“ଆଧ୍ୟାତ୍ମିକ ସ୍ଥୂଳ ଭାବନା ସହ ବିଶ୍ୱାସ ସାମାଜିକ ସଚେତନତା ପ୍ରସାରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ”
“ରାମନବମୀ ମହାଆଡମ୍ବର ସହ ଅଯୋଧ୍ୟା ଓ ସାରା ଦେଶରେ ପାଳିତ ହେଉଛି”
ଜଳ ସଂରକ୍ଷଣ ଓ ଜୈବିକ କୃଷି ଉପରେ ଗୁରୁ୍‌ତ୍ୱ
“ପୁଷ୍ଟି ହୀନତାର ଯନ୍ତ୍ରଣା ସମୂଳେ ଦୂର ହେବା ବାଞ୍ଛନୀୟ”
“କୋଭିଡ ଭୂତାଣୁ ପ୍ରଚଣ୍ଡ ପ୍ରତାରଣାତ୍ମକ ଓ ଆମକୁ ଏହା ବିରୁଦ୍ଧରେ ସତର୍କ ରହିବା ଦରକାର”

ରାମନବମୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୦.୦୪.୨୦୨୨)ଗୁଜରାଟର ଜୁନାଗଡ ଅନ୍ତର୍ଗତ ଗାଥିଲା ଠାରେ ଥିବା ଉମିଆମାତା ମନ୍ଦିରର ଚତୁର୍ଦ୍ଧଶ ପ୍ରତିଷ୍ଠା ଦିବସ ସମାରୋହରେ ଦୃଶ୍ୟଶ୍ରାବ୍ୟ ଜରିଆରେ ଉଦ୍‌ବୋଧନ ଦେଇଛନ୍ତି । ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପୁରୁଷୋତ୍ତମ ରୂପାଲା ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ସମବେତ ଜନତାଙ୍କୁ ମନ୍ଦିର ପ୍ରତିଷ୍ଠା ଦିବସ ଓ ରାମନବମୀ ଅବସରରେ ଅଭିନନ୍ଦନ ଜଣାଇଥିଲେ। ଚୈତ୍ର ନବରାତ୍ରୀର ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଦେବା ସହ ମା ସିଦ୍ଧିଦାତ୍ରୀ ସମସ୍ତଙ୍କ ମନସ୍କାମନା ପୂରଣ କରିବେ ବୋଲି କହିଥିଲେ । ସେ ମଧ୍ୟ ଗିରନାରର ପବିତ୍ର ଭୂମିକୁ ନତମସ୍ତକ ହୋଇ ପ୍ରଣାମ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ସବୁବେଳେ ଭାବନ୍ତି, ସମ୍ମିଳିତ ଶକ୍ତି ଓ ଦେଶ ତଥା ରାଜ୍ୟର ହିତସାଧନ କରିଥାଏ । ରାମନବମୀ ଅଯୋଧ୍ୟା ଏବଂ ସମଗ୍ର ଦେଶରେ ସମାରୋହ ପୂର୍ବକ ପାଳନ କରାଯାଉଛି। ୨୦୦୮ ମସିହାରେ ମନ୍ଦିରର ପ୍ରତିଷ୍ଠା ନେଇ ତାଙ୍କୁ ସୁଯୋଗ ମିଳିଥିବାରୁ ତଥା ମା ଉମିଆଙ୍କୁ ବହୁଦିନ ଧରି ପୂଜାର୍ଚ୍ଚନା କରିଥିବା ଯୋଗୁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଖୁସି ପ୍ରକଟକରି କହିଥିଲେ ଯେ ଗାଥିଲାର ଉମିଆ ସୀତା ମନ୍ଦିର ଆଧ୍ୟାତ୍ମିକ ଓ ଦୈବୀ ଶକ୍ତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହେବା ସହିତ ଏହା ଏକ ସାମାଜିକ ସଚେତନତା ଓ ପର୍ଯ୍ୟଟନର ସ୍ଥଳୀ ହୋଇଯାଇଛି । ମା ଉମିଆଙ୍କ କୃପାରୁ ସମାଜ ଓ ଭକ୍ତଗଣ ଅନେକ କାର୍ଯ୍ୟ ହାତକୁ ନେଇ ପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ମା’ ଉମିୟାଙ୍କ ଭକ୍ତଭାବେ କେହି ମଧ୍ୟ ଧରିତ୍ରୀ ମାତାର କୌଣସି କ୍ଷତି କରିବ ନାହିଁ । ଆମେ ମା’କୁ ଯେପରି ଅଦରକାରୀ ଔଷଧ ଖୁଆଉ ନାହୁଁ, ଆମର ଭୂମିରେ ମଧ୍ୟ ଅନାବଶ୍ୟକ ରାସାୟନିକ ପଦାର୍ଥ ବ୍ୟବହାର କରିବା ନାହିଁ ବୋଲି ସେ କହିଥିଲେ । ଜଳ ସଂରକ୍ଷଣ ଯୋଜନାରେ ପାଣିକୁ ସଂରକ୍ଷିତ ରଖିବା ଭଳି ଜମିକୁ ମଧ୍ୟ ସେଭଳି ସୁରକ୍ଷିତ ରଖିବାକୁ ପଡିବ । କାରଣ ବୁନ୍ଦାଏ ଜଳ ଅର୍ଥ ଅଧିକ ଶସ୍ୟ ବୋଲି ସେ କହିଥିଲେ । ତାଙ୍କର ଗୁଜରାଟରେ ମୁଖ୍ୟମନ୍ତ୍ରୀତ୍ୱ କାଳରେ କିପରି ଜନ ଆନ୍ଦୋଳନ ମୁଣ୍ଡ ଟେକି ଉଠିଥିଲା, ତାହାର ସେ ସ୍ମୃତିଚାରଣ କରିଥିଲେ ।  ଜଳସଂରକ୍ଷଣ ଅଭିଯାନର ଆମେ ନିଜକୁ ଦୂରେଇ ରଖିପାରିବ ନାହିଁ ବୋଲି ସେ କହିଥିଲେ । ସେ ମଧ୍ୟ କହିଥିଲେ ଯେ ଧରିତ୍ରୀ ମାତା ରାସାୟନିକ ପଦାର୍ଥ କବଳରୁ ସୁରକ୍ଷିତ ରଖିବା ଆବଶ୍ୟକ । ସେ ପ୍ରାକୃତିକ କୃଷି ଉପରେ ଜୋର ଦେଇଥିଲେ । ସେ ଓ କେଶୁଭାଇ ଯେପରି ପାଣି ପାଇଁ କାର୍ଯ୍ୟ କରିଥିଲେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଧରିତ୍ରୀ ମାତାର ସୁରକ୍ଷା ପାଇଁ ସେଭଳି କାର୍ଯ୍ୟ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଖୁସି ପ୍ରକଟ କରି କହିଥିଲେ ଯେ ମା’ ଉମିଆ ଓ ଅନ୍ୟାନ୍ୟ ଦେବଦେବୀଙ୍କ କୃପାରୁ ଓ ସରକାରଙ୍କ ଉଦ୍ୟମ ଯୋଗୁଁ ଲିଙ୍ଗଗତ ଅନୁପାତରେ ଉନ୍ନତି ଘଟିଛି ଓ ବେଟି ବଚାଓ ଆନ୍ଦୋଳନ ଭଲ ଫଳ ଦେଖାଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୁଜରାଟରୁ ଅନେକ ଝିଅ ଅଲିମ୍ପିକ୍ସରେ ଦେଶରେ ପ୍ରତିନିଧିତ୍ୱ କରୁଛନ୍ତି । ଶିଶୁ ଓ ଝିଅମାନଙ୍କ ପୁଷ୍ଟିହୀନତା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ଆସନ୍ନ ପ୍ରସବା ମାଆମାନଙ୍କ  ପୁଷ୍ଟିହୀନତା ସମସ୍ୟା ପ୍ରତି ବିଶେଷ ଧ୍ୟାନ ଦେବା ଉପରେ ମଧ୍ୟ ସେ ଗୁରୁତ୍ୱ ଆରୋପ କରିଥିଲେ । ଅପପୁଷ୍ଟିର ଯନ୍ତ୍ରଣା ସମ୍ପୂର୍ଣ୍ଣ ଦୂରୀଭୂତ ହେବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ମନ୍ଦିର ନ୍ୟାସ ଜରିଆରେ ସ୍ୱାସ୍ଥ୍ୟବାନ ଶିଶୁ ପ୍ରତିଯୋଗିତା ପାଇଁ ଶ୍ରୀ ମୋଦୀ କହିଥିଲେ । ଗରିବ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ପ୍ରଶିକ୍ଷଣ ପାଇଁ ସେ ଅନୁରୋଧ କରିବା ସହ ମନ୍ଦିରରେ ଥିବା ଉନ୍ମୁକ୍ତ ସ୍ଥାନ ଯୋଗ  ଶିବିର ଓ ଶ୍ରେଣୀ ପାଇଁ ବ୍ୟବହାର କରିବାକୁ ମଧ୍ୟ ସେ ଅନୁରୋଧ କରିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ଆଜାଦୀ କା ଅମ୍ରିତ  ମହୋତ୍ସବ ଏବଂ ଅମୃତ କାଳର ମହତ୍ୱ ଉପରେ ଗୁରୁତ୍ୱଆରୋପ କରିଥିଲେ । ସେ ସମବେତ ଜନତାଙ୍କୁ ସଚେତନତା ସୃଷ୍ଟି ସହ ସମାଜ, ଗ୍ରାମ ଓ ଦେଶ ଗଠନର ପରିପାଟୀ ନିଜ ହୃଦୟ ମଧ୍ୟରେ ରଖିବାକୁ କହିଥିଲେ । ସେ ମଧ୍ୟ ତାଙ୍କ ଦୂରଦୃଷ୍ଟି  ଥିବା ୭୫ଟି ଅମୃତ ସରୋବର