ବିହାରରେ ଅନୁଷ୍ଠିତ ହେଉଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଅଂଶଗ୍ରହଣ କରୁଥିବା ଖେଳାଳିମାନଙ୍କୁ ଶୁଭେଚ୍ଛା, ଏହି ପ୍ଲାଟଫର୍ମରେ ଆପଣ ସର୍ବୋତ୍ତମ ପ୍ରଦର୍ଶନ କରନ୍ତୁ ଏବଂ ଏହା ପ୍ରକୃତ କ୍ରୀଡ଼ା ଉତ୍କର୍ଷତାକୁ ପ୍ରୋତ୍ସାହିତ କରୁ: ପ୍ରଧାନମନ୍ତ୍ରୀ
ଆଜି ଭାରତ ୨୦୩୬ରେ ଦେଶରେ ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ ପ୍ରୟାସ କରୁଛି : ପ୍ରଧାନମନ୍ତ୍ରୀ
ସରକାର ଦେଶରେ କ୍ରୀଡ଼ା ଭିତ୍ତିଭୂମିର ଆଧୁନିକୀକରଣ ଉପରେ ଧ୍ୟାନ ଦେଉଛନ୍ତି : ପ୍ରଧାନମନ୍ତ୍ରୀ
ଗତ ଦଶନ୍ଧିରେ କ୍ରୀଡ଼ା ବଜେଟ୍ ତିନି ଗୁଣରୁ ଅଧିକ ବୃଦ୍ଧି କରାଯାଇଛି, ଏହି ବର୍ଷ କ୍ରୀଡ଼ା ବଜେଟ୍ ପ୍ରାୟ ୪୦୦୦ କୋଟି ଟଙ୍କା ରହିଛି : ପ୍ରଧାନମନ୍ତ୍ରୀ
ଦେଶରେ ଭଲ କ୍ରୀଡ଼ାବିତ୍ ଏବଂ ଉତ୍କୃଷ୍ଟ କ୍ରୀଡ଼ା ପେଶାଦାର ସୃଷ୍ଟି କରିବା ଲକ୍ଷ୍ୟରେ ଆମେ ନୂତନ ଜାତୀୟ ଶିକ୍ଷା ନୀତିରେ କ୍ରୀଡ଼ାକୁ ମୁଖ୍ୟଧାରାର ଶିକ୍ଷାର ଏକ ଅଂଶ କରିଛୁ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସପ୍ତମ ଖେଲୋ ଇଣ୍ଡିଆ ଯୁବ କ୍ରୀଡାର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରିଛନ୍ତି। କାର୍ଯ୍ୟକ୍ରମରେ ଉପସ୍ଥିତ ଖେଳାଳି, ପ୍ରଶିକ୍ଷକ ଏବଂ କର୍ମଚାରୀମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ ସାରା ଦେଶରୁ ଖେଳାଳିମାନେ ଏକତ୍ରିତ ହୋଇଛନ୍ତି, ଯେଉଁମାନେ ଅସାଧାରଣ ପ୍ରତିଭା ଏବଂ ଦୃଢ଼ ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି। ସେ ସେମାନଙ୍କର ସମର୍ପଣ ଏବଂ କଠିନ ପରିଶ୍ରମ ଉପରେ ଆଲୋକପାତ କରିଥିଲେ, ଦେଶର କ୍ରୀଡା ଭାବନା ପ୍ରତି ସେମାନଙ୍କର ଅବଦାନକୁ ସ୍ୱୀକାର କରିଥିଲେ। କ୍ରୀଡାବିତ୍ ମାନଙ୍କର ଉଲ୍ଲେଖନୀୟ ଦକ୍ଷତା ଏବଂ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, କ୍ରୀଡା ପ୍ରତି ସେମାନଙ୍କର ଆଗ୍ରହ ଏବଂ ଉତ୍କର୍ଷର ନିରନ୍ତର ଅନୁସନ୍ଧାନ ଦେଶ ପାଇଁ ଗର୍ବ ଆଣିଥାଏ। ସେ ସେମାନଙ୍କ ଭବିଷ୍ୟତ ପ୍ରୟାସ ପାଇଁ ଶୁଭକାମନା ଜଣାଇଥିଲେ।

ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ସମୟରେ ବିହାରର ବିଭିନ୍ନ ସହର, ଯଥା : ପାଟନା, ରାଜଗୀର, ଗୟା, ଭାଗଲପୁର ଏବଂ ବେଗୁସରାଇରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତା ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ଆଗାମୀ ଦିନରେ ଛଅ ହଜାରରୁ ଅଧିକ ଯୁବ କ୍ରୀଡ଼ାବିତ୍, ସେମାନଙ୍କ ସ୍ୱପ୍ନ ଏବଂ ଆକାଂକ୍ଷାକୁ ସାଙ୍ଗରେ ନେଇ ଅଂଶଗ୍ରହଣ କରିବେ। ସେ ସମସ୍ତ ଖେଳାଳିଙ୍କୁ ଶୁଭକାମନା ଜଣାଇ କହିଥିଲେ ଯେ, ଭାରତରେ କ୍ରୀଡ଼ା ଏବେ ଏକ ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟ ରୂପରେ ବିକଶିତ ହେଉଛି। "ଭାରତର କ୍ରୀଡ଼ା ସଂସ୍କୃତି ବୃଦ୍ଧି ପାଇବା ସହିତ, ବିଶ୍ୱ ସ୍ତରରେ ଦେଶର ସଫ୍ଟ ପାୱାର ମଧ୍ୟ ବୃଦ୍ଧି ପାଇବ" ବୋଲି ଶ୍ରୀ ମୋଦୀ କହିବା ସହିତ ଦେଶର ଯୁବପିଢ଼ି ପାଇଁ ଏକ ପ୍ରମୁଖ ମଞ୍ଚ ପ୍ରଦାନ କରିବାରେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ।

କ୍ରୀଡାବିତମାନଙ୍କ ପାଇଁ ନିରନ୍ତର ଉନ୍ନତିର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ, ଅଧିକ ମ୍ୟାଚ୍ ଖେଳିବା ଏବଂ ସେମାନଙ୍କ ଦକ୍ଷତାକୁ ସୁଧାରିବା ପାଇଁ ଅଧିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ଆବଶ୍ୟକତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ ପୁନର୍ବାର କହିଥିଲେ ଯେ ତାଙ୍କ ସରକାର ସର୍ବଦା ନିଜର ନୀତିରେ ଏହି ଦିଗକୁ ସର୍ବାଧିକ ପ୍ରାଥମିକତା ଦେଇଆସିଛି। ଖେଲୋ ଇଣ୍ଡିଆ ଅଧୀନରେ ବିଭିନ୍ନ କ୍ରୀଡା ଇଭେଣ୍ଟ - ବିଶ୍ୱବିଦ୍ୟାଳୟ କ୍ରୀଡା, ଯୁବ କ୍ରୀଡା, ଶୀତକାଳୀନ କ୍ରୀଡା ଏବଂ ପାରା ଗେମ୍ସ - ସାରା ବର୍ଷ ଦେଶବ୍ୟାପୀ ବିଭିନ୍ନ ସ୍ତରରେ ଅନୁଷ୍ଠିତ ହୁଏ ବୋଲି ସେ ଉଲ୍ଲେଖ କରିଥିଲେ। ସେ ମନ୍ତବ୍ୟ ଦେଇଥିଲେ ଯେ, ଏହି ଲଗାତର ପ୍ରତିଯୋଗିତାଗୁଡ଼ିକ ଖେଳାଳିମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରେ ଏବଂ ସେମାନଙ୍କ ପ୍ରତିଭାକୁ ସାମ୍ନାକୁ ଆଣେ। କ୍ରିକେଟରୁ ଏକ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କମ୍ ବୟସରେ ଆଇପିଏଲରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ବିହାରର ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରଶଂସା କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ , ବୈଭବଙ୍କ କଠିନ ପରିଶ୍ରମ ଗୁରୁତ୍ୱପୂର୍ଣ୍ଣ ଥିଲା, ଅନେକ ପ୍ରତିଯୋଗିତାରେ ଯୋଗଦାନ ମଧ୍ୟ ତାଙ୍କ ପ୍ରତିଭାକୁ ଗଠନ କରିବାରେ ବହୁତ ବଡ ଭୂମିକା ଗ୍ରହଣ କରିଥିଲା। ଜଣେ ଖେଳାଳି ଯେତେ ଅଧିକ ଖେଳନ୍ତି, ସେ  ସେତେ ଅଧିକ ଉନ୍ନତି କରନ୍ତି ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସେ ମନ୍ତବ୍ୟ ଦେଇଥିଲେ ଯେ , ଖେଲୋ ଇଣ୍ଡିଆ ଯୁବ କ୍ରୀଡା ଯୁବ କ୍ରୀଡାବିତମାନଙ୍କୁ ଜାତୀୟ ସ୍ତରୀୟ କ୍ରୀଡାର ସୂକ୍ଷ୍ମତା ବୁଝିବା ଏବଂ ମୂଲ୍ୟବାନ ଅଭିଜ୍ଞତା ହାସଲ କରିବାର ସୁଯୋଗ ପ୍ରଦାନ କରେ।

