ମହାମହିମ,

 

ବ୍ରିକ୍ସ ବିଜନେସ ସମୁଦାୟର ନେତୃବୃନ୍ଦ,

 

ନମସ୍କାର !

 

ଦକ୍ଷିଣ ଆଫ୍ରିକା ମାଟିରେ ମୁଁ ଯେତେ ଶୀଘ୍ର ପାଦ ଦେଉଛି ସେତେ ଖୁସି ଅନୁଭବ କରୁଛି, ଆମ କାର୍ଯ୍ୟକ୍ରମ ବ୍ରିକ୍ସ ବିଜନେସ ଫୋରମ ମାଧ୍ୟମରେ ଶୁଭାରମ୍ଭ ହେଉଛି ।

 

ସର୍ବପ୍ରଥମେ ମୁଁ ରାଷ୍ଟ୍ରପତି ରାମାଫୋସଙ୍କୁ ତାଙ୍କର ନିମନ୍ତ୍ରଣ ଓ ଏହି ବୈଠକ ଆୟୋଜନ ପାଇଁ ଧନ୍ୟବାଦ ଜଣାଉଛି । 

 

ବ୍ରିକ୍ସ ବ୍ୟବସାୟ (ବିଜନେସ) ପରିଷଦର ଦଶମ ବାର୍ଷିକୀ ଅବସରରେ, ମୁଁ ହୃଦୟର ସହିତ ମୋର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି । 

 

ବିଗତ ଦଶ ବର୍ଷ ମଧ୍ୟରେ ବ୍ରିକ୍ସ ବ୍ୟବସାୟ ପରିଷଦ ଆମର ଅର୍ଥନୈତିକ ସହଯୋଗ ବୃଦ୍ଧି ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

 

2009ରେ ଯେତେବେଳେ ପ୍ରଥମ ବ୍ରିକ୍ସ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ସେତେବେଳେ ସମଗ୍ର ବିଶ୍ୱ ଏକ ପ୍ରମୁଖ ଅର୍ଥନୈତିକ ସଙ୍କଟରୁ ବାହାରି ଆସୁଥିଲା ।

 

ସେହି ସମୟରେ ବ୍ରିକ୍ସକୁ ବୈଶ୍ୱିକ ଅର୍ଥ ବ୍ୟବସ୍ଥା ପାଇଁ ଆଶାର କିରଣ ଭାବେ ଦେଖା ଯାଉଥିଲା ।

 

ସଂପ୍ରତି କୋଭିଡ ମହାମାରୀ, ଉତ୍ତେଜନା ଏବଂ ବିବାଦ ମଧ୍ୟରେ ବିଶ୍ୱ ଅର୍ଥ ବ୍ୟବସ୍ଥା ଅନେକ ଆହ୍ୱାନ ସହ ମୁକାବିଲା କରୁଛି ।

 

ଏଭଳି ସମୟରେ ବ୍ରିକ୍ସ ରାଷ୍ଟ୍ରମାନଙ୍କର ପୁଣି ଥରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବାର ଅଛି ।

 

ବନ୍ଧୁଗଣ,

 

ବିଶ୍ୱ ଅର୍ଥ ବ୍ୟବସ୍ଥାରେ ଉତ୍ତେଜନା ସତ୍ତ୍ୱେ, ଭାରତ ବର୍ତ୍ତମାନ ହେଉଛି ବିଶ୍ୱର ଦ୍ରୁତତମ ଅଭିବୃଦ୍ଧଶୀଳ ଅର୍ଥନୀତି ।

 

ଖୁବ୍ ଶୀଘ୍ର ଭାରତ ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ ।

 

ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଆଗାମୀ ବର୍ଷରେ ଭାରତ ବିଶ୍ୱର ଗ୍ରୋଥ୍ ବା ବିକାଶ ଇଞ୍ଜିନ ହେବ।

 

ଏହାର କାରଣ ହେଉଛି ଯେ, ଭାରତ ପ୍ରତିକୂଳ ଏବଂ ଆହ୍ୱାନପୂର୍ଣ୍ଣ ସମୟକୁ ଅର୍ଥନୈତିକ ସଂସ୍କାର ପାଇଁ ଏକ ସୁଯୋଗରେ ପରିଣତ କରିଛି ।

 

ବିଗତ କିଛି ବର୍ଷ ମଧ୍ୟରେ ଆମେ ମିଶନ ମୋଡରେ ଆରମ୍ଭ କରିଥିବା ସଂସ୍କାର ଗୁଡିକ ଭାରତରେ ବ୍ୟବସାୟ ସୁଗମତାରେ କ୍ରମାଗତ ଉନ୍ନତି ଆଣିଛି ।

ଆମେ ଅଭିଯୋଗର ବୋଝ ହ୍ରାସ କରିଛୁ ।

 

ଆମେ ନାଲି ଫିତାକୁ ରେଡ୍ କାର୍ପେଟରେ ବଦଳାଇ ଦେଇଛୁ ।

 

ଜିଏସଟି(ଦ୍ରବ୍ୟ ଓ ସେବା କର) ଏବଂ କଳାଧନ ଓ ଦେବାଳିଆ ସଂହିତାର କାର୍ଯ୍ୟକାରୀତା ନିବେଶକଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିଛି ।

 

ପ୍ରତିରକ୍ଷା ଏବଂ ମହାକାଶ ଭଳି କ୍ଷେତ୍ର, ଯାହାକୁ ପୂର୍ବରୁ ସଂକୋଚିତ କରି ଦିଆଯାଇଥିଲା, ବର୍ତ୍ତମାନ ଘରୋଇ କ୍ଷେତ୍ର ପାଇଁ ଉନ୍ମୁକ୍ତ କରିଦିଆ ଯାଇଛି ।

 

ଆମେ ବିଶେଷ ଭାବେ ଜନସେବା ବିତରଣ ଏବଂ ସୁଶାସନ ଉପରେ ଧ୍ୟାନ ଦେଉଛୁ ।

 

ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଆର୍ଥିକ ଅନ୍ତର୍ଭୁକ୍ତି କରଣ କ୍ଷେତ୍ରରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଲମ୍ଫ ପ୍ରଦାନ କରିଛି । 

 

ଏହାର ସବୁଠାରୁ ବଡ ଲାଭ ଆମ ଗ୍ରାମୀଣ ମହିଳାମାନେ ପାଇଛନ୍ତି ।

 

ଆଜି କେବଳ ଗୋଟିଏ କ୍ଲିକରେ ଭାରତରେ ଲକ୍ଷ ଲକ୍ଷ ଲୋକ ସିଧାସଳଖ ସୁବିଧା ହସ୍ତାନ୍ତରର ଲାଭ ପାଉଛନ୍ତି ।

 

ଏପର୍ଯ୍ୟନ୍ତ 360 ବିଲିୟନ ଡଲାରରୁ ଅଧିକ ଏଭଳି ହସ୍ତାନ୍ତର କରାଯାଇଛି ।

 

ଏହା ସେବା ବିତରଣରେ ପାରଦର୍ଶୀତା ବୃଦ୍ଧି କରିଛି, ଦୁର୍ନୀତି ହ୍ରାସ କରିଛି ଏବଂ ମଧ୍ୟସ୍ଥିମାନଙ୍କ ହସ୍ତକ୍ଷେପ କମ୍ କରିଛି ।

 

ଭାରତରେ ଗିଗାବାଇଟ ଡାଟାର ସୁଲଭ ମୂଲ୍ୟ ରହିଛି ।

 

ଆଜି ରାସ୍ତାକଡ ବୁଲା ବିକାଳିଠାରୁ ଆରମ୍ଭ କରି ବଡ଼ ବଡ଼ ସପିଂ ମଲ ପର୍ଯ୍ୟନ୍ତ କାରବାର ପାଇଁ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ବ୍ୟବହାର ହେଉଛି । 

 

ଆଜି ଭାରତ ବିଶ୍ୱରେ ସର୍ବାଧିକ ସଂଖ୍ୟକ ଡିଜିଟାଲ୍ କାରବାର କରୁଥିବା ଦେଶ ଭାବରେ ଉଭା ହୋଇଛି ।

 

ୟୁଏଇ, ସିଙ୍ଗାପୁର ଏବଂ ଫ୍ରାନ୍ସ ଭଳି ଦେଶ ମଧ୍ୟ ଏହି ପ୍ଲାଟଫର୍ମରେ ଯୋଗ ଦେଉଛନ୍ତି । 

 

ବ୍ରିକ୍ସ ଦେଶଗୁଡିକ ମଧ୍ୟ ଏହା ଉପରେ କାର୍ଯ୍ୟ କରିବାର ଅନେକ ସମ୍ଭାବନା ରହିଛି ।

 

ଭାରତର ଭିତ୍ତିଭୂମିରେ ବିପୁଳ ପରିମାଣର ପୁଞ୍ଜି ନିବେଶ ଦେଶର ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରୁଛି।

ଚଳିତ ବର୍ଷର ବଜେଟରେ ଆମେ ଭିତ୍ତିଭୂମି ପାଇଁ ପ୍ରାୟ 120 ବିଲିୟନ ଡଲାର ଆବଣ୍ଟନ କରିଛୁ।

 

ଏହି ନିବେଶ ମାଧ୍ୟମରେ ଆମେ ଭବିଷ୍ୟତ ଭାରତ ପାଇଁ ଏକ ଦୃଢ ମୂଳଦୁଆ ପକାଉଛୁ ।  

 

ରେଳ, ସଡକ, ଜଳପଥ ଏବଂ ବାୟୁପଥରେ ଶୀଘ୍ର ପରିବର୍ତ୍ତନ ଘଟୁଛି ।

 

ଭାରତରେ ବର୍ଷକୁ ଦଶ ହଜାର କିଲୋମିଟର ଗତିରେ ନୂତନ ରାଜପଥ ନିର୍ମାଣ କରାଯାଉଛି ।

 

ବିଗତ 9 ବର୍ଷରେ ବିମାନବନ୍ଦର ସଂଖ୍ୟା ଦ୍ୱିଗୁଣିତ ହୋଇଛି ।

 

ପୁଞ୍ଜି ନିବେଶ ଏବଂ ଉତ୍ପାଦନ ବୃଦ୍ଧି କରିବାକୁ, ଆମେ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ଯୋଜନା ଲାଗୁ କରିଛୁ ।

 

ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ ଭାରତର ଉତ୍ପାଦନ କ୍ଷେତ୍ରକୁ ଅଧିକ ପ୍ରତିଯୋଗୀ କରାଉଛି ।

 

ନବୀକରଣୀୟ ଶକ୍ତି କ୍ଷେତ୍ରରେ ଭାରତ ବିଶ୍ୱର ଅଗ୍ରଣୀମାନଙ୍କ ମଧ୍ୟରୁ ଅନ୍ୟତମ ।

 

ସୌର ଶକ୍ତି, ପବନ ଶକ୍ତି, ବୈଦ୍ୟୁତିକ ଯାନ, ଗ୍ରୀନ ହାଇଡ୍ରୋଜେନ ଏବଂ ଗ୍ରୀନ ଆମୋନିଆ ଭଳି କ୍ଷେତ୍ରରେ ଭାରତକୁ ବିନିର୍ମାଣ କେନ୍ଦ୍ର ବା ହବ୍ କରିବା ପାଇଁ ଆମେ ସକ୍ରିୟ ପଦକ୍ଷେପ ନେଉଛୁ ।

 

ଏହା ସ୍ୱାଭାବିକ ଯେ ଭାରତରେ ଏହା ନବୀକରଣୀୟ ଟେକ୍ନୋଲୋଜି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ସୃଷ୍ଟି କରିବ ।

 

ଆଜି ଭାରତରେ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଅଛି ।

 

ଭାରତରେ ଶହେରୁ ଅଧିକ ୟୁନିକର୍ଣ୍ଣ ଅଛି ।

 

ଆଇଟି, ଟେଲିକମ୍, ଫିନଟେକ୍, ଏଇ ଏବଂ ସେମିକଣ୍ଡକ୍ଟର ଭଳି ସେକ୍ଟରରେ ଆମେ “ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ୱାର୍ଲ୍ଡ” ର ଦୃଷ୍ଟିକୁ ପ୍ରୋତ୍ସାହିତ କରୁଛୁ ।

 

ଏହି ସମସ୍ତ ପ୍ରୟାସ ସାଧାରଣ ଲୋକଙ୍କ ଜୀବନରେ ସିଧାସଳଖ ସକରାତ୍ମକ ପ୍ରଭାବ ପକାଇଛି । ବିଗତ ନଅ ବର୍ଷ ମଧ୍ୟରେ ଲୋକଙ୍କ ଆୟରେ ପ୍ରାୟ ତିନି ଗୁଣ ବୃଦ୍ଧି ଘଟିଛି।

 

ଭାରତର ଅର୍ଥନୈତିକ ବିକାଶରେ ମହିଳାମାନେ ଏକ ପ୍ରମୁଖ ଯୋଗଦାନ ଦେଇଛନ୍ତି ।

 

ଆଇଟିଠାରୁ ମହାକାଶ, ବ୍ୟାଙ୍କିଙ୍ଗ୍ ଠାରୁ ସ୍ୱାସ୍ଥ୍ୟସେବା ପର୍ଯ୍ୟନ୍ତ ମହିଳାମାନେ ଦେଶର ଅଗ୍ରଗତି ଦିଗରେ ପୁରୁଷମାନଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ସହଯୋଗ କରୁଛନ୍ତି ।

 

2047 ସୁଦ୍ଧା ଭାରତର ଲୋକମାନେ ଏକ ବିକଶିତ ରାଷ୍ଟ୍ର ଗଠନ ପାଇଁ ଶପଥ ନେଇଛନ୍ତି।

 

ବନ୍ଧୁଗଣ,

 

ମୁଁ ଆପଣ ସମସ୍ତଙ୍କୁ ଭାରତର ବିକାଶର ଯାତ୍ରାର ଏକ ଅଂଶ ହେବାକୁ ନିମନ୍ତ୍ରଣ କରୁଛି।

 

କୋଭିଡ ମହାମାରୀ ଆମକୁ ସ୍ଥିର ଏବଂ ଅନ୍ତର୍ଭୂକ୍ତ ଯୋଗାଣ ଶୃଙ୍ଖଳାର ଗୁରୁତ୍ୱ ବିଷୟରେ ଶିକ୍ଷା ଦେଇଛି ।

 

ପାରସ୍ପରିକ ବିଶ୍ୱାସ ଏବଂ ପାରଦର୍ଶୀତା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ।

 

ପରସ୍ପରର ଶକ୍ତିକୁ ମିଶ୍ରଣ କରି, ଆମେ ସମଗ୍ର ବିଶ୍ୱ ବିଶେଷ କରି ଗ୍ଲୋବାଲ ସାଉଥର କଲ୍ୟାଣରେ ଯଥେଷ୍ଟ ଯୋଗଦାନ ଦେଇପାରିବା ।

 

ମହାମହିମ,

 

ପୁଣି ଥରେ, ମୁଁ ବ୍ରିକ୍ସ ବ୍ୟବସାୟ ସମୁଦାୟର ନେତୃବୃନ୍ଦଙ୍କୁ ସେମାନଙ୍କର ଅବଦାନ ପାଇଁ ଅଭିନନ୍ଦନ ଜଣାଉଛି।

 

ଏହି ଉଲ୍ଲେଖନୀୟ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ରାମାଫୋସାଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି।

 

ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership