ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ ଶ୍ରୀମଦ୍ ବିଜୟରତ୍ନ ସୁନ୍ଦର ସୁରିଶ୍ୱରଜୀ ମହାରାଜଙ୍କ ୫୦୦ତମ ପୁସ୍ତକ ଉନ୍ମୋଚନ ଅବସରରେ ଏହି ମନ୍ତବ୍ୟ ରଖିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ପବିତ୍ର ଅବସରରେ ସେ ପ୍ରଥମେ ଭୁବନଭାନୁ ସୁରିଶ୍ୱରଜୀ ମହାରାଜଙ୍କ ପାଦତଳେ ପ୍ରଣାମ ଜଣାଇଥିଲେ। ଏହାସହିତ ପ୍ରଶାନ୍ତମୂର୍ତ୍ତି ସୁବିଶାଳ ଗଚ୍ଛାଧିପତି ପୂଜ୍ୟ ଶ୍ରୀମଦ୍ ବିଜୟ ରାଜେନ୍ଦ୍ର ସୁରିଶ୍ୱରଜୀ ମହାରାଜ, ପୂଜ୍ୟ ଗଚ୍ଛାଧିପତି ଶ୍ରୀ କଳ୍ପତରୁ ସୁରିଶ୍ୱରଜୀ ମହାରାଜ, ସରସ୍ୱତୀ କୃପାପାତ୍ର ପରମପୂଜ୍ୟ ଆଚାର୍ଯ୍ୟ ଭଗବନ୍ତ ଶ୍ରୀମଦ୍ ବିଜୟରତ୍ନ ସୁନ୍ଦର ସୁରିଶ୍ୱରଜୀ ମହାରାଜ ଏବଂ ସମାରୋହରେ ଉପସ୍ଥିତ ସମସ୍ତ ସନ୍ଥ ଓ ସାଧ୍ୱୀମାନଙ୍କୁ ଶ୍ରଦ୍ଧାଞ୍ଜଳି ସହ ପ୍ରଣାମ ଓ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ସେ ଉର୍ଜା ମହୋତ୍ସବ ସମିତିର ସମସ୍ତ ସଦସ୍ୟଙ୍କୁ ମଧ୍ୟ ଅଭିନନ୍ଦନ ସହ ହୃଦୟପୂର୍ବକ ଶୁଭକାମନା ଜଣାଇଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଶ୍ରୀମଦ୍ ବିଜୟରତ୍ନ ସୁନ୍ଦର ସୁରିଶ୍ୱରଜୀ ମହାରାଜଙ୍କ ୫୦୦ତମ ପୁସ୍ତକର ଉନ୍ମୋଚନରେ ଉପସ୍ଥିତ ରହିବା ସମସ୍ତଙ୍କ ପାଇଁ ଏକ ଆଶୀର୍ବାଦ ସ୍ୱରୂପ। ମହାରାଜ କେବଳ ଶାସ୍ତ୍ରରେ ଜ୍ଞାନକୁ ସୀମିତ ରଖି ନାହାନ୍ତି, ଜୀବନରେ ତାହାକୁ ପ୍ରଦର୍ଶନ କରି ଦେଖାଇଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ, ମହାରାଜଙ୍କ ବ୍ୟକ୍ତିତ୍ୱ ସଂଯମତା, ସରଳତା ଓ ସ୍ପଷ୍ଟତାର ଏକ ଅଦ୍ୱିତୀୟ ସମନ୍ୱୟ। ସେ ଯେତେବେଳେ ତାଙ୍କ ଶବ୍ଦ ଲେଖନ୍ତି, ତାଙ୍କର ଶବ୍ଦରେ ଅନୁଭବର ଗଭୀରତା ଥାଏ; ସେ ଯେତେବେଳେ କଥା କହନ୍ତି, ତାଙ୍କର ସ୍ୱରରେ କରୁଣାର ଶକ୍ତି ଥାଏ; ଏବଂ ନିରବତାରେ ମଧ୍ୟ ସେ ପଥପ୍ରଦର୍ଶନ କରନ୍ତି। ମହାରାଜଙ୍କ ୫୦୦ତମ ପୁସ୍ତକ ‘ପ୍ରେମନୁ ବିଶ୍ୱ, ବିଶ୍ୱନୋ ପ୍ରେମ’ ଶୀର୍ଷକ ନିଜେ ଅନେକ କଥା କହିଥାଏ ବୋଲି ବର୍ଣ୍ଣନା କରି ସେ, ଏହି କୃତିରୁ ସମାଜ, ଯୁବପିଢ଼ି ଓ ସମଗ୍ର ମାନବତା ଲାଭାନ୍ୱିତ ହେବ ବୋଲି ଆଶା ପ୍ରକାଶ କରିଛନ୍ତି। ଏହି ଶୁଭ ଅବସର ଓ ଉର୍ଜା ମହୋତ୍ସବ ଲୋକମାନଙ୍କ ମଧ୍ୟରେ ଚିନ୍ତାଧାରାର ନୂତନ ଶକ୍ତି ସଞ୍ଚାର କରିବ କହି ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ।
ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ, ମହାରାଜଙ୍କ ୫୦୦ତମ କୃତି ଏକ ବିଶାଳ ସମୁଦ୍ର ସଦୃଶ ଯାହା ଅଗଣିତ ଚିନ୍ତାଧାରାର ରତ୍ନ ଧାରଣ କରିଛି, ମାନବଜାତିର ସମସ୍ୟାର ସରଳ ଏବଂ ଆଧ୍ୟାତ୍ମିକ ସମାଧାନ ପ୍ରଦାନ କରେ। ସମୟ ଏବଂ ପରିସ୍ଥିତି ଅନୁସାରେ, ଏହି ବିଭିନ୍ନ ଗ୍ରନ୍ଥଗୁଡ଼ିକ ମାର୍ଗଦର୍ଶକ ଆଲୋକ ଭାବରେ କାର୍ଯ୍ୟ କରିବ। ସେ ଆଲୋକପାତ କରିଥିଲେ, ତୀର୍ଥଙ୍କର ଏବଂ ପୂର୍ବ ଆଚାର୍ଯ୍ୟମାନଙ୍କ ଦ୍ୱାରା ପ୍ରଦତ୍ତ ପ୍ରେମ, ସହନଶୀଳତା ଏବଂ ସମନ୍ୱୟ ସହିତ ଅହିଂସା, ଅପରିଗ୍ରହ ଏବଂ ବହୁମୁଖତାର ଶିକ୍ଷା ଏହି ଲେଖାଗୁଡ଼ିକରେ ଆଧୁନିକ ତଥା ସମସାମୟିକ ରୂପରେ ଦେଖାଯାଇପାରିବ। ସେ ଏହା ମଧ୍ୟ କହିଥିଲେ ଯେ ଆଜି ଯେତେବେଳେ ବିଶ୍ୱ ବିଭାଜନ ଏବଂ ସଂଘର୍ଷରେ ଜଡ଼ିତ, ସେତେବେଳେ "ପ୍ରେମନୁ ବିଶ୍ୱ, ବିଶ୍ୱନୋ ପ୍ରେମ"ର ଆବଶ୍ୟକତା ପୂର୍ବ ଅପେକ୍ଷା ଅଧିକ। ଏହା କେବଳ ଏକ ପୁସ୍ତକ ନୁହେଁ ବରଂ ପ୍ରେମର ଶକ୍ତିକୁ ପରିଚୟ କରାଉଥିବା ଏକ ମନ୍ତ୍ର, ଯାହା ବିଶ୍ୱ ଖୋଜୁଥିବା ଶାନ୍ତି ଓ ସମନ୍ୱୟର ପଥ ଦେଖାଏ ।
ଶ୍ରୀ ମୋଦୀ ଜୈନ ଦର୍ଶନର ମାର୍ଗଦର୍ଶୀ ନୀତି "ପରସ୍ପରୋପଗ୍ରହୋ ଜୀବନମ୍" ବୋଲି ମନ୍ତବ୍ୟ ଦେଇଥିଲେ, ଅର୍ଥାତ୍ ପ୍ରତ୍ୟେକ ଜୀବନ ଅନ୍ୟ ଜୀବନ ସହିତ ଜଡିତ। ସେ ଆଲୋକପାତ କରିଥିଲେ ଯେ, ଯେତେବେଳେ ଆମେ ଏହି ନୀତିକୁ ବୁଝିଯାଉ, ଆମର ଦୃଷ୍ଟିକୋଣ ବ୍ୟକ୍ତିଠାରୁ ସାମୂହିକ ଆଡ଼କୁ ପରିବର୍ତ୍ତିତ ହୁଏ, ସମାଜ, ରାଷ୍ଟ୍ର ଏବଂ ମାନବତାର ଲକ୍ଷ୍ୟ ବିଷୟରେ ଚିନ୍ତା କରିବା ପାଇଁ ବ୍ୟକ୍ତିଗତ ଆକାଂକ୍ଷାରୁ ଉପରକୁ ଉଠିଯାଏ। ସେ ମନେ ପକାଇଥିଲେ ଯେ, ଏହି ନୂତନ ଭାବନା ସହିତ ସେ ନବକାର ମନ୍ତ୍ର ଦିବସରେ ଯୋଗ ଦେଇଥିଲେ, ଯେଉଁଠାରେ ସମସ୍ତ ଚାରୋଟି ସମ୍ପ୍ରଦାୟ ଏକାଠି ହୋଇଥିଲେ ଏବଂ ସେହି ଐତିହାସିକ ଅବସରରେ ସେ ନଅଟି ଆହ୍ୱାନ, ନଅଟି ସଂକଳ୍ପ ନେଇଥିଲେ। ସେ ଆଜି ସେଗୁଡ଼ିକୁ ପୁନରାବୃତ୍ତି କରିଛନ୍ତି: ପ୍ରଥମ ସଂକଳ୍ପ ଜଳ ସଂରକ୍ଷଣ କରିବା, ଦ୍ୱିତୀୟ ସଂକଳ୍ପ ଏକ ପେଡ ମା କେ ନାମ, ତୃତୀୟ ସଂକଳ୍ପ ସ୍ୱଚ୍ଛତାର ମିଶନକୁ ଅନୁସରଣ କରିବା, ଚତୁର୍ଥ ସଂକଳ୍ପ ସ୍ଥାନୀୟ ଉତ୍ପାଦଗୁଡ଼ିକୁ ପ୍ରୋତ୍ସାହନ ଦେବା, ପଞ୍ଚମ ସଂକଳ୍ପ ଭାରତ ଦର୍ଶନକୁ ଗ୍ରହଣ କରିବା, ଷଷ୍ଠ ସଂକଳ୍ପ ପ୍ରାକୃତିକ କୃଷି ଗ୍ରହଣ କରିବା, ସପ୍ତମ ସଂକଳ୍ପ ସୁସ୍ଥ ଜୀବନଶୈଳୀ ଅନୁସରଣ କରିବା, ଅଷ୍ଟମ ସଂକଳ୍ପ ଯୋଗ ଏବଂ କ୍ରୀଡାକୁ ଜୀବନରେ ଆଣିବା ଏବଂ ନବମ ଗରିବମାନଙ୍କ ସହାୟତା ପାଇଁ ପ୍ରତିବଦ୍ଧ ହେବା।
