ମହାମହିମ ପ୍ରଧାନମନ୍ତ୍ରୀ ଏବଂ ମୋର ବନ୍ଧୁ ଅନୱର ଇବ୍ରାହିମ,

ମହାନୁଭବଗଣ

 

ନମସ୍କାର,

 

ମୁଁ ପୁଣିଥରେ ମୋର ଆସିଆନ ପରିବାର ସହିତ ଯୋଡ଼ି ହେବାର ସୁଯୋଗ ପାଇ ବହୁତ ଖୁସି।

 

ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କୁ ତାଙ୍କ ସଫଳ ଆସିଆନ ଅଧ୍ୟକ୍ଷତା ପାଇଁ ମୁଁ ସହୃଦୟତାର ସହିତ ଅଭିନନ୍ଦନ ଜଣାଉଛି। ମୁଁ ଫିଲିପାଇନ୍ସର ରାଷ୍ଟ୍ରପତି ମାର୍କୋସଙ୍କୁ ଭାରତର ଦେଶ ସଂଯୋଜକ ହିସାବରେ ଦକ୍ଷତାର ସହିତ କାର୍ଯ୍ୟ ସମ୍ପାଦନ କରିଥିବାରୁ ଧନ୍ୟବାଦ ଜଣାଉଛି। ମୁଁ ଆସିଆନ୍‌ର ନୂତନ ସଦସ୍ୟ ଭାବରେ ତିମୋର-ଲେଷ୍ଟେଙ୍କୁ ସ୍ୱାଗତ ଜଣାଉଛି।

 

ଥାଇଲ୍ୟାଣ୍ଡର ରାଣୀ ମାଆଙ୍କ ଦେହାନ୍ତରେ ମୁଁ ସମସ୍ତ ଭାରତୀୟଙ୍କ ତରଫରୁ ରାଜପରିବାର ଏବଂ ଥାଇଲ୍ୟାଣ୍ଡର ଜନସାଧାରଣଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି।

 

ବନ୍ଧୁଗଣ,

ଭାରତ ଏବଂ ଆସିଆନ ମିଳିତ ଭାବରେ ବିଶ୍ୱ ଜନସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ ଜନସଂଖ୍ୟାକୁ ପ୍ରତିନିଧିତ୍ୱ କରୁଛନ୍ତି। ଆମେ କେବଳ ଭୌଗୋଳିକ ସୀମାରେ ଅଂଶୀଦାର ନୁହେଁ, ବରଂ ଗଭୀର ଐତିହାସିକ ସମ୍ପର୍କ ଏବଂ ସାଧାରଣ ମୂଲ୍ୟବୋଧ ସୂତ୍ରରେ ମଧ୍ୟ ଏକତ୍ର ଅଂଶୀଦାର ଅଟୁ।

 

ଆମେ ଗ୍ଲୋବାଲ ସାଉଥ୍‌ର ସହଯାତ୍ରୀ। ଆମର ସମ୍ପର୍କ କେବଳ ବାଣିଜ୍ୟିକ ଅଂଶୀଦାରରେ ସୀମିତ ନୁହେଁ ବରଂ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟ ଆମେ ଅଂଶୀଦାର ଅଟୁ। ଆସିଆନ ହେଉଛି ଭାରତର ‘’ଆକ୍ଟ ଇଷ୍ଟ’’ ନୀତିର ଏକ ପ୍ରମୁଖ ସ୍ତମ୍ଭ। ଭାରତ ସର୍ବଦା ‘ଆସିଆନ କେନ୍ଦ୍ରୀୟତା’ ଏବଂ ଭାରତ-ପ୍ରଶାନ୍ତ ମହାସାଗର ଉପରେ ଆସିଆନର ଦୃଷ୍ଟିକୋଣକୁ ପୂର୍ଣ୍ଣ ସମର୍ଥନ କରିଆସିଛି।

 

ଏହି ଅନିଶ୍ଚିତତା ସମୟରେ ମଧ୍ୟ, ଭାରତ-ଆସିଆନ ବ୍ୟାପକ ରଣନୈତିକ ସହଭାଗୀତା ଅବିରତ ଭାବେ ଅଗ୍ରଗତି କରିଛି। ଏଥିସହିତ ଆମର ଦୃଢ଼ ସହଭାଗୀତା ବିଶ୍ୱ ସ୍ଥିରତା ଏବଂ ଅଭିବୃଦ୍ଧି ପାଇଁ ଏକ ଶକ୍ତିଶାଳୀ ଭିତ୍ତିଭୂମି ଭାବରେ ଉଭା ହେଉଛି।

