ମହାମହିମ ଗଣ,

ଚଳିତ ବର୍ଷର ଆହ୍ୱାନପୂର୍ଣ୍ଣ ଅନ୍ତର୍ଜାତୀୟ ଏବଂ କ୍ଷେତ୍ରୀୟ ବାତାବରଣରେ ଏସ୍‌ସିଓର ପ୍ରଭାବଶାଳୀ ନେତୃତ୍ୱ ନିମନ୍ତେ ମୁଁ ରାଷ୍ଟ୍ରପତି ମିରଜିୟୋଏଭ୍‌ଙ୍କୁ ହୃଦୟର ସହିତ ଶୁଭେଚ୍ଛା ପ୍ରଦାନ କରୁଛି । 

ଆଜି ଯେତେବେଳେ ସମଗ୍ର ବିଶ୍ୱ ମହାମାରୀ ପରେ ଆର୍ଥିକ ପୁନରୁଦ୍ଧାର ଭଳି ଆହ୍ୱାନ ଗୁଡିକର ସମ୍ମୁଖୀନ ହେବାରେ ଲାଗିଛି, ସେଥିରେ ଏସ୍‌ସିଓର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ଏସ୍‌ସିଓର ସଦସ୍ୟ ଦେଶ ବିଶ୍ୱ ସ୍ତରୀୟ ସମୁଦାୟ ଘରୋଇ ଉତ୍ପାଦ (ଜିଡିପି)ରେ ପ୍ରାୟ ୩୦ ପ୍ରତିଶତର ଯୋଗଦାନ ଦେଉଛନ୍ତି ଏବଂ ବିଶ୍ୱର ୪୦ ପ୍ରତିଶତ ଜନସଂଖ୍ୟା ମଧ୍ୟ ଏସ୍‌ସିଓ ଦେଶ ଗୁଡିକରେ ଅବସ୍ଥାନ କରୁଛନ୍ତି । ଭାରତ ଏସ୍‌ସିଓ ସଦସ୍ୟ ମାନଙ୍କ ମଧ୍ୟରେ ଅଧିକ ସହଯୋଗ ଏବଂ ପରସ୍ପର ମଧ୍ୟରେ ବିଶ୍ୱାସକୁ ସମର୍ଥନ କରୁଛି । ମହାମାରୀ ଏବଂ ୟୁକ୍ରେନ୍‌ର ସଙ୍କଟ ଯୋଗୁଁ ଅନ୍ତର୍ଜାତୀୟ ଯୋଗାଣ ଶୃଙ୍ଖଳାରେ ଅନେକ ପ୍ରତିବନ୍ଧକ ସୃଷ୍ଟି ହୋଇଛି, ଯେଉଁ କାରଣରୁ ସମଗ୍ର ବିଶ୍ୱ ଅତ୍ୟଧିକ ପରିମାଣରେ ଶକ୍ତି ଏବଂ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେଉଛି । ଆମ କ୍ଷେତ୍ରରେ ଏସ୍‌ସିଓକୁ ବିଶ୍ୱସ୍ତ, ନମନୀୟ ଏବଂ ବିବିଧତାପୂର୍ଣ୍ଣ ଯୋଗାଣ ଶୃଙ୍ଖଳା ବିକଶିତ କରିବା ନିମନ୍ତେ ଚେଷ୍ଟା କରିବା ଜରୁରୀ । ଏଥି ପାଇଁ ଉନ୍ନତ ମାନର ସଂଯୋଗର ଆବଶ୍ୟକତା ନିଶ୍ଚିତ ରୂପରେ ଆବଶ୍ୟକ ହେବ, ଏହା ସହିତ ଏହା ମଧ୍ୟ ମହତ୍ୱପୂର୍ଣ୍ଣ ହେବ ଯେ, ଆମେ ସମସ୍ତେ ଯେପରି ପରସ୍ପରର ଗମନାଗମନକୁ ସମ୍ପୂର୍ଣ୍ଣ ଅଧିକାର ଦେବା । 

