“ବିଶ୍ୱାସ ଓ ଆଧ୍ୟାତ୍ମିକତାରୁ ପର୍ଯ୍ୟଟନ, କୃଷିରୁ ଶିକ୍ଷା ଏବଂ କୌଶଳି ବିକାଶ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ଏକ ଅଦଭୁତ ଲକ୍ଷ୍ୟସ୍ଥଳ”
“ବୈଶ୍ୱିକ ଅର୍ଥନୀତିକୁ ଅନୁଧାବନ କରୁଥିବା ଅନୁଷ୍ଠାନ ଓ ଆସ୍ଥାବାନ ବ୍ୟକ୍ତିଙ୍କ ଭାରତ ଉପରେ ଅଖଣ୍ଡ ବିଶ୍ୱାସ ରହିଛି”
“୨୦୧୪ ମସିହା ପରଠାରୁ ‘ସଂସ୍କାର, ଅବସ୍ଥାନ୍ତରର ଓ କାର୍ଯ୍ୟକ୍ରମ’ପନ୍ଥା ଭାରତ ଦ୍ୱାରା ଗ୍ରହଣ କରାଯାଇଛି”
“ଏକ ସ୍ଥିର, ନିଷ୍ପତ୍ତିମୂଳକ ଓ ଉତ୍ତମ ଅଭିପ୍ରାୟ ଯୁକ୍ତ ସରକାର ଅଦୃଷ୍ଟପୂର୍ବ ଭଙ୍ଗୀରେ ବିକାଶକୁ ଦେଖିଥାଏ”
“ଉତ୍ସର୍ଗୀକୃତ ମାଲ ପରିବହନ ଓ ଶିଳ୍ପ କରିଡର, ଏକ୍ସପ୍ରେସ ୱେ, ଲଜିଷ୍ଟିକ ଉଦ୍ୟାନ ସବୁ ନବ ଭାରତର ପରିଚୟ ପାଲଟୁଛି”
“ପିଏମ୍ ଗତିଶକ୍ତି ଭାରତର ଭିତ୍ତିଭୂମି ଗଠନର ଜାତୀୟ ପ୍ଲାଟଫର୍ମ ଯାହା ଜାତୀୟ ମାଷ୍ଟର ପ୍ଲାନର ରୂପ ନେଇଛି”
“ବିଶ୍ୱରେ ଭାରତକୁ ସର୍ବାଧିକ ପ୍ରତିଯୋଗିତା ସମ୍ପନ୍ନ ଲଜିଷ୍ଟିକ ବଜାର କରି ଗଢିତୋଳିବା ନିମନ୍ତେ ଲକ୍ଷ୍ୟ ନେଇ ଆମେ ଆମର ଜାତୀୟ ଲଜିଷ୍ଟିକ୍ ନୀତି ତ୍ୱରାନ୍ୱିତ କରିଛୁ”
“ ମଧ୍ୟପ୍ରଦେଶକୁ ଆସୁଥିବା ବିନିଯୋଗ କାରୀଙ୍କୁ ପିଏଲଆଇ ଯୋଜନାର ସର୍ବାଧିକ ଲାଭ ଉଠାଇବାକୁ ମୁଁ ନିବେଦନ କରୁଛି”
“ ସରକାର କିଛିଦିନ ପୂର୍ବରୁ ଅନୁମୋଦନ କରିଥିବା ସବୁଜ ଉଦ୍‌ଯାନ ମିଶନ ଆଠଲକ୍ଷ କୋଟି ବିନିଯୋଗ ସମ୍ଭାବନା ସୃଷ୍ଟି କରିବ”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଇନ୍ଦୋରଠାରେ ବୈଶ୍ୱିକ ନିବେଶକାରୀ ଶିଖର ସମ୍ମିଳନୀକୁ ଭିଡିଓ ବାର୍ତ୍ତା ଜରିଆର ସମ୍ବୋଧିତ କରିଛନ୍ତି । ଏହି ବୈଠକ ମଧ୍ୟପ୍ରଦେଶରେ ବିବିଧ ପୁଞ୍ଜିବିନିଯୋଗ ସୁଯୋଗ ସୃଷ୍ଟି କରିବ । 

