ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫାଷ୍ଟ ସୋଲାର ସିଇଓ ଶ୍ରୀ ମାର୍କ ୱିଡମାରଙ୍କୁ ଭେଟିଛନ୍ତି ।

ସେମାନେ ଭାରତର ଅକ୍ଷୟ ଶକ୍ତି ଦୃଶ୍ୟପଟ୍ଟ, ବିଶେଷକରି ସୌର ଶକ୍ତି ସମ୍ଭାବନା ଏବଂ ୨୦୩୦ ସୁଦ୍ଧା ଅକ୍ଷୟଶକ୍ତି ଉତ୍ସରୁ ୪୫୦ ଗିଗାୱାଟ ବିଦ୍ୟୁତ ଉତ୍ପାଦନ ପାଇଁ ଆମର ଥିବା ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ । ଫାଷ୍ଟ ସୋଲାର ତାହାର ଥିନ୍-ଫିଲ୍ମ ଜ୍ଞାନକୌଶଳ ବ୍ୟବହାର କରି ଭାରତରେ ଉତ୍ପାଦନ ସୁବିଧା ପ୍ରତିଷ୍ଠା ପାଇଁ ନିକଟରେ ଆରମ୍ଭ ହୋଇଥିବା ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲ୍ଆଇ) ସ୍କିମ୍ରୁ ଲାଭ ଉଠାଇବା ସହିତ ଭାରତକୁ ବିଶ୍ୱ ଯୋଗାଣ ଶୃଙ୍ଖଳରେ ଏକୀକୃତ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା ।
Renewed focus on renewable energy.
— PMO India (@PMOIndia) September 23, 2021
CEO of @FirstSolar, Mr. Mark Widmar called on PM @narendramodi. PM Modi elaborated on India's efforts to harness solar energy, including the 'One world, One sun and One grid' initiative and investment opportunities in the sector. pic.twitter.com/tkPjoTkBwm