ରାଷ୍ଟ୍ରପତି ମହୋଦୟ, ସର୍ବପ୍ରଥମେ ଆମ ସମସ୍ତଙ୍କୁ, ଭାରତୀୟ ପ୍ରତିନିଧି ଦଳକୁ ବନ୍ଧୁତାପୂର୍ଣ୍ଣ ଏବଂ ସହୃଦୟତା ଭରା ସ୍ବାଗତ ପାଇଁ ମୁଁ ଆପଣଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଉଛି। 2016ରେ ଏବଂ 2014ରେ ମଧ୍ୟ ଆପଣଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିବାର ସୌଭାଗ୍ୟ ମୋତେ ମିଳିଥିଲା। ସେ ସମୟରେ ଆପଣ ଭାରତ-ଆମେରିକା ସମ୍ପର୍କ ଲାଗି ଆପଣଙ୍କର ଦୂରଦୃଷ୍ଟି ସମ୍ପର୍କରେ ଯାହା କହିଥିଲେ ତାହା ବାସ୍ତବରେ ପ୍ରେରଣାଦାୟୀ ଥିଲା। ଆଜି ଆପଣ ରାଷ୍ଟ୍ରପତି ଭାବେ ସେହି ଦୂରଦୃଷ୍ଟିକୁ ଆଗକୁ ବଢ଼ାଇବା ଲାଗି ପ୍ରୟାସ କରୁଛନ୍ତି, ପଦକ୍ଷେପ ଗ୍ରହଣ କରୁଛନ୍ତି, ସେଥିପାଇଁ ମୁଁ ଆପଣଙ୍କୁ ସ୍ବାଗତ କରୁଛି।

ଭାରତରେ ବାଇଡେନ୍ ସାଙ୍ଗିଆଧାରୀ ଲୋକମାନଙ୍କ ସମ୍ପର୍କରେ ଆପଣ ବିସ୍ତୃତ ଭାବେ ଉଲ୍ଲେଖ କରିଛନ୍ତି। ଆପଣ ମୋତେ ମଧ୍ୟ ଏହି କଥା କହିଥିଲେ। ପରେ ମୁଁ ଅନେକ କିଛି କାଗଜପତ୍ର ଖୋଜିବା ଲାଗି ପ୍ରୟାସ କଲି। କିଛି କାଗଜପତ୍ର ମୁଁ ସାଥୀରେ ମଧ୍ୟ ନେଇ ଆସିଛି। ବୋଧହୁଏ, ଆମେ ଏହି ପ୍ରସଙ୍ଗକୁ ଆଗକୁ ନେଇପାରିବା ଏବଂ ସେହି କାଗଜପତ୍ରଗୁଡ଼ିକ ଆପଣଙ୍କର କୌଣସି କାମରେ ହୁଏତ’ ଲାଗିପାରେ।

ରାଷ୍ଟ୍ରପତି ମହୋଦୟ, ଆଜି ଆମେ ଆମର ଦ୍ବିପାକ୍ଷିକ ଶିଖର ସମ୍ମିଳନୀ ସ୍ତରୀୟ ଆଲୋଚନା ଓ ବୈଠକରେ ବିଚାରବିମର୍ଶ କରିଛୁ। ଏହି ପରିପ୍ରେକ୍ଷୀରେ, ମୁଁ ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧିକୁ ଦେଖୁଛି। ଆମେ ଏବେ ତୃତୀୟ ଦଶନ୍ଧିର ପ୍ରଥମ ବର୍ଷରେ ରହିଛୁ। ଏହି ଠାରୁ ମୁଁ ସମ୍ପୂର୍ଣ୍ଣ ଦଶନ୍ଧିର ସ୍ଥିତିକୁ ଦେଖିପାରୁଛି। ମୋର ବିଶ୍ବାସ ଯେ ଆପଣଙ୍କର ନେତୃତ୍ବରେ ଭାରତ-ଆମେରିକା ସମ୍ପର୍କର ଯେଉଁ ବୀଜ ବପନ ହୋଇଛି, ତାହା ଆଗାମୀ ଦିନରେ ଆହୁରି ବିସ୍ତାରିତ ହେବ। ବିଶ୍ବର ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ, ଏହା ଏକ ପରିବର୍ତ୍ତନକାରୀ କ୍ଷଣ। ମୁଁ ଏହା ଦେଖିପାରୁଛି, ଧନ୍ୟବାଦ।