ସମବେତ ଜନାତଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ସମସ୍ତ ବିନିଯୋଗକାରୀ ଓ ଉଦ୍ୟୋଗପତିଙ୍କୁ ହାର୍ଦ୍ଦିକ ସ୍ୱାଗତ କରିବା ସହ ଏକ ଉନ୍ନତ ଭାରତ ଗଠନ ଦିଗରେ ମଧ୍ୟପ୍ରଦେଶର ଭୂମିକା ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ “ ବିଶ୍ୱାସ ଓ ଆଧ୍ୟାତ୍ମିକତା ଠାରୁ ନେଇ ପର୍ଯ୍ୟଟନ, କୃଷିରୁ ଶିକ୍ଷା ଓ କୌଶଳ ବିକାଶ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ଏକ ଅଭୂତପୂର୍ବ ଲକ୍ଷ୍ୟସ୍ଥଳ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଶିଖର ସମ୍ମିଳନୀ ଏମିତିବେଳେ ଆରମ୍ଭ ହୋଇଛି , ଯେତେବେଳେ ଆମେ ଭାରତର ଅମୃତକାଳର ସୁବର୍ଣ୍ଣ ଯୁଗ ଆସି ଉପନୀତ ହୋଇଛି ଓ ଆମେ ଏକ ଉନ୍ନତ ଭାରତ ଗଠନ ନିମନ୍ତେ ମିଳିମିଶି ଲାଗି ପଡିଛୁ । “ଆମେ ଯେତେବେଳେ ଉନ୍ନତ ଭାରତ କଥା କହୁ, ତାହା କେବଳ ଆମର ଆକାଂକ୍ଷା ନୁହଁ, ଏହା ପ୍ରତ୍ୟେକ ଭାରତୀୟର ସଂକଳ୍ପ । ଏହା କହି ପ୍ରଧାନମନ୍ତ୍ରୀ ବିଶ୍ୱର ପ୍ରତ୍ୟେକ ସଂଗଠନ ଓ ବିଶେଷଜ୍ଞ ଭାରତ ପ୍ରତି ଆସ୍ଥା ପ୍ରଦର୍ଶନ କରୁଥିବାରୁ ଖୁସି ପ୍ରକଟ କରିଥିଲେ ।” 

ବିଭିନ୍ନ ବୈଶ୍ୱିକ ସଂଗଠନଗୁଡିକର ଆସ୍ଥା ସମ୍ପର୍କରେ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ଆନ୍ତଜାତିକ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ) ଭାରତକୁ ବୈଶ୍ୱିକ ଅର୍ଥନୀତିର କିପରି ଉଜ୍ଜଳ କ୍ଷେତ୍ର ବିବେଚନା କରିଛି ଓ ବିଶ୍ୱ ବ୍ୟାଙ୍କ ପୂର୍ବରୁ ଅନ୍ୟାନ୍ୟ ଅନେକ ଦେଶ ତୁଳନାରେ ଭାରତ କିପରି ବୈଶ୍ୱିକ ପରିବର୍ତ୍ତନକୁ ମୁକାବିଲା କରିପାରିବ ସେ ଉକ୍ତି ଉପରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ଭାରତର ବୃହତ ଆର୍ଥିକ ମୌଳିକ ବ୍ୟବସ୍ଥାର ଦୃଢତାର ନଜିର ଦେଇ ଓଇସିଡି କିପରି ଚଳିତବର୍ଷ ଭାରତ ଜି-୨୦ ଦେଶମାନଙ୍କ ମଧ୍ୟରେ ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ଆର୍ଥିକ ବ୍ୟବସ୍ଥା ଆଡକୁ ମୁହାଁଇଛି ପ୍ରକାଶ କରିଥିଲେ । ମୋରଗାନ ଷ୍ଟାନଲୀଙ୍କୁ ଉଲ୍ଲେଖ କରି ଆଗାମୀ ୪ରୁ ୫ବର୍ଷ ମଧ୍ୟରେ ଭାରତ କିପରି ବିଶ୍ୱର ତୃତୀୟ ବୃହତ ଆର୍ଥିକ ଶକ୍ତି ହେବ ତାହା ପ୍ରକାଶ କରିଥିଲେ । ସେ ଆହୁରି କହିଥିଲେ ଯେ ମ୍ୟାକ୍‌କିନ ସେ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଘୋଷଣା କରି କେବଳ ବର୍ତ୍ତମାନ ଦଶନ୍ଧି ନୁହେଁ, ପୁରା ଶତାବ୍ଧୀ ଭାରତର ବୋଲି କହିଛନ୍ତି । “ ବୈଶ୍ୱିକ ଅର୍ଥନୀତ ପ୍ରତି ନଜର ରଖିଥିବା ପ୍ରତିଷ୍ଠାନ ଓ ବିଶ୍ୱସ୍ତମାନେ ଭାରତ ଉପରେ ଅଭୂତପୂର୍ବ ବିଶ୍ୱାସ ଥିବା ପ୍ରକାଶ କରିଛନ୍ତି ଓ ବୈଶ୍ୱିକ ପୁଞ୍ଜି ବିନିଯୋଗକାରୀ ମାନେ ସେହି ଏକାକଥା କହିଥିବା ପ୍ରଧାନମନ୍ତ୍ରୀ କହିଥିଲେ ।” 

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଏକ ପ୍ରତିଷ୍ଠିତ ଆନ୍ତର୍ଜାତିକ ବ୍ୟାଙ୍କ ସର୍ଭେ କରି ଅଧିକ ଭାଗ ବିନିଯୋଗକାରୀ ଭାରତକୁ ପୁଞ୍ଜି ନିବେଶର ଲକ୍ଷ୍ୟସ୍ଥଳ ଭାବେ ବିବେଚନା କରୁଥିବା ପ୍ରକାଶ କରିଛି । “ଆଜି ଭାରତ ରେକର୍ଡ ସଂଖ୍ୟକ ଏଫଡିଆଇ ପାଉଛି ଏପରିକି ଆପଣମାନଙ୍କ ଆମ ଗହଣରେ ଉପସ୍ଥିତି ମଧ୍ୟ ଏହି ଭାବନାରେ ପ୍ରତିଫଳିତ ହେଉଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏଥିପାଇଁ ସେ ମଜବୁତ ଗଣତନ୍ତ୍ର, ଯୁବ ଜନସଂଖ୍ୟା ଓ ଭାରତର ରାଜନୈତିକ ସ୍ଥିରତାକୁ ଶ୍ରେୟ ବୋଲି ଜୀବନର ମାନ ଓ ବ୍ୟାବସାୟିକ ସୁଲଭତାକୁ ପ୍ରୋତ୍ସାହନ ଦେବାରେ ଭାରତର ନିଷ୍ପତ୍ତି ଉପରେ ଆଲୋକପାତ କରିଥିଲେ । 

‘ଆତ୍ମନିର୍ଭର ଭାରତ ଅଭିଯାନ’ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ପୁଞ୍ଜି ନିବେଶର ଏକ ଲକ୍ଷ୍ୟସ୍ଥଳ ପାଲଟିଛି ଯେଉଁଠି ୨୦୧୪ ପରଠାରୁ ଭାରତ ‘ସଂସ୍କାର, ଅବସ୍ଥାନ୍ତର ଓ କାମ କରିବାର ଶୈଳୀକୁ ଆପଣାଇଛି, “ଏପରିକି ଶହେ ବର୍ଷର ଗୋଟିଏ ଜଟିଳ ପରିସ୍ଥିତି ମଧ୍ୟରେ ଆମେ ସଂସ୍କାରର ପଥକୁ ଆପଣାଇଛୁ”ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

“ଏକ ସ୍ଥିର, ନିଷ୍ପତ୍ତିମୂଳକ ଓ ସଠିକ୍ ଅଭିପ୍ରାୟ ନେଇ ଚାଲିଥିବା ସରକାର ଏକ ଅଭୂତପୂର୍ବ ଗତିରେ ବିକାଶ ପଥରେ ଆଗେଇ ଚାଲିଛି ବୋଲି କହି ପ୍ରଧାନମନ୍ତ୍ରୀ ଗତ ଆଠବର୍ଷ ମଧ୍ୟରେ ସଂସ୍କାରର ଗତି ଓ ସଂଖ୍ୟା ନିରବଚ୍ଛିନ୍ନ ଭାବେ ବଢି ଚାଲିଛି ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ବ୍ୟାଙ୍କିଂ କ୍ଷେତ୍ରରେ ପୁନଃ ପୁଞ୍ଜିକରଣ ଓ ପ୍ରଶାସନିକ ବ୍ୟବସ୍ଥା, ଆଇବିସି ଭଳି ବ୍ୟବସ୍ଥାର ସଂକଳ୍ପ, ଜିଏସ୍‌ଟି ଭଳି ଗୋଟିଏ ଦେଶ, ଗୋଟିଏ ଟିକସ ବ୍ୟବସ୍ଥା, ବୈଶ୍ୱିକ ପ୍ରତିଯୋଗୀପୂର୍ଣ୍ଣ ବାଣିଜ୍ୟିକ ଟିକସ ବ୍ୟବସ୍ଥା, ସାର୍ବଭୌମ ଧନ ଓ ପେନସନ ପାଣ୍ଠିକୁ ଟିକସ ମୁକ୍ତ କରିବା, ଅଧିକାଂଶ କ୍ଷେତ୍ରରେ ସ୍ୱଂୟଚାଳିତଭାବେ ଶତପ୍ରତିଶତ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ, ନଗଣ୍ୟ ଆର୍ଥିକ ଭୂଲକୁ ଅପରାଧ ମୁକ୍ତ କରିବା ଓ ସଂସ୍କାର ଜରିଆରେ ପୁଞ୍ଜିନିବେଶ ରାସ୍ତାରେ ଆସୁଥିବା ବାଧାବିଘ୍ନ ହଟାଇବା ଉଦାହରଣ ଦେଇଥିଲେ । 

ସେ ମଧ୍ୟ ଭାରତ ସମାନ ନିର୍ଭରଶୀଳତା, ଘରୋଇ କ୍ଷେତ୍ର ଉପରେ ପ୍ରଦାନ କରିବା ଗୁରୁତ୍ୱ ଦେଇ କହିଥିଲେ ଯେ ଅନେକ ରାଜନୈତିକ କ୍ଷେତ୍ର ଯଥା ପ୍ରତିରକ୍ଷା, ଖଣି ଓ ମହାକାଶ ଇତ୍ୟାଦି କ୍ଷେତ୍ରକୁ ଘରୋଇ ମାଲିକାନାରେ ଛାଡି ଦିଆଯାଇଛି । ସେ ଆହୁରି କହିଥିଲେ ଯେ ଅନେକ ଶ୍ରମ ଆଇନ ଚାରିଟି ସଂହିତାରେ ଅନ୍ତର୍ଭୁକ୍ତ କରାଯାଇଛି ଯାହାକି ଏକ ପ୍ରମୁଖ ପଦକ୍ଷେପ । କେନ୍ଦ୍ର ଓ ରାଜ୍ୟ କ୍ଷେତ୍ରରେ ଅନେକ ମୂଳ ଦଲିଲଗତ ସମସ୍ୟା ହ୍ରାସ କରିବା ପାଇଁ ଗତ କେତେବର୍ଷ ମଧ୍ୟରେ ୪୦ହଜାରରୁ ଅଧିକ ମୂଳ ଦଲିଲି ହଟାଇ ଦିଆଯାଇଛି । “ଜାତୀୟ ଏକକ ଗବାକ୍ଷ ପଦ୍ଧତି ଅନୁସୃତ ହେବା ପରଠାରୁ ଏପର୍ଯ୍ୟନ୍ତ ପ୍ରାୟ ୫୦ହଜାରରୁ ପଦ୍ଧତି ଅଧୀନରେ ଅନୁମୋଦନ ପ୍ରଦାନ କରାଯାଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଦେଶରେ ପୁଞ୍ଜିନିବେଶ ସମ୍ଭାବନା ବୃଦ୍ଧି ନିମନ୍ତେ ଆଧୁନିକ ଓ ମଲଟି ମଡେଲ ଭିତ୍ତିଭୂମିଯୁକ୍ତ ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ଆଠବର୍ଷ ମଧ୍ୟରେ ଜାତୀୟ ରାଜପଥ ନିର୍ମାଣ ଦ୍ୱିଗୁଣିତ ହୋଇଥିବାବେଳେ, କାର୍ଯ୍ୟକ୍ଷମ ବିମାନ ବନ୍ଦର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଭାରତୀୟ ବନ୍ଦରଗୁଡିକରେ ମଧ୍ୟ ପଣ୍ୟଦ୍ରବ୍ୟ ପରିବହନ ସାମର୍ଥ୍ୟ ମଧ୍ୟ ବୃଦ୍ଧି ପାଇଛି । “ଉତ୍ସର୍ଗୀକୃତ ପଣ୍ୟଦ୍ରବ୍ୟ ଓ ଶିଳ୍ପ କରିଡର, ଏକ୍ସପ୍ରେସ ୱେ, ଲଜିଷ୍ଟିକ୍ସ ଉଦ୍ୟାନ ଇତ୍ୟାଦି ବର୍ତ୍ତମାନ ନବଭାରତ ପରିଚିତିର ମାଧ୍ୟମ ହୋଇଛି” ବୋଲି ସେ କହିଥିଲେ । ପିଏମ୍ ଗତିଶକ୍ତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ଭିତ୍ତିଭୂମି ନିର୍ମାଣପାଇଁ ଉଦ୍ଦିଷ୍ଟ ଏହି ଜାତୀୟ ପ୍ଲାଟଫର୍ମ ଜାତୀୟ ମାଷ୍ଟର ପ୍ଲାନର ରୂପ ନେଇଛି । ସରକାର, ବିଭିନ୍ନ ସଂସ୍ଥା, ନିବେଶକ ପ୍ରଭୁତିଙ୍କ ସମ୍ପର୍କରେ ସବିଶେଷ ଓ ସର୍ବଶେଷ ତଥ୍ୟ ଏହି ପ୍ଲାଟଫର୍ମ ଜରିଆରେ ମିଳିପାରିବ । “ଆମେ ବିଶ୍ୱର ସର୍ବବୃହତ ପ୍ରତିଯୋଗୀତାପୂର୍ଣ୍ଣ ଲଜିଷ୍ଟିକ୍ ବଜାର ହେବା ପାଇଁ ଆମର ଜାତୀୟ ଲଜିଷ୍ଟିକ୍ ନୀତି ପ୍ରଣୟନ କରିଛୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ପ୍ରଧାନମନ୍ତ୍ରୀ ଦେଶର ଡିଜିଟାଲ ଭିତ୍ତିଭୂମିର ଅବତାରଣା କରି କହିଥିଲେ ଯେ ଭାରତ ସ୍ମାର୍ଟଫୋନ ତଥ୍ୟ ବ୍ୟବହାରରେ ବିଶ୍ୱର ଏକ ନମ୍ବର ହୋଇଥିବାବେଳେ, ବୈଶ୍ୱିକ ଫିନଟେକ ଓ ଆଇଟି-ବିପିଏନ୍ ଆଉଟ ସୋର୍ସିଂ ବଂଟନରେ ମଧ୍ୟ ଏକ ନମ୍ବରରେ ରହିଛି । ଭାରତରେ ମଧ୍ୟ ବିଶ୍ୱର ପ୍ରଥମ ବୃହତ୍ତମ ଉଡାଣ ଓ ଅଟୋ ବଜାର ରହିଛି । ବୈଶ୍ୱିକ ଅଭିବୃଦ୍ଧିର ପରବର୍ତ୍ତୀ ପର୍ଯ୍ୟାୟ ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ପ୍ରତ୍ୟେକ ଗ୍ରାମକୁ ଅପ୍ଟିକାଲା ଫାଇବର ଯୋଗେ ଯୋଡୁଥିବା ବେଳେ ଅନ୍ୟ ପକ୍ଷରେ ୫ଜି ନେଟତ୍ତ୍ୱ ୱାର୍କର ସମ୍ପ୍ରସାରଣ ମଧ୍ୟ ଚାଲିଛି । ୫ଜି ଇଂଟରନେଟ ଓ ଏଆଇ ଦ୍ୱାରା ପ୍ରତ୍ୟେକ ଶିଳ୍ପ ଓ ଖାଉଟିଙ୍କ ନିମନ୍ତେ ନୂତନ ସୁଯୋଗ ସୃଷ୍ଟି କରାଯାଉଛି ଯାହାକି ଦେଶର ବିକାଶରେ ସହାୟକ ହେବ ।

ବିଶ୍ୱର ନିର୍ମାଣ କ୍ଷେତ୍ରରେ ଭାରତର ଦ୍ରୁତ ଅଭିବୃଦ୍ଧି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏଥିପାଇଁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯେଉଁଥିପାଇଁ ୨. ୫ ଲକ୍ଷ କୋଟି ଟଙ୍କା ଘୋଷଣା କରାଯାଇଛି ତାହାକୁ ଶ୍ରେୟ ଦେଇଥିଲେ । ବିଶ୍ୱବ୍ୟାପୀ ନିବେଶକଙ୍କ ମଧ୍ୟରେ ଏଠାରେ ଲୋକପ୍ରିୟତା ବୃଦ୍ଧି ପାଉଥିବା ଦର୍ଶାଇ ପ୍ରଧାନମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ ଚାରିଲକ୍ଷ କୋଟି ଟଙ୍କା ନିବେଶ ହୋଇଥିବାବେଳେ ମଧ୍ୟପ୍ରଦେଶରେ ମଧ୍ୟ ଶହ ଶହ କୋଟି ନିବେଶ ହୋଇଥିବା କହିଥିଲେ । ପିଏଲଆଇ ଯୋଜନା ଯୋଗୁଁ ମଧ୍ୟପ୍ରଦେଶ କପଡା ଓ ଫାର୍ମା କ୍ଷେତ୍ରରେଏକ ପେଣ୍ଠସ୍ଥଳ ହୋଇପାରିଛି । “ମଧ୍ୟପ୍ରଦେଶ ଆସି ନିବେଶକମାନେ ସର୍ବାଧିକ ସୁବିଧା ନେବା ପାଇଁ ମୁଁ ନିବେଦନ କରୁଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ସବୁଜ ଶକ୍ତି ନେଇ ଭାରତର ଆକାଂକ୍ଷା ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର କିଛିଦିନ ଆଗରୁ ସବୁଜ ଉଦ୍‌ଯାନ ମିଶନକୁ ଅନୁମୋଦନ କରିଛନ୍ତି ଓ ଏଥିରେ ଆଠଲକ୍ଷ କୋଟି ନିବେଶର ସମ୍ଭାବନା ରହିଛି । ଏହା କେବଳ ଭାରତକୁ ପୁଞ୍ଜି ଆକର୍ଷିତ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ଏହା ସବୁଜ ଇନ୍ଧନ ପାଇଁ ବୈଶ୍ୱିକ ଚାହିଦା ମଧ୍ୟ ପୂରଣ କରିବ । ଏହି ଯୋଜନା ଅଧୀନରେ ହଜାର ହଜାର କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଥିବାବେଳେ ନିବେଶକମାନେ ଏହି ଅଭିଯାନରେ ସେମାନଙ୍କ ଭୂମିକା ସାକାର କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ । ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ, କୃଷି,ପୌଷ୍ଟିକତା, କୌଶଳ ବିକାଶ ଓ ନବୋନ୍ମେଷ କ୍ଷେତ୍ରରେ ଥିବା ନୂତନ ସମ୍ଭାବନା ଗୁଡିକ ଉପରେ ଆଲୋକପାତ କରି ଭାରତ ସହ ଏକ ନୂତନ ବୈଶ୍ୱିକ ଯୋଗାଣ ବ୍ୟବସ୍ଥାରେ ସାମିଲ ହେବାକୁ ଆହ୍ୱାନ ଜଣାଇ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ ।

 

 

 

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Technical textiles critical to footwear sector

Media Coverage

Technical textiles critical to footwear sector
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 29, 2026
April 29, 2026

Leadership That Plays, Builds & Delivers: PM Modi’s Vision Igniting Youth, Women & Northeast India