‘‘୮୫୦୦ ଜନ ଔଷଧି କେନ୍ଦ୍ର କେବଳ ସରକାରୀ କେନ୍ଦ୍ର ନୁହେଁ, ବରଂ ଦ୍ରୁତ ଗତିରେ ଜନସାଧାରଣଙ୍କ ସମସ୍ୟା ସମାଧାନ କରିବା ସ୍ଥାନରେ ପରିଣତ ହେଉଛନ୍ତି’’
‘‘କର୍କଟ, ଯକ୍ଷ୍ମା, ମଧୁମେହ, ହୃଦରୋଗ ଭଳି ରୋଗର ଚିକିତ୍ସା ପାଇଁ ଆବଶ୍ୟକ ୮୦୦ରୁ ଅଧିକ ଔଷଧର ଦର ସରକାର ନିୟନ୍ତ୍ରଣ କରିଛନ୍ତି’’
‘‘ଘରୋଇ ମେଡ଼ିକାଲ କଲେଜର ଅଧା ସିଟ୍‌ରେ ସରକାରୀ ମେଡ଼ିକାଲ କଲେଜ ଭଳି ଖର୍ଚ୍ଚରେ ଶିକ୍ଷାଦାନ କରିବାକୁ ଆମେ ନିଷ୍ପତ୍ତି ନେଇଛୁ’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜନ ଔଷଧି କେନ୍ଦ୍ରର ମାଲିକ ଏବଂ ହିତାଧିକାରୀମାନଙ୍କ ସହିତ କଥା ହୋଇଛନ୍ତି । ଜେନେରିକ ଔଷଧର ବ୍ୟବହାର ଏବଂ ଜନଔଷଧି ପରିଯୋଜନାର ଲାଭ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ପହିଲା ଠାରୁ ସାରା ଦେଶରେ ଜନ ଔଷଧି ସପ୍ତାହ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ‘‘ଜନ ଔଷଧି - ଜନ ଉପଯୋଗୀ’’ ରଖାଯାଇଛି । ଆଜିର କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ପାଟନାର ଜନ ଔଷଧି କେନ୍ଦ୍ର ହିତାଧିକାରୀ ସୁଶ୍ରୀ ହିଲଦା ଏନ୍ଥୋନୀଙ୍କ ସହ କଥା ହୋଇଥିଲେ । ଜନ ଔଷଧି କେନ୍ଦ୍ରର ଔଷଧ ବିଷୟରେ ସେ କେମିତି ଜାଣିବାକୁ ପାଇଲେ ବୋଲି ପ୍ରଧାନମନ୍ତ୍ରୀ ତାଙ୍କୁ ପଚାରିଥିଲେ। ଔଷଧର ଗୁଣବତ୍ତା ସମ୍ପର୍କରେ ମଧ୍ୟ ସେ ଜାଣିବାକୁ ଚାହିଁଥିଲେ। ଜବାବରେ ହିତାଧିକାରୀ କହିଥିଲେ ଯେ, ପୂର୍ବରୁ ସେ ଔଷଧ ବାବଦକୁ ମାସିକ ୧୨୦୦ରୁ ୧୫୦୦ ଟଙ୍କା ଖର୍ଚ୍ଚ କରୁଥିଲେ, କିନ୍ତୁ ଏବେ ସେ ମାସିକ ମାତ୍ର ୨୫୦ ଟଙ୍କା ଖର୍ଚ୍ଚ କରି ସେହିସବୁ ଔଷଧ ପାଇପାରୁଛନ୍ତି । ଏଥିରୁ ତାଙ୍କୁ ବହୁତ ଲାଭ ହୋଇଛି । ସଞ୍ଚିତ ଅର୍ଥ ସେ ସମାଜ କଲ୍ୟାଣ କାର୍ଯ୍ୟରେ ବିନିଯୋଗ କରୁଥିବା କହିଥଲେ । ପ୍ରଧାନମନ୍ତ୍ରୀ ତାଙ୍କର ଏପରି ଭାବନାକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ତାଙ୍କ ଭଳି ଲୋକଙ୍କ ପାଇଁ ଜନ ଔଷଧି କେନ୍ଦ୍ର ଉପରେ ଜନସାଧାରଣଙ୍କ ଭରସା ବୃଦ୍ଧି