ମହାମାନ୍ୟ,

ମୋର ପ୍ରିୟ ମିତ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌, ଏକବିଂଶତମ ଭାରତ –ଋଷ ବାର୍ଷିକ ଶିଖର ସମ୍ମିଳନୀରେ ଆପଣଙ୍କୁ ହୃଦୟର ସହିତ ବହୁତ ବହୁତ ସ୍ୱାଗତ ଜଣାଉଛି, ଆପଣଙ୍କ ପ୍ରତିନିଧିମଣ୍ଡଳୀଙ୍କୁ ମଧ୍ୟ ମୁଁ ସ୍ୱାଗତ କରୁଛି । ମୁଁ ଜାଣିଛି ଯେ, ବିଗତ ଦୁଇ ବର୍ଷ ମଧ୍ୟରେ କରୋନା ସମୟରେ ଏହା ଆପଣଙ୍କର ଦ୍ୱିତୀୟ ଥର ପାଇଁ ବିଦେଶ ଯାତ୍ରା ଅଟେ । ଯେଉଁ ଭଳି ଭାବେ ଆପଣଙ୍କର ଭାରତ ପ୍ରତି ଶ୍ରଦ୍ଧାଭାବ ରହିଛି, ଆପଣଙ୍କର ଯେଉଁ ନିଜସ୍ୱ ପ୍ରତିବଦ୍ଧତା ରହିଛି, ଏହା ତାହାର ଏକ ପ୍ରତୀକ ଅଟେ ଏବଂ ଭାରତ – ରୁଷିଆ ସମ୍ପର୍କ କେତେ ମହତ୍ୱପୂର୍ଣ୍ଣ ଅଟେ, ଏହା ସେଥିରୁ ସ୍ପଷ୍ଟ ଭାବେ ଜଣା ପଡେ ଏବଂ ଏଥିପାଇଁ ମୁଁ ଆପଣଙ୍କ ନିକଟରେ ବହୁତ କୃତଜ୍ଞ ଅଟେ । 

କୋଭିଡ୍‌ର ଆହ୍ୱାନ ପରେ ମଧ୍ୟ ଭାରତ ଏବଂ ଋଷ୍‌ର ସମ୍ବନ୍ଧର ବେଗରେ କୌଣସି ପରିବର୍ତନ ଆସିନାହିଁ । ଆମର ସ୍ୱତନ୍ତ୍ର ଏବଂ ବିଶେଷ ରଣନୀତିପୂର୍ଣ୍ଣ ଭାଗୀଦାରୀତା (ସ୍ପେସିଆଲ୍ ଆଣ୍ଡ ପ୍ରିଭିଲେଜ୍‌ଡ ଷ୍ଟ୍ରାଟେଜିକ୍ ପାର୍ଟନରଶିପ୍‌) କ୍ରମାଗତ ଭାବେ ସୁଦୃଢ଼ ହେବାରେ ଲାଗିଛି । କୋଭିଡ୍ ବିରୁଦ୍ଧରେ ଲଢ଼େଇରେ ମଧ୍ୟ ଦୁଇ ଦେଶ ମଧ୍ୟରେ ବହୁତ ଭଲ ସହଯୋଗ ରହିଛି, ଟୀକା ପରୀକ୍ଷଣ ହେଉ, କିମ୍ବା ଉତ୍ପାଦନ କ୍ଷେତ୍ରରେ ହେଉ, ମାନବୀୟ ସହାୟତା ନିମନ୍ତେ, କିମ୍ବା ଦୁଇ ଦେଶର ନାଗରିକମାନେ ନିଜ ଦେଶକୁ ଫେରି ଆସିବା ନିମନ୍ତେ ବ୍ୟବସ୍ଥା ହେଉ । 

ମହାମାନ୍ୟ,

୨୦୨୧ ବର୍ଷ ଆମର ଦ୍ୱିପାକ୍ଷିକ ସମ୍ବନ୍ଧ ନିମନ୍ତେ ଅନେକ ଦୃଷ୍ଟିକୋଣରୁ ମହତ୍ୱପୂର୍ଣ୍ଣ ଅଟେ । ଏହି ବର୍ଷ ୧୯୭୧ର ଶାନ୍ତି ବୁଝାମଣା, ବନ୍ଧୁତା ଏବଂ ସହଯୋଗର ପାଂଚ ଦଶନ୍ଧି ଏବଂ ଆମର ରଣନୀତିପୂର୍ଣ୍ଣ ଭାଗୀଦାରୀତାର ଦୁଇ ଦଶନ୍ଧି ସମ୍ପୂର୍ଣ୍ଣ ହୋଇଛି । ଏହି ବିଶେଷ ବର୍ଷରେ ଆପଣଙ୍କ ସହିତ ପୁନର୍ବାର ଏକାଠି ହେବା ମୋ ନିମନ୍ତେ ବହୁତ ଖୁସିର ବିଷୟ, କାରଣ ଆମର ରଣନୀତିପୂର୍ଣ୍ଣ ଭାଗୀଦାରୀତାରେ ବିଗତ ୨୦ ବର୍ଷ ମଧ୍ୟରେ ଯେଉଁ ସବୁ ଉଲ୍ଲେଖନୀୟ ପ୍ରଗତି ହୋଇଛି, ତାହାର ମୁଖ୍ୟ ସୂତ୍ରଧର ଆପଣ ହିଁ ରହିଛନ୍ତି ।

ବିଗତ କିଛି ଦଶନ୍ଧିରେ ବ୍ୟବସାୟ ବାଣିଜ୍ୟ ସ୍ତରରେ ଅନେକ ମୌଳିକ ପରିବର୍ତନ ହୋଇଛି । କେତେ ପ୍ରକାରର ଭୌଗୋଳିକ – ରାଜନୈତିକ ସମୀକରଣ ମୁଣ୍ଡ ଟେକିଛି । କିନ୍ତୁ ଏହି ସମସ୍ତ ବିଭିନ୍ନତା ମଧ୍ୟରେ ଭାରତ –ଋଷ୍ ମିତ୍ରତା ସ୍ଥିର ରହିଛି । ଦୁଇ ଦେଶ କେବଳ ପରସ୍ପର ସହିତ ନିସଙ୍କୋଚ ସହଯୋଗ କରିନାହାନ୍ତି, ତାହା ସହିତ ପରସ୍ପରର ସମ୍ବେଦନଶୀଳତାକୁ ମଧ୍ୟ ଧ୍ୟାନରେ ରଖିଛନ୍ତି । ଏହା ସତରେ ଆନ୍ତଃ-ରାଷ୍ଟ୍ର ବନ୍ଧୁତାର ଏକ ସ୍ୱତନ୍ତ୍ର ଏବଂ ବିଶ୍ୱସ୍ତ ମଡେଲ୍ ଅଟେ । 

ମହାମାନ୍ୟ,

୨୦୨୧ ଆମର ରଣନୀତିପୂର୍ଣ୍ଣ ଭାଗୀଦାରୀତା ନିମନ୍ତେ ବିଶେଷ ବର୍ଷ ଅଟେ । ଆଜି ଆମର ବିଦେଶ ଏବଂ ରକ୍ଷାମନ୍ତ୍ରୀମାନଙ୍କ ମଧ୍ୟରେ ୨+୨ ଡାଏଲଗ୍‌/ ବାର୍ତାଳାପର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ଏହା ଫଳରେ ଆମର ବ୍ୟବହାରିକ ସହଯୋଗକୁ ବୃଦ୍ଧି କରିବା ନିମନ୍ତେ ଏକ ନୂତନ କ୍ରିୟାବିଧି ଆରମ୍ଭ ହୋଇଛି । 

ଆଫଗାନିସ୍ତାନ ଏବଂ ଅନ୍ୟାନ୍ୟ କ୍ଷେତ୍ରୀୟ ପ୍ରସଙ୍ଗ ଉପରେ ମଧ୍ୟ ଆମେ ନିରନ୍ତର ସମ୍ପର୍କରେ ରହିଛେ । ପୂର୍ବ ଆର୍ôଥକ ମଂଚ (ଇଷ୍ଟର୍ଣ୍ଣ ଇକୋନୋମିକ୍ ଫୋରମ୍‌) ଏବଂ ଭ୍ଲାଦିଭୋସ୍ତକ ସମ୍ମିଳନୀରେ ଆରମ୍ଭ ହୋଇଥିବା ଆଂଚଳିକ ଭାଗୀଦାରୀତା ଆଜି ରୁଷିଆର ପୂର୍ବ ଦୂରଦୂରାନ୍ତ ଅଂଚଳ ଏବଂ ଭାରତର ରାଜ୍ୟମାନଙ୍କ ମଧ୍ୟରେ ବାସ୍ତବିକ ସହଯୋଗରେ ପରିବର୍ତିତ ହେଉଛି ।