ଭାରତ-ଆମେରିକା ସମ୍ପର୍କର ଏହି ପରିବର୍ତ୍ତନକାରୀ ସମୟରେ ମୁଁ ଯାହା ଦେଖୁଛି ଏବଂ ଯେଉଁ ପରମ୍ପରା ବିଷୟରେ ମୁଁ କହୁଛି ତାହା ହେଉଛି ଗଣତାନ୍ତ୍ରିକ ପରମ୍ପରା, ଗଣତାନ୍ତ୍ରିକ ମୂଲ୍ୟବୋଧ। ଏହି ପରମ୍ପରା ପ୍ରତି ଆମର ଉଭୟ ରାଷ୍ଟ୍ର ସମ୍ପୂର୍ଣ୍ଣ ସମର୍ପିତ ତଥା ପ୍ରତିବଦ୍ଧ। ଏହି ପରମ୍ପରାର ଗୁରୁତ୍ବ ଆଗକୁ ଆହୁରି ବୃଦ୍ଧି ପାଇବ ବୋଲି ମୁଁ ଅନୁଭବ କରୁଛି।

ଅନୁରୂପ ଭାବେ, ରାଷ୍ଟ୍ରପତି ମହୋଦୟ, ଆପଣ ୪୦ ଲକ୍ଷ ଭାରତୀୟ-ଆମେରିକୀୟଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ଏମାନେ ଆମେରିକାର ପ୍ରଗତି ଯାତ୍ରାରେ ଅଂଶଗ୍ରହଣ କରୁଛନ୍ତି। ମୁଁ ଯେତେବେଳେ ଏହି ଦଶନ୍ଧିର ଗୁରୁତ୍ବ ପ୍ରତି ଧ୍ୟାନ ଦେଉଛି, ଏଥିରେ ଭାରତୀୟ-ଆମେରିକୀୟମାନଙ୍କ ପ୍ରତିଭା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ମୋର ବିଶ୍ବାସ ରହିଛି। ନାଗରିକମାନଙ୍କ ମଧ୍ୟରେ ରହିଥିବା ଏହି ପ୍ରତିଭା ମହତ ଭୂମିକା ନିର୍ବାହ କରିବ ଏବଂ ଭାରତୀୟ ପ୍ରତିଭା ଆମ ସମ୍ପର୍କରେ ଏକ ସହଯୋଗୀ ଭାବେ କାର୍ଯ୍ୟ କରିବ। ଆମ ସମ୍ପର୍କ ର ଯାତ୍ରାରେ ଏହା ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେବ ବୋଲି ମୁଁ ଏଠାରୁ ଦେଖିପାରୁଛି।

ରାଷ୍ଟ୍ରପତି ମହୋଦୟ, ଅନୁରୂପ ଭାବେ, ସାମ୍ପ୍ରତିକ ବିଶ୍ବରେ ପ୍ରଯୁକ୍ତି ସବୁଠୁ ଗୁରୁତ୍ବପୂର୍ଣ୍ଣ ବାହକ ଶକ୍ତି ଭାବେ ଉଭା ହୋଇଛି। ଜନସାଧାରଣଙ୍କ ସେବାରେ ବିନିଯୋଗ ହେଉଥିବା ଏବଂ ମାନବଜାତିର କାମରେ ଲାଗୁଥିବା ପ୍ରଯୁକ୍ତି ପାଇଁ ଆଗାମୀ ଦିନରେ ଅପାର ସୁଯୋଗ ରହିଥିବା ମୁଁ ଦେଖିପାରୁଛି।

