କମ୍ ଟିକାକରଣ ହୋଇଥିବା ଝାଡ଼ଖଣ୍ଡ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ ଓ ଅନ୍ୟ ରାଜ୍ୟର 40ରୁ ଅଧିକ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ଟିକାକରଣର ବ୍ୟାପକ ପ୍ରସାର ସୁନିଶ୍ଚିତ କରିବା ସହିତ ନୂତନ ଆତ୍ମବିଶ୍ୱାସ ଏବଂ ଦୃଢ଼ ମନୋବଳ ନେଇ ନୂତନ ବର୍ଷରେ ପ୍ରବେଶ କରିବା ଲାଗି ପଦକ୍ଷେପ ନେବା ନିମନ୍ତେ ଅଧିକାରୀମାନଙ୍କୁ ଆହ୍ୱାନ
“ବର୍ତ୍ତମାନ ପ୍ରତ୍ୟେକ ପରିବାର ନିକଟରେ ଟିକାକରଣ ଅଭିଯାନ ପହଞ୍ଚାଇବା ଲାଗି ଆମେ ପ୍ରସ୍ତୁତ ହେଉଛୁ। ‘ହର ଘର ଦସ୍ତକ’, ପ୍ରତ୍ୟେକଙ୍କ ଘରଦୁଆରେ ପହଞ୍ଚିବା ମନ୍ତ୍ର ସହିତ ଡବଲ ଡୋଜ୍ ଟିକା ସୁରକ୍ଷାରୁ ବଞ୍ଚିତ ପ୍ରତ୍ୟେକ ପରିବାର ନିକଟରେ ଆମେ ପହଞ୍ଚିବୁ”
“ସ୍ଥାନୀୟ ସ୍ତରରେ ରହିଥିବା ବ୍ୟବଧାନକୁ ଦୂର କରିବା ସହିତ ସମ୍ପୂର୍ଣ୍ଣ ଟିକାକରଣ ଲକ୍ଷ୍ୟ ହାସଲ ପାଇଁ ବର୍ତ୍ତମାନର ଅଭିଜ୍ଞତାକୁ ଧ୍ୟାନରେ ରଖି, ସୂକ୍ଷ୍ମ ରଣନୀତି ବିକଶିତ କରାଯିବା ଆବଶ୍ୟକ”
“ଆପଣଙ୍କ ଜିଲ୍ଲାକୁ ଜାତୀୟ ହାର ସହ ନିକଟତର କରିବାକୁ ହେଲେ ଆପଣମାନଙ୍କୁ ଶ୍ରେଷ୍ଠ ଯୋଗଦାନ ଦେବାକୁ ହେବ”
“ସ୍ଥାନୀୟ ଧାର୍ମିକ ନେତାମାନଙ୍କ ଠାରୁ ଆପଣ ଅଧିକ ସହାୟତା ନେଇପାରିବେ। ସମସ୍ତ ଧର୍ମର ଲୋକମାନେ ଟିକାକରଣ ପ୍ରଚାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାର ନଜିର ରହିଛି”
“ନିର୍ଦ୍ଦିଷ୍ଟ ସମୟ ସୁଦ୍ଧା ପ୍ରାଥମିକତା ଭିତ୍ତିରେ ଦ୍ୱିତ

ଇଟାଲୀ ଏବଂ ଗ୍ଲାସଗୋ ଗସ୍ତରୁ ଫେରିବାର ତୁରନ୍ତ ପରେ ପ୍ରଧାନମନ୍ତ୍ରୀ ଶ୍ର ନରେନ୍ଦ୍ର ମୋଦୀ ଟିକାକରଣରେ ପଛୁଆ ରହିଥିବା ଜିଲ୍ଲାମାନଙ୍କ ସହିତ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ 50 ପ୍ରତିଶତରୁ କମ ପ୍ରଥମ ଡୋଜ୍ ଟିକାକରଣ ଏବଂ ଦ୍ୱିତୀୟ ଡୋଜ୍ ଟିକାକରଣରେ ବିଶେଷ ଅଗ୍ରଗତି କରିପାରିନଥିବା ଜିଲ୍ଲାମାନଙ୍କୁ ସାମିଲ କରାଯାଇଥିଲା। କମ୍ ଟିକାକରଣ ହୋଇଥିବା ଝାଡ଼ଖଣ୍ଡ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ ଓ ଅନ୍ୟ ରାଜ୍ୟର 40ରୁ ଅଧିକ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଲୋଚନା କରିଥିଲେ।

ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାରେ କମ ଟିକାକରଣର କାରଣ ଏବଂ ଏ କ୍ଷେତ୍ରରେ ରହିଥିବା ସମସ୍ୟା ଏବଂ ବାଧାଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ। ସେମାନେ ବିଭିନ୍ନ କାରଣ ଦର୍ଶାଇଥିଲେ, ଯେଉଁଥିରେ ଗୁଜବ କାରଣରୁ ଟିକାକୁ ନେଇ ରହିଥିବା ଦ୍ୱନ୍ଦ୍ୱ, କଠିନ ଅପହଞ୍ଚ ଇଲାକା, ବିଗତ କିଛି ମାସ ଧରି ଦେଖାଦେଇଥିବା ଖରାପ ପାଣିପାଗ ଆଦି ପ୍ରମୁଖ କାରଣ ଥିଲା। ଏସବୁ ଆହ୍ୱାନର ମୁକାବିଲା ଲାଗି ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସେମାନେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ସାର୍ବଜନୀନ ଟିକାକରଣ ପ୍ରସାରକୁ ତ୍ୱରାନ୍ୱିତ କରିବା ଲାଗି ସେମାନଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଅଭିନବ ପଦକ୍ଷେପ ଗୁଡ଼ିକ ବିଷୟରେ ଜିଲ୍ଲାପାଳମାନେ ବିସ୍ତୃତ ସୂଚନା ଦେଇଥିଲେ।