ଭାରତ ଆଜି ବିଶ୍ୱର ସବୁଠାରୁ ଯୁବ ରାଷ୍ଟ୍ରମାନଙ୍କ ମଧ୍ୟରେ ଅନ୍ୟତମ। ଏହାର ଯୁବପିଢ଼ି ସାଂସ୍କୃତିକ ମୂଳକୁ ସୁଦୃଢ଼ କରିବା ସହିତ ଏକ ବିକଶିତ ଭାରତ ନିର୍ମାଣ କରୁଛନ୍ତି,” ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ଏହି ପରିବର୍ତ୍ତନରେ ମହାରାଜ ସାହିବଙ୍କ ପରି ସନ୍ଥମାନଙ୍କର ମାର୍ଗଦର୍ଶନ, ତାଙ୍କ ସାହିତ୍ୟ ଓ ତାଙ୍କ ବାଣୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ପୁଣିଥରେ କୃତଜ୍ଞତା ପ୍ରକାଶ କରି ଶେଷରେ ମହାରାଜ ସାହିବଙ୍କ ୫୦୦ତମ ପୁସ୍ତକ ଉନ୍ମୋଚନ ପାଇଁ ହୃଦୟପୂର୍ବକ ଶୁଭକାମନା ଜଣାଇଥିଲେ। ମହାରାଜଙ୍କ ଚିନ୍ତାଧାରା ଭାରତର ବୌଦ୍ଧିକ, ନୈତିକ ଏବଂ ମାନବୀୟ ଯାତ୍ରାକୁ ଆଗାମୀ ଦିନମାନଙ୍କରେ ମଧ୍ୟ ଆଲୋକିତ କରି ଚାଲିବ ବୋଲି ସେ ତାଙ୍କର ଆତ୍ମବିଶ୍ୱାସ ବ୍ୟକ୍ତ କରିଥିଲେ।
Record Exports, Record Investments, Record Pride: India’s Rise Under PM Modi is Multi-Dimensional
Heartwarming welcome PM @narendramodi ji! Receiving the traditional Maori greeting in Auckland and pushing for a historic FTA with New Zealand shows ur strong global outreach. Gratitude for strengthening India’s ties with friendly nations! #pmmodi12years https://t.co/gwrfLIXOnY
— Aditya Sethi (@sethiaditya8966) July 11, 2026
Kudos PM @narendramodi Ji Govt #BlueRevolution
— Zahid Patka (Modi Ka Parivar) (@zahidpatka) July 11, 2026
NEW MILESTONE ACHIEVED
India exported 19,72,018 metric tonnes (MT) of seafood valued at Rs 73,890 crore (USD 8.46 billion) during 2025–26 financial year, registering an all-time high in both volume and value despite challenging…
तकनीक की अगली दौड़ 6G की होगी, और अच्छा लगता है कि भारत अभी से इसकी तैयारी कर रहा है। यह सिर्फ तेज इंटरनेट नहीं, बल्कि भविष्य की अर्थव्यवस्था और नवाचार की मजबूत नींव है। PM @narendramodi ji को सराहना इस विजन के लिए।#PMModi #FutureTech #DigitalIndia https://t.co/hH2YymXt9h
— Shivam (@Shivam1998924) July 11, 2026
PM Modi’s views diplomatic ties as"strategic autonomy"&"Vishwamitra"aims 2avoid rigid alliances while engaging wid competing powrs.🇮🇳 𝐢𝐬 𝐡𝐞𝐥𝐩𝐧𝐠 𝐬𝐡𝐚𝐩𝐞 global affairs 𝐚𝐬 𝐚 𝐭𝐫𝐮𝐬𝐭𝐞𝐝 𝐩𝐚𝐫𝐭𝐧𝐫,𝐚 𝐥𝐞𝐚𝐝𝐢𝐧𝐠 𝐯𝐨𝐢𝐜𝐞&𝐚 𝐫𝐢𝐬𝐢𝐧𝐠 𝐠𝐥𝐨𝐛𝐚𝐥 𝐩𝐨𝐰𝐫 pic.twitter.com/4c3eBVoEEu
— Rukmani Varma 🇮🇳 (@pointponder) July 11, 2026
Good news for middle class Modi ji. Mutual fund SIP inflows hitting a 3-month high of ₹31,781 crore reflects the strength of your economic vision. People are investing with confidence in New India. https://t.co/JDsIogXetl
— Shrayesh (@shrayesh65) July 11, 2026
Your leadership continues to inspire faith in India's future. Thank you for your constant dedication, hard work, and commitment to building a stronger and more prosperous nation, @narendramodi ji.
— Prerna Sharma (@PrernaS99946384) July 11, 2026
Our heritage comes home.
— 🇮🇳 Sangitha Varier 🚩 (@VarierSangitha) July 11, 2026
More than just archaeological artefacts,they are living symbols of our ancient,timeless faith,devotion & civilizational heritage.
Hon #PM @narendramodi Ji’s unwavering commitment to restoring our cultural heritage to its rightful home is indeed laudable! pic.twitter.com/YuHZNtEJtL
Healthcare bhi ab digital mode mein hai. 93.95 crore ABHA registrations show that India is building a smarter and more connected health system. Credit to PM Modi ji for taking Digital India beyond governance into healthcare.#DigitalHealth #ABHAhttps://t.co/tC0H9Dcyb8
— JeeT (@SubhojeetD999) July 11, 2026
आपका नेतृत्व केवल विकास की दिशा नहीं दिखाता, बल्कि हर भारतीय के मन में विश्वास और गर्व का भाव भी जगाता है। आपके प्रयासों को नमन, मोदी जी।
— SatyaMalik (@Satyamalik247) July 11, 2026


