"ମହାତ୍ମାଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ସେହି ସମୁଦାୟର ଲୋକଙ୍କ ସେବା କଲେ, ଯେଉଁମାନେ ବର୍ଣ୍ଣ-ବିଦ୍ୱେଷର ଶୀକାର ହେଉଥିଲେ : #MannKiBaat ରେ ପ୍ରଧାନମନ୍ତ୍ରୀ ମୋଦୀ "
"ସତ୍ୟ ସହିତ ଯେଉଁଭଳି ଗାନ୍ଧୀଙ୍କର ଅତୁଟ ସମ୍ପର୍କ ରହିଥିଲା, ସେବା ସହିତ ମଧ୍ୟ ଗାନ୍ଧୀଙ୍କର ସେହିଭଳି ଅତୁଟ ସମ୍ପର୍କ ରହିଥିଲା : #MannKiBaat ରେ ପ୍ରଧାନମନ୍ତ୍ରୀ ମୋଦୀ "
"ମହାତ୍ମା ଗାନ୍ଧୀଙ୍କ ପାଇଁ ବ୍ୟକ୍ତି ଓ ସମାଜ, ମାନବ ଓ ମାନବିକତା, ଏହାହିଁ ସବୁକିଛି ଥିଲା : #MannKiBaat ରେ ପ୍ରଧାନମନ୍ତ୍ରୀ ମୋଦୀ "
"ଯେଉଁ ଭଳି ଭାବେ 130 କୋଟି ଭାରତୀୟ ପୁରା ଉତ୍ସାହର ସହିତ ସ୍ୱଚ୍ଛତା ପାଇଁ ଏକ ଅଭିଯାନ ଚଲାଇଛନ୍ତି ,ଆସନ୍ତୁ ଏବେ ,ଆମେ ଭାରତକୁ 'ସିଙ୍ଗଲ ୟୁଜ ପ୍ଲାଷ୍ଟିକ' ରୁ ମୁକ୍ତ କରିବା ପାଇଁ ହାତ ମିଶାଇବା : #MannKiBaat ରେ ପ୍ରଧାନମନ୍ତ୍ରୀ ମୋଦୀ "
"ଆପଣମାନେ ପ୍ରକୃତି ଏବଂ ବନ୍ୟଜୀବଙ୍କ ସହ ଜଡ଼ିତ ସ୍ଥାନମାନଙ୍କର ଭ୍ରମଣ କରନ୍ତୁ : #MannKiBaat ରେ ପ୍ରଧାନମନ୍ତ୍ରୀ ମୋଦୀ "
"ଭାରତରେ ପରିବେଶର ଯତ୍ନ ଆଉ ପରିବେଶ ପାଇଁ ଚିନ୍ତା ସ୍ୱାଭାବିକ ଭାବେ ଦୃଷ୍ଟିଗୋଚର ହେଉଛି :#MannKiBaat ରେ ପ୍ରଧାନମନ୍ତ୍ରୀ ମୋଦୀ "
ସ୍ୱାମୀ ବିବେକାନନ୍ଦ ସମଗ୍ର ବିଶ୍ୱର ମାନବ ଜାତିକୁ ଚମତ୍କୃତ କରି ସାରା ଦୁନିଆରେ ଭାରତର ଏକ ବିଶିଷ୍ଟ ପରିଚୟ ସୃଷ୍ଟିକରି କରିଥିଲେ :#MannKiBaat ରେ ପ୍ରଧାନମନ୍ତ୍ରୀ ମୋଦୀ

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆମ ଦେଶ ଆଜିକାଲି ଗୋଟିଏ ପଟେ ବର୍ଷାର ଆନନ୍ଦ ଉପଭୋଗ କରୁଛି, ତ ଅନ୍ୟପଟେ ଭାରତର କୋଣ ଅନୁକୋଣରେ କୌଣସି ନା କୌଣସି ପ୍ରକାର ଉତ୍ସବ, ମେଳା ଆଦି ଚାଲିଛି ଯାହା ପ୍ରାୟ ଦୀପାବଳୀ ପର୍ଯ୍ୟନ୍ତ ଚାଲିବ । ହୁଏତ ଆମ ପୂର୍ବପୁରୁଷମାନେ ଋତୁ ଚକ୍ର, ଅର୍ଥ ଚକ୍ର ଏବଂ ସାମାଜିକ ଜୀବନର ବ୍ୟବସ୍ଥାକୁ ଏତେ ସୁନ୍ଦର ଭାବେ ଗଢ଼ିଛନ୍ତି ଯେମିତି, କୌଣସି ପରିସ୍ଥିତିରେ ସମାଜରେ ମାନ୍ଦାପଣ ସୃଷ୍ଟି ନ ହୁଏ । ବିଗତ ଦିନମାନଙ୍କରେ ଆମେ ଅନେକ ପର୍ବପର୍ବାଣି ପାଳନ କଲୁ । ଗତକାଲି ସାରା ଭାରତରେ ଶ୍ରୀ କୃଷ୍ଣ ଜନ୍ମୋତ୍ସବ ପାଳନ କରାଗଲା । ଆଜି ହଜାର ହଜାର ବର୍ଷ ପରେ ବି . . . କେହି କଳ୍ପନା କରିପାରିବେ କି – କିଭଳି ବ୍ୟକ୍ତିତ୍ୱ ହୋଇଥିବ ତାଙ୍କର । ପ୍ରତ୍ୟେକ ବର୍ଷ ଏହି ଉତ୍ସବ ନୂତନତା ନେଇ ଆସେ, ନୂତନ ପ୍ରେରଣା ନେଇ ଆସେ, ନୂତନ ଶକ୍ତି ନେଇ ଆସେ । ଆଉ ପୁଣି ସେହି ହଜାର ହଜାର ବର୍ଷ ପୁରାତନ ଜୀବନ ଏହିଭଳି – ଯାହା ଆଜି ମଧ୍ୟ ସମସ୍ୟାଗୁଡ଼ିକର ସମାଧାନ ପାଇଁ – ଉଦାହରଣ ହୋଇପାରେ, ପ୍ରେରଣା ଯୋଗାଇପାରେ । ପ୍ରତ୍ୟେକ ବ୍ୟକ୍ତି ଶ୍ରୀ କୃଷ୍ଣଙ୍କ ଜୀବନରୁ ବର୍ତ୍ତମାନର ସମସ୍ୟାଗୁଡ଼ିକର ସମାଧାନ ଖୋଜି ବାହାର କରିପାରିବ । ନିଜର ଏତେ ସାମର୍ଥ୍ୟ ଥାଇ ମଧ୍ୟ କେତେବେଳେ ସେ ରାସଲୀଳାରେ ମଜ୍ଜିଯାଉଥିଲେ, କେତେବେଳେ ଗାଈମାନଙ୍କୁ ନେଇ ତ ପୁଣି କେତେବେଳେ ଗୋପାଳ ବାଳକଙ୍କ ସହ ଖେଳରେ ମାତୁଥିଲେ, କେତେବେଳେ ବଂଶୀ ବଜାଉଥିଲେ । ଏମିତି କେତେ ଯେ ବିବିଧତା ଭରା ଏହି ବ୍ୟକ୍ତିତ୍ୱ, ଅପ୍ରତିମ ସାମର୍ଥ୍ୟର ଅଧିକାରୀ, ଅଥଚ, ସମାଜ ଶକ୍ତି ପ୍ରତି ସମର୍ପିତ, ଜନ ଶକ୍ତି ପ୍ରତି ସମର୍ପିତ, ଜଣେ ‘ଲୋକ ସଂଗ୍ରାହକ’ ରୂପେ, ନୂତନ କିର୍ତ୍ତୀମାନ ସ୍ଥାପନ କରିଥିଲେ । ବନ୍ଧୁତା କିଭଳି ହେବା ଉଚିତ(?) – ଏ ପ୍ରସଙ୍ଗ ଉଠିଲେ ସୁଦାମାଙ୍କ ସେହି ଘଟଣାକୁ କିଏ ବା ଭୁଲିପାରେ? ଆଉ ପୁଣି, ସବୁ ମହାନତା ସତ୍ୱେ ଯୁଦ୍ଧଭୂମିରେ ଗୋଟିଏ ସାରଥୀର ଭୂମିକାକୁ ଗ୍ରହଣ କରିନେବା, କେତେବେଳେ ପର୍ବତକୁ ଉଠାଇ ଧରିବା ତ କେତେବେଳେ ଭୋଜିରେ ପତ୍ର ଉଠାଇବା କାମ, ଅର୍ଥାତ ତାଙ୍କର ପ୍ରତି କାର୍ଯ୍ୟରେ ଗୋଟିଏ ନୂତନତ୍ୱ ଅନୁଭୁତ ହୁଏ । ତେଣୁ, ଆଜି ଯେତେବେଳେ ମୁଁ ଆପଣମାନଙ୍କ ସହ କଥା ହେଉଛି, ସେତେବେଳେ ଦୁଇଜଣ ମୋହନଙ୍କ ଆଡ଼କୁ ମୋର ଦୃଷ୍ଟି ଆକର୍ଷିତ ହେଉଛି । ଜଣେ – ସୁଦର୍ଶନ ଚକ୍ରଧାରୀ ମୋହନ ତ ଆଉ ଜଣେ ଚରଖାଧାରୀ ମୋହନ । ସୁଦର୍ଶନ ଚକ୍ରଧାରୀ ମୋହନ ଯମୁନା କୁଳକୁ ଛାଡ଼ି ଗୁଜରାଟର ସମୁଦ୍ରକୂଳକୁ ଯାଇ, ଦ୍ୱାରକା ନଗରୀରେ ବାସ କଲେ, ଆଉ, ସମୁଦ୍ରକୂଳ ନିକଟରେ ଜନ୍ମଗ୍ରହଣ କରିଥିବା ମୋହନ ଯମୁନା କୂଳକୁ ଆସି, ଦିଲ୍ଲୀରେ ଜୀବନ ବିତାଇ, ସେଠାରେ ଶେଷନିଃଶ୍ୱାସ ତ୍ୟାଗ କଲେ । ସୁଦର୍ଶନ ଚକ୍ରଧାରୀ ମୋହନ ସେ ସମୟର ପରିସ୍ଥିତିରେ, ଆଜିକୁ ହଜାର ହଜାର ବର୍ଷ ପୂର୍ବେ ମଧ୍ୟ, ଯୁଦ୍ଧକୁ ଏଡାଇବା ପାଇଁ, ନିଜର ବୁଦ୍ଧି, ନିଜ କର୍ତ୍ତବ୍ୟ, ନିଜ ସାମର୍ଥ୍ୟ, ନିଜ ଚିନ୍ତନର ଭରପୁର ପ୍ରୟୋଗ କରିଥିଲେ! ଆଉ ଚରଖାଧାରୀ ମୋହନ ମଧ୍ୟ ସ୍ୱାଧୀନତା ପାଇଁ, ମାନବିକ ମୂଲ୍ୟବୋଧର ସୁରକ୍ଷା ପାଇଁ, ବ୍ୟକ୍ତିତ୍ୱର ମୂଳତତ୍ୱକୁ ସାମର୍ଥ୍ୟ ଦେବାପାଇଁ ମୁକ୍ତି ସଂଗ୍ରାମକୁ ଏଭଳି ଏକ ରୂପ ଦେଲେ, ଏଭଳି ମୋଡ଼ ଦେଲେ – ଯାହା ସମଗ୍ର ବିଶ୍ୱ ପାଇଁ ଏକ ବିସ୍ମୟ, ଆଜି ମଧ୍ୟ ଏହା ଏକ ବିସ୍ମୟ । ନିଃସ୍ୱାର୍ଥ ସେବାର ଗୁରୁତ୍ୱ ହେଉ, ଜ୍ଞାନର ମହତ୍ୱ ହେଉ କିମ୍ବା ଜୀବନର ବହୁ ଉତ୍ଥାନ ପତନ ମଧ୍ୟରେ ହସି ହସି ଆଗକୁ ବଢ଼ିବାର ଗୁରୁତ୍ୱ ହେଉ, ଏସବୁ ଆମେ ଭଗବାନ କୃଷ୍ଣଙ୍କ ବାର୍ତ୍ତାରୁ ଶିଖିପାରିବା । ସେଇଥିପାଇଁ ତ ଶ୍ରୀ କୃଷ୍ଣ ଜଗତ୍ ଗୁରୁ ରୂପେ ମଧ୍ୟ ଜଣାଶୁଣା – “କୃଷ୍ଣଂ ବନ୍ଦେ ଜଗଦଗୁରୁମ୍” ।

ଆଜି ଯେତେବେଳେ ଆମେ ପର୍ବପବାଣି ବିଷୟରେ ଆଲୋଚନା କରୁଛୁ, ସେତେବେଳେ ଭାରତ ଆଉ ଗୋଟିଏ ବଡ଼ ଉତ୍ସବର ପ୍ରସ୍ତୁତିରେ ଲାଗିଛି । ଆଉ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଏହାର ଆଲୋଚନା ହେଉଛି । ମୋର ପ୍ରିୟ ଦେଶବାସୀଗଣ, ମୁଁ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ କଥା କହୁଛି । 1869 ମସିହା, ଅକ୍ଟୋବର 2 ତାରିଖ । ସମୁଦ୍ର କୂଳିଆ ସହର ପୋରବନ୍ଦରର ଗୋଟିଏ ଛୋଟିଆ ଘର, ଯାହାକୁ ଆଜି ଆମେ କୀର୍ତ୍ତି ମନ୍ଦିର କହୁଛୁ! ସେହି ଛୋଟିଆ ଘରେ, ଜଣେ ବ୍ୟକ୍ତି ନୁହେଁ, ଗୋଟିଏ ଯୁଗର ଜନ୍ମ ହୋଇଥିଲା – ଯିଏ ମାନବ ଇତିହାସକୁ ଗୋଟିଏ ନୂଆ ମୋଡ଼ ଦେଇ ଏକ ନୂତନ କୀର୍ତ୍ତିସ୍ତମ୍ଭ ସ୍ଥାପନ କଲା । ମହାତ୍ମା ଗାନ୍ଧୀଙ୍କ ସହ ଗୋଟିଏ କଥା ସବୁବେଳେ ଯୋଡ଼ି ହୋଇ ରହିଲା – ଏକ ପ୍ରକାର, ତାଙ୍କ ଜୀବନର ଅଂଶ ହୋଇ ରହିଲା – ତାହା ଥିଲା ସେବା – ସେବା ଭାବନା ଏବଂ ସେବା ପ୍ରତି ନିଜର କର୍ତ୍ତବ୍ୟପରାୟଣତା । ତାଙ୍କ ସମ୍ପୂର୍ଣ୍ଣ ଜୀବନକୁ ଅନୁଧ୍ୟାନ କଲେ ଆମେ ଦେଖିବା ଯେ, ଦକ୍ଷିଣ ଆଫ୍ରିକାରେ ସେ ସେହି ସମୁଦାୟର ଲୋକଙ୍କ ସେବା କଲେ, ଯେଉଁମାନେ ବର୍ଣ୍ଣ-ବିଦ୍ୱେଷର ଶୀକାର ହେଉଥିଲେ । ଆଉ ସେ ସମୟରେ ତାହା ସାଧାରଣ କଥା ନ ଥିଲା । ସେ ସେହି ଚାଷୀମାନଙ୍କ ସେବା କଲେ, ଯେଉଁମାନଙ୍କ ସହ ଚମ୍ପାରଣରେ ଭେଦଭାବ କରାଯାଉଥିଲା । ସେ ସେହି ମିଲ୍ ଶ୍ରମିକମାନଙ୍କ ସେବା କଲେ, ଯେଉଁମାନଙ୍କୁ ଉଚିତ ପାରିଶ୍ରମିକ ଦିଆଯାଉନଥିଲା । ସେ ଗରିବ, ଅସହାୟ, ଦୁର୍ବଳ ଏବଂ କ୍ଷୁଧାର୍ତମାନଙ୍କ ସେବାକୁ ନିଜ ଜୀବନର ପରମ କର୍ତ୍ତବ୍ୟ ବୋଲି ଗ୍ରହଣ କଲେ । ରକ୍ତ-ପିତ ରୋଗ ସମ୍ପର୍କରେ କେତେଗୁଡ଼ିଏ ଭୁଲ ଧାରଣା ରହିଥିଲା । ସେହି ବିଭ୍ରାନ୍ତିଗୁଡ଼ିକୁ ଦୂର କରିବା ପାଇଁ ସେ ନିଜେ ରକ୍ତ-ପିତ ରୋଗଗ୍ରସ୍ତ ଲୋକଙ୍କର ସେବା କରୁଥିଲେ ଏବଂ ଏହି ସେବା ମାଧ୍ୟମରେ ନିଜେ ଉଦାହରଣ ସୃଷ୍ଟି କରୁଥିଲେ । ସେବାକୁ ସେ ଭାଷାରେ ନୁହେଁ, ନିଜ ଜୀବନରେ ଜିଇଁ କରି ଶିଖାଇଥିଲେ । ସତ୍ୟ ସହିତ ଯେଉଁଭଳି ଗାନ୍ଧୀଙ୍କର ଅତୁଟ ସମ୍ପର୍କ ରହିଥିଲା, ସେବା ସହିତ ମଧ୍ୟ ଗାନ୍ଧୀଙ୍କର ସେହିଭଳି ଅତୁଟ ସମ୍ପର୍କ ରହିଥିଲା । ଯାହାର ଯେତେବେଳେ ଯେଉଁଠି ବି ଦରକାର