 

ବନ୍ଧୁଗଣ,

ଏହି ବର୍ଷର ଆସିଆନ ଶିଖର ସମ୍ମିଳନୀର ବିଷୟବସ୍ତୁ ହେଉଛି "ସମାବେଶୀକରଣ ଏବଂ ସ୍ଥିରତା"। ଏହି ବିଷୟବସ୍ତୁ ଆମର ମିଳିତ ପ୍ରୟାସରେ ସ୍ପଷ୍ଟ ଭାବରେ ପ୍ରତିଫଳିତ ହେଉଛି, ସେଥିରେ ଡିଜିଟାଲ ଅନ୍ତର୍ଭୁକ୍ତୀକରଣ ହେଉ କିମ୍ବା ବର୍ତ୍ତମାନର ବିଶ୍ୱସ୍ତରୀୟ ଆହ୍ଵାନଗୁଡ଼ିକ ମଧ୍ୟରେ ଖାଦ୍ୟ ସୁରକ୍ଷା ଓ ସ୍ଥିର ଯୋଗାଣ ଶୃଙ୍ଖଳ ସୁନିଶ୍ଚିତ କରିବା। ଭାରତ ଏହି ପ୍ରାଥମିକତାଗୁଡ଼ିକୁ ପୂର୍ଣ୍ଣ ସମର୍ଥନ କରେ ଏବଂ ଏହି ଦିଗରେ ଏକାଠି ଆଗକୁ ବଢ଼ିବାକୁ ପ୍ରତିଶ୍ରୁତିବଦ୍ଧ।

 

ବନ୍ଧୁଗଣ,

ପ୍ରତ୍ୟେକ ବିପଦ ଆପଦରେ ଭାରତ ଏହାର ଆସିଆନ୍‌ ବନ୍ଧୁମାନଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛି। HADR (Humanitarian Assistance and Disaster Relief), ସାମୁଦ୍ରିକ ସୁରକ୍ଷା ଓ ନୀଳ ଅର୍ଥନୀତିରେ ଆମର ସହଯୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି, ଆମେ ୨୦୨୬କୁ "ଆସିଆନ-ଭାରତ ସାମୁଦ୍ରିକ ସହଯୋଗ ବର୍ଷ" ଭାବରେ ଘୋଷଣା କରୁଛୁ।

 

ଏଥିସହ ଆମେ ଶିକ୍ଷା, ପର୍ଯ୍ୟଟନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ, ସବୁଜ ଶକ୍ତି ଏବଂ ସାଇବର ସୁରକ୍ଷାରେ ମଧ୍ୟ ପାରସ୍ପରିକ ସହଯୋଗକୁ ଦୃଢ଼ ଭାବରେ ଆଗକୁ ବଢ଼ାଉଛୁ। ଆମେ ଆମର ସାଧାରଣ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ଏବଂ ଜନ-ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଏକାଠି କାମ କରିବା ଜାରି ରଖିବୁ।

 

ବନ୍ଧୁଗଣ,

ଏକବିଂଶ ଶତାବ୍ଦୀ ହେଉଛି ଆମର ଶତାବ୍ଦୀ, ଭାରତ ଏବଂ ଆସିଆନର ଶତାବ୍ଦୀ। ମୁଁ ଦୃଢ ନିଶ୍ଚିତ ଯେ, “ଆସିଆନ କମ୍ୟୁନିଟି ଭିଜନ ୨୦୪୫” ଏବଂ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ସମଗ୍ର ମାନବଜାତି ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି କରିବ। ଭାରତ ଏହି ଦିଗରେ ଆପଣମାନଙ୍କ ସମସ୍ତଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ କାମ କରିବାକୁ ପ୍ରତିଶ୍ରୁତିବଦ୍ଧ।

 

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India remains among best-performing major economies: S&P Global

Media Coverage

India remains among best-performing major economies: S&P Global
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 19, 2026
April 19, 2026

Building a Stronger Bharat: Infrastructure Revolution, Economic Resilience & Inclusive Welfare Under PM Modi