ପାଇବ । ସେ କହିଥିଲେ ଯେ, ଦେଶର ମଧ୍ୟବିତ୍ତ ଲୋକମାନେ ଏହି ଯୋଜନାର ଶ୍ରେଷ୍ଠ ସଦ୍‌ଭାବନା ଦୂତ ହୋଇପାରିବେ । ସମାଜର ଗରିବ, ନିମ୍ନ ମଧ୍ୟବିତ୍ତ ଏବଂ ମଧ୍ୟବିତ୍ତ ବର୍ଗଙ୍କ ଆର୍ଥିକ ପରିସ୍ଥିତି ଉପରେ ରୋଗ ପ୍ରଭାବ ବିଷୟରେ ମଧ୍ୟ ସେ ଆଲୋଚନା କରିଥିଲେ । ଜନ ଔଷଧି କେନ୍ଦ୍ରର ଲାଭ ବିଷୟରେ ସମାଜର ଶିକ୍ଷିତ ବର୍ଗ ଆଲୋଚନା କରିବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଭୁବନେଶ୍ୱରର ଦିବ୍ୟାଙ୍ଗ ହିତାଧିକାରୀ ଶ୍ରୀ ସୁରେଶ ଚନ୍ଦ୍ର ବେହେରାଙ୍କ ସହିତ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଜନ ଔଷଧି ପରିଯୋଜନା ସମ୍ପର୍କରେ ତାଙ୍କର ଅଭିଜ୍ଞତା ବିଷୟରେ ପ୍ରଧାନମନ୍ତ୍ରୀ ଜାଣିବାକୁ ଚାହିଁଥିଲେ । ସେ ଚାହୁଁଥିବା ସବୁତକ ଔଷଧ ଜନ ଔଷଧି କେନ୍ଦ୍ରରେ ମିଳୁଛି କି ନାହିଁ ପ୍ରଧାନମନ୍ତ୍ରୀ ପଚାରିଥିଲେ । ଶ୍ରୀ ବେହେରା କହିଥିଲେ ଯେ, ତାଙ୍କର ଯେଉଁସବୁ ଔଷଧ ଦରକାର ସେସବୁ ସେ ଜନ ଔଷଧି କେନ୍ଦ୍ରରୁ ପାଇପାରୁଛନ୍ତି । ଫଳରେ ତାଙ୍କର ଔଷଧ ଖର୍ଚ୍ଚ ବାବଦକୁ ମାସିକ ୨ ହଜାରରୁ ୨୫ ଶହ ପର୍ଯ୍ୟନ୍ତ ଟଙ୍କା ସଞ୍ଚିତ ହୋଇପାରୁଛି, ସେ ନିଜ ମାତାପିତାଙ୍କ ପାଇଁ ମଧ୍ୟ ଏହି କେନ୍ଦ୍ରରୁ ଔଷଧ କିଣିଥାନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ପରିବାର ଲୋକଙ୍କ ଆରୋଗ୍ୟ ଓ କଲ୍ୟାଣ ପାଇଁ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ । ଶ୍ରୀ ବେହେରା ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ସାହସର ସହ ସମସ୍ୟାର ମୁକାବିଲା କରୁଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ  ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମହୀଶୂରର ସୁଶ୍ରୀ ବବିତା ରାଓଙ୍କ ସହ କଥା ହୋଇଥିଲେ । ସାମାଜିକ ଗଣମାଧ୍ୟମ ଜରିଆରେ ଏହି ଯୋଜନାର ପ୍ରଚାରପ୍ରସାର କରିବା ଲାଗି ପ୍ରଧାନମନ୍ତ୍ରୀ ତାଙ୍କୁ ନିବେଦନ କରିଥିଲେ ଯାହାଫଳରେ ଅଧିକରୁ ଅଧିକ ଲୋକ ଏହାର ଲାଭ ପାଇପାରିବେ ।

ସୁରଟର ସୁଶ୍ରୀ ଉର୍ବଶୀ ନୀରବ ପଟେଲ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ଅବସରରେ ତାଙ୍କ ଅଞ୍ଚଳରେ ଜନ ଔଷଧି କେନ୍ଦ୍ର ସମ୍ପର୍କରେ ପ୍ରଚାରପ୍ରସାର କରିବା ଲାଗି ସେ କରିଥିବା ପ୍ରୟାସ ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଜନ ଔଷଧି କେନ୍ଦ୍ରରେ ଅତି କମ ମୂଲ୍ୟରେ ସାନିଟାରୀ ପ୍ୟାଡ୍‌ ମିଳୁଛି, ଯାହାକୁ କିଣି ସେ ନିଜର ପ୍ରୟାସ ଜରିଆରେ ଅଧିକରୁ ଅଧିକ ଲୋକଙ୍କୁ ବାଣ୍ଟି ପାରୁଛନ୍ତି । ଜଣେ ରାଜନୈତିକ କର୍ମୀ ଭାବେ ତାଙ୍କର ସେବା ଭାବନାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସାଧାରଣ ଜୀବନରେ ସେବାର ଭୂମିକାକୁ ଏହା ବଢ଼ାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ମାଗଣା ରାସନା ଯୋଜନାର ହିତାଧିକାରୀମାନଙ୍କ ମଧ୍ୟରେ ସ୍ବଚ୍ଛତାକୁ ନେଇ ସଚେତନତା ବୃଦ୍ଧି କରିବା ଦିଗରେ ପ୍ରୟାସ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ରାୟପୁରର ଶ୍ରୀ ଶୈଲେଶ ଖଣ୍ଡେଲୱାଲ ଜନ ଔଷଧି ପରିଯୋଜନା ସହ ଜଡ଼ିତ ନିଜର ଯାତ୍ରା ସମ୍ପର୍କରେ କଥା ହୋଇଥିଲେ । ସେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ, ଏଠାରେ କମ ମୂଲ୍ୟରେ ଔଷଧ ମିଳିପାରୁଛି ଏବଂ ଏହି ବାର୍ତ୍ତା ସେ ନିଜର ସବୁ ରୋଗୀଙ୍କ ନିକଟରେ ପହଞ୍ଚାଇଥିଲେ।  ଅନ୍ୟ ଡାକ୍ତରମାନେ ମଧ୍ୟ ଜନ ଔଷଧି କେନ୍ଦ୍ର ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଚିତ୍‌ ବୋଲି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜନ ଔଷଧି କେନ୍ଦ୍ର କେବଳ ଶରୀର ପାଇଁ ଔଷଧ କେନ୍ଦ୍ର ହୋଇ ରହିନାହିଁ, ବରଂ ଏହା ଜନସାଧାରଣଙ୍କ ମାନସିକ ଚାପ ଦୂର କରିବାର କେନ୍ଦ୍ରରେ ପରିଣତ ହୋଇଛି । ଲୋକମାନଙ୍କ ଅର୍ଥ ସଞ୍ଚୟ କରିବା ମାଧ୍ୟମରେ ଏହି କେନ୍ଦ୍ର ସେମାନଙ୍କ ପାଇଁ ଆଶ୍ୱସ୍ତି ଆଣି ଦେଇଛି । ଏହି ଯୋଜନାର ଲାଭ ସମାଜର ସବୁ ବର୍ଗ ଏବଂ ଦେଶର କୋଣ ଅନୁକୋଣରେ ପହଞ୍ଚି ପାରିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ୨୧ କୋଟିରୁ ଅଧିକ ସାନିଟାରୀ ନାପକିନ୍‌ ବିକ୍ରି ହେବା ଏହା ଦର୍ଶାଉଛି ଯେ ଜନ ଔଷଧି କେନ୍ଦ୍ରଗୁଡ଼ିକ ସାରା ଦେଶରେ ମହିଳାମାନଙ୍କ ଜୀବନକୁ ସହଜ କରିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏବେ ସୁଦ୍ଧା ସାରା ଦେଶରେ ୮ ହଜାର ୫୦୦ ଜନ ଔଷଧି କେନ୍ଦ୍ର ଖୋଲା ଯାଇ ସାରିଛି । ଏହା କେବଳ ଆଉ ଏକ ସରକାରୀ କେନ୍ଦ୍ର ନୁହେଁ ବରଂ ଜନସାଧାରଣଙ୍କ ସମସ୍ୟା ସମାଧାନ କରିବାର ସ୍ଥାନ ପାଲଟିଛି । ସେ କହିଥିଲେ ଯେ କର୍କଟ, ଯକ୍ଷ୍ମା, ମଧୁମେହ, ହୃଦରୋଗ ଭଳି ରୋଗର ଚିକିତ୍ସା ପାଇଁ ଆବଶ୍ୟକ ୮୦୦ରୁ ଅଧିକ ଔଷଧର ଦର ସରକାର ନିୟନ୍ତ୍ରଣ କରିଛନ୍ତି । ସରକାର ଷ୍ଟଣ୍ଟିଂ ଦର କମାଇବା ଲାଗି ପଦକ୍ଷେପ ନେଇଛନ୍ତି ଯାହାଫଳରେ ଆଣ୍ଠୁ ପ୍ରତିରୋପଣ ଖର୍ଚ୍ଚ ନିୟନ୍ତ୍ରଣରେ ରହିଛି । ନାଗରିକମାନଙ୍କ ପାଇଁ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସେ ତଥ୍ୟ ଦେଇଥିଲେ। ସେ ସୂଚନା ଦେଇଥିଲେ ଯେ, ଏବେ ସୁଦ୍ଧା ୫୦ କୋଟିରୁ ଅଧିକ ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅଧୀନକୁ ଅଣାଯାଇସାରିଛି  । ୩ କୋଟିରୁ ଅଧିକ ଲୋକ ଏହି ଯୋଜନାର ଲାଭ ପାଇସାରିଛନ୍ତି । ଏହାଦ୍ୱାରା ଗରିବ ଓ ମଧ୍ୟବିତ୍ତ ଲୋକମାନଙ୍କର ୭୦ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ସଞ୍ଚୟ ହୋଇପାରିଛି । ପ୍ରଧାନମନ୍ତ୍ରୀ ଜାତୀୟ ଡାଏଲିସିସ କାର୍ଯ୍ୟକ୍ରମ ଜରିଆରେ ୫୫୦ କୋଟି ଟଙ୍କା ସଞ୍ଚୟ ହୋଇପାରିଛି । ଆଣ୍ଠୁ ପ୍ରତିରୋପଣ ଏବଂ ଔଷଧ ଖର୍ଚ୍ଚ ନିୟନ୍ତ୍ରଣ କରିବା ଲାଗି ୧୩ ହଜାର କୋଟି ଟଙ୍କା ସଞ୍ଚୟ ହୋଇପାରିଛି ।

ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ କିଛି ସପ୍ତାହ ପୂର୍ବରୁ, ସରକାର ଆଉ ଏକ ନିଷ୍ପତ୍ତି ନେଇଛନ୍ତି, ଯାହାକି ଗରିବ ଓ ମଧ୍ୟବିତ୍ତ ପରିବାରର ପିଲାମାନଙ୍କୁ ଲାଭାନ୍ୱିତ କରିବ । ଘରୋଇ ମେଡ଼ିକାଲ କଲେଜର ଅଧା ସିଟ୍‌ରେ ସରକାରୀ ମେଡ଼ିକାଲ କଲେଜ ଭଳି ଖର୍ଚ୍ଚରେ ଶିକ୍ଷାଦାନ କରିବାକୁ ଆମେ ନିଷ୍ପତ୍ତି ନେଇଛୁ ବୋଲି ସେ ସୂଚନା ଦେଇଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FIIs pour over $1 billion into Indian stocks, biggest weekly buying since June 2025

Media Coverage

FIIs pour over $1 billion into Indian stocks, biggest weekly buying since June 2025
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over loss of lives due to boat capsizing in South 24 Parganas district of West Bengal
July 13, 2026
Prime Minister announces ex-gratia

The Prime Minister, Shri Narendra Modi has expressed deep grief over the loss of lives due to the capsizing of a boat in the South 24 Parganas district of West Bengal.

The Prime Minister conveyed his thoughts to the bereaved families in this hour of grief and prayed for the speedy recovery of the injured.

The Prime Minister announced that an ex-gratia of Rs. 2 lakh from the Prime Minister’s National Relief Fund (PMNRF) would be given to the next of kin of each deceased. The injured would be given Rs. 50,000.

The Prime Minister’s Office posted on X;

“The loss of lives due to the capsizing of a boat in the South 24 Parganas district of West Bengal is deeply painful. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi”