ପଞ୍ଚମ ବିମଷ୍ଟେକ ଶିଖର ସମ୍ମିଳନୀ

Published By : Admin | March 30, 2022 | 10:00 IST

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଞ୍ଚମ ବିମଷ୍ଟେକ (ବଙ୍ଗୋପସାଗର ବହୁକ୍ଷେତ୍ରୀୟ ବୈଷୟିକ ଏବଂ ଆର୍ଥିକ ସହଯୋଗ ପଦକ୍ଷେପ) ସମ୍ମିଳନୀରେ ଆଭାସି ମାଧ୍ୟମରେ ଅଂଶ ଗ୍ରହଣ କରିଛନ୍ତି । ବର୍ତ୍ତମାନ ଶ୍ରୀଲଙ୍କା ବିମଷ୍ଟେକର ଅଧ୍ୟକ୍ଷ ରହିଛି ।

ପଞ୍ଚମ ବିମଷ୍ଟେକ ଶିଖର ସମ୍ମିଳନୀ ଆରମ୍ଭ ପୂର୍ବରୁ ବରିଷ୍ଠ ଅଧିକାରୀ ଓ ବିଦେଶ ମନ୍ତ୍ରୀସ୍ତରୀୟ ବୈଠକ ଗତ ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ହାଇବ୍ରିଡ ମୋଡରେ କଲମ୍ବୋଠାରେ ଅନୁଷ୍ଠିତ ହୋଇଥିଲା । ଶିଖର ସମ୍ମିଳନୀର ବାର୍ତ୍ତାଥିଲା “ଏକ ନମନୀୟ ଅଞ୍ଚଳ ଅଭିମୁଖେ, ସମୃଦ୍ଧ ଅର୍ଥନୀତି ଓ ସୁସ୍ଥ ଜନସାଧାରଣ” । ସଦସ୍ୟ ଦେଶଗୁଡିକ ମଧ୍ୟରେ ସହଯୋଗ ବୃଦ୍ଧି ସହ କୋଭିଡ-୧୯ ବୈଶ୍ୱିକ ମହାମାରୀ କାଳରେ ବିଭିନ୍ନ ଆର୍ଥିକ ଓ ବିକାଶମୂଳକ କାର୍ଯ୍ୟର ମିଳିମିଶି କାର୍ଯ୍ୟକ୍ରମ । ଶିଖର ସମ୍ମିଳନୀର ମୁଖ୍ୟ ନିର୍ଯ୍ୟାସ ହେଉଛି ବିମଷ୍ଟେକ ସନନ୍ଦର ରାଜିନାମା ଯେଉଁଥିରେ ବଙ୍ଗୋପସାଗର ଉପରେ ନିର୍ଭରଶୀଳ ତଟବର୍ତ୍ତୀ ଦେଶଗୁଡିକର ସହଯୋଗ ଭିତ୍ତିରେ କାର୍ଯ୍ୟକ୍ରମ ଗ୍ରହଣ ।

ଶିଖର ବୈଠକ ବିମଷ୍ଟେକ ସଦସ୍ୟ ରାଷ୍ଟ୍ରଗୁଡିକ ମଧ୍ୟରେ ପାରସ୍ପାରିକ ସହଯୋଗ ନେଇ ଉଲ୍ଲେଖନୀୟ ପ୍ରଗତି ଘଟିଛି । ପରିବହନ ସଂଯୋଗ ପାଇଁ ଦେଶମାନଙ୍କ ମାଷ୍ଟର ପ୍ଲାନ ଓ ଭବିଷ୍ୟତ ମାର୍ଗଦର୍ଶିକା ନେଇ ମଧ୍ୟ ଆଲୋଚନା ହୋଇଛି ।

ଏଥିରେ ପ୍ରଧାନମନ୍ତ୍ରୀ ବିମଷ୍ଟେକ କ୍ରମବର୍ଦ୍ଧିଷ୍ଣୁ ଆଞ୍ଚଳିକ ଯୋଗାଯୋଗ ଓ ସୁରକ୍ଷା ବ୍ୟତୀତ ଅନେକ ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ସହଯୋଗୀ ନେତୃବୃନ୍ଦଙ୍କୁ ବଙ୍ଗୋପସାଗରକୁ ସଂଯୋଗର ସେତୁ, ସମୃଦ୍ଧି ଓ ସୁରକ୍ଷା ପ୍ରାଚୀରରେ ରୂପାନ୍ତରିତ କରିବାକୁ ଆହ୍ୱାନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ସହଯୋଗ ଉପରେ ଆଧାରିତ ତିନୋଟି ବିମଷ୍ଟେକ ରାଜିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି । ସେଗୁଡିକ ହେଲା - ଫୌଜଦାରୀ ବ୍ୟାପାରରେ ପାରସ୍ପରିକ ଆଇନ ସହାୟତା ନେଇ ବିମଷ୍ଟେକ ଅଧିବେଶନ, କୂଟନୀତିକ ତାଲିମ ନେଇ ପାରସ୍ପରିକ ସହଯୋଗ ସମ୍ପର୍କିତ ବିମଷ୍ଟେକ ବୁଝାମଣାପତ୍ର ଓ ବିମଷ୍ଟେକ ବୈଷୟିକ ଜ୍ଞାନ ବିନିମୟ ସଂକ୍ରାନ୍ତ ବୁଝାମଣା ପତ୍ର ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Shortcuts will cut you short’: PM Modi’s message for youngsters at former President Kovind’s autobiography launch

Media Coverage

‘Shortcuts will cut you short’: PM Modi’s message for youngsters at former President Kovind’s autobiography launch
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 13, 2026
August 13, 2026

Aatmanirbhar in Motion: Solar Homes, Made-in-India Containers, Record Exports & a Rising Global Footprint Under the Leadership of PM Modi