ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୩ ମେ ୨୦୨୨ରେ ଟୋକିଓ ଠାରେ ସୁଜୁକି ମୋଟୋର୍ସ କର୍ପୋରେସନ୍‌ର ବରିଷ୍ଠ ପରାମର୍ଶଦାତା ଶ୍ରୀ ଓସାମା ସୁଜୁକିଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତରେ ଶ୍ରୀ ସୁଜୁକିଙ୍କର ସହଯୋଗୀତା ଏବଂ ଅବଦାନଙ୍କୁ ମନେ ପକାଇ ଥିଲେ ଏବଂ ଭାରତରେ ସୁଜୁକି ମୋଟର୍ସର ଅଟୋମୋବାଇଲ୍ ଉଦ୍ୟୋଗ କ୍ଷେତ୍ରରେ ପରିବର୍ତନକାରୀ ଭୂମିକାକୁ ପ୍ରଶଂସା କରିଥିଲେ । ଅଟୋମୋବାଇଲ୍ ଏବଂ ଅଟୋ ଯନ୍ତ୍ରାଂଶ କ୍ଷେତ୍ରରେ ଉତ୍ପାଦ ସଂଯୁକ୍ତ ପ୍ରୋତ୍ସାହନ(ପିଏଲ୍‌ଆଇ) ଯୋଜନା ନିମନ୍ତେ ଆବେଦନକାରୀ ମାନଙ୍କ ମଧ୍ୟରୁ ସୁଜୁକି ମୋଟର୍ସ ଗୁଜରାଟ ପ୍ରାଇଭେଟ୍ ଲିମିଟେଡ୍ ଏବଂ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ର ଆବେଦନ ସ୍ୱୀକୃତି ଲାଭ କରିଥିବାରୁ ସେମାନେ ଏହାର ପ୍ରଶଂସା ମଧ୍ୟ କରିଥିଲେ । 

ସେମାନେ ସ୍ଥାୟୀ ଅଭିବୃଦ୍ଧିକୁ ଅନୁଭବ କରିବା ନିମନ୍ତେ ଭାରତରେ ଭବିଷ୍ୟତର ନିବେଶ ସୁଯୋଗ ଗୁଡିକ ବିଷୟରେ, ଯାହା ମଧ୍ୟରେ  ବିଦ୍ୟୁତଚାଳିତ (ଇଲେକ୍ଟ୍ରିକ) ଯାନବାହନ ଏବଂ ବ୍ୟାଟେରୀ ତଥା ପୁନଃଚକ୍ରୀକରଣ କେନ୍ଦ୍ର ଅନ୍ତର୍ଭୁକ୍ତ, ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ସେମାନେ ଭାରତରେ ସ୍ଥାନୀୟ ନବ ଉଦ୍ଭାବନ ବ୍ୟବସ୍ଥା ସ୍ଥାପନ କରିବା ନିମନ୍ତେ ବିଭିନ୍ନ ରଣନୀତି, ଯେଉଁଥିରେ ଜାପାନ - ଭାରତ ଉତ୍ପାଦନକାରୀ ସଂସ୍ଥା (ଜେଆଇଏମ୍‌) ଏବଂ ଜାପାନୀଜ୍ ଏଣ୍ଡୋଡ୍ କୋର୍ସେସ୍ (ଜେଇସି) ମାଧ୍ୟମରେ ଦକ୍ଷତା ବିକାଶ ଅନ୍ତର୍ଭୂକ୍ତ, ତାହା ଉପରେ ମଧ୍ୟ ଆଲୋଚନା କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Praises Farmers For Taking India's Rich Mango Heritage To Global Markets

Media Coverage

PM Modi Praises Farmers For Taking India's Rich Mango Heritage To Global Markets
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 1, 2026
June 01, 2026

Self-Reliant India Rising: Healthcare, Ports, Railways & More Under PM Modi