ରାଷ୍ଟ୍ରପତି ମହୋଦୟ, ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟର ଗୁରୁତ୍ବ ସବୁବେଳେ ରହିଥିବ ଏବଂ ଆମ ଦୁଇ ଦେଶ ମଧ୍ୟରେ ବାଣିଜ୍ୟର ସ୍ଥିତି ବାସ୍ତବରେ ପ୍ରଶଂସନୀୟ ରହିଛି। ଯାହା ଆପଣମାନଙ୍କ ପାଖରେ ରହିଛି ଏବଂ ଯାହା ଆମମାନଙ୍କ ପାଖରେ ରହିଛି, ଆମେ ସେଥିରେ ପରସ୍ପରକୁ ସହଯୋଗ କରିବା ଜାରି ରଖିଛୁ। ଏହି ଦଶନ୍ଧି କାଳରେ ଆମ ଦୁଇ ଦେଶ ମଧ୍ୟରେ ଥିବା ଏହି ବାଣିଜ୍ୟିକ ସମ୍ପର୍କ ବ୍ୟାପକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ହାସଲ କରିବ ବୋଲି ମୁଁ ଦେଖିପାରୁଛି।

ରାଷ୍ଟ୍ରପତି ମହୋଦୟ, ଆପଣ ଏବେ ୨ ଅକ୍ଟୋବର ବିଷୟରେ ଉଲ୍ଲେଖ କଲେ, ଆମେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରିବାକୁ ଯାଉଛୁ ଏବଂ ମହାତ୍ମା ଗାନ୍ଧୀ ସବୁବେଳେ ଆମ ବିଶ୍ବ ପାଇଁ ଟ୍ରଷ୍ଟିଶିପ ନୀତି ବିଷୟରେ କହୁଥିଲେ। ରାଷ୍ଟ୍ରପତି ମହୋଦୟ, ଏହି ଦଶନ୍ଧିରେ ସେଥିପାଇଁ ଟ୍ରଷ୍ଟିଶିପ ନୀତି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେବାକୁ ଯାଉଛି। ଏହାର ଅର୍ଥ ହେଉଛି ଆଜି ଆମେ ଯେଉଁ ଗ୍ରହରେ ବସବାସ କରୁଛୁ, ତାହାକୁ ଆମେ ପରବର୍ତ୍ତୀ ପିଢ଼ି ପାଇଁ ସୁରକ୍ଷିତ ରଖିବାର ଆବଶ୍ୟକତା ରହିଛି। ଟ୍ରଷ୍ଟିଶିପର ଏହି ଭାବନା ଆଗାମୀ ଦିନରେ ବିଶ୍ବସ୍ତରରେ ଅଧିକ ଗୁରୁତ୍ବ ବହନ କରିବାକୁ ଯାଉଛି। ଏହା ମଧ୍ୟ ଭାରତ-ଆମେରିକା ସମ୍ପର୍କରେ ସମାନ ଗୁରୁତ୍ବ ବହନ କରିବ। ଆମେ ଟ୍ରଷ୍ଟିଶିପ୍ ବିଷୟରେ ଆଲୋଚନା କଲା ବେଳେ ମହାତ୍ମା ଗାନ୍ଧୀଙ୍କ ଏହି ଆଦର୍ଶ ଆଗାମୀ ଦିନରେ ବିଶ୍ବ ନାଗରିକ ଭାବେ ଆମର ଉତ୍ତରଦାୟିତ୍ବକୁ ଆହୁରି ବଢ଼ାଇଦେବ।