ଏହି ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଟିକାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଏବଂ ସ୍ଥାନୀୟ କାରଣଗୁଡ଼ିକ ବିଷୟରେ ବିସ୍ତୃତ ଭାବେ କଥା ହୋଇଥିଲେ। ସେ ଏସବୁ ଜିଲ୍ଲାରେ ଶତପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ ପାଇଁ କାର୍ଯ୍ୟକାରୀ କରାଯିବାକୁ ଥିବା ସମ୍ଭାବ୍ୟ ଉପାୟଗୁଡ଼ିକ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଅଧିକରୁ ଅଧିକ ଗୋଷ୍ଠୀ ସହଭାଗିତା ସୁନିଶ୍ଚିତ କରିବା ଲାଗି ଧାର୍ମିକ ଓ ଜନନେତାମାନଙ୍କୁ ଟିକାକରଣ ଅଭିଯାନରେ ସାମିଲ କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ଟିକାକରଣର ବ୍ୟାପକ ପ୍ରସାର ସୁନିଶ୍ଚିତ କରିବା ସହିତ ନୂତନ ଆତ୍ମବିଶ୍ୱାସ ଏବଂ ଦୃଢ଼ ମନୋବଳ ନେଇ ନୂତନ ବର୍ଷରେ ପ୍ରବେଶ କରିବା ଲାଗି ପଦକ୍ଷେପ ନେବା ନିମନ୍ତେ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ଆହ୍ୱାନ କରିଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଦେଶରେ ଟିକାକରଣ ପ୍ରସାର ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ରାଜ୍ୟମାନଙ୍କ ନିକଟରେ ଉପଲବ୍ଧ ଟିକା ଡୋଜ ସମ୍ପର୍କରେ ସେ ତଥ୍ୟ ପ୍ରଦାନ କରିଥିଲେ। ସେହିପରି ଟିକାକରଣ ପ୍ରସାର ବୃଦ୍ଧି କରିବା ଲାଗି ରାଜ୍ୟମାନଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ଅଭିନବ ପଦକ୍ଷେପ ବିଷୟରେ ମଧ୍ୟ ସେ ସୂଚନା ଦେଇଥିଲେ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ ଯେ ସେମାନେ ଏଥିପ୍ରତି ଧ୍ୟାନ ଦେବା କାରଣରୁ ଜିଲ୍ଲାମାନେ ଆହୁରି ପ୍ରତିବଦ୍ଧତା ସହିତ କାମ କରିବା ଲାଗି ଅନୁପ୍ରାଣିତ ହେବେ। ଶ୍ରୀ ମୋଦୀ କହିଥିଲେ ଯେ ଏହା ହେଉଛି ଶତାବ୍ଦୀର ସବୁଠୁ ବଡ଼ ମହାମାରୀ, ଦେଶ ଅନେକ ବିପତ୍ତିର ସମ୍ମୁଖିନ ହୋଇଛି। ସେ କହିଥିଲେ ଯେ, କରୋନା ମହାମାରୀ ବିରୋଧରେ ଦେଶର ଲଢ଼େଇରେ ଗୋଟିଏ ବିଶେଷ କଥା ହେଉଛି ଆମେ ନୂଆ ସମାଧାନ ପାଇଛୁ ଏବଂ ଅଭିନବ ପଦ୍ଧତି ଆପଣାଇଛୁ। ସେ ପ୍ରଶାସକମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ ସେମାନଙ୍କ ଜିଲ୍ଲାରେ ଟିକାକରଣ ବଢ଼ାଇବା ଲାଗି ନୂଆ ଅଭିନବ ଉପାୟ ସନ୍ଧାନ କରି ତା’ଉପରେ ସେମାନେ କାର୍ଯ୍ୟ କରିବା ଉଚିତ୍। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଜିଲ୍ଲାଗୁଡ଼ିକ ମଧ୍ୟ ଏପରି ସମସ୍ୟାର ସମ୍ମୁଖିନ ହୋଇଥିଲେ, ମାତ୍ର ସମର୍ପଣ ଏବଂ ଅଭିନବ ଉପାୟ ମାଧ୍ୟମରେ ସେମାନେ ନିଜ ଲକ୍ଷ୍ୟରେ ସଫଳ ହୋଇପାରିଛନ୍ତି। ସ୍ଥାନୀୟ ସ୍ତରରେ ରହିଥିବା ବ୍ୟବଧାନକୁ ଦୂର କରିବା ସହିତ ସମ୍ପୂର୍ଣ୍ଣ ଟିକାକରଣ ଲକ୍ଷ୍ୟ ହାସଲ ପାଇଁ ବର୍ତ୍ତମାନର ଅଭିଜ୍ଞତାକୁ ଧ୍ୟାନରେ ରଖି, ସୂକ୍ଷ୍ମ ରଣନୀତି ବିକଶିତ କରାଯିବା ଆବଶ୍ୟକ ବୋଲି ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ  କହିଥିଲେ। ଆବଶ୍ୟକତା କ୍ଷେତ୍ରରେ ଜିଲ୍ଲାରେ ଥିବା ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ସହର ପାଇଁ ଭିନ୍ନ ରଣନୀତି ପ୍ରସ୍ତୁତ କରିବା ଲାଗି ପ୍ରଧାନମନ୍ତ୍ରୀ କହିଥିଲେ। କ୍ଷେତ୍ର ଉପରେ ଆଧାର କରି 20-25 ଜଣ ଲୋକଙ୍କୁ ନେଇ ଏକ ଦଳ ଗଢ଼ିବା ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ କରିବା ସମ୍ଭବ ବୋଲି ସେ ପରାମର୍ଶ ଦେଇଥିଲେ। ଦଳଗୁଡ଼ିକର ପ୍ରଦର୍ଶନରେ ଏକ ସୁସ୍ଥ ପ୍ରତିଯୋଗିତା ବିକଶିତ କରିବା ଲାଗି ମଧ୍ୟ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ସ୍ଥାନୀୟ ଲକ୍ଷ୍ୟ ହାସଲ ପାଇଁ କ୍ଷେତ୍ର ସ୍ତରୀୟ ସମୟସାରଣୀ ପ୍ରସ୍ତୁତ କରିବା ଲାଗି ଅଧିକାରୀମାନଙ୍କୁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଆପଣଙ୍କ ଜିଲ୍ଲାକୁ ଜାତୀୟ ହାର ସହ ନିକଟତର କରିବାକୁ ହେଲେ ଆପଣମାନଙ୍କୁ ଶ୍ରେଷ୍ଠ ଯୋଗଦାନ ଦେବାକୁ ହେବ।”

ଟିକାକୁ ନେଇ ରହିଥିବା ଗୁଜବ ଏବଂ ଭ୍ରାନ୍ତ ଧାରଣା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ସଚେତନତା ହିଁ ଏହାର ଏକମାତ୍ର ସମାଧାନ। ଧାର୍ମିକ ନେତାମାନଙ୍କ ଠାରୁ ଏ କ୍ଷେତ୍ରରେ ସହାୟତା ନେବା ଲାଗି ସେ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଧାର୍ମିକ ନେତାମାନେ ଟିକାକରଣ ଅଭିଯାନ ସମ୍ପର୍କରେ ଅତ୍ୟନ୍ତ ଉତ୍ସାହୀ ଥାଆନ୍ତି। କିଛିଦିନ ପୂର୍ବରୁ ଭାଟିକାନ ସିଟିରେ ପରମପୂଜ୍ୟ ପୋପ୍ ଫ୍ରାନ୍ସିସଙ୍କ ସହ ତାଙ୍କ ସାକ୍ଷାତ ବିଷୟରେ ଶ୍ରୀ ମୋଦୀ ସ୍ମରଣ କରିଥିଲେ। ଟିକାକରଣ ସମ୍ପର୍କରେ ଧାର୍ମିକ ନେତାମାନଙ୍କର ବାର୍ତ୍ତା ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିବା ଲାଗି ବିଶେଷ ଜୋର ଦେଇଥିଲେ।

ଲୋକମାନଙ୍କୁ ନିରାପଦ ଭାବେ ଟିକାକରଣ କେନ୍ଦ୍ରକୁ ନେଇ ଟିକା ଦେବା ଠାରୁ ଏବେ ଘରକୁ ଘର ଯାଇ ଟିକାକରଣ କରିବା ଲାଗି ରଣନୀତିରେ ପରିବର୍ତ୍ତନ ଆଣିବା ଲାଗି ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ‘ହର ଘର ଟିକା, ଘର ଘର ଟିକା’- ସମସ୍ତଙ୍କ ଘର ଦୁଆରେ ଟିକା ପହଞ୍ଚାଇବାର ଉତ୍ସାହ ନେଇ ପ୍ରତ୍ୟେକ ଘରକୁ ଘର ବୁଲିବା ଲାଗି ସେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିବେଦନ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ବର୍ତ୍ତମାନ ପ୍ରତ୍ୟେକ ପରିବାର ନିକଟରେ ଟିକାକରଣ ଅଭିଯାନ ପହଞ୍ଚାଇବା ଲାଗି ଆମେ ପ୍ରସ୍ତୁତ ହେଉଛୁ। ‘ହର ଘର ଦସ୍ତକ’, ପ୍ରତ୍ୟେକଙ୍କ ଘରଦୁଆରେ ପହଞ୍ଚିବା ମନ୍ତ୍ର ସହିତ ଡବଲ ଡୋଜ୍ ଟିକା ସୁରକ୍ଷାରୁ ବଞ୍ଚିତ ପ୍ରତ୍ୟେକ ପରିବାର ନିକଟରେ ଆମେ ପହଞ୍ଚିବୁ।”

ପ୍ରତ୍ୟେକ ଘର ଦୁଆରେ ପହଞ୍ଚିବା ସମୟରେ ଦୁଇଟି ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ପ୍ରଧାନମନ୍ତ୍ରୀ ଚେତାଇ ଦେଇଥିଲେ। ଟିକାକରଣ ସମୟରେ ଦ୍ୱିତୀୟ ଡୋଜ୍ ସହିତ ପ୍ରଥମ ଡୋଜ୍ ଦିଆଯିବା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। କାରଣ ଯେତେବେଳେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଥାଏ, ସେତେବେଳେ ଜରୁରି ପଦକ୍ଷେପ ଗ୍ରହଣ କରିବାର ଭାବନା ମଧ୍ୟ ହ୍ରାସ ପାଇଥାଏ। ଟିକା ନେବାର ଜରୁରି ଆବଶ୍ୟକତା ଲୋକମାନଙ୍କ ମନରୁ ଧିରେ ଧିରେ କମି ଯାଇଥାଏ। ନିର୍ଦ୍ଦିଷ୍ଟ ସମୟ ସୁଦ୍ଧା ପ୍ରାଥମିକତା ଭିତ୍ତିରେ ଦ୍ୱିତୀୟ ଡୋଜ୍ ଟିକା ଗ୍ରହଣ କରିନଥିବା ଲୋକମାନଙ୍କ ସହିତ ଆପଣମାନଙ୍କୁ ଯୋଗାଯୋଗ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। କାରଣ ଏହାକୁ ଅଣଦେଖା କରିବାର କୁପରିଣାମ ଆଜି ବିଶ୍ୱର ଅନେକ ରାଷ୍ଟ୍ର ଭୋଗୁଛନ୍ତି ବୋଲି ଶ୍ରୀ ମୋଦୀ ଚେତାଇ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ସମସ୍ତଙ୍କ ପାଇଁ ମାଗଣା ଟିକାକରଣ ଅଭିଯାନ ଅନ୍ତର୍ଗତ ଭାରତ ଗୋଟିଏ ଦିନରେ ରେକର୍ଡ ଅଢ଼େଇ କୋଟି ଟିକାକରଣ କରିଛି, ଏହା ଉପଲବ୍ଧି ଭାରତର ସାମର୍ଥ୍ୟକୁ ଦର୍ଶାଉଛି ବୋଲି ସେ କହିଥିଲେ। ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଜିଲ୍ଲାର ସହଯୋଗୀମାନଙ୍କ ଠାରୁ ଅଭିନବ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ଶିକ୍ଷାଲାଭ କରିବା ଲାଗି ଜିଲ୍ଲା ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ସ୍ଥାନୀୟ ଆବଶ୍ୟକତା ଓ ପରିବେଶ ପାଇଁ ଅନୁକୂଳ ଆଭିମୁଖ୍ୟ ନେଇ କାର୍ଯ୍ୟ କରିବା ଉପରେ ସେ ଜୋର ଦେଇଥିଲେ।

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India Inc remains bullish on FY27; Telecom, defence, banking seen driving growth: Report

Media Coverage

India Inc remains bullish on FY27; Telecom, defence, banking seen driving growth: Report
NM on the go

Nm on the go

Always be the first to hear from the PM. Get the App Now!
...
PM shares a Sanskrit Subhashitam highlighting that Nari Shakti is the cornerstone of nation-building and the true embodiment of power
June 12, 2026

Prime Minister Shri Narendra Modi today stated that over the last 12 years, the Government has worked to further women-led development, which is visible across sectors. He noted that from financial inclusion and entrepreneurship to education, healthcare, sanitation, housing, sports, science, and governance, women are playing a prominent role across diverse fields.

Shri Modi emphasized that the efforts of the Government are rooted in dignity, opportunity, and empowerment, pointing out that they have helped create an environment where women can realise their full potential and contribute even more strongly to nation-building.

The Prime Minister expressed particular happiness in seeing India’s Nari Shakti make a mark in sectors like science, space, and innovation. He highlighted that their growing participation in emerging fields such as drone technology is opening new avenues of opportunity and transforming the development landscape across the nation.

Shri Modi shared that the Government is actively supporting Self Help Groups, which are going a long way in making women financially independent.

Sharing a Sanskrit Subhashitam, the Prime Minister stated that India's Nari Shakti is the cornerstone of nation-building. He observed that today, our mothers, sisters, and daughters are increasing the pride of Maa Bharati with their amazing talent and skills in every field.

In a series of posts on X, the Prime Minister shared:

"Over the last 12 years, the NDA Government has worked to further women-led development. And, this is visible across sectors.
From financial inclusion and entrepreneurship to education, healthcare, sanitation, housing, sports, science and governance, women are playing a prominent role across diverse sectors.

The efforts of the NDA Government are rooted in dignity, opportunity and empowerment. They have helped create an environment where women can realise their full potential and contribute even more strongly to nation-building.

#12YearsOfNariShakti “

“ I am particularly happy to see India’s Nari Shakti make a mark in sectors like science, space and innovation. Their growing participation in emerging fields such as drone technology is opening new avenues of opportunity and transforming development landscape across the nation. Our Government is actively supporting Self Help Groups, which are going a long way in making women financially independent.

#12YearsOfNariShakti “ 

“ भारत की नारीशक्ति राष्ट्र निर्माण की आधारशिला है। हमारी माताएं, बहनें और बेटियां आज हर क्षेत्र में अपनी अद्भुत प्रतिभा और कौशल से मां भारती का गौरव बढ़ा रही हैं।

नारी त्रैलोक्यजननी
नारी त्रैलोक्यरूपिणी।
नारी त्रिभुवनाधारा
नारी शक्तिस्वरूपिणी॥

#12YearsOfNariShakti"

Woman is the mother of the three worlds. She is the very expression of all the three realms. She is the foundation of the entire universe, and she is the true embodiment of power.