ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱିଡେନ୍‌ର ପ୍ରଧାନମନ୍ତ୍ରୀ ମହାମହିମ ସୁଶ୍ରୀ ମ୍ୟାଗଡାଲେନା ଆଣ୍ଡରସନ୍‌ଙ୍କୁ କୋପେନହାଗେନ୍ ଠାରେ ଦ୍ୱିତୀୟ ଭାରତ – ନୋର୍ଡିକ୍ ଶିଖର ସମ୍ମିଳନୀ ଅବସରରେ ସାକ୍ଷାତ କରିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ଥିଲା ।

ଭାରତ ଏବଂ ସ୍ୱିଡେନ୍ ମଧ୍ୟରେ ସମାନ ମୂଲ୍ୟବୋଧ ଉପରେ ଆଧାରିତ ଘନିଷ୍ଠ ସମ୍ପର୍କ ଦୀର୍ଘ ଦିନରୁ ରହି ଆସିଛି, ଯେମିତିକି; ଦୃଢ଼ ବ୍ୟବସାୟିକ ସମ୍ବନ୍ଧ, ନିବେଶ ଏବଂ ଗବେଷଣା ଏବଂ ବିକାଶର ସହଯୋଗ ଇତ୍ୟାଦି କ୍ଷେତ୍ରରେ ସମ୍ପର୍କ ରହିଛି; ସେହିଭଳି ଅନ୍ତର୍ଜାତୀୟ ଶାନ୍ତି, ସୁରକ୍ଷା ଏବଂ ବିକାଶକୁ ନେଇ ସମାନ ଦୃଷ୍ଟିକୋଣ ମଧ୍ୟ ରହିଛି । ନବୋନ୍ମେଷ, ପ୍ରଯୁକ୍ତି, ନିବେଶ, ଗବେଷଣା ଏବଂ ବିକାଶ ସହଯୋଗ ଏହି ଆଧୁନିକ ସମ୍ପର୍କକୁ ଏକ ଆଧାର ପ୍ରଦାନ କରିଥାଏ । ୨୦୧୮ରେ ଅନୁଷ୍ଠିତ ପ୍ରଥମ ଭାରତ – ନୋର୍ଡିକ୍ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କର ସ୍ୱିଡେନ୍ ଯାତ୍ରା ସମୟରେ, ଉଭୟ ପକ୍ଷ ଏକ ବ୍ୟାପକ ସଂଯୁକ୍ତ କାର୍ଯ୍ୟ ଯୋଜନାକୁ ଗ୍ରହଣ କରିଥିଲେ ଏବଂ ଏକ ସଂଯୁକ୍ତ ନବୋନ୍ମେଷ ଭାଗୀଦାରୀତା ଉପରେ ସ୍ୱାକ୍ଷର କରିଥିଲେ ।

ଆଜିର ବୈଠକରେ, ଉଭୟ ପକ୍ଷର ନେତାମାନେ ଆମର ଦ୍ୱିପାକ୍ଷିକ ଭାଗୀଦାରୀରେ ହୋଇଥିବା ପ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ସେମାନେ ଲିଡ୍ ଆଇଟି ପଦକ୍ଷେପ ଦ୍ୱାରା କରା ଯାଇଥିବା ପ୍ରଗତି ଉପରେ ମଧ୍ୟ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହା ସ୍ୱଳ୍ପ ଅଙ୍ଗାରକାମ୍ଳ ଅର୍ଥବ୍ୟବସ୍ଥା ଆଡକୁ ବିଶ୍ୱର ସବୁଠାରୁ ଭାରୀ ସବୁଜ ଗୃହ ବାଷ୍ପ (ଗ୍ରୀନ୍‌ହାଊସ୍ ଗ୍ୟାସ୍ - ଜିଏଚ୍‌ଜି) ନିର୍ଗମନ ଉଦ୍ୟୋଗ ଗୁଡିକୁ ମାର୍ଗଦର୍ଶନ କରାଇବା ନିମନ୍ତେ ସାହାଯ୍ୟ କରିବା ପାଇଁ ମିଳିତ ଜାତିସଂଘ ଜଳବାୟୁ କାର୍ଯ୍ୟକାରୀ ଶିଖର ସମ୍ମିଳନୀ ୨୦୧୯ରେ ଉଦ୍ୟୋଗ ପରିବର୍ତନ ଉପରେ ଏକ ନେତୃତ୍ୱ ସମୂହ (ଲିଡ୍‌ଆଇଟି) ସ୍ଥାପିତ କରିବା ନିମନ୍ତେ ଭାରତ – ସ୍ୱିଡେନ୍ ସଂଯୁକ୍ତ ବିଶ୍ୱ ସ୍ତରୀୟ ପ୍ରଥମ ପଦକ୍ଷେପ ଥିଲା । ଏହାର ସଦସ୍ୟତା ଏବେ ୧୬ଟି ଦେଶ ଏବଂ ୧୯ଟି କମ୍ପାନୀ ସହିତ ବୃଦ୍ଧି ପାଇ ୩୫ରେ ପହଂଚି ଯାଇଛି ।

ଦୁଇ ନେତା ନବୋନ୍ମେଷ, ଜଳବାୟୁ ପ୍ରଯୁକ୍ତି, ଜଳବାୟୁ କାର୍ଯ୍ୟକ୍ରମ, ସବୁଜ ଉଦ୍‌ଜାନ, ମହାକାଶ, ପ୍ରତିରକ୍ଷା, ବେସାମରିକ ବିମାନ ଚଳାଚଳ, ଆର୍କଟିକ୍‌, ଧ୍ରୁବୀୟ ଅନୁସନ୍ଧାନ, ଦୀର୍ଘସ୍ଥାୟୀ ଖଣି ଏବଂ ବ୍ୟାପାର ଏବଂ ଅର୍ଥ ସମ୍ପର୍କିତ କ୍ଷେତ୍ର ଭଳି ଅନେକ କ୍ଷେତ୍ରରେ ସହଯୋଗକୁ ଗଭୀର କରିବା ନିମନ୍ତେ ରହିଥିବା ସମ୍ଭାବନା ଗୁଡିକ ଉପରେ ମଧ୍ୟ ଚର୍ଚ୍ଚା କରିଥିଲେ । ଆଂଚଳିକ ଏବଂ ବିଶ୍ୱସ୍ତରୀୟ ବିକାଶ ଉପରେ ମଧ୍ୟ ଆଲୋଚନା ହୋଇଥିଲା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's strong growth outlook intact despite global volatility: Govt

Media Coverage

India's strong growth outlook intact despite global volatility: Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over mishap in Coimbatore
April 17, 2026

The Prime Minister, Shri Narendra Modi, has expressed deep anguish over the mishap in Coimbatore, Tamil Nadu.

Shri Modi said that he is distressed to hear about the incident and extended his heartfelt condolences to those who have lost their loved ones. He also prayed for the speedy recovery of those injured in the mishap.

The Prime Minister’s Office posted on X;

“Distressed to hear about the mishap in Coimbatore, Tamil Nadu. I extend my heartfelt condolences to those who have lost their loved ones in the mishap. Prayers for the speedy recovery of those injured: PM @narendramodi”