“ଲତାଜୀଙ୍କ ଦିବ୍ୟ ସ୍ୱରରେ ସାରା ବିଶ୍ୱକୁ ଚମତକୃତ କରିଥିଲେ”
“ଅଯୋଧ୍ୟାରେ ଭବ୍ୟ ମନ୍ଦିରରେ ପ୍ରଭୁ ଶ୍ରୀରାମ ଅଧିଷ୍ଠିତ ହେବା ବେଳ ଆସିଯାଇଛି”
“ଭଗବାନ ରାମଙ୍କ କୃପାରୁ ମନ୍ଦିରର ଦୃଢ଼ ନିର୍ମାଣ ଦେଖି ସମଗ୍ର ଦେଶ ଆତ୍ମହରା ହୋଇପଡ଼ିଛି”
“ଏତିହ୍ୟରେ ଗର୍ବ’ର ଏହି ଦୃଢ଼ୋକ୍ତି ମଧ୍ୟ ଦେଶର ବିକାଶ ପାଇଁ ଏକ ନୂତନ ଅଧ୍ୟାୟ”
“ଭଗବାନ ରାମ ଆମ ସଭ୍ୟତାର ପ୍ରତୀକ ଓ ଆମ ନୈତିକତା, ମୂଲ୍ୟବୋଧ, ମର୍ଯ୍ୟାଦା ଓ କର୍ତ୍ତବ୍ୟର ଜୀବନ୍ତ ଆଦର୍ଶ”
“ଲତା ଦିଦିଙ୍କ ସଂଗୀତ ଆମ ବିବେକକୁ ଭଗବାନ ରାମଙ୍କ ଠାରେ ନିମ୍ମଜିତ କରି ରଖିଛି”
“ଲତାଜୀଙ୍କ ଦ୍ୱାରା ଉଚ୍ଚାରିତ ସଂଗୀତ କେବଳ ତାଙ୍କ ସ୍ୱରର ଝଙ୍କାର ନୁହେଁ, ବରଂ ତାଙ୍କ ବିଶ୍ୱାସ, ଆଧ୍ୟାତ୍ମିକତା ଓ ପବିତ୍ରତାର ମିଶ୍ରଣ”
“ଯୁଗ ଯୁଗ ଧରି ଲତାଜୀଙ୍କ କଣ୍ଠ ସ୍ୱର ଏହି ଦେଶର ପ୍ରତ୍ୟେକ ଧୂଳିକଣାକୁ ସଂଯୋଗ କରୁଥିବ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ଲତା ମଙ୍ଗେସନର ଛକକୁ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ଭିଡିଓ ବାର୍ତ୍ତା ଜରିଆରେ ସମବେତ ଜନତାଙ୍କୁ ଉଦବୋଧନ ଦେଇଛନ୍ତି ।

ସମେବତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଭାରତୀୟଙ୍କ ସ୍ନେହ ଓ ସମ୍ମାନର ମୂର୍ତ୍ତିମନ୍ତ ପ୍ରତୀକ ଲତା ଦିଦିଙ୍କ ଜନ୍ମ ଦିବସକୁ ପାଳନ କରିଛନ୍ତି । ସେ ମଧ୍ୟ ନବରାତ୍ରିର ତୃତୀୟ ଦିବସ ଯେଉଁଠି ମା’ ଚନ୍ଦ୍ରଘଣ୍ଟାଙ୍କୁ ଆରାଧନା କରାଯାଏ ତାହା ପାଳନ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ପୁରୁଷ ବା ନାରୀ ନିର୍ବିଶେଷରେ ଜଣେ ଅନ୍ୱେଷଣକାରୀ କୁଛ୍ର ସାଧନା ବଳରେ ତା’ର ଦିବ୍ୟ ସ୍ୱର ପ୍ରାପ୍ତି ଅନୁଭୂତି ହୁଏ ତାହା ମା’ ଚନ୍ଦ୍ରଘଣ୍ଟାଙ୍କ କରୁଣାରୁ ହୋଇଥାଏ । “ଲତା ଜୀ ମା’ ସରସ୍ୱତୀଙ୍କ ସେହିପରି ଜଣେ ଆଶାର୍ଥୀ ଯିଏ ନିଜର ଦିବ୍ୟ ସ୍ୱର ବଳରେ ଜଗତକୁ ସ୍ତବ୍ଧ କରି ଦେଇଥିଲେ । ଲତାଜୀ ସାଧନା କଲେ ଓ ଆମେ ସମସ୍ତେ ବରପ୍ରାପ୍ତ ହେଲୁ” ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ଅଯୋଧ୍ୟାର ଲତା ମଙ୍ଗେସକର ଚୌକାରେ ସ୍ଥାପିତ ବୃହତ ବୀଣା ସଂଗୀତ ସାଧନାର ପ୍ରତୀକ ହେବ । ଛକ ପରିସରରେ ଥିବା ହ୍ରଦର ଜଳସ୍ରୋତରେ ମାର୍ବଲ ତିଆରି ୯୨ଟି ଧଳା କଇଁ ଫୁଲ ଲତାଜୀଙ୍କ ଜୀବନକାଳକୁ ଦର୍ଶାଉଛି ବୋଲି ଶ୍ରୀ ମୋଦୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶ ସରକାର ଓ ଅଯୋଧ୍ୟା ବିକାଶ କର୍ତ୍ତୃପକ୍ଷଙ୍କୁ ଏପରି ଅଭିନବ ଉଦ୍ୟମ ନିମନ୍ତେ ଅଭିନନ୍ଦନ ଜଣାଇବା ସହ ସମଗ୍ର ଦେଶବାସୀଙ୍କ ପକ୍ଷରୁ ଲତାଜୀଙ୍କୁ ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । “ମୁଁ ଭଗବାନ ଶ୍ରୀରାମଙ୍କୁ ପ୍ରାର୍ଥନା କରୁଛି ଯେ, ଲତାଜୀଙ୍କ ଠାରୁ ଆମେ ଯେଉଁ ଆଶୀର୍ବାଦ ଲାଭ କରୁଛୁ । ତାଙ୍କ ମଧୁର ସଂଗୀତରେ ସ୍ୱର ଦ୍ୱାରା ତାହା ଭାବୀ ପିଢ଼ି ଉପରେ ପ୍ରଭାବ ବିସ୍ତାର କରୁ” ବୋଲି ସେ କହିଥିଲେ ।

ଲତା ଦିଦିଙ୍କ ଜନ୍ମ ଦିବସ ଅନେକ ଭାବନାତ୍ମକ ଓ ସ୍ନେହଭରା ସ୍ମୃତିକୁ ମନେପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେ ଯେତେବେଳେ ତାଙ୍କ ସହ କଥା ହୋଇଛନ୍ତି ଲତା ଦିଦିଙ୍କ ପରିଚିତ ସ୍ୱରର ମଧୁରତା ତାଙ୍କୁ ଅବିଭୂତ କରିଛି । ପ୍ରଧାନମନ୍ତ୍ରୀ ମନେ ପକାଇ କହିଥିଲେ ଯେ “ଦିଦି ଅନେକ ଥର ମତେ କହିଛନ୍ତି ଯେ ମଣିଷ ତା’ ବୟସ ଦ୍ୱାରା ପରିଚିତ ହୁଏ ନାହିଁ, ତା’ର କାର୍ଯ୍ୟ ଦ୍ୱାରା ପରିଚିତ ହୁଏ । ଯିଏ ଦେଶ ପାଇଁ ଯେତେ ଅଧିକ କରିଛି, ସେ ସେତେ ମହାନ ।” ଶ୍ରୀ ମୋଦୀ ଆହୁରି କହିଥିଲେ ଯେ “ମୋର ବିଶ୍ୱାସ ଯେ ଲତା ଅଯୋଧ୍ୟାର ଲତା ମଙ୍ଗେସକର ଛକ ଓ ତାଙ୍କ ସହ ରହିଥିବା ସବୁ ସ୍ମୃତି ଆମକୁ ଦେଶ ପ୍ରତି ନିଜର କର୍ତ୍ତବ୍ୟ ସମ୍ପାଦନ ପାଇଁ ସମର୍ଥ କରିବ ।”

ରାମ ମନ୍ଦିର ଭୂମି ପୂଜନ ଅଯୋଧ୍ୟାରେ ହେବା ପରେ ପ୍ରଧାନମନ୍ତ୍ରୀ ଲତା ଦିଦିଙ୍କ ଠାରୁ ଏକ କଲ୍ ପାଇଥିବା ସ୍ମୃତିଚାଣ କରି ଲତା ଦିଦି ଏ ପରି ଘଟଣାକ୍ରମ ନେଇ କିପରି ସନ୍ତୋଷ ପ୍ରକଟ କରିଥିଲେ ତାହା କହିଥିଲେ । ପ୍ରଧାନମନ୍ତ୍ରୀ, ଲତା ଦିଦିଙ୍କ ଦ୍ୱାରା ବୋଲା ହୋଇଥିବା ଏକ ସଂଗୀତ “ମନ କୀ ଅଯୋଧ୍ୟା ତବତକ ସୁନୀ, ଜବତକ ରାମ ନା ଆୟେ”କୁ ମନେ ପକାଇ ଅଯୋଧ୍ୟାରେ ଭବ୍ୟ ମନ୍ଦିରକୁ ପ୍ରଭୁ ଶ୍ରୀରାମଙ୍କ ଆଗମନ ଖୁବଶୀଘ୍ର ହେଉଛି ବୋଲି କହିଥିଲେ । ଲତା ଦିଦି ଯେ କୋଟି କୋଟି ଜନତାଙ୍କ ହୃଦୟରେ ରାମଙ୍କୁ ବସାଇ ପାରିଥିଲେ । ସେ ଏବେ ସବୁଦିନ ନିମନ୍ତେ ଅଯୋଧ୍ୟାର ପବିତ୍ର ନଗରି ସହ ଯୋଇ ହୋଇଯାଇଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ । ରାମଚରିତ ମାନସରୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ ଗାଇଥିଲେ- “ରାମତେ ଅଧିକ, ରାମ କରେ ଦାଶା, ଯାହାର ଅର୍ଥ ହେଲା ଭଗବାନ ରାମଙ୍କ ଭକ୍ତମାନେ ଭଗବାନଙ୍କ ଆସିବା ଆଗରୁ ପହଂଚିଯାଇଛନ୍ତି । ସେ ଦୃଷ୍ଟିରୁ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବା ଆଗରୁ ଲତା ମଙ୍ଗେସକର ଛକ ତାଙ୍କ ସ୍ମୃତିରେ ତିଆରି ହୋଇସାରିଛି ।

ଅଯୋଧ୍ୟାର ଗର୍ବିତ ଐତିହ୍ୟ ପ୍ରତିଷ୍ଠା ଓ ନଗରୀ ବିକାଶର ନୂତନ ସୂର୍ଯ୍ୟାଲୋକ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭଗବାନ ରାମ ହେଉଛନ୍ତି ଆମ ସଭ୍ୟତାର ପ୍ରତୀକ ଓ ଆମ ନୈତିକତା, ମୂଲ୍ୟବୋଧ, ମର୍ଯ୍ୟାଦା ଓ କର୍ତ୍ତବ୍ୟର ମୂର୍ତ୍ତିମନ୍ତ ଆଦର୍ଶ । “ଅଯୋଧ୍ୟାରୁ ରାମେଶ୍ୱରମ ପର୍ଯ୍ୟନ୍ତ ପ୍ରଭୁ ଶ୍ରୀରାମ ଭାରତର ପ୍ରତ୍ୟେକ ଧୂଳିକଣାରେ ବିରାଜମାନ” ବୋଲି ଶ୍ରୀ ମୋଦୀ କହିଥିଲେ । ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରୁ ଯେଉଁ ଦ୍ରୁତ ଗତିରେ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି, ତାହା ଦେଖି ସମଗ୍ର ଦେଶ ଚକିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଖୁସିର ସହ କହିଥିଲେ ଯେ, ଲତା ମଙ୍ଗେସକର ଛକର ବିକାଶସ୍ଥଳୀ ଅଯୋଧ୍ୟାର ଅନେକ ସାଂସ୍କୃତିକ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବା ସ୍ଥାନକୁ ସଂଯୋଗ କରୁଛି । ଏହି ଛକ ସରଜୁ ନଦୀର ପବିତ୍ର ଜଳଧାରା ନିକଟ ରାମକି ପଇଡ଼ି ଠାରେ ଅବସ୍ଥିତ । ଏଭଳି ସ୍ଥାନରେ ଛକର ନାମକରଣ ଲତା ଦିଦିଙ୍କ ନାମରେ ହେବା ଠାରୁ ଆଉ ଅଧିକ କ’ଣ ହୋଇପାରି ଥାଆନ୍ତା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଯୋଧ୍ୟା ସହ ପ୍ରଭୁ ରାମଙ୍କ ସାଦୃଶ୍ୟତା ଟାଣି ପ୍ରଧାନମନ୍ତ୍ରୀ ଲତା ଦିଦିଙ୍କ ସଂଗୀତ ଆମ ବିବେକକୁ ଭଗବାନ ରାମଙ୍କ ସହ ବିଲୀନ କରି ଦେଇଛି ବୋଲି କହିଥିଲେ ।

ଶ୍ରୀରାମଚନ୍ଦ୍ର ଜୀଙ୍କ କୃପାରୁ ଭଜମନ, ହରନ ଭବଭୟ ଦରୁ ନାମ’ ମାନସମନ୍ତ୍ର ହେଉ ବା ମୀରାବାଈଙ୍କ ପାୟୋଜୀ ମୈନେ ରାମ ରତନ ଧନ୍ ପାୟୋ ବା ବାପୁଙ୍କ ପ୍ରିୟ ‘ବୈଷ୍ଣୋବ ଜନ’ ମଧୁର ମୂର୍ଚ୍ଛନା ‘ତୁମ ଆଶା ବିଶ୍ୱାସ ହମାରେ ରାମ’ ହେଉ ସବୁ ଜନମାନସକୁ ଆଚ୍ଛାଦିତ କରି ରଖିଛି । ଲତାଜୀଙ୍କ ଅନେକ ସଂଗୀତ ଜରିଆରେ ଅନେକ ଦେଶବାସୀ ଭଗବାନ ରାମଙ୍କ ସ୍ଥିତି ଅନୁଭବ କରିଛନ୍ତି । “ଆମେ ଭଗବାନ ରାମଙ୍କ ଅଲୌକିକ ସଂଗୀତରେ ମୂର୍ଚ୍ଛନା ଲତା ଦିଦିଙ୍କ ଦିବ୍ୟ ସ୍ୱର ଜରିଆରେ ଅନୁଭବ କରୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଭାରତମାତାଙ୍କ ବିଶାଳତା ଆମ ସାମ୍ନାରେ ଆମେ ଲତା ଦିଦିଙ୍କ ବନେ୍ଦ ମାତରମ୍ ଖୁସି ଅନୁଭବ କରୁ । “ଲତା ଦିଦି ଯେପରି ନାଗରିକ କର୍ତ୍ତବ୍ୟ ପ୍ରତି ସବୁବେଳେ ସଚେତନ ଥିଲେ, ସେହିପରି ଅଯୋଧ୍ୟାକୁ ଆସୁଥିବା ଜନସାଧାରଣଙ୍କୁ ଏହି ଛକ ସେମାନଙ୍କ କର୍ତ୍ତବ୍ୟବୋଧ ତୁଲାଇବାକୁ ଉତ୍ସାହିତ କରିବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ଛକ, ଏହି ବୀଣା ଅଯୋଧ୍ୟାର ବିକାଶ ଓ ଏହାର ଉତ୍ସାହ ବୃଦ୍ଧି କରିବ । ଲତା ଦିଦିଙ୍କ ନାମରେ ନାମିତ ଏହି ଛକ ବିଶ୍ୱରେ କଳା ସହ ସଂଶ୍ଳିଷ୍ଟ ବ୍ୟକ୍ତିମାନଙ୍କୁ ପ୍ରେରଣା ଦେବ । ବିଶ୍ୱର କୋଣ ଅନୁକୋଣକୁ ଭାରତୀୟ କଳା ଓ ସଂସ୍କୃତିର ବାର୍ତ୍ତା ଦେବା ପାଇଁ ଜନସାଧାରଣଙ୍କୁ ଏହା ଉତ୍ସହିତ କରିବା ସହ ଆଧୁନିକତା ସତ୍ତ୍ୱେ ନିଜର ମୂଳ ସହ ଯୋଡ଼ି ରଖିବାକୁ ପ୍ରେରଣା ଦେବ । ଭାରତୀୟ କଳା ଓ ସଂସ୍କୃତିର ବାର୍ତ୍ତା ବିଶ୍ୱର କୋଣ ଅନୁକୋଣେ ପହଂଚିବା ଆମର କର୍ତ୍ତବ୍ୟ ବୋଲି ଶ୍ରୀ ମୋଦୀ କହିଥିଲେ ।