ମହାମହିମ ଗଣ, 

ଆମେ ଭାରତକୁ ଏକ ଉତ୍ପାଦନ କେନ୍ଦ୍ର କରିବା ଲକ୍ଷ୍ୟ ନେଇ ପ୍ରଗତି ପଥରେ ଆଗେଇ ଚାଲିଛୁ । ଭାରତର ଯୁବ ଏବଂ ପ୍ରତିଭାଶାଳୀ କାର୍ଯ୍ୟବଳ ଆମକୁ ସ୍ୱାଭାବିକ ରୂପରେ ପ୍ରତିଯୋଗୀତାମୂଳକ କରିବାରେ ଲାଗିଛନ୍ତି । ଚଳିତ ବର୍ଷ ଭାରତର ଅର୍ଥ ବ୍ୟବସ୍ଥାରେ ୭.୫ ପ୍ରତିଶତ ଅଭିବୃଦ୍ଧି ହେବାର ଆଶା ରହିଛି, ଯାହା ବିଶ୍ୱର ବୃହତ୍ ଅର୍ଥନୀତି ଗୁଡିକ ଭିତରେ ସବୁଠାରୁ ଅଧିକ ହେବ । ଆମର ଜନ - କେନ୍ଦ୍ରିତ ବିକାଶ ମଡେଲ୍‌ରେ ଟେକ୍ନୋଲୋଜିର ସଠିକ୍ ବ୍ୟବହାର ଉପରେ ମଧ୍ୟ ବହୁତ ଗୁରୁତ୍ୱ ପ୍ରଦାନ କରା ଯାଉଛି । ଆମେ ପ୍ରତ୍ୟେକ କ୍ଷେତ୍ରରେ ନୂତନତ୍ୱ / ନବସୃଜନକୁ ସମର୍ଥନ କରୁଛୁ । ଆଜି ଭାରତରେ ୭୦,୦୦୦ରୁ ଅଧିକ ଷ୍ଟାର୍ଟ - ଅପ୍ ରହିଛି, ଯେଉଁ ଗୁଡିକ ମଧ୍ୟରୁ ପ୍ରାୟ ୧୦୦ରୁ ଅଧିକ ୟୁନିକର୍ଣ୍ଣ ଶ୍ରେଣୀର । ଆମର ଏହି ଅଭିଜ୍ଞତା ଅନ୍ୟ ଏସ୍‌ସିଓ ସଦସ୍ୟ ମାନଙ୍କର କାର୍ଯ୍ୟରେ ମଧ୍ୟ ଆସି ପାରିବ । ଏହି ଉଦ୍ଦେଶ୍ୟରେ ଆମେ ଷ୍ଟାର୍ଟ - ଅପ୍ ଏବଂ ନବସୃଜନ ନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟ ଗୋଷ୍ଠୀର ସ୍ଥାପନା କରି ଏସ୍‌ସିଓର ସଦସ୍ୟ ଦେଶ ମାନଙ୍କ ସହିତ ଆମର ଅଭିଜ୍ଞତାକୁ ବାଂଟିବା ନିମନ୍ତେ ପ୍ରସ୍ତୁତ ଅଛୁ । 

ମହାମହିମ ଗଣ, 

ବିଶ୍ୱ ଆଜି ଆଉ ଏକ ବଡ ଆହ୍ୱାନର ସମ୍ମୁଖୀନ ହେଉଛି – ଏବଂ ତାହା ହେଉଛି ଆମର ନାଗରିକ ମାନଙ୍କର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା । ଏହି ସମସ୍ୟାର ସମ୍ଭାବ୍ୟ ସମାଧାନ ହେଉଛି ବାଜରା ଭଳି ଶସ୍ୟର ଉତ୍ପାଦନ କରିବା ଏବଂ ଏହାର ବ୍ୟବହାରକୁ ପ୍ରୋତ୍ସାହିତ କରିବା । ବାଜରା ଏମିତି ଏକ ଚମତ୍କାର ଖାଦ୍ୟ ଅଟେ, ଯାହା କେବଳ ଏସ୍‌ସିଓ ଦେଶ ଗୁଡିକରେ ନୁହେଁ, ବିଶ୍ୱର ଅନେକ ଅଂଚଳରେ ହଜାର ହଜାର ବର୍ଷ ଧରି ଉତ୍ପାଦିତ ହେଉଛି ଏବଂ ଖାଦ୍ୟ ସଙ୍କଟ ଭଳି ଆହ୍ୱାନକୁ ମୁକାବିଲା କରିବା ନିମନ୍ତେ ଏକ ପାରମ୍ପରିକ, ପୁଷ୍ଟିକର ଏବଂ କମ୍ ଖର୍ଚ୍ଚ ହେଉଥିବା ଖାଦ୍ୟର ବିକଳ୍ପ । ୨୦୨୩ ବର୍ଷକୁ ଜାତିିସଂଘ ଅନ୍ତର୍ଜାତୀୟ ବାଜରା ବର୍ଷ (ୟୁଏନ୍ ଇଂଟରନ୍ୟାସନାଲ୍ ଇୟର ଅଫ୍ ମିଲେଟ୍ସ) ରୂପେ ପାଳନ କରାଯିବ । ଆମେ ଏସ୍‌ସିଓ ଅଧୀନରେ ଏକ ବାଜରା ଖାଦ୍ୟ ଉତ୍ସବ (ମିଲେଟ୍ ଫୁଡ୍ ଫେଷ୍ଟିଭାଲ୍‌) ଆୟୋଜନ କରିବା ଉପରେ ବିଚାର କରିବା ଉଚିତ୍ । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026