ରାଷ୍ଟ୍ରପତି ମହୋଦୟ, ଆପଣ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବିଷୟରେ ଉଲ୍ଲେଖ କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଦାୟିତ୍ବ ଗ୍ରହଣ କରିବା ପରେ ଆପଣ ଅନେକଗୁଡ଼ିଏ ଅଭିନବ ପଦକ୍ଷେପ ନେଇଛନ୍ତି। କୋଭିଡ-୧୯ ସଙ୍କଟ ହେଉ କିମ୍ବା ଜଳବାୟୁ ପରିବର୍ତ୍ତନ, ଅଥବା କ୍ବାଡ୍ ପ୍ରୟାସ, ସବୁଥିରେ ଆପଣଙ୍କର ଦୂରଦୃଷ୍ଟି ପ୍ରତିଫଳିତ ହୋଇଛି। ଆପଣ ଏସବୁ ପ୍ରୟାସ ଆରମ୍ଭ କରିବା ପରେ ସେଗୁଡ଼ିକୁ କାର୍ଯ୍ୟକାରୀ କରିବା ଲାଗି ସମର୍ପିତ ପ୍ରୟାସ କରିଛନ୍ତି। ଆଗାମୀ ଦିନରେ ଏହାର ବ୍ୟାପକ ପ୍ରଭାବ ପଡ଼ିବ। ଆଜି ଆମେ ଏସବୁ ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରିବାର ସୁଯୋଗ ପାଇଛୁ। ଆମେ ଏ ଦିଗରେ କିପରି ଆଗକୁ ବଢ଼ି ପାରିବା ସେ ସମ୍ପର୍କରେ ମଧ୍ୟ ବିଚାରବିମର୍ଶ କରିଛୁ। ଆମେ ପରସ୍ପରର ପାଇଁ କ’ଣ କରିପାରିବା ଏବଂ ଆମେ ମିଳିତ ଭାବେ ସମଗ୍ର ବିଶ୍ବ ପାଇଁ କିଭଳି ସକାରାତ୍ମକ ପଦକ୍ଷେପ ଗ୍ରହଣ କରିପାରିବା ସେ ବିଷୟରେ ମଧ୍ୟ ଆଲୋଚନା କରିଛୁ। ମୋର ବିଶ୍ବାସ ଯେ ଆପଣଙ୍କ ନେତୃତ୍ବରେ ଆଜିର ଆଲୋଚନା ଅତ୍ୟନ୍ତ ସାର୍ଥକ ହୋଇଛି। 

ରାଷ୍ଟ୍ରପତି ମହୋଦୟ, ସହୃଦୟତା ପୂର୍ବକ ଆମକୁ ସ୍ବାଗତ କରିବା ଲାଗି ମୁଁ ପୁଣିଥରେ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଦେବାକୁ ଚାହୁଁଛି।

ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Can we have a picture? BRICS delegates gather around PM Modi for candid photo op

Media Coverage

Can we have a picture? BRICS delegates gather around PM Modi for candid photo op
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on Rosh Hashanah to PM Netanyahu, people of Israel and Jewish communities worldwide
September 12, 2026

The Prime Minister, Shri Narendra Modi has extended greetings on the occasion of Rosh Hashanah to Prime Minister of Israel, Benjamin Netanyahu, the people of Israel and Jewish communities across the globe.

The Prime Minister wished that the new year be filled with peace, hope, good health and continued progress for all.

In a post on X, Shri Modi wrote;

“‎Shana Tova!

‎Wishing a very happy Rosh Hashanah to Prime Minister Netanyahu, the people of Israel and Jewish communities across the globe.

‎May the new year be filled with peace, hope, good health and continued progress for all.

‎שנה טובה!

 

‎ מאחל שנה טובה ושמחה לראש הממשלה נתניהו, לעם ישראל ולקהילות היהודיות ברחבי העולם.

 

‎ מי ייתן והשנה החדשה תביא עמה שלום, תקווה, בריאות טובה וקדמה לכולם.


‎ ⁦‪@netanyahu‬⁩”