Working Session 9: Toward a Peaceful, Stable and Prosperous World

ମହାମହିମ,

ଆଜି ଆମେ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଶୁଣିଲେ । କାଲି ମୋର ତାଙ୍କ ସହିତ ମଧ୍ୟ ସାକ୍ଷାତ ହୋଇଥିଲା । ମୁଁ ବର୍ତମାନର ପରିସ୍ଥିତିକୁ ରାଜନୀତି ଅବା ଅର୍ଥ ବ୍ୟବସ୍ଥାର ପ୍ରସଙ୍ଗ ବୋଲି ଭାବୁ ନାହିଁ । ମୋ ମତରେ ଏହା ହେଉଛି ମାନବତାର ପ୍ରସଙ୍ଗ, ହେଉଛି ମାନବୀୟ ମୂଲ୍ୟବୋଧର ପ୍ରସଙ୍ଗ । ଆମେ ଆରମ୍ଭରୁ କହିଛୁ ଯେ, ଆଲୋଚନା ଏବଂ କୂଟନୀତି ହେଉଛି ଏକମାତ୍ର ପଥ । ଆଉ ଏହି ପରିସ୍ଥିତିର ସମାଧାନ ପାଇଁ, ଭାରତ ଦ୍ୱାରା ଯାହା କିଛି ମଧ୍ୟ ହୋଇପାରିବ, ଆମେ ଯଥାସମ୍ଭବ ପ୍ରୟାସ କରିବୁ ।

ମହାମହିମ,

ବୈଶ୍ୱିକ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ହେଉଛି ଆମ ସମସ୍ତଙ୍କର ପାରସ୍ପରିକ ଉଦ୍ଦେଶ୍ୟ । ଆଜିକାର ଆନ୍ତଃ- ସଂଯୁକ୍ତ ବିଶ୍ୱରେ କୌଣସି ମଧ୍ୟ ଗୋଟିଏ କ୍ଷେତ୍ରରେ ଉତେଜନା ସମସ୍ତ ଦେଶକୁ ପ୍ରଭାବିତ କରୁଛି । ଆଉ, ବିକାଶଶୀଳ ଦେଶ, ଯେଉଁମାନଙ୍କ ପାଖରେ ସୀମିତ ସମ୍ବଳ ଅଛି, ସବୁଠାରୁ ଅଧିକ ପ୍ରଭାବିତ ହୋଇ ଥାଆନ୍ତି । ବର୍ତମାନ ବୈଶ୍ୱିକ ପରିସ୍ଥିତିରେ, ଖାଦ୍ୟ, ଇନ୍ଧନ ଏବଂ ଉର୍ବରକ(ସାର) ସଙ୍କଟର ସର୍ବାଧିକ ଏବଂ ସବୁଠାରୁ ଗୁରୁତର ପ୍ରଭାବ ସେହି ଦେଶଗୁଡ଼ିକୁ ଭୋଗିବାକୁ ପଡ଼ୁଛି ।

ମହାମହିମ,

ଏହା ହେଉଛି ଚିନ୍ତାର ବିଷୟ ଯେ, ଆମକୁ କାହିଁକି ଭିନ୍ନ- ଭିନ୍ନ ମଂଚରେ ଶାନ୍ତି ଏବଂ ସ୍ଥିରତାର କଥା କହିବାକୁ ପଡ଼ୁଛି ? ମିଳିତ ଜାତିସଙ୍ଘ ଯାହାର ଶୁଭାରମ୍ଭ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ହିଁ କଳ୍ପନା କରାଯାଇଥିଲା, ତେବେ ଆଜି ବିବାଦ ରୋକିବାରେ କାହିଁକି ସଫଳ ହୋଇ ପାରି ନାହିଁ ? କାରଣ କ’ଣ, ୟୁଏନରେ ଆତଙ୍କବାଦର ପରିଭାଷା ଏପର୍ଯ୍ୟନ୍ତ ଗ୍ରହଣଯୋଗ୍ୟ ହୋଇ ପାରି ନାହିଁ? ଯଦି ଆତ୍ମଚିନ୍ତନ କରାଯାଏ, ତେବେ ଗୋଟିଏ କଥା ହେଉଛି ସ୍ପଷ୍ଟ । ବିଗତ ଶତାବ୍ଦୀରେ ପ୍ରତିଷ୍ଠ ହୋଇଥିବା ସଂଗଠନ ଏକବିଂଶ ଶତାବ୍ଦୀର ବ୍ୟବସ୍ଥା ଅନୁରୂପ ହୋଇ ନାହିଁ । ବର୍ତମାନର ବାସ୍ତବତାକୁ ପ୍ରତିଫଳିତ କରି ପାରୁ ନାହିଁ । ଏଥିପାଇଁ ଆବଶ୍ୟକ ହେଉଛି ଯେ ମିଳିତ ଜାତିସଙ୍ଘ ଭଳି ବୃହତ ଅନୁଷ୍ଠାନରେ ସଂସ୍କାରକୁ ନୂତନ ସ୍ୱରୂପ ଦିଆଯାଉ । ଏହାକୁ ଗ୍ଲୋବାଲ ସାଉଥ୍ ସ୍ୱର(ଭଏସ) ମଧ୍ୟ କରିବାକୁ ହେବ । ନଚେତ୍ ଆମେ ସଂଘର୍ଷକୁ ଅନ୍ତ କରିବା ପାଇଁ କେବଳ ଚର୍ଚ୍ଚା ହିଁ କରି ଚାଲିଥିବା । ୟୁଏନ ଏବଂ ସୁରକ୍ଷା ପରିଷଦ ଏକମାତ୍ର ଶୀର୍ଷ ଆଲୋଚନାକରୀ ଗୋଷ୍ଠୀ ହୋଇ ରହିଯିବେ ।

ମହାମହିମ,

ଏହା ଜରୁରୀ ଯେ, ସମସ୍ତ ଦେଶ ମିଳିତ ଜାତିସଙ୍ଘ ସନନ୍ଦ, ଅନ୍ତରାଷ୍ଟ୍ରୀୟ ଆଇନ ଏବଂ ସମସ୍ତ ଦେଶର ସାର୍ବଭୌମତ୍ୱ ଏବଂ ଆଂଚଳିକ ଅଖଣ୍ଡତାକୁ ସମ୍ମାନ ଦିଅନ୍ତୁ । ଯଥାସ୍ଥିତିକୁ ବଦଳାଇବାର ଏକତରଫା ପ୍ରୟାସ ବିରୁଦ୍ଧରେ ମିଳିମିଶି ସ୍ୱର ଉତୋଳନ କରନ୍ତୁ । ଭାରତର ସଦା ସର୍ବଦା ଏହି ମତ ରହିଛି ଯେ କୌଣସି ମଧ୍ୟ ଉତେଜନା, କୌଣସି ମଧ୍ୟ ବିବାଦର ସମାଧାନ ଶାନ୍ତିପୂର୍ଣ୍ଣ ଢ଼ଙ୍ଗରେ, ଆଲୋଚନା ଜରିଆରେ କରାଯିବା ଉଚିତ । ଆଉ ଯଦି ଆଇନ ମାଧ୍ୟମରେ କୌଣସି ପରିଣାମ ବାହାରୁଛି, ତେବେ ତାହାକୁ ସ୍ୱୀକାର କରିବା ଉଚିତ । ଆଉ ଏହି ଭାବନା ଦ୍ୱାରା ଭାରତ ବାଙ୍ଗଲାଦେଶ ସହିତ ନିଜର ଭୂମି ଏବଂ ସାମୁଦ୍ରିକ ସୀମା ବିବାଦର ସମାଧାନ କରିଥିଲା ।

ମହାମହିମ,

ଭାରତରେ ଏବଂ ଏଠାରେ ଜାପାନରେ ମଧ୍ୟ, ହଜାର ହଜାର ବର୍ଷ ଧରି ଭଗବାନ ବୁଦ୍ଧଙ୍କୁ ଅନୁସରଣ କରାଯାଉଛି । ଆଧୁନିକ ଯୁଗରେ ଏଭଳି କୌଣସି ସମସ୍ୟା ନାହିଁ, ଯାହାର ସମାଧାନ ଆମେ ବୁଦ୍ଧଙ୍କ ଶିକ୍ଷା ଦ୍ୱାରା ଖୋଜି ପାରିବା ନାହିଁ । ବିଶ୍ୱ ଆଜି ଯେଉଁ ଯୁଦ୍ଧ, ଅଶାନ୍ତି ଏବଂ ଅସ୍ଥିରତା ସହ ମୁକାବିଲା କରୁଛି, ତାହାର ସମାଧାନ ଭଗବାନ ବୁଦ୍ଧ ଶତାବ୍ଦୀ- ଶତାବ୍ଦୀ ପୂର୍ବରୁ ହିଁ କରି ଦେଇଥିଲେ ।

ଭଗବାନ ବୁଦ୍ଧ କହିଛନ୍ତି :

ନହି ବେରେନ୍ ବେରାନୀ,

ସମ୍ମନ ତୀଧ ଉଦାସନ୍‌,

ଅବେରେନ ଚ ସମ୍ମନ୍ତି,

ଏସ ଧମ୍ମୋ ସନ୍ନତନ ।

ଅର୍ଥାତ, ଶତ୍ରୁତାରୁ ଶତ୍ରୁତା ଶାନ୍ତ ହୋଇ ନଥାଏ । ନିଜତ୍ୱ ଭାବରୁ ହିଁ ଶତ୍ରୁତା ଶାନ୍ତ ହୋଇ ଥାଏ । ଏହି ଭାବ ସହିତ ଆମକୁ ସମସ୍ତଙ୍କ ସହିତ ମିଳିମିଶି ଆଗକୁ ବଢ଼ିବା ଦରକାର ।

ଧନ୍ୟବାଦ ! 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check

Media Coverage

'Strategic partnership' to 'Cooperation in AI': Six major outcomes of PM Modi's historic Sweden visit - Check
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 18, 2026
May 18, 2026

Norway to Netherlands: PM Modi's Leadership Turns Heritage, Honors & High-Tech Deals into India's Global Momen