ପଡ଼ିଲା, ମହାତ୍ମା ଗାନ୍ଧୀ ସର୍ବଦା ସେବା ପାଇଁ ଉପସ୍ଥିତ ରହୁଥିଲେ । ସେ କେବଳ ସେବା ଉପରେ ନୁହେଁ ବରଂ ତା’ସହ ଜଡ଼ିତ ଆତ୍ମସୁଖ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ସେବା ଶବ୍ଦର ସାର୍ଥକତା ସେଇଠି ଯେତେବେଳେ ଏହାକୁ ଆନନ୍ଦର ସହ କରାଯାଏ । “ସେବା ପରମୋ ଧର୍ମଃ” । ତା’ସହିତ ଉତ୍କୃଷ୍ଟ ଆନନ୍ଦ ଓ “ସ୍ୱାନ୍ତଃ ସୁଖାୟ”- ଏହି ଭାବନାର ଅନୁଭୂତି ମଧ୍ୟ ସେବାରେ ଅନ୍ତର୍ନିହିତ । ବାପୁଙ୍କ ଜୀବନରୁ ଏ କଥା ଆମେ ଖୁବ ଭଲ ଭାବେ ବୁଝିପାରିବା । ମହାତ୍ମା ଗାନ୍ଧୀ ଅଗଣିତ ଭାରତୀୟଙ୍କ ସ୍ୱର ତ ହେଲେ, କିନ୍ତୁ ମାନବିକ ମୂଲ୍ୟବୋଧ ଏବଂ ମାନବର ଗରିମା ପାଇଁ ସେ ଏକ ପ୍ରକାର ବିଶ୍ୱବାସୀଙ୍କ ସ୍ୱର ପାଲଟି ଯାଇଥିଲେ । ମହାତ୍ମା ଗାନ୍ଧୀଙ୍କ ପାଇଁ ବ୍ୟକ୍ତି ଓ ସମାଜ, ମାନବ ଓ ମାନବିକତା, ଏହାହିଁ ସବୁକିଛି ଥିଲା । ଆଫ୍ରିକାର ଫିନିକ୍ସ ଫାର୍ମ ହେଉ କି ଟଲଷ୍ଟୟ ଫାର୍ମ, ସାବରମତି ଆଶ୍ରମ ହେଉ କି ୱାର୍ଦ୍ଧା, ସବୁ ସ୍ଥାନରେ ସେ ନିଜର ଏକ ସ୍ୱତନ୍ତ୍ର ଶୈଳୀରେ ସମାଜ ସମ୍ବର୍ଦ୍ଧନ – କମ୍ୟୁନିଟି ମୋବିଲାଇଜେସନ୍ ଉପରେ ସର୍ବଦା ଜୋର୍ ଦେଉଥିଲେ । ପୂଜ୍ୟ ମହାତ୍ମା ଗାନ୍ଧୀଙ୍କ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଯାଇ ପ୍ରଣାମ କରିବାର ସୁଯୋଗ ପ୍ରାପ୍ତ କରିବା ମୋର ପରମ ସୌଭାଗ୍ୟ । ମୁଁ କହିପାରେ ଯେ, ଗାନ୍ଧୀ ‘ସେବା ଭାବନା’ ଦ୍ୱାରା ସଂଗଠନ ଭାବନାକୁ ମଧ୍ୟ ଗୁରୁତ୍ୱ ଦେଇ ଆସୁଥିଲେ । ସମାଜସେବା ଓ ସମାଜ ସମ୍ବର୍ଦ୍ଧନ – କମ୍ୟୁନିଟି ସର୍ଭିସ୍ ଓ କମ୍ୟୁନିଟି ମୋବିଲାଇଜେସନର ଭାବନାକୁ ଆମକୁ ନିଜ ବ୍ୟବହାରିକ ଜୀବନରେ ଆଣିବାକୁ ହେବ – ବାସ୍ତବରେ, ଏହାହିଁ ହେବ ମହାତ୍ମା ଗାନ୍ଧୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି, ପ୍ରକୃତ କାର୍ଯ୍ୟାଞ୍ଜଳି । ଏଭଳି ସୁଯୋଗ ତ ଅନେକ ଆସେ, ଆମେ ସେଥିରେ ସାମିଲ ବି ହୋଇଥାଉଁ । ହେଲେ, “ଗାନ୍ଧୀ – 150” ? ଇଏ କ’ଣ ଏମିତି ଖାଲି ଆସିବ ଆଉ ଚାଲିଯିବ? – ସେକଥା କ’ଣ ଆମ ପାଇଁ ଗ୍ରହଣୀୟ? ନା – ଦେଶବାସୀଗଣ । ଆମେ ସମସ୍ତେ ନିଜେ ନିଜକୁ ପ୍ରଶ୍ନ କରିବା, ଚିନ୍ତନ କରିବା, ମନ୍ଥନ କରିବା, ସମଷ୍ଟିଗତ ଭାବରେ ଆଲୋଚନା କରିବା । ଆମେ ସମାଜର ଅନ୍ୟ ଲୋକମାନଙ୍କ ସହ ମିଶି, ସବୁ ବର୍ଗର ଲୋକଙ୍କ ସହ ମିଶି, ସବୁ ବୟସର ଲୋକଙ୍କ ସହ ମିଶି – ସେ ଗାଁ ହେଉ କି ସହର ହେଉ, ପୁରୁଷ ହୁଅନ୍ତୁ କି ମହିଳା ହୁଅନ୍ତୁ – ସମସ୍ତେ ମିଳିତ ଭାବରେ ସମାଜ ପାଇଁ କ’ଣ କରିପାରିବା – ଜଣେ ବ୍ୟକ୍ତି ହିସାବରେ ମୁଁ ସେଥିରେ, ସେହି ପ୍ରଚେଷ୍ଟାରେ କିଭଳି ଯୋଗଦାନ ଦେଇପାରିବି (?) ମୋ ତରଫରୁ ଭାଲ୍ୟୁ ଆଡିଶନ୍ କ’ଣ ହୋଇପାରିବ?? ସାମୁହିକତାର ଏକ ନିଜସ୍ୱ ଶକ୍ତି ଥାଏ । ଗାନ୍ଧୀ 150ର ଏ ସମସ୍ତ କାର୍ଯ୍ୟକ୍ରମରେ ସାମୁହିକତା ରହୁ ଆଉ ସେବା ମଧ୍ୟ ରହୁ । ଆମେ ଗାଁ ଯାକ ଏକାଠି କାହିଁକି ବାହାରି ନ ପଡ଼ିବା? ଯଦି ଆମର ଫୁଟବଲ୍ ଟିମ୍ ଟିଏ ଅଛି, ତେବେ ଫୁଟବଲ୍ ତ ନିଶ୍ଚୟ ଖେଳିବା, କିନ୍ତୁ ତା ସାଙ୍ଗକୁ ଗାନ୍ଧୀଙ୍କ ଆଦର୍ଶ ଅନୁଯାୟୀ କିଛି ସେବା କାର୍ଯ୍ୟ ମଧ୍ୟ କରିବା । ଆମର ଲେଡିଜ୍ କ୍ଲବ୍ ରହିଛି । ଆଧୁନିକ ଯୁଗରେ ଲେଡିଜ୍ କ୍ଲବର ଯାହା କାମ ତାହା ତ କରିବା, କିନ୍ତୁ ଲେଡିଜ୍ କ୍ଲବର ସବୁ ବାନ୍ଧବୀମାନେ ମିଶି କିଛି ନା କିଛି ସେବାକାର୍ଯ୍ୟ କରିବା । ବହୁତ କିଛି କରିପାରିବା । ପୁରୁଣା ବହି ସଂଗ୍ରହ କରିବା, ସେଗୁଡ଼ିକୁ ଗରିବ ପିଲାଙ୍କ ମଧ୍ୟରେ ବାଂଟିଦେବା, ଜ୍ଞାନର ପ୍ରଚାର ପ୍ରସାର କରିବା । ମୁଁ ଭାବୁଛି, ହୁଏତ 130 କୋଟି ଦେଶବାସୀଙ୍କ ମନରେ 130 କୋଟି କଳ୍ପନା ରହିଥିବ, 130 କୋଟି କାର୍ଯ୍ୟକ୍ରମ ରହିଥିବ । ଏହାର କୌଣସି ସୀମା ନାହିଁ, ଯାହା ମନକୁ ଆସିବ । କେବଳ ସଦିଚ୍ଛା ଥାଉ, ସତ୍ ଉଦ୍ଦେଶ୍ୟ ଥାଉ, ସଦ୍ଭାବ ଥାଉ ଏବଂ ପୂର୍ଣ୍ଣ ସମର୍ପଣ ଭାବନା ସହ ସେବା ହେଉ ଆଉ ତାହା ବି ‘ସ୍ୱାନ୍ତଃ ସୁଖାୟ’ – ଏକ ଅନନ୍ୟ ଆନନ୍ଦର ଅନୁଭୂତି ପାଇଁ ହେଉ ।

