ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜି- ୭ ଶିଖର ସମ୍ମିଳନୀ ଅବସରରେ ମେ ୨୦, ୨୦୨୩ରେ ହିରୋସିମା ଠାରେ କୋରିଆ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଶ୍ରୀ ୟୁନ ସୁକ ୟେଓଲଙ୍କୁ ଭେଟିଛନ୍ତି । 

ଉଭୟ ନେତା ଭାରତ- କୋରିଆ ଗଣରାଜ୍ୟର ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀର ପ୍ରଗତି ସମୀକ୍ଷା କରିବା ସହ ବିଶେଷ କରି ବାଣିଜ୍ୟ ଓ ନିବେଶ, ଉଚ୍ଚ ପ୍ରଯୁକ୍ତି, ଆଇଟି ହାର୍ଡୱେର ଉତ୍ପାଦନ, ପ୍ରତିରକ୍ଷା, ସେମିକଣ୍ଡକ୍ଟର୍ସ ଓ ସଂସ୍କୃତି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ମଜବୁତ କରିବାର ଦିଗ ସମ୍ପର୍କରେ ଆଲୋଚନା କରିଥିଲେ ।

ଉଭୟ ଦେଶ ଚଳିତ ବର୍ଷ କୂଟନୈତିକ ସମ୍ପର୍କ ସ୍ଥାପନର ୫୦ତମ ବାର୍ଷିକୀ ପାଳନ ନେଇ ଉଭୟ ନେତା ଉଲ୍ଲେଖ କରିବା ସହ ଭବିଷ୍ୟତରେ ସହଯୋଗ ବୃଦ୍ଧି ପାଇଁ ସହମତ ହୋଇଥିଲେ । 

ରାଷ୍ଟ୍ରପତି ୟୁନ ସୁକ ୟେଓଲ ପ୍ରଧାନମନ୍ତ୍ରୀଙ୍କ ଜି-୨୦ ନେତୃତ୍ୱକୁ ପ୍ରଶଂସା କରିବା ସହ ନିଜ ସମର୍ଥନ ଜଣାଇଥିଲେ । ଚଳିତ ବର୍ଷ ସେପ୍ଟେମ୍ବରରେ ଜି-୨୦ ନେତାମାନଙ୍କ ଶିଖର ସମ୍ମିଳନୀ ଅବସରରେ ରାଷ୍ଟ୍ରପତି ୟୁନଙ୍କ ଭାରତ ଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କୋରିଆ ଗଣରାଜ୍ୟର ହିନ୍ଦ- ପ୍ରଶାନ୍ତ ମହାସାଗରୀୟ ରଣନୀତି ଓ ଏଥିରେ ଭାରତକୁ ପ୍ରଦାନ କରାଯାଇଥିବା ଗୁରୁତ୍ୱକୁ ସ୍ୱାଗତ କରିଛନ୍ତି । 

ଦୁଇ ନେତା ଆଞ୍ଚଳିକ ଘଟଣାକ୍ରମ ସମ୍ପର୍କରେ ବିଚାରଧାରାର ସକାରାତ୍ମକ ଆଦାନପ୍ରଦାନ ମଧ୍ୟ କରିଛନ୍ତି ।  

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharmaceutical sector records transformative growth over 12 years, strengthening affordable healthcare and self-reliance

Media Coverage

India’s pharmaceutical sector records transformative growth over 12 years, strengthening affordable healthcare and self-reliance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 19, 2026
June 19, 2026

Appreciation for India’s Domestic Growth and Rising Global Influence under PM Modi’s Leadership