 

ଭାରତରେ ଅଲିମ୍ପିକ୍ସ ଆୟୋଜନ ପ୍ରତ୍ୟେକ ନାଗରିକଙ୍କ ଦୀର୍ଘ ଦିନର ସ୍ୱପ୍ନ ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ୨୦୩୬ ମସିହାରେ ଦେଶରେ ଅଲିମ୍ପିକ୍ସ ଆୟୋଜନ କରିବା ପାଇଁ ଭାରତର ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ, ଅନ୍ତର୍ଜାତୀୟ କ୍ରୀଡାରେ ଏହାର ଉପସ୍ଥିତିକୁ ସୁଦୃଢ଼ କରିବା ପାଇଁ ଦେଶର ପ୍ରତିବଦ୍ଧତାକୁ ନିଶ୍ଚିତ କରିଥିଲେ। ସେ ସ୍କୁଲ ସ୍ତରରେ କ୍ରୀଡା ପ୍ରତିଭା ଚିହ୍ନଟ କରିବା ଏବଂ ସେମାନଙ୍କୁ ସଂଗଠିତ ତାଲିମ ପ୍ରଦାନ କରିବା ଉପରେ ସରକାରଙ୍କ ଧ୍ୟାନ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ଖେଲୋ ଇଣ୍ଡିଆ ଏବଂ ଟାର୍ଗେଟ ଅଲିମ୍ପିକ୍ ପୋଡିୟମ୍ (ଟିଓପି) ଯୋଜନା ଭଳି ପଦକ୍ଷେପ ଏକ ଦୃଢ଼ କ୍ରୀଡା ପାରବେଶିକ ବ୍ୟବସ୍ଥା  ଗଠନରେ ଅବଦାନ ଦେଇଛି, ଯାହା ବିହାର ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ହଜାର ହଜାର ଖେଳାଳିଙ୍କୁ ଲାଭ ଦେଇଛି। ସେ ଖେଳାଳିମାନଙ୍କୁ ବିବିଧ କ୍ରୀଡା ସମ୍ପର୍କରେ ଜାଣିବା ପାଇଁ ସୁଯୋଗ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ଖେଲୋ ଇଣ୍ଡିଆ ଯୁବ କ୍ରୀଡା ଭାରତର ସମୃଦ୍ଧ କ୍ରୀଡା ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଗାଟକା, କଲାରିପାୟଟ୍ଟୁ, ଖୋ - ଖୋ, ମଲ୍ଲଖମ୍ବ ଏବଂ ଯୋଗାସନ ଭଳି ପାରମ୍ପରିକ ଏବଂ ସ୍ୱଦେଶୀ ଖେଳକୁ ସାମିଲ କରିଛି। ଶ୍ରୀ ମୋଦୀ ନୂତନ ଏବଂ ଉଦୀୟମାନ କ୍ରୀଡାରେ ଭାରତୀୟ ଖେଳାଳିଙ୍କ ବର୍ଦ୍ଧିତ ଉପସ୍ଥିତିକୁ ମଧ୍ୟ ସ୍ୱୀକାର କରିଥିଲେ। ସେ ଉଶୁ, ସେପାକ୍ ଟାକ୍ରା, ପେନକାକ୍ ସିଲଟ୍, ଲନ୍ ବୋଲ୍ସ ଏବଂ ରୋଲର ସ୍କେଟିଂ ଭଳି ଶୃଙ୍ଖଳାରେ ସାମ୍ପ୍ରତିକ ପ୍ରଶଂସନୀୟ ପ୍ରଦର୍ଶନ ଉପରେ ଆଲୋକପାତ କରିଥିଲେ। ଯେତେବେଳେ ଭାରତର ମହିଳା ଦଳ ୨୦୨୨  ରାଜ୍ୟଗୋଷ୍ଠୀ କ୍ରୀଡାରେ ଲନ୍ ବୋଲ୍ସରେ ପଦକ ହାସଲ କରିଥିଲା, ଯାହା ଭାରତରେ ଏହି କ୍ରୀଡ଼ାକୁ ବିଶ୍ୱସ୍ତରୀୟ ସ୍ୱୀକୃତି ଦେଇଥିଲା, ସେ ସେହି ଐତିହାସିକ ମୁହୂର୍ତ୍ତକୁ ମନେ ପକାଇଥିଲେ ।