ଆର୍ôଥକ କ୍ଷେତ୍ରରେ ମଧ୍ୟ ପରସ୍ପର ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ଘନିଷ୍ଠ କରିବା ନିମନ୍ତେ ଆମେ ଏକ ଦୀର୍ଘକାଳୀନ ଲକ୍ଷ୍ୟ/ ଦୃଷ୍ଟିକୋଣ ଆପଣେଇଛେ । ଆମେ ୨୦୨୫ ପର୍ଯ୍ୟନ୍ତ ୩୦ ବିଲିୟନ୍ ଡଲାରର ବାଣିଜ୍ୟ ଏବଂ ୫୦ ବିଲିୟନ୍ ଡଲାରର ନିବେଶ ଲକ୍ଷ୍ୟ ରଖିଛେ । ଏହି ଲକ୍ଷ୍ୟସ୍ଥଳରେ ପହଂଚିବା ନିମନ୍ତେ ଆମକୁ ଆମର ବ୍ୟବସାୟିକ ସମୁଦାୟଗୁଡିକୁ ମାର୍ଗଦର୍ଶନ କରାଇବାକୁ ପଡିବ । 

ବିଭିନ୍ନ କ୍ଷେତ୍ରରେ ଆଜି ହୋଇଥିବା ବିଭିନ୍ନ ବୁଝାମଣାରୁ ଏଥିରେ ସହଯୋଗ ମିଳିବ । ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନୁସାରେ ବିକାଶ କ୍ଷେତ୍ରରେ ସହଭାଗୀତା ଏବଂ ସହ- ଉତ୍ପାଦନ ଫଳରେ ଆମର ପ୍ରତିରକ୍ଷା ସହଯୋଗ ଆହୁରି ଅଧିକ ସୁଦୃଢ଼ ହେବାରେ ଲାଗିଛି । ମହାକାଶ ଏବଂ ବେସାମରିକ ପରମାଣୁ କ୍ଷେତ୍ରରେ ମଧ୍ୟ ଆମର ସହଯୋଗ ଆଗକୁ ବଢ଼ିବାରେ ଲାଗିଛି । 

ଏନଏଏମ୍ (ନାମ୍‌) ରେ ଅବଜର୍ଭର/ ପର୍ଯ୍ୟବେକ୍ଷକ ଏବଂ ଆଇଓଆର୍‌ଏରେ ସଂଳାପ ସହଯୋଗୀ (ଡାଲଲଗ୍ ପାର୍ଟନର) ହେବା ନିମନ୍ତେ ୠଷକୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ଏହି ଦୁଇଟି ମଂଚରେ ଋଷ୍‌ର ଉପସ୍ଥିତିକୁ ସମର୍ଥନ କରିବା ଆମ ପାଇଁ ଅତ୍ୟନ୍ତ ଖୁସିର କଥା । ପ୍ରତ୍ୟେକ କ୍ଷେତ୍ରୀୟ ଏବଂ ବ୍ୟବସାୟ ବାଣିଜ୍ୟ ପ୍ରସଙ୍ଗଗୁଡିକ ଉପରେ ଉଭୟ ଭାରତ ଏବଂ ଋଷ୍‌ର ମତ ହେଉଛି ସମାନ । ଆଜିର ବୈଠକରେ ଆମକୁ ଏହା ଉପରେ ଚର୍ଚ୍ଚା କରିବା ନିମନ୍ତେ ଅବସର ମିଳିବ ।

ମହାମାନ୍ୟ,

ପୁଣି ଥରେ ଭାରତରେ ଆପଣଙ୍କୁ ସ୍ୱାଗତ ଜଣାଉଛି, ଆପଣଙ୍କ ପ୍ରତିନିଧି ମଣ୍ଡଳୀଙ୍କୁ ମଧ୍ୟ ସ୍ୱାଗତ କରୁଛି । ଏତେ ବ୍ୟସ୍ତତା ଭିତରେ ମଧ୍ୟ ଆପଣ ଭାରତ ଆସିବା ନିମନ୍ତେ ସମୟ ବାହାର କରିଛନ୍ତି, ତାହା ଆମ ପାଇଁ ମହତ୍ୱପୂର୍ଣ୍ଣ ଅଟେ । ମୋର ବିଶ୍ୱାସ ଯେ, ଆଜିର ଆଲୋଚନା ଆମର ସମ୍ପର୍କ ନିମନ୍ତେ ବହୁତ ଉଲ୍ଲେଖନୀୟ ହେବ । 

ପୁଣି ଥରେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win