ଭାରତରେ, ପରମ୍ପରା ନବସୃଜନ ସହିତ, ଆଧ୍ୟାତ୍ମିକତା ବିଜ୍ଞାନ ସହିତ ଏବଂ କୌତୁହଳ ସୃଜନଶୀଳତା ସହିତ ଯୋଡି ହୋଇଥାଏ। ଶହ ଶହ ବର୍ଷ ଧରି, ଭାରତୀୟମାନେ ଆକାଶକୁ ଅବଲୋକନ କରି ବଡ଼ ବଡ ପ୍ରଶ୍ନ ପଚାରି ଆସିଛନ୍ତି : ପ୍ରଧାନମନ୍ତ୍ରୀ
ଆମେ ଲଦାଖରେ ବିଶ୍ୱର ସର୍ବୋଚ୍ଚ ନଭୋବିଦ୍ୟା ବିଜ୍ଞାନ ପ୍ରୟୋଗ କେନ୍ଦ୍ର ସ୍ଥାପନ କରିଛୁ, ଯାହା ସମୁଦ୍ର ପତ୍ତନ ଠାରୁ ୪୫୦୦ ମିଟର ଉଚ୍ଚତାରେ ରହିଛି, ଏହା ତାରାମାନଙ୍କ ସହିତ ହାତ ମିଳାଇବା ପାଇଁ ଯଥେଷ୍ଟ ନିକଟତର : ପ୍ରଧାନମନ୍ତ୍ରୀ
ଭାରତ ବୈଜ୍ଞାନିକ ଜିଜ୍ଞାସାକୁ ପରିପୁଷ୍ଟ କରିବା ଏବଂ ଯୁବ ମନକୁ ସଶକ୍ତ କରିବା ପାଇଁ ଗଭୀର ଭାବେ ସଂକଳ୍ପବଦ୍ଧ : ପ୍ରଧାନମନ୍ତ୍ରୀ
ଯେତେବେଳେ ଆମେ ବ୍ରହ୍ମାଣ୍ଡକୁ ଅନୁସନ୍ଧାନ କରିଥାଉ, ସେତେବେଳେ ଆମେ ଏହା ମଧ୍ୟ ପଚାରିବା ଉଚିତ ଯେ ମହାକାଶ ବିଜ୍ଞାନ ପୃଥିବୀର ଲୋକଙ୍କ ଜୀବନକୁ କିପରି ଆହୁରି ଉନ୍ନତ କରିପାରିବ : ପ୍ରଧାନମନ୍ତ୍ରୀ
ଭାରତ ଅନ୍ତର୍ଜାତୀୟ ସହଯୋଗର ଶକ୍ତିରେ ବିଶ୍ୱାସ କରେ ଏବଂ ଏହି ଅଲିମ୍ପିଆଡ୍ ସେହି ଭାବନାକୁ ପ୍ରତିଫଳିତ କରେ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଅଷ୍ଟାଦଶ ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ଏବଂ ନଭୋବିଦ୍ୟା ବିଜ୍ଞାନ (ଆଷ୍ଟ୍ରୋନୋମି ଏବଂ ଆଷ୍ଟ୍ରୋଫିଜିକ୍ସ) ଅଲମ୍ପିଆଡକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ, ପ୍ରଧାନମନ୍ତ୍ରୀ ୬୪ଟି ଦେଶର ୩୦୦ ରୁ ଅଧିକ ଅଂଶଗ୍ରହଣକାରୀଙ୍କ ସହ ଯୋଡି ହୋଇଥିବାରୁ ଆନନ୍ଦ ପ୍ରକାଶ କରିଛନ୍ତି । ସେ ଅନ୍ତର୍ଜାତୀୟ ଅଲମ୍ପିଆଡ ପାଇଁ ସେମାନଙ୍କୁ ଭାରତରେ ସ୍ୱାଗତ କରିଛନ୍ତି । ସେ କହିଛନ୍ତି, ଭାରତରେ, ପରମ୍ପରା ନବସୃଜନ ସହିତ, ଆଧ୍ୟାତ୍ମିକତା ବିଜ୍ଞାନ ସହିତ ଏବଂ କୌତୁହଳ ସୃଜନଶୀଳତା ସହିତ ମିଶିଛି । ଶହ ଶହ ବର୍ଷ ଧରି, ଭାରତୀୟମାନେ ଆକାଶକୁ ଅବଲୋକନ କରି ବଡ଼ ବଡ ପ୍ରଶ୍ନ ପଚାରି ଆସୁଛନ୍ତି ବୋଲି ଶ୍ରୀ ମୋଦୀ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ ଆର୍ଯ୍ୟଭଟ୍ଟଙ୍କ ଉଦାହରଣ ଦେଇଥିଲେ , ଯିଏକି ପଞ୍ଚମ ଶତାବ୍ଦୀରେ ଶୂନ (୦)ର ଉଦ୍ଭାବନ କରିଥିଲେ। ପୃଥିବୀ ନିଜ ଅକ୍ଷ ଚାରି ପାଖରେ ଘୂରେ ବୋଲି ସେ ପ୍ରଥମେ କହିଥିଲେ। ‘‘କହିବାକୁ ଗଲେ, ସେ ଶୂନ୍ୟରୁ ଆରମ୍ଭ କରିଥିଲେ ଏବଂ ଇତିହାସ ସୃଷ୍ଟି କରିଥିଲେ!’’ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ଭାରତ ଲଦାଖରେ ସମୁଦ୍ର ପତ୍ତନ ଠାରୁ ୪୫୦୦ ମିଟର ଉଚ୍ଚତାରେ ବିଶ୍ୱର ସର୍ବୋଚ୍ଚ ନଭୋବିଦ୍ୟା ବିଜ୍ଞାନ ପର୍ଯ୍ୟବେକ୍ଷଣ କେନ୍ଦ୍ର ରହିଛି ବୋଲି ସୂଚନା ଦେଇ ଶ୍ରୀ ମୋଦୀ କହିଥିଲେ, ଏହା ତାରାମାନଙ୍କ ସହିତ ହାତ ମିଳାଇବା ପାଇଁ ଯଥେଷ୍ଟ ନିକଟତର। ସେ ପୁଣେଠାରେ ଥିବା ଜାଏଣ୍ଟ ମିଟରେୱ ରେଡିଓ ଟେଲିସ୍କୋପ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ଏହାକୁ ବିଶ୍ୱର ସବୁଠାରୁ ସମ୍ବେଦନଶୀଳ ରେଡିଓ ଟେଲିସ୍କୋପ ମଧ୍ୟରୁ ଗୋଟିଏ ଭାବରେ ବର୍ଣ୍ଣନା କରିଥିଲେ। ଏହା ପଲ୍ସର, କ୍ୱାସାର ଏବଂ ଛାୟାପଥର ରହସ୍ୟକୁ ଉନ୍ମୋଚନ କରିବାରେ ସାହାଯ୍ୟ କରିଥାଏ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ସ୍କୋୟାର କିଲୋମିଟର ଆରେ ଏବଂ ଲିଗୋ - ଇଣ୍ଡିଆ ଭଳି ବିଶ୍ୱସ୍ତରୀୟ ବୃହତ - ବିଜ୍ଞାନ ପ୍ରକଳ୍ପରେ ଗର୍ବର ସହ ଯୋଗଦାନ ଦେଇଥାଏ। ସେ ସ୍ମରଣ କରାଇ ଦେଇ କହିଥିଲେ, ଦୁଇ ବର୍ଷ ପୂର୍ବେ ଚନ୍ଦ୍ରଯାନ - ୩ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ସଫଳତାର ସହ ଅବତରଣ କରିଥିବା ପ୍ରଥମ ମିଶନ ଭାବେ ଇତିହାସ ସୃଷ୍ଟି କରିଥିଲା। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ ଯେ , ଭାରତ ଆଦିତ୍ୟ – ଏଲ ୱାନ୍‌ ସୌର ପର୍ଯ୍ୟବେକ୍ଷଣ କେନ୍ଦ୍ର ମାଧ୍ୟମରେ ସୂର୍ଯ୍ୟଙ୍କ ଉପରେ ମଧ୍ୟ ନିଜର ଦୃଷ୍ଟି ନିକ୍ଷେପ କରିଛି। ଏହା ସୌର ଅଗ୍ନିସ୍ଫୁଲିଙ୍ଗ, ସୌର ଝଡ଼ ଏବଂ ସୂର୍ଯ୍ୟର ମିଜାଜ୍‌ ବଦଳିବା ଉପରେ ନଜର ରଖିଥାଏ। ସେ ଥିଲେ, ଗତ ମାସରେ ଗ୍ରୁପକ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ତାଙ୍କର ଐତିହାସିକ ମିଶନ ସମାପ୍ତ କରିଥିଲେ। ଏହାକୁ ସମସ୍ତ ଭାରତୀୟଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ଏବଂ ଯୁବ ଅନୁସନ୍ଧାନକାରୀଙ୍କ ପାଇଁ ପ୍ରେରଣା ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ଭାରତ ବୈଜ୍ଞାନିକ ଜିଜ୍ଞାସାକୁ ପୋଷଣ ଏବଂ ଯୁବ ମନକୁ ସଶକ୍ତ କରିବା ପାଇଁ ଗଭୀର ଭାବେ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଥିଲେ, ‘‘ଅଟଳ ଟିଙ୍କରିଂ ଲ୍ୟାବରେ ୧ କୋଟିରୁ ଅଧିକ ଛାତ୍ରଛାତ୍ରୀ ପ୍ରଯୁକ୍ତିର ପ୍ରୟୋଗ ମାଧ୍ୟମରେ ଷ୍ଟେମ୍ ଧାରଣାଗୁଡ଼ିକୁ ବୁଝୁଛନ୍ତି, ଯାହା ଫଳରେ ଶିଖିବା ଏବଂ ନବସୃଜନର ସଂସ୍କୃତି ସୃଷ୍ଟି ହେଉଛି।’’ ଶ୍ରୀ ମୋଦୀ ସୂଚନା ଦେଇଥିଲେ ଯେ, ଜ୍ଞାନର ଉପଲବ୍ଧତାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ, ‘ଏକ ରାଷ୍ଟ୍ର ଏକ ସବସ୍କ୍ରିପସନ୍’ ଯୋଜନା ଆରମ୍ଭ କରାଯାଇଛି। ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏବଂ ଗବେଷକଙ୍କୁ ମାଗଣାରେ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ପତ୍ରିକା ପର୍ଯ୍ୟନ୍ତ ପହଞ୍ଚିବାର ସୁବଧା ପ୍ରଦାନ କରେ। ସେ କହିଥିଲେ, ଷ୍ଟେମ୍ କ୍ଷେତ୍ରରେ ମହିଳାମାନଙ୍କ ଅଂଶଗ୍ରହଣରେ ଭାରତ ଏକ ଅଗ୍ରଣୀ ଦେଶ। ବିଭିନ୍ନ ପଦକ୍ଷେପ ଅଧୀନରେ, ଗବେଷଣା କ୍ଷେତ୍ରରେ କୋଟି କୋଟି ଡଲାର ନିବେଶ କରାଯାଉଛି ବୋଲି ଶ୍ରୀ ମୋଦୀ କହିଥିଲେ । ସେ ଭାରତରେ ଅଧ୍ୟୟନ, ଗବେଷଣା ଏବଂ ସହଯୋଗ କରିବା ପାଇଁ ବିଶ୍ୱର ଯୁବ ମସ୍ତିଷ୍କକୁ ଆମନ୍ତ୍ରିତ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ‘‘କିଏ ଜାଣେ ପରବର୍ତ୍ତୀ ବଡ଼ ବୈଜ୍ଞାନିକ ସଫଳତା ଏପରି ସହଭାଗୀତାରୁ ଜନ୍ମ ନେଇପାରେ।’’

ଅଂଶଗ୍ରହଣକାରୀମାନଙ୍କୁ ମାନବ ଜାତିର ଲାଭ ପାଇଁ ସେମାନଙ୍କର ପ୍ରୟାସକୁ ସମନ୍ୱିତ କରିବାକୁ ଶ୍ରୀ ମୋଦୀ ଉତ୍ସାହିତ କରିଥିଲେ ଏବଂ ଜ୍ୟୋତିର୍ବିଜ୍ଞାନ କିପରି ପୃଥିବୀରେ ଜୀବନକୁ ଆହୁରି ଉନ୍ନତ କରିପାରିବ ତାହା ଉପରେ ବିଚାର କରିବାକୁ ଯୁବ ଅନୁସନ୍ଧାନକାରୀମାନଙ୍କୁ ଅନୁରୋଧ କରିଥିଲେ। ସେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଥିଲେ, ଯଥା: ଚାଷୀମାନଙ୍କୁ କିପରି ଆହୁରି ଭଲ ପାଣିପାଗ ପୂର୍ବାନୁମାନ ଯୋଗାଇ ଦିଆଯାଇପାରିବ ? ଆମେ ପ୍ରାକୃତିକ ବିପର୍ଯ୍ୟୟର ପୂର୍ବାନୁମାନ କରିପାରିବା କି? ଆମେ ଜଙ୍ଗଲ ନିଆଁ ଏବଂ ହିମଖଣ୍ଡ ତରଳିବା ଉପରେ ନଜର ରଖି ପାରିବା କି? ଆମେ କ’ଣ ଦୁର୍ଗମ ଅଞ୍ଚଳ ପାଇଁ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା କରିପାରିବା? ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ବିଜ୍ଞାନର ଭବିଷ୍ୟତ ଯୁବ ମସ୍ତିଷ୍କଙ୍କ ହାତରେ ରହିଛି ଏବଂ କଳ୍ପନାଶୀଳତା ଏବଂ କରୁଣା ସହିତ ବାସ୍ତବ-ବିଶ୍ୱ ସମସ୍ୟାର ସମାଧାନ କରିବାରେ ନିହିତ ରହିଛି। ସେ ସେମାନଙ୍କୁ ‘‘ସେଠାରେ କ’ଣ ଅଛି?’’ ପଚାରିବାକୁ ଏବଂ ଏହା କିପରି ଆମକୁ ପୃଥିବୀରେ ଲୋକଙ୍କ ଜୀବନକୁ ଉନ୍ନତ କରିବାରେ ସାହାଯ୍ୟ କରିପାରିବ ତାହା ଉପରେ ଚିନ୍ତନ କରିବାକୁ ଅନୁରୋଧ କରିଥିଲେ।