ପ୍ରଧାନମନ୍ତ୍ରୀ ଭାରତର କ୍ରୀଡା ଭିତ୍ତିଭୂମିକୁ ଆଧୁନିକୀକରଣ କରିବା ଉପରେ ସରକାରଙ୍କ ଧ୍ୟାନ ଉପରେ ଆଲୋକପାତ କରି କହିଥିଲେ ଯେ , ଗତ ଦଶନ୍ଧିରେ କ୍ରୀଡା ବଜେଟ୍ ତିନିଗୁଣରୁ ଅଧିକ ବୃଦ୍ଧି ପାଇଛି, ଯାହା ଚଳିତ ବର୍ଷ ପ୍ରାୟ ୪୦୦୦ କୋଟି ଟଙ୍କାରେ ପହଞ୍ଚିଛି, ଏବଂ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭିତ୍ତିଭୂମି ବିକାଶ ପାଇଁ ବ୍ୟୟବରାଦ କରାଯାଇଛି। ବିହାରରେ ତିନି ଡଜନରୁ ଅଧିକ ସମେତ ସାରା ଦେଶରେ ୧୦୦୦ ରୁ ଅଧିକ ଖେଲୋ ଇଣ୍ଡିଆ କେନ୍ଦ୍ର କାର୍ଯ୍ୟକ୍ଷମ ଅଛି ବୋଲି ସେ ଉଲ୍ଲେଖ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ , ବିହାର କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଲାଭବାନ ହେଉଛି, ରାଜ୍ୟ ସରକାର ନିଜ ସ୍ତରରେ ଅନେକ ପଦକ୍ଷେପକୁ ବିସ୍ତାର କରୁଛନ୍ତି। ପ୍ରଧାନମନ୍ତ୍ରୀ ରାଜଗିରରେ ଖେଲୋ ଇଣ୍ଡିଆ ରାଜ୍ୟ ଉତ୍କର୍ଷ କେନ୍ଦ୍ର ଏବଂ ବିହାର କ୍ରୀଡା ବିଶ୍ୱବିଦ୍ୟାଳୟ ଏବଂ ରାଜ୍ୟ କ୍ରୀଡା ଏକାଡେମୀ ଭଳି ପ୍ରତିଷ୍ଠାନ ସ୍ଥାପନକୁ ସ୍ୱୀକାର କରିଥିଲେ। ସେ ପାଟନା - ଗୟା ରାଜପଥ କଡ଼ରେ ଏକ କ୍ରୀଡା ନଗରୀର ନିର୍ମାଣ ଏବଂ ବିହାରର ଗ୍ରାମାଞ୍ଚଳରେ କ୍ରୀଡା ସୁବିଧାର ବିକାଶ ଉପରେ ଆଲୋକପାତ କରିଥିଲେ। ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ,  ଖେଲୋ ଇଣ୍ଡିଆ ଯୁବ କ୍ରୀଡା ଜାତୀୟ କ୍ରୀଡା ମାନଚିତ୍ରରେ ବିହାରର ଉପସ୍ଥିତିକୁ ଆହୁରି ମଜବୁତ କରିବ।

"କ୍ରୀଡା ଜଗତ ଏବଂ ଏହା ସହ ଜଡିତ ଅର୍ଥ ବ୍ୟବସ୍ଥା ଖେଳ କ୍ଷେତ୍ରଠାରୁ ବହୁତ ଆଗକୁ ବିସ୍ତାରିତ, କ୍ରୀଡା ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ଏବଂ ଉଦ୍ୟୋଗ ପାଇଁ ନୂତନ ମାର୍ଗ ସୃଷ୍ଟି କରୁଛି" ବୋଲି ଶ୍ରୀ ମୋଦୀ କହିଥିଲେ। ସେ ଫିଜିଓଥେରାପି, ଡାଟା ଆନାଲିଟିକ୍ସ, କ୍ରୀଡା ପ୍ରଯୁକ୍ତିବିଦ୍ୟା, ପ୍ରସାରଣ, ଇ - କ୍ରୀଡା ଏବଂ ପରିଚାଳନା ଭଳି ବିଭିନ୍ନ ଉଦୀୟମାନ କ୍ଷେତ୍ର ସମ୍ପର୍କରେ ଉଲ୍ଲେଖ କରିଥିଲେ, ଯାହା ବିଭିନ୍ନ କ୍ୟାରିଅର ସୁଯୋଗ ପ୍ରଦାନ କରେ। ସେ ମନ୍ତବ୍ୟ ଦେଇଥିଲେ ଯେ,  ଯୁବ ପେଶାଦାରମାନେ ପ୍ରଶିକ୍ଷକ, ଫିଟନେସ୍ ପ୍ରଶିକ୍ଷକ, ନିଯୁକ୍ତି ଏଜେଣ୍ଟ, ଇଭେଣ୍ଟ ପରିଚାଳକ, କ୍ରୀଡା ଓକିଲ ଏବଂ ମିଡିଆ ବିଶେଷଜ୍ଞ ଭାବରେ କାର୍ଯ୍ୟ କରିପାରିବେ। "ଆଜି, ଏକ ଷ୍ଟାଡିୟମ ଆଉ କେବଳ ମ୍ୟାଚ୍ ପାଇଁ ଏକ ସ୍ଥାନ ନୁହେଁ ବରଂ ହଜାର ହଜାର ନିଯୁକ୍ତିର ଉତ୍ସ ପାଲଟିଛି" ବୋଲି ଶ୍ରୀ ମୋଦୀ କହିଥିଲେ। ନୂତନ ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଜାତୀୟ କ୍ରୀଡା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଏବଂ ମୁଖ୍ୟଧାରାର ଶିକ୍ଷାରେ କ୍ରୀଡାକୁ ସମନ୍ୱିତ କରିବା ଭଳି ପଦକ୍ଷେପ ସହିତ କ୍ରୀଡା ଉଦ୍ୟୋଗରେ ବୃଦ୍ଧି ପାଉଥିବା ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମୋଦୀ ଜୀବନର ପ୍ରତ୍ୟେକ ଦିଗରେ କ୍ରୀଡା ମନୋଭାବର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ, କ୍ରୀଡା କିପରି ଦଳଗତ କାର୍ଯ୍ୟ, ସହଯୋଗ ଏବଂ ଦୃଢ଼ତାକୁ ପ୍ରେରଣା ଦିଏ ତାହା ଉପରେ ଆଲୋକପାତ କରିଥିଲେ। କ୍ରୀଡାବିତମାନଙ୍କୁ ଉତ୍ସାହିତ କରି, ସେ ସେମାନଙ୍କୁ ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ଏବଂ ବ୍ରାଣ୍ଡ ଆମ୍ବାସାଡର ଭାବରେ 'ଏକ ଭାରତ, ଶ୍ରେଷ୍ଠ ଭାରତ'ର ଭାବନାକୁ ପ୍ରତିନିଧିତ୍ୱ କରିବାକୁ ଅନୁରୋଧ କରିଥିଲେ। କ୍ରୀଡାବିତମାନେ ବିହାରରୁ ସ୍ନେହପୂର୍ଣ୍ଣ ସ୍ମୃତି ବହନ କରିବେ ବୋଲି ସେ ବିଶ୍ୱାସ ପ୍ରକାଶ କରିଥିଲେ। ସେ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ ଲିଟି ଚୋଖା ଏବଂ ବିହାରର ପ୍ରସିଦ୍ଧ ମଖାନାର ସ୍ୱାଦ ନେବାକୁ ମଧ୍ୟ ଉତ୍ସାହିତ କରିଥିଲେ।

ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ଅଂଶଗ୍ରହଣକାରୀଙ୍କ ମଧ୍ୟରେ କ୍ରୀଡ଼ାପ୍ରେମ ଏବଂ ଦେଶପ୍ରେମର ମନୋଭାବକୁ ବୃଦ୍ଧି କରିବ ବୋଲି ଆଶା ପ୍ରକାଶ କରି ପ୍ରଧାନମନ୍ତ୍ରୀ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ସପ୍ତମ ସଂସ୍କରଣ ଆରମ୍ଭ ହେବାର ଆନୁଷ୍ଠାନିକ ଘୋଷଣା କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିହାରର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତୀଶ କୁମାର, କେନ୍ଦ୍ର ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭୀୟ, ସ୍ମୃତି ରାଧା ଖାଡସେ, ଶ୍ରୀ ରାମନାଥ ଠାକୁର ଉପସ୍ଥିତ ଥିଲେ।

ବିହାରରେ ଅନୁଷ୍ଠିତ ହେଉଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଅଂଶଗ୍ରହଣ କରୁଥିବା ଖେଳାଳିମାନଙ୍କୁ ଶୁଭେଚ୍ଛା। ଏହି ପ୍ଲାଟଫର୍ମରେ ଆପଣଙ୍କ ସର୍ବୋତ୍ତମ ପ୍ରଦର୍ଶନ କରନ୍ତୁ ଏବଂ ଏହା ପ୍ରକୃତ କ୍ରୀଡ଼ା ଉତ୍କର୍ଷତାକୁ ପ୍ରୋତ୍ସାହିତ କରୁ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
As Naxalism ends in Chhattisgarh, village gets tap water for first time

Media Coverage

As Naxalism ends in Chhattisgarh, village gets tap water for first time
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 13, 2026
April 13, 2026

Nari Shakti, 7% Growth & Global Respect: PM Modi Leadership Formula India is Celebrating