‘‘ଷ୍ଟାର୍ଟଅପ୍ସ ଓ କ୍ରୀଡ଼ାର ସଙ୍ଗମ ଗୁରୁତ୍ବପୂର୍ଣ୍ଣ । ବେଙ୍ଗାଲୁରୁରେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେବା ଫଳରେ ଏହି ସୁନ୍ଦର ସହରର ଊର୍ଜା ଆହୁରି ବୃଦ୍ଧି ପାଇବ’’
‘‘ମହାମାରୀ ସମସ୍ୟା ସମୟରେ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ ନୂତନ ଭାରତର ନିଷ୍ଠା ଓ ଉତ୍ସାହର ପ୍ରତୀକ । ଏହି ଯୁବ ସୁଲଭ ଉତ୍ସାହ ଭାରତକୁ ପ୍ରତ୍ୟେକ କ୍ଷେତ୍ରରେ ଏକ ନୂତନ ଗତିରେ ଆଗେଇ ନେଉଛି’’
‘‘ସାମଗ୍ରିକ ଆଭିମୁଖ୍ୟ ଏବଂ ଶତପ୍ରତିଶତ ସମର୍ପଣ କ୍ରୀଡ଼ା ଓ ଜୀବନରେ ସଫଳତା ପାଇଁ ପ୍ରମୁଖ ଆବଶ୍ୟକତା’’
‘‘ବିଜୟକୁ ଭଲ ଭାବେ ଗ୍ରହଣ କରିବା ଏବଂ ପରାଜୟରୁ ଶିକ୍ଷା ଲାଭ କରିବାର ଗୁରୁତ୍ବପୂର୍ଣ୍ଣ କଳା ଆମେ କ୍ରୀଡ଼ା କ୍ଷେତ୍ରରୁ ଶିକ୍ଷା ଲାଭ କରିଥାଉ’’
‘‘ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରୟାସ କ୍ରୀଡ଼ା କ୍ଷେତ୍ରକୁ ପୁରୁଣାକାଳିଆ ଚିନ୍ତାଧାରାର ବନ୍ଧନରୁ ମୁକ୍ତ କରୁଛି’’
‘‘କ୍ରୀଡ଼ା କ୍ଷେତ୍ରରେ ପରିଚୟ ଦେଶର ପରିଚୟ ବଢ଼ାଇଥାଏ’’

ନମସ୍କାର!

 

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ନିମନ୍ତେ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଶୁଭେଚ୍ଛା!

 

ବେଙ୍ଗାଲୁରୁ ସହର ଖୋଦ ଦେଶର ଯୁବ ଉତ୍ସାହର ପରିଚୟ । ବେଙ୍ଗାଲୁରୁ ହେଉଛି ପେସାଦାରମାନଙ୍କର ଗର୍ବ । ଡିଜିଟାଲ ଭାରତ ପେଣ୍ଠସ୍ଥଳ ବେଙ୍ଗାଲୁରୁରେ ଖେଲୋ ଇଣ୍ଡିଆ ଆୟୋଜନ ହେବା ନିହାତି ମହତ୍ତ୍ୱ ବହନ କରେ । ଷ୍ଟାର୍ଟ-ଅପ ଦୁନିଆରେ କ୍ରୀଡ଼ାର ଏହି ସଙ୍ଗମ ବାସ୍ତବରେ ଚମକ୍ରାର । ବେଙ୍ଗାଲୁରୁରେ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ହେବା, ଏହି ସୁନ୍ଦର ସହରର ଶକ୍ତିକୁ ଆହୁରି ବଢ଼ାଇବ ଏବଂ ଦେଶର ଯୁବଗୋଷ୍ଠୀ ମଧ୍ୟ ଏଠାରୁ ନୂଆ ଶକ୍ତି ନେଇ ଫେରିବେ । ଏହି କ୍ରୀଡ଼ା ଆୟୋଜନ ନିମନ୍ତେ ମୁଁ କର୍ଣ୍ଣାଟକ ସରକାରଙ୍କୁ ଶୁଭେଚ୍ଛା ଜ୍ଞାପନ କରୁଛି । ବିଶ୍ୱ ମହାମାରୀର ତମାମ ଆହ୍ୱାନଗୁଡ଼ିକ ମଧ୍ୟରେ ଏହି ଖେଳ, ଭାରତର ଯୁବଗୋଷ୍ଠୀଙ୍କ ଦୃଢ଼ ସଂକଳ୍ପ ଓ ଉତ୍ସାହର ଉଦାହରଣ । ମୁଁ ଆପଣଙ୍କର ଏହି ପ୍ରୟାସକୁ ଓ ସାହସକୁ ଅଭିବାଦନ ଜଣାଉଛି । ଏହି ଯୁବା ଉତ୍ସାହ ଆଜି ଦେଶକୁ ପ୍ରତ୍ୟେକ କ୍ଷେତ୍ରରେ ଆଗେଇ ନେଇଯାଉଛି ।

 

ମୋର ଯୁବ ବନ୍ଧୁମାନେ,

 

ସଫଳ ହେବା ପାଇଁ ପ୍ରଥମ ମନ୍ତ୍ର ହେଉଛି-

 

ଗୋଷ୍ଠୀଗତ ଉତ୍ସାହ!

 

କ୍ରୀଡ଼ାରୁ ଆମକୁ ଏହି ଗୋଷ୍ଠୀଗତ ଉତ୍ସାହ ଶିଖିବାକୁ ମିଳିଥାଏ । ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ମଧ୍ୟ ଆପଣମାନେ ଏହାକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିବେ । ଏହି ଗୋଷ୍ଠୀଗତ ଉତ୍ସାହ ବା ଟିମ୍ ସ୍ପିରିଟ ଆପଣଙ୍କୁ ଜୀବନ ଦେଖିବା ପାଇଁ ଏକ ନୂଆ ଦୃଷ୍ଟିକୋଣ ମଧ୍ୟ ପ୍ରଦାନ କରିଥାଏ ।

 

ଖେଳରେ ଜିତିବାର ଅର୍ଥ ହେଉଛି- ପ୍ରତି ଦିଗରେ ପ୍ରୟାସ! ୧୦୦% ସମର୍ପଣ!

 

ଆପଣମାନଙ୍କ ମଧ୍ୟରୁ ହିଁ ଅନେକ ଖେଳାଳି ବାହାରିବେ, ଯେଉଁମାନେ ଆଗକୁ ରାଜ୍ୟ ସ୍ତରରେ ଖେଳିବେ । ଆପଣମାନଙ୍କ ମଧ୍ୟରୁ ଅନେକ ଯୁବକଯୁବତୀ ଆଗକୁ ଅନ୍ତର୍ଜାତୀୟ ସ୍ତରରେ ଦେଶକୁ ପ୍ରତିନିଧିତ୍ୱ କରିବେ । କ୍ରୀଡ଼ା କ୍ଷେତ୍ରରେ ଆପଣଙ୍କର ଏହି ଅନୁଭୂତି ଆପଣଙ୍କୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସହାୟକ ହେବ । କ୍ରୀଡ଼ା କ୍ଷେତ୍ର ହେଉଛି ବାସ୍ତବ ଅର୍ଥରେ ଜୀବନର ପ୍ରକୃତ ସମର୍ଥନ ବ୍ୟବସ୍ଥା । ଯେଉଁ ଶକ୍ତି, ଯେଉଁ ଶିକ୍ଷା ଆପଣଙ୍କୁ କ୍ରୀଡ଼ାରେ ଆଗକୁ ନେଇଯାଇଥାଏ, ସେହି ଆପଣଙ୍କୁ ଜୀବନରେ ମଧ୍ୟ ଆଗକୁ ନେଇଯାଏ । କ୍ରୀଡ଼ା ଓ ଜୀବନ, ଉଭୟରେ ଉତ୍ସାହର ମହତ୍ତ୍ୱ ରହିଛି । କ୍ରୀଡ଼ା ଓ ଜୀବନ, ଉଭୟରେ ଯେଉଁମାନେ ଆହ୍ୱାନଗୁଡ଼ିକୁ ଆପଣାଇ ନେଇଥାନ୍ତି, ସେମାନେ ବିଜେତା ହୋଇଥାନ୍ତି । କ୍ରୀଡ଼ା ଓ ଜୀବନ, ଉଭୟରେ ପରାଜୟ ମଧ୍ୟ ବିଜୟ ହୋଇଥାଏ, ପରାଜୟ ମଧ୍ୟ ଶିକ୍ଷା ଦେଇଥାଏ । କ୍ରୀଡ଼ା ଓ ଜୀବନ, ଉଭୟରେ ସଚ୍ଚୋଟତା ଆପଣଙ୍କୁ ସବୁଠୁ ଆଗକୁ ନେଇଯାଇଥାଏ । କ୍ରୀଡ଼ା ଓ ଜୀବନ, ଉଭୟରେ ପ୍ରତି ମୁହୂର୍ତ୍ତର ମହତ୍ତ୍ୱ ରହିଛି । ବର୍ତ୍ତମାନର ମୁହୂର୍ତ୍ତ ଅଧିକ ମହତ୍ତ୍ୱ ରଖିଥାଏ । ଏହି ମୁହୂର୍ତ୍ତରେ ବଞ୍ଚିବା, ଏହି ମୁହୂର୍ତ୍ତରେ କିଛି କରିବା ବିଶେଷ ମହତ୍ତ୍ୱ ବହନ କରିଥାଏ ।

 

ବିଜୟରେ ନମ୍ରତା ରଖିବା ଏବଂ ପରାଜୟରୁ ଶିଖିବାର କଳା, ଜୀବନର ପ୍ରଗତିରେ ସବୁଠୁ ମୂଲ୍ୟବାନ ଅଂଶ ହୋଇଥାଏ ଏବଂ ଏହାକୁ ଆମେ ଖେଳ ପଡ଼ିଆରେ ଖେଳି ଖେଳି ଶିଖି ନେଇଥାଉ । ଖେଳରେ ଯେତେବେଳେ ଶରୀର ସାରା ଶକ୍ତି ଭରିଯାଏ, ଖେଳାଳିର କାର୍ଯ୍ୟ ଅତ୍ୟନ୍ତ ତୀବ୍ର ହୋଇଥାଏ । ସେହି ସମୟରେ ଜଣେ ଭଲ ଖେଳାଳି ଶାନ୍ତ ଓ ଧୈର୍ଯ୍ୟପୂର୍ଣ୍ଣ ଭାବେ ଖେଳିଥାନ୍ତି । ଜୀବନ ବଞ୍ଚିବାରେ ମଧ୍ୟ ଏହା ଏକ ବଡ଼ କଳା ।

 

ବନ୍ଧୁଗଣ, ଆପଣମାନେ ନୂଆ ଭାରତର ଯୁବଗୋଷ୍ଠୀ । ଆପଣମାନେ ମଧ୍ୟ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଧ୍ୱଜାବାହକ । ଆପଣମାନଙ୍କ ଯୁବସୁଲଭ ଚିନ୍ତନ ଓ ଆପଣଙ୍କ ଯୁବସୁଲଭ କାର୍ଯ୍ୟ ଆଜି ଦେଶରେ ନୀତି ନିର୍ଦ୍ଧାରଣ କରୁଛି । ଆଜି ଯୁବକଯୁବତୀମାନେ ଫିଟନେସକୁ ଦେଶର ବିକାଶ ମନ୍ତ୍ର ବନାଇଛନ୍ତି । ଆଜି ସେମାନେ କ୍ରୀଡ଼ାର ପୁରୁଣା ଭାବନାକୁ ବନ୍ଧନରୁ ମୁକ୍ତ କରିଦେଇଛନ୍ତି ।

 

ନୂଆ ଶିକ୍ଷା ନୀତିରେ କ୍ରୀଡ଼ା ଉପରେ ଗୁରୁତ୍ୱ ହେଉ ଅଥବା ଆଧୁନିକ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି, ଖେଳାଳିଙ୍କ ମନୋନୟନରେ ସ୍ୱଚ୍ଛତା ହେଉ, ଅଥବା କ୍ରୀଡ଼ାରେ ଆଧୁନିକ ପ୍ରଯୁକ୍ତିର ବର୍ଦ୍ଧିତ ବ୍ୟବହାର, ଏହା ହେଉଛି ନୂଆ ଭାରତର ପରିଚୟ ।

 

ଭାରତର ଯୁବକଯୁବତୀଙ୍କ ଆକାଂକ୍ଷା, ସେମାନଙ୍କ ଆଶା, ନୂଆ ଭାରତ ନିର୍ମାଣର ଆଧାର ପାଲଟୁଛି । ଏବେ ଦେଶରେ ନୂଆ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ହେଉଛି । ଏବେ ଦେଶରେ ଉତ୍ସର୍ଗୀକୃତ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯାଉଛି । ଏହା ଆପଣମାନଙ୍କର ସୁବିଧା ପାଇଁ ଏବଂ ଆପଣଙ୍କ ସ୍ୱପ୍ନଗୁଡ଼ିକୁ ପୂରଣ କରିବା ଲାଗି ଉଦ୍ଦିଷ୍ଟ ।

 

ବନ୍ଧୁଗଣ,

 

କ୍ରୀଡ଼ାର ଶକ୍ତି, ଦେଶର ଶକ୍ତି ବୃଦ୍ଧି କରିଥାଏ । କ୍ରୀଡ଼ାରେ ପରିଚୟ, ଦେଶର ପରିଚୟକୁ ବୃଦ୍ଧି କରିଥାଏ । ଆଜି ବି ମୋର ମନେଅଛି, ଯେତେବେଳେ ମୁଁ ଟୋକିଓ ଅଲିମ୍ପିକ୍ସରୁ ଫେରିଥିବା କ୍ରୀଡ଼ାବିତମାନଙ୍କୁ ସାକ୍ଷାତ କରିଥିଲି । ସେମାନଙ୍କ ମୁହଁରେ ନିଜ ବିଜୟଠାରୁ ଅଧିକ ଦେଶ ପାଇଁ ଜିତିବାର ଗର୍ବ ରହିଥିଲା । ଦେଶ ପାଇଁ ବିଜୟରୁ ମିଳୁଥିବା ଖୁସିର କୌଣସି ତୁଳନା ନାହିଁ ।

 

ଆଜି ଆପଣମାନେ କେବଳ ନିଜ ପାଇଁ କିମ୍ବା ନିଜ ପରିବାର ଲାଗି ଖେଳୁନାହାନ୍ତି । ଏହା ୟୁନିଭର୍ସିଟି ଗେମ୍ସ ହେଲେ ମଧ୍ୟ ଆପଣମାନେ ଦେଶ ପାଇଁ ଖେଳୁଛନ୍ତି ବୋଲି ଭାବିନେବାକୁ ହେବ । ଦେଶ ପାଇଁ ଆପଣ ନିଜ ଭିତରେ ଏକ ଉତ୍ତମ ଖେଳାଳି ପସ୍ତୁତ କରୁଛନ୍ତି । ଏହି ଉତ୍ସାହ ଆପଣମାନଙ୍କୁ ଆଗକୁ ନେଇଯିବ । ଏହି ଭାବନା ଆପଣମାନଙ୍କୁ ମଇଦାନରେ ଜିତାଇବ ଏବଂ ପଦକ ପ୍ରଦାନ କରିବ ।

 

ମୋର ପୂର୍ଣ୍ଣ ବିଶ୍ୱାସ, ଆପଣମାନେ, ମୋର ଯୁବା ସାଥୀ ଖୁବ ଖେଳିବେ, ଖୁବ ଉନ୍ନତି କରିବେ!

 

ଏହି ବିଶ୍ୱାସ ସହିତ, ସାରା ଦେଶରୁ ଆସିଥିବା ମୋର ସମସ୍ତ ଯୁବା ବନ୍ଧୁମାନଙ୍କୁ ମୁଁ ଆଉଥରେ ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଛି! ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 28, 2026
August 28, 2026

India’s Growth Story, Grounded: Inclusion, Exports, and Infrastructure Under One Vision of PM Modi