ଶେଷରେ ପ୍ରଧାନମନ୍ତ୍ରୀ ଆମ ପରବର୍ତ୍ତୀ ପିଢ଼ି ଯେପରି ଆମର ସହଶ୍ର ବର୍ଷର ଐତିହ୍ୟକୁ ନେଇ ଗର୍ବ କରିବେ ସେଥିପାଇଁ ସେମାନଙ୍କୁ ସେ ଦାୟିତ୍ୱ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ । “ଯୁଗ ଯୁଗ ଧରି ଲତା ଦିଦିଙ୍କ ସ୍ୱର ଦେଶର ପ୍ରତ୍ୟେକ ଧୂଳିକଣାରେ ଯୋଡ଼ି ହୋଇ ରହିବ” ବୋଲି ସେ କହିଥିଲେ ।

लता जी, मां सरस्वती की एक ऐसी ही साधिका थीं, जिन्होंने पूरे विश्व को अपने दिव्य स्वरों से अभिभूत कर दिया: PM @narendramodi

— PMO India (@PMOIndia) September 28, 2022

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Gyan Bharatam Portal Houses Over 88,800 Manuscripts, Government Informs Lok Sabha

Media Coverage

Gyan Bharatam Portal Houses Over 88,800 Manuscripts, Government Informs Lok Sabha
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses delight as Sarnath is inscribed on the UNESCO World Heritage List
July 25, 2026

Prime Minister Shri Narendra Modi today expressed that it is a proud moment for every Indian, sharing his delight that Sarnath in Uttar Pradesh has been inscribed on the UNESCO World Heritage List.

He noted that Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

Shri Modi highlighted that this recognition celebrates India’s profound civilisational and spiritual heritage. The Prime Minister observed that it will also inspire more people across the world to come to Sarnath and connect with the ideals of Lord Buddha.

In a post on X, the Prime Minister shared:

 "A proud moment for every Indian!

Delighted that Sarnath in Uttar Pradesh has been inscribed on the UNESCO World Heritage List.

Sarnath has a close association with Lord Buddha, whose timeless message of wisdom, compassion and harmony inspires the world.

This recognition celebrates India’s profound civilisational and spiritual heritage. It will also inspire more people across the world to come to Sarnath and connect with the ideals of Lord Buddha.

@UNESCO"