ପ୍ରତ୍ୟେକ ଜିଲ୍ଲାରେ ଖୋଳାଇବା ଉପରେ କହିଥିଲେ । ସେ କହିଥିଲେ ଯେ ଗୁଜରାଟର ଜନସାଧାରଣ ଯେତେବେଳେ ହଜାର ହଜାର ଆଡିବନ୍ଧ ତିଆରି କରିଛନ୍ତି, ଏହା ସେମାନଙ୍କ ପାଇଁ କିଛି ବଡ କଥା ନୁହଁ ଓ ଏହି ଉଦ୍ୟମର ଫଳ ବେଶ୍ ସୁଦୂର ପ୍ରସାରୀ ହେବ । ଏହି କାର୍ଯ୍ୟ ୨୦୨୩ ଅଗଷ୍ଟ ପୂର୍ବରୁ ସମ୍ପୂର୍ଣ୍ଣ ହେବା ଦରକାର ବୋଲି ସେ କହିଥିଲେ । ଏଥିପାଇଁ ସାମାଜିକ ଆନ୍ଦୋଳନ ଦରକାର । ସାମାଜିକ ସଚେତନତା ମଧ୍ୟ ଏକ ପ୍ରୋତ୍ସହନଜନିକ ବଳ ଯୋଗାଇବ ବୋଲି ସେ କହିଥିଲେ ।

ରାମନବମୀଙ୍କୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଯେତେବେଳେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ କଥା ଭାବୁ, ସେତେବେଳେ ଶବରୀ, କୈବର୍ତ ଓ ନିଶାଦରାଜଙ୍କ କଥା ମନେ ପଡିଯାଏ । ସେମାନେ ଯୁଗ ଯୁଗ ଧରି ଲୋକମାନଙ୍କ ହୃଦୟରେ ବସା ବାନ୍ଧି ସାରିଛନ୍ତି । ଏହା କାହାକୁ ବି ଅଣଦେଖା ନ କରିବା ଶିକ୍ଷା ଆମକୁ ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 ବୈଶ୍ୱିକ ମହାମାରୀ କାଳରେ ହୋଇଥିବା କାର୍ଯ୍ୟର ଅବତାରଣା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭୂତାଣୁ ଖୁବ୍ ପ୍ରତାରଣାତ୍ମକ ଓ ଏଥିପାଇଁ ଆମକୁ ଖୁବ୍ ସତର୍କ ରହିବାକୁ ପଡିବ । ଭାରତ ଏପର୍ଯ୍ୟନ୍ତ ୧୮୫କୋଟି ମାତ୍ରା ଟିକା ପ୍ରଦାନ କରି ଏକ ବିସ୍ମୟକର କାର୍ଯ୍ୟ କରିପାରିଛି । ସେ ସାମାଜିକ ସଚେତନତାକୁ  ଏଥିପାଇଁ ଦାୟୀ କରିବା ସହ ସ୍ୱଚ୍ଛତା ଓ ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ ଭଳି ଅଭିଯାନର ମଧ୍ୟ ନଜିର ଦେଇଥିଲେ । ଆଧ୍ୟାତ୍ମିକ ଭାବନା ସହ ବିଶ୍ୱାସଭାବ ମଧ୍ୟ ସାମାଜିକ ସଚେତନତା ପ୍ରସାରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ସେ କହିଛନ୍ତି ।

ଉମିଆ ମା’ ମନ୍ଦିରର ଉଦ୍‌ଘାଟନ ମଧ୍ୟ ଶ୍ରୀ ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ୨୦୦୮ ମସିହାରେ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ କ୍ରମେ ୨୦୦୮ ମସିହାରେ ମନ୍ଦିର ନ୍ୟାସ, ମନ୍ଦିରର ଅନେକ ସାମାଜିକ ଓ ସ୍ୱାସ୍ଥ୍ୟଗତ କାର୍ଯ୍ୟକଳାପ ଯେପରିକି ମୋତିଆବିନ୍ଦୁ ଅସ୍ତ୍ରୋପଚାର,ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ରୋଗୀମାନଙ୍କୁ ମାଗଣା ଆୟୁର୍ବେଦ ଔଷଧ ଇତ୍ୟାଦି ପ୍ରଦାନ କରୁଥିଲେ ।

ଉମିଆ ମା’ଙ୍କୁ କାଡଭା ପାଟିଦାରମାନଙ୍କ କୁଳଦେବୀ ଭାବେ ବିବେଚନା କରାଯାଏ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour