୋଟି ଦେଶବାସୀଙ୍କୁ ମାଗଣା ରାସନ ଯୋଗାଇ ଦେଇଥିଲେ। ଜଣେ ହେଲେ ଭାରତୀୟଙ୍କୁ ଖାଲି ପେଟରେ ନରଖିବା ଲାଗି ଏହା ଆମର ପ୍ରତିବଦ୍ଧତା ଥିଲା,’’ ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ, କ୍ଷୁଦ୍ର ଚାଷୀମାନଙ୍କର ସମସ୍ୟା ଦୂର କରିବା ଲାଗି ପଦକ୍ଷେପ ଗ୍ରହଣ କରିବା ହେଉଛି ଦାରିଦ୍ର୍ୟ ଦୂରୀକରଣର ଏକମାତ୍ର ପ୍ରଭାବୀ ଉପାୟ । ଦୀର୍ଘ ଦିନ ଧରି କ୍ଷୁଦ୍ର ଚାଷୀମାନଙ୍କୁ ଅଣଦେଖା କରାଯିବା ଦୁର୍ଭାଗ୍ୟର ବିଷୟ ବୋଲି ସେ କହିଥିଲେ । ସେ କହିଥିଲେ ଯେ, ‘‘ଯେଉଁମାନେ ଏତେ ବର୍ଷ ଧରି ଦେଶ ଉପରେ ଶାସନ କରି ଆସୁଥିଲେ ଏବଂ ରାଜଉଆସରେ ରହୁଥିଲେ ସେମାନେ କ୍ଷୁଦ୍ର ଚାଷୀଙ୍କ କଲ୍ୟାଣ ବିଷୟରେ ଚିନ୍ତା କରିବା ଲାଗି ଭୁଲି ଯାଇଥିଲେ । ଭାରତର ପ୍ରଗତି ପାଇଁ, କ୍ଷୁଦ୍ର ଚାଷୀମାନଙ୍କୁ ସଶକ୍ତ କରିବା ଜରୁରି । କ୍ଷୁଦ୍ର ଚାଷୀମାନେ ଭାରତର ପ୍ରଗତିକୁ ସୁଦୃଢ଼ କରିବେ ।’’

ପ୍ରଧାନମନ୍ତ୍ରୀ ଶାସନ ଓ ପ୍ରକଳ୍ପ ବିତରଣର ନୂଆ ଦୃଷ୍ଟିକୋଣର ସମ୍ପ୍ରସାରଣ ଉପରେ ଆଲୋକପାତ କରିଥିଲେ । ଉତ୍ତର ପ୍ରଦେଶରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ‘ସରଯୁ ନହର ଜାତୀୟ ପ୍ରକଳ୍ପ’ ବର୍ତ୍ତମାନର ସରକାରଙ୍କ ସମୟରେ ପୂରଣ ହୋଇଛି ବୋଲି ସେ ଉଦାହରଣ ଦେଇଥିଲେ । ସେ ଆହୁରି କହିଥିଲେ ଯେ, ଆମର ଭିତ୍ତିଭୂମି ସମସ୍ୟା ସମାଧାନ କରିବା କ୍ଷେତ୍ରରେ ପିଏମ ଗତି ଶକ୍ତି ଏକ ସାମଗ୍ରିକ ଆଭିମୁଖ୍ୟ ଉପସ୍ଥାପନ କରୁଛି । ଏହା ଉଦ୍ୟୋଗଗୁଡ଼ିକର ଲଜିଷ୍ଟିକ୍ସ ବିକଳ୍ପ ହ୍ରାସ କରିବ । ଉପଯୁକ୍ତ ଯୋଗାଯୋଗ (କନେକ୍ଟିଭିଟି) ଉପରେ ଗୁରୁତ୍ୱାରୋପ କରାଯାଉଥିବା ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ସେ କହିଥିଲେ ଯେ ଆମ ସରକାର ଏମଏସଏମଇର ସଜ୍ଞା ପରିବର୍ତ୍ତନ କରିଛନ୍ତି ଏବଂ ଏହା ଏହି କ୍ଷେତ୍ରକୁ ବିଶେଷ ଭାବେ ସହାୟକ ହୋଇଛି ।

ଆତ୍ମନିର୍ଭର ଭାରତର ନୂତନ ମାନସିକତା ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଏହା ଅଭିନବ ନୀତିଗୁଡ଼ିକୁ ପ୍ରୋତ୍ସାହନ ଦେଇଛି ବୋଲି ସେ କହିଥିଲେ । ନୂତନ କ୍ଷେତ୍ରକୁ ଉନ୍ମୁକ୍ତ କରିବା ମାଧ୍ୟମରେ ଦେଶର ପ୍ରତିଭା ଏବଂ ଯୁବପିଢ଼ିଙ୍କୁ ପ୍ରୋତ୍ସାହିତ କରିବା ଉପରେ ସେ ଆଲୋକପାତ କରିଥିଲେ । ‘‘ଆମ ବିଚାରରେ କେବଳ ସରକାର ହିଁ ସମସ୍ତ ସମସ୍ୟାର ସମାଧାନ କରିପାରିବେ ନାହିଁ । ରାଷ୍ଟ୍ରର ଜନସାଧାରଣ, ଯୁବପିଢ଼ିଙ୍କ ଉପରେ ଆମର ଦୃଢ଼ ବିଶ୍ୱାସ ରହିଛି । ଷ୍ଟାର୍ଟ-ଅପ୍‌ କ୍ଷେତ୍ରକୁ ଉଦାହରଣ ଭାବେ ନିଆଯାଇପାରେ । ଷ୍ଟାର୍ଟ-ଅପ୍‌ ଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇଛି ଏବଂ ଏହା ଆମ ଲୋକମାନଙ୍କର ସାମର୍ଥ୍ୟକୁ ପ୍ରଦର୍ଶିତ କରୁଛି,’’ ପ୍ରଧାନମନ୍ତ୍ରୀ କହିଥିଲେ । ନିକଟ ଅତୀତରେ ଉନ୍ନତମାନର ୟୁନିକର୍ଣ୍ଣଗୁଡ଼ିକର ବିକାଶ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, ‘‘ଆମର ଯୁବକ, ସମ୍ପତ୍ତି ସୃଷ୍ଟିକାରୀ ଓ ଉଦ୍ୟୋଗୀମାନଙ୍କୁ ଭୟଭୀତ କରିବାର ଆଭିମୁଖ୍ୟରେ ଆମର ବିଶ୍ୱାସ ନାହିଁ।’’ ୨୦୧୪ ପୂର୍ବରୁ ମାତ୍ର ୫୦୦ ଷ୍ଟାର୍ଟ-ଅପ୍‌ ରହିଥିଲା । ଗତ ୭ ବର୍ଷ ମଧ୍ୟରେ ୬୦ ହଜାର ଷ୍ଟାର୍ଟ ଅପ୍‌ ମୁଣ୍ଡ ଟେକିଛନ୍ତି ଏବଂ ଭାରତ ଶହେ ୟୁନିକର୍ଣ୍ଣର ଦେଶ ହେବା ଦିଗରେ ଅଗ୍ରସର ହେଉଛି ।’’ ସେ କହିଥିଲେ ଯେ, ‘ମେକ୍‌ ଇନ୍‌ ଇଣ୍ଡିଆ’କୁ ସମାଲୋଚନା କରିବାର ଅର୍ଥ ଭାରତୀୟ ଉଦ୍ୟମିତା, ଭାରତର ଯୁବପିଢ଼ି ଏବଂ ଶିଳ୍ପ ଜଗତକୁ ସମାଲୋଚନା କରିବା । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ସବୁଠୁ ବଡ଼ ରାଷ୍ଟ୍ର ସେବା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପୂର୍ବରୁ ମୂଦ୍ରାସ୍ଫୀତି ବୃଦ୍ଧି ପାଇଁ ବିଶ୍ୱ ସମସ୍ୟାର ବାହାନା ଦିଆଯାଉଥିଲା, କିନ୍ତୁ ଆଜି ଭାରତ ବିଶ୍ୱସ୍ତରରେ ସଙ୍କଟପୂର୍ଣ୍ଣ ସ୍ଥିତି ସତ୍ତ୍ୱେ ମୂଦ୍ରାସ୍ଫୀତିର ମୁକାବିଲା କରୁଛି ଏବଂ ଏଥିପାଇଁ କୌଣସି ବାହାନା ସୁଦ୍ଧା କରୁନାହିଁ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଷ୍ଟ୍ର ଆମ ପାଇଁ ଏକ ଜୀବନ୍ତ ଆତ୍ମା, କେବଳ କ୍ଷମତା କିମ୍ବା ସରକାରଙ୍କ ବ୍ୟବସ୍ଥା ନୁହେଁ । ପୁରାଣ ଏବଂ ସୁବ୍ରମଣ୍ୟ ଭାରତୀ ବିଷୟରେ ଉଦାହରଣ ଦେଇ ସେ କହିଥିଲେ ଯେ, ଭାରତ ଏକ ବ୍ୟାପକ ଅବଧାରଣା ଯେଉଁଠି ସାରା ଭାରତକୁ ଏକ ଜୀବନ୍ତ ଆତ୍ମା ରୂପରେ ଗ୍ରହଣ କରାଯାଇଥାଏ । ଦେଶବ୍ୟାପୀ ରାଷ୍ଟ୍ରୀୟ ଭାବନାର ଏକ ଉଦାହରଣ ଭାବେ ତାମିଲନାଡ଼ୁର ଜନସାଧାରଣଙ୍କ ଦ୍ଵାରା ସିଡିଏ ଜେନେରାଲ ବିପିନ ରାୱତଙ୍କ ପ୍ରତି ଦିଆଯାଇଥିବା ଶ୍ରଦ୍ଧାଞ୍ଜଳି ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ଅମୃତ କାଳର ପବିତ୍ର ଅବସରରେ ସକାରାତ୍ମକ ମନୋଭାବ ନେଇ ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜନୈତିକ ଦଳ, ଦେଶର ନାଗରିକ ଏବଂ ଯୁବପିଢ଼ିମାନଙ୍କୁ ଆହ୍ୱାନ କରିଥିଲେ ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's chip dreams get a Rs 1.25 lakh crore push with Semiconductor Mission 2.0

Media Coverage

India's chip dreams get a Rs 1.25 lakh crore push with Semiconductor Mission 2.0
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the President of Iran
June 30, 2026
President Pezeshkian briefs PM on the recent developments in West Asia.
PM welcomes the understanding reached and reiterates the need for continued efforts for lasting peace and stability.

Prime Minister Shri Narendra Modi had a telephone conversation today with the President of the Islamic Republic of Iran, H.E. Dr. Masoud Pezeshkian.

President Pezeshkian briefed the Prime Minister on the recent developments in West Asia and the way forward.

Prime Minister welcomed the understanding reached, and reiterated India’s consistent position that all issues must be resolved through dialogue and diplomacy.

Prime Minister reiterated the need for continued efforts to ensure lasting peace and stability in the region, and for safeguarding freedom of navigation and commerce.