ଭାରତ ଅନ୍ତର୍ଜାତୀୟ ସହଯୋଗର ଶକ୍ତିରେ ବିଶ୍ୱାସ କରେ, ଏବଂ ଏହି ଅଲିମ୍ପିଆଡ୍ ସେହି ଭାବନାକୁ ପ୍ରତିଫଳିତ କରେ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଉଦବୋଧନ କହିଥିଲେ । ସେ କହିଥିଲେ, ଅଲିମ୍ପିଆଡ୍‌ର ଏହି ସଂସ୍କରଣ ଏପର୍ଯ୍ୟନ୍ତ ସବୁଠାରୁ ବଡ଼। ଏହି କାର୍ଯ୍ୟକ୍ରମକୁ ସମ୍ଭବ କରିବା ପାଇଁ ସେ ହୋମି ଭାଭା ସେଣ୍ଟର ଫର ସାଇନ୍ସ ଏଜୁକେସନ ଏବଂ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ୍ ରିସର୍ଚ୍ଚକୁ ଧନ୍ୟବାଦ ଜଣାଇଥିଲେ। ଶ୍ରୀ ମୋଦୀ ଅଂଶଗ୍ରହଣକାରୀମାନଙ୍କୁ ଉଚ୍ଚ ଲକ୍ଷ୍ୟ ରଖିବାକୁ ଏବଂ ବଡ଼ ସ୍ୱପ୍ନ ଦେଖିବା ପାଇଁ ଉତ୍ସାହିତ କରିଥିଲେ। ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ଯେ, ‘‘ମନେରଖନ୍ତୁ, ଭାରତରେ, ଆମେ ବିଶ୍ୱାସ କରୁ ଯେ ଆକାଶ ଏକ ସୀମା ନୁହେଁ, ବରଂ ଏହା କେବଳ ଏକ ଆରମ୍ଭ!’’

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Urban India's consumer confidence rebounds in July, retains top global spot: Report

Media Coverage

Urban India's consumer confidence rebounds in July, retains top global spot: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on Global Tiger Day, reaffirms commitment to tiger conservation
July 29, 2026

The Prime Minister, Shri Narendra Modi, has extended greetings to all wildlife enthusiasts on Global Tiger Day.

The Prime Minister said that the people of India are proud that the country is home to almost 70 per cent of the global tiger population.

He noted that India’s tiger conservation efforts are inspired by the country’s centuries-old culture of living in harmony with nature and powered by the collective will of its people.

Shri Modi reaffirmed the commitment to science-based conservation, community participation and sustainable development that strengthens tiger conservation.

Shri Modi also lauded the efforts and dedication of forest personnel, scientists and conservationists for their key role in tiger protection. The Prime Minister added that India remains committed to empowering local communities and reducing human-wildlife conflict.

In a thread posts on X, Shri Modi said;

“Greetings to all wildlife enthusiasts on Global Tiger Day. The people of India are proud of the fact that we are home to almost 70% of the global tiger population. India’s tiger conservation efforts are inspired by our centuries-old culture of living in harmony with nature and powered by the collective will of our people. We also reaffirm our commitment to science-based conservation, community participation and sustainable development that strengthens tiger conservation.”

“The efforts and dedication of our forest personnel, scientists and conservationists have also played a key role in tiger protection. In that spirit, India remains committed to empowering local communities and reducing human-wildlife conflict.”