ମୋର ପ୍ରିୟ ଦେଶବାସୀଗଣ, କିଛି ମାସ ପୂର୍ବେ ମୁଁ ଗୁଜରାଟର ଦାଣ୍ଡିକୁ ଯାଇଥିଲି । ସ୍ୱାଧୀନତା ସଂଗ୍ରାମରେ ଦାଣ୍ଡିର ଲବଣ ସତ୍ୟାଗ୍ରହ ଗୋଟିଏ ବଡ଼ ଟର୍ଣ୍ଣିଂ ପଏଣ୍ଟ । ଦାଣ୍ଡିରେ ମୁଁ, ମହାତ୍ମା ଗାନ୍ଧୀଙ୍କୁ ସମର୍ପିତ ଗୋଟିଏ ଅତ୍ୟାଧୁନିକ ମ୍ୟୁଜିଅମର ଉଦ୍ଘାଟନ କରିଥିଲି । ଭବିଷ୍ୟତରେ ମହାତ୍ମା ଗାନ୍ଧୀଙ୍କ ସହ ଜଡ଼ିତ କୌଣସି ନା କୌଣସି ସ୍ଥାନକୁ ଯାତ୍ରା କରିବାକୁ ଆପଣମାନଙ୍କୁ ମୋର ଅନୁରୋଧ । ଏହା ଯେକୌଣସି ସ୍ଥାନ ହୋଇପାରେ – ଯେମିତିକି ପୋରବନ୍ଦର ହେଉ, ସାବରମତି ଆଶ୍ରମ ହେଉ, ଚମ୍ପାରଣ ହେଉ, ୱାର୍ଦ୍ଧାର ଆଶ୍ରମ ହେଉ କିମ୍ବା ଦିଲ୍ଲୀରେ ମହାତ୍ମା ଗାନ୍ଧୀଙ୍କ ସହ ଜଡ଼ିତ କୌଣସି ସ୍ଥାନ ହେଉ । ଯଦି ଆପଣ ଏଭଳି କୌଣସି ସ୍ଥାନକୁ ଯାଉଛନ୍ତି ତା’ହେଲେ ନିଜ ଫଟୋ ସୋସିଆଲ୍ ମିଡିଆରେ ନିଶ୍ଚୟ ଶେୟାର କରନ୍ତୁ ଆଉ ତା ସହିତ ନିଜର ଭାବନାକୁ ପ୍ରକାଶ କରୁଥିବା ଦୁଇ-ଚାରିଟି ବାକ୍ୟ ମଧ୍ୟ ଲେଖନ୍ତୁ, ଯାହାଫଳରେ ଅନ୍ୟ ଲୋକେ ମଧ୍ୟ ତା’ଦ୍ୱାରା ପ୍ରେରିତ ହେବେ । ଆପଣଙ୍କ ମନରେ ଉଠିଥିବା ଭାବନା ଯେ କୌଣସି ବଡ଼ ସାହିତ୍ୟ କୃତିଠାରୁ ଅଧିକ ଶକ୍ତିଶାଳୀ ହେବ । ଆଜିର ସମୟରେ, ଆପଣଙ୍କ ଦୃଷ୍ଟିରେ, ଆପଣଙ୍କ କଲମରୁ ଲିଖିତ ଗାନ୍ଧୀଙ୍କ ରୂପ, ହୁଏତ ଅଧିକ ପ୍ରାସଙ୍ଗିକ ମଧ୍ୟ ଲାଗିପାରେ । ଆଗାମୀ ଦିନମାନଙ୍କରେ ଅନେକ କାର୍ଯ୍ୟକ୍ରମ, ପ୍ରତିଯୋଗିତା, ପ୍ରଦର୍ଶନୀ ଆଦିର ଆୟୋଜନ ହେବାର ଯୋଜନା ମଧ୍ୟ କରାଯାଇଛି । କିନ୍ତୁ ଏହି ପ୍ରସଙ୍ଗରେ ଗୋଟିଏ କଥା ଖୁବ୍ କୌତୁହଳପ୍ରଦ, ଯାହା ମୁଁ ଆପଣମାନଙ୍କ ସହ ବାଂଟିବାକୁ ଚାହୁଁଛି । Venice Biennale ନାମକ ଗୋଟିଏ ପ୍ରସିଦ୍ଧ କଳା ପ୍ରଦର୍ଶନ ରହିଛି । ଯେଉଁଠାରେ ସାରା ବିଶ୍ୱର କଳାକାରମାନେ ଏକାଠି ହୁଅନ୍ତି । ଏଥର Venice Biennaleର India Pavilionରେ ଗାନ୍ଧୀଜୀଙ୍କ ସ୍ମୃତି ସମ୍ବଳିତ ଗୋଟିଏ ଖୁବ ରୋଚକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଏଥିରେ ହରିପୁରା ପ୍ୟାନେଲ୍ସ ବିଶେଷ ମନଛୁଆଁ ଥିଲା । ଆପଣମାନଙ୍କର ମନେଥିବ ଯେ, ଗୁଜରାଟର ହରିପୁରାଠାରେ କଂଗ୍ରେସ ଅଧିବେଶନ ହୋଇଥିଲା, ଯେଉଁଠାରେ ସୁଭାଷ ଚନ୍ଦ୍ର ବୋଷ president elect ହୋଇଥିବା ଘଟଣା ଇତିହାସରେ ଲିପିବଦ୍ଧ । ଏହି ଆର୍ଟ ପ୍ୟାନେଲ୍ସର ଗୋଟିଏ ସୁନ୍ଦର ଅତୀତ ରହିଛି । କଂଗ୍ରେସ ହରିପୁରା ସେଶନ୍ ପୂର୍ବରୁ 1937-38ରେ ମହାତ୍ମା ଗାନ୍ଧୀ ଶାନ୍ତି ନିକେତନ କଳା ଭବନର ତତ୍କାଳୀନ ପ୍ରିନ୍ସିପାଲ୍ ନନ୍ଦ ଲାଲ୍ ବୋଷଙ୍କୁ ନିମନ୍ତ୍ରଣ କରିଥିଲେ । ଗାନ୍ଧୀଜୀ ଚାହୁଁଥିଲେ ଯେ, ସେ ଭାରତରେ ବାସ କରୁଥିବା ଲୋକଙ୍କ ଜୀବନଶୈଳୀକୁ କଳା ମାଧ୍ୟମରେ ପ୍ରଦର୍ଶନ କରନ୍ତୁ ଏବଂ ତାଙ୍କ କଳାକୃତ୍ତିର ପ୍ରଦର୍ଶନ ଅଧିବେଶନ ସମୟରେ ହେଉ । ଇଏ ସେହି ନନ୍ଦ ଲାଲ୍ ବୋଷ ଯାହାଙ୍କ କଳାକୃତ୍ତି ଆମ ସମ୍ବିଧାନର ଶୋଭା ବର୍ଦ୍ଧନ କରୁଛି । ସମ୍ବିଧାନକୁ ଗୋଟିଏ ନୂତନ ପରିଚୟ ପ୍ରଦାନ କରୁଛି । ତାଙ୍କର ସେହି କଳା ସାଧନା, ସମ୍ବିଧାନ ସାଙ୍ଗକୁ ନନ୍ଦ ଲାଲ୍ ବୋଷଙ୍କୁ ମଧ୍ୟ ଅମର କରିଦେଇଛି । ନନ୍ଦ ଲାଲ୍ ବୋଷ ହରିପୁରାର ପାଶ୍ୱର୍ବର୍ତ୍ତୀ ଗାଁଗଣ୍ଡାକୁ ଗଲେ ଏବଂ ଶେଷରେ ଗ୍ରାମୀଣ ଭାରତର ଜୀବନକୁ ଦର୍ଶାଉଥିବା କିଛି ଚିତ୍ର ଆଙ୍କିଲେ । ଏହି ଅମୂଲ୍ୟ କଳାକୃତ୍ତି ସମ୍ପର୍କରେ Veniceରେ ଖୁବ ଚର୍ଚ୍ଚା ହେଲା । ପୁଣି ଥରେ, ଗାନ୍ଧୀଜୀଙ୍କର 150ତମ ଜୟନ୍ତୀ ଉପଲକ୍ଷେ ଶୁଭେଚ୍ଛା ସହ, ପ୍ରତ୍ୟେକ ଭାରତୀୟଙ୍କଠାରୁ ମୁଁ କିଛି ନା କିଛି ସଂକଳ୍ପର ଆଶା କରୁଛି । ଦେଶ ପାଇଁ, ସମାଜ ପାଇଁ, ଅନ୍ୟ କାହାରି ପାଇଁ କିଛି ନା କିଛି କରିବା ଉଚିତ । ଏହା ହିଁ ହେବ ବାପୁଙ୍କ ପ୍ରତି ଉତ୍ତମ, ପ୍ରକୃତ ଏବଂ ପ୍ରାମାଣିକ କାର୍ଯ୍ୟାଞ୍ଜଳୀ ।

ମା ଭାରତୀର ସୁପୁତ୍ରଗଣ, ଆପଣମାନଙ୍କର ମନେଥିବ ଯେ, ଗତ କିଛି ବର୍ଷ ଧରି ଆମେ ଅକ୍ଟୋବର 2 ତାରିଖ ପୂର୍ବରୁ ପ୍ରାୟ ଦୁଇ ସପ୍ତାହ ଯାଏ ସାରା ଦେଶରେ “ସ୍ୱଚ୍ଛତା ହିଁ ସେବା” ଅଭିଯାନ ଚଳାଉଛୁ । ଏଥର ଏହା ସେପ୍ଟେମ୍ବର 11 ତାରିଖରୁ ଆରମ୍ଭ ହେବ । ଏହି ସମୟରେ ଆମେ ନିଜ ନିଜ ଘରୁ ବାହାରକୁ ବାହାରି ଶ୍ରମଦାନ ମାଧ୍ୟମରେ ଗାନ୍ଧିଜୀଙ୍କୁ କାର୍ଯ୍ୟାଞ୍ଜଳି ପ୍ରଦାନ କରିବା । ଘର ହେଉ କି ସାହି-ବସ୍ତି, ଛକ ହେଉ କି ନାଳ-ନର୍ଦ୍ଦମା, ସ୍କୁଲ କଲେଜଠାରୁ ଆରମ୍ଭ କରି ସମସ୍ତ ସାର୍ବଜନୀନ ସ୍ଥାନମାନଙ୍କରେ ସ୍ୱଚ୍ଛତାର ମହାଅଭିଯାନ ଚଳାଇବା । ଏଥର ପ୍ଲାଷ୍ଟିକ ନିଷେଧ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ହେବ । ଅଗଷ୍ଟ 15 ତାରିଖ ଦିନ ଲାଲକିଲ୍ଲା ଉପରୁ ମୁଁ କହିଥିଲି ଯେ, ଯେଉଁଭଳି ଉତ୍ସାହ ଓ ଶକ୍ତି ସହ 125 କୋଟି ଦେଶବାସୀ ସ୍ୱଚ୍ଛତା ପାଇଁ ଅଭିଯାନ ଚଳାଇଲେ – ଖୋଲାରେ ଶୌଚରୁ ମୁକ୍ତି ପାଇଁ କାର୍ଯ୍ୟ କଲେ, ସେହିଭଳି, ଆମ ସମସ୍ତଙ୍କୁ ମିଶି ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ବ୍ୟବହାର ବନ୍ଦ କରିବାକୁ ହେବ । ଏହି ଅଭିଯାନକୁ ନେଇ ସମାଜର ସବୁ ଶ୍ରେଣୀର ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ମୋର ଅନେକ ବ୍ୟବସାୟୀ ଭାଇ-ଭଉଣୀମାନେ ଦୋକାନରେ ଗୋଟିଏ ବୋର୍ଡ଼ ଲଗାଇ ଦେଇଛନ୍ତି, ଗୋଟିଏ placard ଲଗାଇ ଦେଇଛନ୍ତି, ଯେଉଁଥିରେ ଲେଖାହୋଇଛି ଯେ, ଗ୍ରାହକ ନିଜର ବ୍ୟାଗ ସାଙ୍ଗରେ ଧରି ଆସନ୍ତୁ । ଏହାଦ୍ୱାରା ପଇସା ମଧ୍ୟ ସଂଚୟ ହେବ ଏବଂ ପରିବେଶ ସୁରକ୍ଷାରେ ସେମାନେ ନିଜର ଯୋଗଦାନ ମଧ୍ୟ ଦେଇପାରିବେ । ଏଥର ଅକ୍ଟୋବର 2 ତାରିଖରେ ଯେତେବେଳେ ବାପୁଙ୍କର 150ତମ ଜୟନ୍ତୀ ପାଳନ କରିବା, ସେତେବେଳେ ଆମେ ତାଙ୍କୁ କେବଳ ଯେ ଖୋଲାରେ ଶୌଚମୁକ୍ତ ଭାରତ ସମର୍ପଣ କରିବା ତାହା ନୁହେଁ, ବରଂ ସେହିଦିନ ସାରା ଦେଶରେ ପ୍ଲାଷ୍ଟିକ ବିରୁଦ୍ଧରେ ଏକ ନୂଆ ଜନ ଅନ୍ଦୋଳନର ମୂଳଦୁଆ ପକାଇବା । ମୁଁ ସମାଜର ସମସ୍ତ ବର୍ଗଙ୍କୁ, ପ୍ରତ୍ୟେକ ଗ୍ରାମବାସୀ, ସହରବାସୀଙ୍କୁ ଅପିଲ୍ (ଅନୁରୋଧ) କରୁଛି, ହାତ ଯୋଡ଼ି ପ୍ରାର୍ଥନା କରୁଛି ଯେ, ଏ ବର୍ଷ ଗାନ୍ଧୀ ଜୟନ୍ତୀକୁ ଆମେ ଆମ ଭାରତମାତାର ପ୍ଲାଷ୍ଟିକ ଆବର୍ଜନା ମୁକ୍ତି ଦିବସ ଭାବେ ପାଳନ କରିବା । ଅକ୍ଟୋବର 2 ତାରିଖକୁ ଏକ ବିଶେଷ ଦିନ ଭାବେ ପାଳନ କରିବା । ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନଟି ଏକ ବିଶେଷ ଶ୍ରମଦାନର ଉତ୍ସବ ପାଲଟିଯାଉ । ଦେଶର ସମସ୍ତ ପୌରପାଳିକା, ନଗର ନିଗମ, ଜିଲ୍ଲା ପ୍ରଶାସନ, ଗ୍ରାମପଞ୍ଚାୟତ, ସରକାରୀ – ବେସରକାରୀ ସମସ୍ତ ସଂସ୍ଥା, ସମସ୍ତ ସଂଗଠନ, ପ୍ରତ୍ୟେକ ନାଗରିକ – ସମସ୍ତଙ୍କୁ ମୋର ଅନୁରୋଧ ଯେ, ପ୍ଲାଷ୍ଟିକ୍ ଆବର୍ଜନାର ସଂଗ୍ରହ ଏବଂ ସଂରକ୍ଷଣ ପାଇଁ ଉପଯୁକ୍ତ ବ୍ୟବସ୍ଥା ହେଉ । ମୁଁ କର୍ପୋରେଟ ସେକ୍ଟରକୁ ମଧ୍ୟ ଅନୁରୋଧ କରୁଛି ଯେ, ଯେତେବେଳେ ଏହି ସମସ୍ତ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏକାଠି ହେବ, ସେତେବେଳେ ଏହାର ଉଚିତ ନିସ୍ତାରଣ (decantation) ପାଇଁ ଆଗେଇ ଆସନ୍ତୁ, ଏହାର ଉପଯୁକ୍ତ disposal ପାଇଁ ବ୍ୟବସ୍ଥା ହେଉ । ଏହାକୁ ପୁନଃଚକ୍ରଣ କରାଯାଇପାରେ । ଏଥିରୁ ଇନ୍ଧନ ପ୍ରସ୍ତୁତ କରାଯାଇପାରେ । ଏହି ଉପାୟରେ ଆମେ ଆସନ୍ତା ଦୀପାବଳୀ ସୁଦ୍ଧା ଏହି ପ୍ଲାଷ୍ଟିକ ଆବର୍ଜନାକୁ ସୁରକ୍ଷିତ ଭାବେ ନଷ୍ଟ କରିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରିପାରିବା । ବାସ୍, କେବଳ ସଂକଳ୍ପ ଦରକାର । ପ୍ରେରଣା ପାଇଁ ଅନ୍ୟ କେଉଁଠି ଖୋଜିବା ଦରକାର ନାହିଁ, ଗାନ୍ଧିଜୀଙ୍କଠାରୁ ବଡ଼ ପ୍ରେରଣା ଆଉ କ’ଣ ହୋଇପାରେ?

ମୋର ପ୍ରିୟ ଦେଶବାସୀଗଣ, ସଂସ୍କୃତରେ ଥିବା ଆମର ସୂକ୍ତିଗୁଡ଼ିକ ଜ୍ଞାନଭଣ୍ଡାରରେ ରତ୍ନ ସଦୃଶ । ଜୀବନରେ ଆମର ଯାହା ଆବଶ୍ୟକ ସେଥିରୁ ଆମେ ତାହା ପାଇପାରିବା । ଆଜିକାଲି ତ ସେଗୁଡ଼ିକ ସହିତ ମୋର ସମ୍ପର୍କ କମିଯାଇଛି, ଆଗରୁ କିନ୍ତୁ ବହୁତ ସମ୍ପର୍କ ଥିଲା । ଆଜି ସଂସ୍କୃତର ସୂକ୍ତିଗୁଡ଼ିକ ମଧ୍ୟରୁ ଗୋଟିଏ ସୁନ୍ଦର କଥା କହିବାକୁ ଚାହୁଁଛି ଯାହାକି ଶହ ଶହ ବର୍ଷ ପୂର୍ବେ ଲେଖା ହୋଇଥିଲେ ମଧ୍ୟ ଆଜି ବି ତା’ର ପ୍ରାସଙ୍ଗିକତା ରହିଛି । ଗୋଟିଏ ଉତମ ନୀତିବାକ୍ୟ ଅଛି ଯେଉଁଥିରେ କୁହାଯାଇଛି –

ପୃଥିବ୍ୟାଂ ତ୍ରିଣି ରତ୍ନାନି ଜଳମନ୍ନଂ ସୁଭାଷିତମ୍ 

ମୁଢ଼ୈ ପାଷାଣଖଣ୍ଡେଷୁ ରତ୍ନସଂଜ୍ଞା ପ୍ରଦୀୟତେ ।

ଯାହାର ଅର୍ଥ ହେଲା ଏ ପୃଥିବୀରେ ଜଳ, ଅନ୍ନ ଏବଂ ସୂକ୍ତି ହେଉଛି ତିନୋଟି ରତ୍ନ । କିନ୍ତୁ ମୂର୍ଖ ଲୋକମାନେ ପଥରକୁ ରତ୍ନ ବୋଲି କହିଥାନ୍ତି । ଆମ ସଂସ୍କୃତିରେ ଅନ୍ନର ମହିମା ଖୁବ୍ ଅଧିକ । ଏପରିକି ଆମେମାନେ ଅନ୍ନର ଜ୍ଞାନକୁ ବିଜ୍ଞାନରେ ପରିବର୍ତ୍ତିତ କରିସାରିଲୁଣି । ସୁଷମ ଓ ପୁଷ୍ଟିଯୁକ୍ତ ଭୋଜନ ଆମ ସମସ୍ତଙ୍କ ପାଇଁ ଅତ୍ୟାବଶ୍ୟକ । ବିଶେଷକରି ମହିଳା ଓ ଶିଶୁମାନଙ୍କ ପାଇଁ ଏହା ଜରୁରୀ କାରଣ ସେଇମାନେ ହିଁ ସମାଜରେ ଆମ ଭବିଷ୍ୟତର ମୂଳଦୁଆ । ‘ପୋଷଣ ଅଭିଯାନ’ ମାଧ୍ୟମରେ ସାରାଦେଶରେ ଆଧୁନିକ ବୈଜ୍ଞାନିକ ପଦ୍ଧତିରେ ପୋଷଣକୁ ଏକ ଜନଆନ୍ଦୋଳନରେ ପରିଣତ କରାଯାଉଛି । ଲୋକମାନେ ନୂତନ ଏବଂ ଚମତ୍କାର ପ୍ରଣାଳୀରେ କୁପୋଷଣ ବିରୁଦ୍ଧରେ ସଂଘର୍ଷ କରିଚାଲିଛନ୍ତି । ଥରେ ଗୋଟିଏ କଥା ମୋ ଦୃଷ୍ଟିକୁ ଅଣାଯାଇଥିଲା । ନାସିକରେ ‘ମୁଠାଏ ଧାନ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ଯାହା ଆଜି ଗୋଟିଏ ବଡ଼ ଆନ୍ଦୋଳନରେ ପରିଣତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀମାନେ ଫସଲ ଅମଳ ସମୟରେ ଲୋକମାନଙ୍କଠାରୁ ମୁଠାଏ ଶସ୍ୟ ସଂଗ୍ରହ କରୁଛନ୍ତି । ସଂଗୃହୀତ ଶସ୍ୟକୁ ଶିଶୁ ଓ ମହିଳାମାନଙ୍କର ଭୋଜନ ନିମିତ ବ୍ୟବହାର କରାଯାଉଛି । ଏହି କାର୍ଯ୍ୟକ୍ରମରେ ଦାନ ଦେଉଥିବା ବ୍ୟକ୍ତି ଜଣକ ସଚେତନ ନାଗରିକ ଓ ସମାଜସେବକ ଭାବରେ ପରିଚିତ ହେଉଛନ୍ତି । ତା’ପରେ ସେ ଏହି କାମ ପାଇଁ ସମର୍ପିତ ହୋଇଯାଉଛନ୍ତି । ସେ ଏହି ଆନ୍ଦୋଳନରେ ଜଣେ ସୈନିକର ଭୂମିକା ନେଉଛନ୍ତି । ହିନ୍ଦୁସ୍ତାନର ପ୍ରତ୍ୟେକ ଅଂଚଳରେ ପରିବାରମାନଙ୍କରେ ଅନ୍ନପ୍ରାସନ ସଂସ୍କାର କଥା ଆମେ ଶୁଣିଥାଉ । ପରିବାରରେ ପିଲାଟିକୁ ଯେବେ ପ୍ରଥମକରି ଦାନାଯୁକ୍ତ ଖାଦ୍ୟ ଖୁଆଇବା ଆରମ୍ଭ ହୁଏ ସେହିଦିନ ଏ ସଂସ୍କାର ହୋଇଥାଏ । ତରଳ ନୁହେଁ – କଠିନ ଖାଦ୍ୟ । 2010 ମସିହାରେ ଗୁଜରାଟ ଲୋକ ଭାବିଲେ ଯେ ଅନ୍ନପ୍ରାସନ୍ନ ସଂସ୍କାର ଦିନ ଛୋଟ ପିଲାମାନଙ୍କୁ ସୁଷମ ଭୋଜନ ଦିଆଗଲେ କେମିତି ହୁଅନ୍ତା – ଲୋକମାନେ ଏ ଦିଗରେ ସଚେତନ ହୋଇପାରନ୍ତେ । ଏହା ଏକ ବହୁତ ଭଲ ପଦକ୍ଷେପ ଥିଲା ଯାହାକି ସବୁ ଅଂଚଳରେ କରାଯାଇପାରନ୍ତା । କେତେ ରାଜ୍ୟରେ ଲୋକମାନେ ତିଥି ଭୋଜନ ଅଭିଯାନ ମଧ୍ୟ କରୁଛନ୍ତି । ପରିବାରରେ କୌଣସି ଜନ୍ମଦିନ, ଶୁଭଦିନ ବା ସ୍ମୃତି ଦିବସ ଆଦିରେ ପରିବାରର ଲୋକମାନେ ସୁଷମ ଏବଂ ସ୍ୱାଦିଷ୍ଟ ଭୋଜନ ପ୍ରସ୍ତୁତ କରି ଅଙ୍ଗନବାଡ଼ି, ସ୍କୁଲ ଆଦିକୁ ଯାଆନ୍ତି ଏବଂ ନିଜେ ପିଲାମାନଙ୍କୁ ଭୋଜନ ପରଷି ଦିଅନ୍ତି । ନିଜର ଆନନ୍ଦରେ ଅନ୍ୟମାନଙ୍କୁ ଅଂଶୀଦାର କରିବା ସଙ୍ଗେ ସଙ୍ଗେ ଅଧିକ ଆନନ୍ଦ ଅନୁଭବ କରିଥାନ୍ତି । ଏହାଦ୍ୱାରା ସେବାଭାବ ସହିତ ଆନନ୍ଦର ଏକ ଅଦ୍ଭୂତ ସମନ୍ୱୟ ହୋଇଥାଏ । ବନ୍ଧୁଗଣ, ଏମିତି ଛୋଟ ଛୋଟ ଅନେକ କଥା ଅଛି, ଯାହା ମାଧ୍ୟମରେ ଆମ ଦେଶ କୁପୋଷଣ ବିରୁଦ୍ଧରେ ପ୍ରଭାବଶାଳୀ ଭାବରେ ଲଢ଼ିପାରିବ । ସଚେତନତାର ଅଭାବ ଯୋଗୁଁ ଆଜି ଗରିବ ପରିବାର ଏବଂ ସଂପନ୍ନ ପରିବାର ମଧ୍ୟ ପ୍ରଭାବିତ । ସେପ୍ଟେମ୍ବର ମାସଟି ସାରାଦେଶରେ ‘ପୋଷଣ ଅଭିଯାନ’ ଭାବରେ ପାଳନ କରାଯିବ । ଆପଣ ନିଶ୍ଚିତ ଭାବରେ ଏଥିରେ ଯୋଗଦିଅନ୍ତୁ, ସୂଚନା ସଂଗ୍ରହ କରନ୍ତୁ ଏବଂ ନୂଆ କିଛି କରିବାର ପ୍ରୟାସ କରନ୍ତୁ । ଆପଣ ଯଦି ଜଣେ ଦିଜଣ ଲୋକଙ୍କୁ କୁପୋଷଣ ମୁକ୍ତ କରିପାରିଲେ ତେବେ ଆମେ ଦେଶକୁ କୁପୋଷଣ ମୁକ୍ତ କରିପାରିବା ।

“ହାଲୋ ସାର୍, ମୋ ନାଁ ସୃଷ୍ଟି ବିଦ୍ୟା ଓ ମୁଁ ଜଣେ 2ୟ ବର୍ଷର ଛାତ୍ରୀ । ସାର୍, ଅଗଷ୍ଟ 12 ତାରିଖ ଦିନ ମୁଁ Bear Gryllsଙ୍କ ସାଥିରେ ଆପଣଙ୍କ ଅଧ୍ୟାୟଟି ଦେଖିଥିଲି, ଯେଉଁଥିରେ ଆପଣ ଆସିଥିଲେ । ମୋତେ ସେ ଅଧ୍ୟାୟଟି ବହୁତ ଭଲ ଲାଗିଲା । ପ୍ରଥମତଃ ଏକଥା ଜାଣି ବହୁତ ଭଲ ଲାଗିଲା ଯେ ଆପଣ ଆମ ପ୍ରକୃତି, ବନ୍ୟଜୀବ ଓ ପରିବେଶ ସମ୍ପର୍କରେ କେତେ ଚିନ୍ତା କରୁଛନ୍ତି, କେତେ ଯତ୍ନ ନେଉଛନ୍ତି । ଆପଣଙ୍କର ଏହି ନୂଆ ଆଉ ଦୁଃସାହସିକ ରୂପ ଦେଖି ମୋତେ ବହୁତ ଖୁସି ଲାଗିଲା । ସାର ମୁଁ ଜାଣିବାକୁ ଚାହିଁବି ଯେ ଏହି ଅଧ୍ୟାୟ ଭିତରେ ଆପଣଙ୍କ ଅନୁଭୂତି କିପରି ଥିଲା? ଆଉ ଗୋଟିଏ କଥା ମୁଁ ଯୋଡ଼ିବାକୁ ଚାହେଁ ଯେ ଆପଣଙ୍କ Fitness level ତଥା ଆପଣଙ୍କୁ ଏଭଳି fit and fine ଦେଖି ଆମଭଳି ଯୁବବର୍ଗ ବହୁତ ପ୍ରଭାବିତ ଏବଂ ଉତ୍ସାହିତ ହୋଇଛୁ ।

ସୃଷ୍ଟିଜୀ, ଫୋନ କଲ୍ ପାଇଁ ଆପଣଙ୍କୁ ଧନ୍ୟବାଦ । ଆପଣଙ୍କ ଭଳି ହରିୟାଣାର ସୋହନାରୁ କେ.କେ. ପାଣ୍ଡେୟଜୀ ଏବଂ  ସୁରତର ଐଶ୍ୱର୍ଯ୍ୟା ଶର୍ମାଜୀଙ୍କ ସହିତ ଆହୁରି ଅନେକ ଲୋକ ଡିସକଭରି ଚାନେଲରେ  ଦେଖାଯାଇଥିବା ‘Man vrs. Wild’ ଅଧ୍ୟାୟ ବିଷୟରେ ଜାଣିବାକୁ ଚାହିଁଛନ୍ତି । ଏଥରର ‘ମନ୍ କି ବାତ୍’ ବିଷୟରେ ମୁଁ ଯେତେବେଳେ ଭାବୁଥିଲି, ମୋର ପୂର୍ଣ୍ଣ ବିଶ୍ୱାସ ଥିଲା ଯେ ଏ ବିଷୟରେ ଅନେକ ପ୍ରଶ୍ନ ଆସିବ । ଆଉ ସେଇଆ ବି ହେଲା । ଗତ କେତେ ସପ୍ତାହ ଭିତରେ ମୁଁ ଯୁଆଡ଼େ ବି ଯାଇଛି, ଯେଉଁ ଲୋକଙ୍କୁ ଭେଟିଛି ସେଠି ‘Man vrs. Wild’ ବିଷୟରେ ଚର୍ଚ୍ଚା ନିଶ୍ଚୟ ହୋଇଛି । ଏହି ଗୋଟିଏ ଅଧ୍ୟାୟ ଦ୍ୱାରା ମୁଁ ଖାଲି ଭାରତର ନୁହେଁ ବରଂ ସାରା ଦୁନିଆର ଯୁବବର୍ଗଙ୍କ ସହିତ ଯୋଡ଼ି ହୋଇପାରିଛି । ମୁଁ କେବେବି ଭାବିନଥିଲି ଯେ ଯୁବକମାନଙ୍କ ହୃଦୟରେ ମୁଁ ଏଭଳି ଏକ ସ୍ଥାନ ପାଇପାରିବି । ମୁଁ କେବେ ବି ଭାବିନଥିଲି ଯେ ଆମ ଦେଶ ତଥା ବିଶ୍ୱର ଯୁବବର୍ଗ ଏତେ ବିବିଧତାଭରା ବିଷୟ ପ୍ରତି ଧ୍ୟାନ ଦିଅନ୍ତି । ମୁଁ କଳ୍ପନା ବି କରିନଥିଲି ଯେ ସାରା ଦୁନିଆର ଯୁବବର୍ଗଙ୍କ ହୃଦୟକୁ ଛୁଇଁବାର ସୁଯୋଗ ମତେ ଜୀବନରେ କେବେ ମିଳିବ । ଆଉ କ’ଣ ହୋଇଥାନ୍ତା? ଏଇ ଗତ ସପ୍ତାହରେ ମୁଁ ଭୁଟାନ ଯାଇଥିଲି । ମୁଁ ଦେଖୁଛି – ପ୍ରଧାନମନ୍ତ୍ରୀ ଭାବରେ ମୁଁ ଯେତେବେଳେ ଯୁଆଡ଼େ ବି ଯାଇଛି, ଆନ୍ତର୍ଜାତିକ ଯୋଗଦିବସ ଯୋଗୁଁ ଏଭଳି ସ୍ଥିତି ହୋଇଛି ଯେ – ଯାହା ପାଖକୁ ଗଲେ ଯେଉଁଠି ବସିଲେ ସେଠି ପାଞ୍ଚ ସାତ ମିନିଟ୍ ଯୋଗ ବିଷୟରେ ମୋ ସାଥିରେ କଥାବାର୍ତ୍ତା ନିଶ୍ଚୟ ହେଉଛି । ବୋଧହୁଏ ବିଶ୍ୱରେ ଏମିତି କେହି ବଡ଼ ନେତା ନ ଥିବେ ଯିଏ ମୋ ସହିତ ଯୋଗ ବିଷୟରେ ଆଲୋଚନା କରିନାହାନ୍ତି । ଏ ହେଉଛି ମୋର ଅନୁଭୂତି । କିନ୍ତୁ ଆଜିକାଲି ଗୋଟିଏ ନୂଆ ଅନୁଭୂତି ଆସୁଛି । ଯିଏ ବି ଭେଟ ହେଉଛନ୍ତି, ଯାହା ସହିତ କଥା ହେବାର ସୁଯୋଗ ମିଳୁଛି ସେମାନେ Wild Life ବା ପରିବେଶ ସମ୍ବନ୍ଧରେ ଆଲୋଚନା କରୁଛନ୍ତି । ବାଘ,ସିଂହ ଜୀବ – ସୃଷ୍ଟି ଏମିତି କେତେ କ’ଣ । ଲୋକମାନଙ୍କର ଏତେ ରୁଚି ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଏ । ଡିସକଭରି ଚାନେଲ ଏହି କାର୍ଯ୍ୟକ୍ରମକୁ ଶହେ ପଞ୍ଚଷଠି ଦେଶରେ ସେମାନଙ୍କ ଭାଷାରେ ପ୍ରଚାର କରିବାର ଯୋଜନା କରିଛି । ଆଜି ଯେତେବେଳେ ପର୍ଯ୍ୟାବରଣ, ବିଶ୍ୱ ତାପାୟନ, ଜଳବାୟୁ ପରିବର୍ତ୍ତନ ବିଷୟରେ ସାରା ବିଶ୍ୱରେ ମନ୍ଥନ ଆରମ୍ଭ ହୋଇଛି, ମୁଁ ଆଶା କରୁଛି ଯେ ଏ ସମୟରେ ଡିସକଭରି ଚାନେଲର ଏ କାର୍ଯ୍ୟକ୍ରମ ସାରା ବିଶ୍ୱକୁ ଭାରତର ବାର୍ତ୍ତା, ଭାରତର ପରମ୍ପରା, ସଂସ୍କାର ଯାତ୍ରା, ପ୍ରକୃତି ପ୍ରତି ସମ୍ବେଦନଶୀଳତା ଆଦି ସମସ୍ତ ବିଷୟରେ ପରିଚିତ କରାଇବାରେ ସହାୟକ ହେବ । ଏହା ମୋର ପୂର୍ଣ୍ଣ ବିଶ୍ୱାସ । ଆମ ଭାରତରେ Climate Justice ଏବଂ ସ୍ୱଚ୍ଛ ପରିବେଶ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଏବେ ଲୋକମାନେ ଜାଣିବାକୁ ଚାହାନ୍ତି । କିନ୍ତୁ ଆଉ ଗୋଟିଏ କୌତୁହଳପ୍ରଦ କଥା ହେଲା କିଛି ଲୋକ ମତେ ଟିକେ ସଂକୋଚର ସହିତ ଗୋଟିଏ କଥା ପଚାରନ୍ତି ଯେ ମୋଦିଜୀ କୁହନ୍ତୁ ତ – ଆପଣ ହିନ୍ଦୀରେ କଥା କହୁଥିଲେ କିନ୍ତୁ Bear Grylls ତ ହିନ୍ଦୀ ଜାଣନ୍ତି ନାହିଁ – ତଥାପି ଦୁହେଁ ଏତେଶୀଘ୍ର ବାର୍ତ୍ତାଳାପ କେମିତି କରିପାରୁଥିଲେ? ଏଇଟା କ’ଣ ପଛରେ Edit କରାହୋଇଥିଲା କି? ଏଇଟା କ’ଣ ବହୁବାର ସୁଟିଂ ହେଇଛି – ପ୍ରକୃତରେ କ’ଣ ହୋଇଥିଲା? ବଡ଼ କୌତୁହଳର ସହ ଏକଥା ପଚାରନ୍ତି । ଦେଖନ୍ତୁ ଏଥିରେ କୌଣସି ରହସ୍ୟ ନାହିଁ । ଅନେକ ଲୋକଙ୍କ ମନରେ ଏ ପ୍ରଶ୍ନ ଉଠୁଛି । ତେଣୁ ମୁଁ ରହସ୍ୟକୁ ଖୋଲି ଦେଉଛି । ସେମିତି ରହସ୍ୟ ବୋଲି ଏଥିରେ କିଛି ନାହିଁ । ବାସ୍ତବତା ହେଲା ଏଇଆ ଯେ Bear Gryllsଙ୍କ ସହ କଥାବାର୍ତ୍ତାରେ Technologyର ସମ୍ପୂର୍ଣ୍ଣ ଉପଯୋଗ ହୋଇଛି । ଯେତେବେଳେ ମୁଁ କିଛି କହୁଥିଲି ଏକା ସମୟରେ ତୁରନ୍ତ ତା’ର ଅନୁବାଦ ଇଂରାଜୀରେ ହୋଇଯାଉଥିଲା । ଏକକାଳୀନ ଭାଷାନ୍ତରଣ ହେଉଥିଲା ଆଉ Bear Gryllsଙ୍କ କାନରେ ଗୋଟିଏ ଛୋଟ Cordless ଉପକରଣ ଲାଗିଥିଲା । ମୁଁ କହୁଥିଲି ହିନ୍ଦୀ ଆଉ ତାଙ୍କୁ ଶୁଭୁଥିଲା ଇଂରାଜୀ । ଫଳରେ ପରସ୍ପର କଥାବାର୍ତ୍ତା ବହୁତ ସହଜରେ ହୋଇପାରୁଥିଲା । ଏଇତ ହେଲା Technologyର କମାଲ । ଏଇ କାର୍ଯ୍ୟକ୍ରମ ପରେ ବହୁତ ଲୋକ ଜିମ୍ କରବେଟ୍ ଜାତୀୟ ଉଦ୍ୟାନ ବିଷୟରେ କଥାବାର୍ତ୍ତା ହେବା ଦେଖିବାକୁ ମିଳୁଛି । ଆପଣମାନେ ମଧ୍ୟ ପ୍ରକୃତି ଏବଂ ବନ୍ୟଜୀବଙ୍କ ସହ ଜଡ଼ିତ ସ୍ଥାନମାନଙ୍କର ଭ୍ରମଣ କରନ୍ତୁ । ମୁଁ ଆଗରୁ ବି ଆପଣମାନଙ୍କୁ କହିଛି ଏବେବି କହୁଛି ଆପଣମାନେ ଜୀବନରେ ଥରେ ଉତ୍ତର ପୂର୍ବ ଭାରତକୁ ନିଶ୍ଚିତ ଭାବେ ଯାଆନ୍ତୁ । କେତେ ଚମତ୍କାର ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ! ଆପଣମାନେ ଦେଖିଲେ ସ୍ତମ୍ଭୀଭୂତ ହୋଇଯିବେ । ଆପଣଙ୍କ  ଅନ୍ତର୍ମନ ବିସ୍ତାରିତ ହୋଇଯିବ । ଅଗଷ୍ଟ 15 ତାରିଖ ଦିନ ଲାଲକିଲ୍ଲାରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିଥିଲି ଯେ ଆଗାମୀ 3 ବର୍ଷ ମଧ୍ୟରେ ଆପଣମାନେ ଅତି କମରେ 15ଟି ସ୍ଥାନକୁ ଯାଆନ୍ତୁ । ଭାରତ ଭିତରେ ସମ୍ପୂର୍ଣ୍ଣ ଶହେ ପ୍ରତିଶତ ପର୍ଯ୍ୟଟନ ଉଦ୍ଦେଶ୍ୟ ନେଇ 15ଟି ସ୍ଥାନ ଭ୍ରମଣ କରନ୍ତୁ, ଦେଖନ୍ତୁ, ଅଧ୍ୟୟନ କରନ୍ତୁ ଆଉ ପୁରା ପରିବାର ସହ ସେଠାରେ କିଛି ସମୟ ରୁହନ୍ତୁ । ଆମର ଏ ଦେଶ ବିବିଧତାରେ ପରିପୂର୍ଣ୍ଣ । ଏଇ ବିବିଧତାଗୁଡ଼ିକ ଏକ ଶିକ୍ଷକ ଭଳି ଆପଣଙ୍କୁ ମଧ୍ୟ ବିବିଧତାରେ ଭରିଦେବ । ଆପଣଙ୍କ ଜୀବନର ବିସ୍ତାର ହେବ । ଆପଣଙ୍କ ଚିନ୍ତାଧାରା ମଧ୍ୟ ପ୍ରସାରିତ ହେବ । ମୋ ଉପରେ ଭରସା ରଖନ୍ତୁ, ଭାରତ ଭିତରେ ଏଭଳି ସ୍ଥାନ ସବୁ ଅଛି ଯେଉଁଠୁ ଆପଣମାନେ ନୂତନ ସ୍ଫୁର୍ତ୍ତି, ନୂତନ ଉତ୍ସାହ, ନୂତନ ଚିନ୍ତାଧାରା ଆଉ ନୂଆ ପ୍ରେରଣା ନେଇକରି ଆସିବେ । ହୋଇପାରେ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ କେତେକ ସ୍ଥାନକୁ ବାରମ୍ବାର ଯିବାପାଇଁ ଇଚ୍ଛାହେବ ।

ମୋର ପ୍ରିୟ ଦେଶବାସୀଗଣ, ଭାରତରେ ପରିବେଶର ଯତ୍ନ ଆଉ ପରିବେଶ ପାଇଁ ଚିନ୍ତା ସ୍ୱାଭାବିକ ଭାବେ ଦୃଷ୍ଟିଗୋଚର ହେଉଛି । ଗତମାସରେ ମୋତେ ବ୍ୟାଘ୍ର ଗଣନା ରିପୋର୍ଟ ଉନ୍ମୋଚନ କରିବାର ସୁଯୋଗ ମିଳିଥିଲା । ଭାରତରେ କେତେ ବାଘ ଅଛନ୍ତି ଆପଣ ଜାଣନ୍ତି କି? ଭାରତରେ ଏବେ ବାଘମାନଙ୍କର ସଂଖ୍ୟା ହେଉଛି 2967 । ଦୁଇ ହଜାର ନ ସହ ସତଷଠି ।  କିଛି ବର୍ଷ ପୂର୍ବେ ଏହି ସଂଖ୍ୟା ବହୁ କଷ୍ଟରେ ଏହାର ଅଧା ଥିଲା । 2010 ମସିହାରେ ଋଷର ସେଂଟ ପିଟର୍ସବର୍ଗଠାରେ ବ୍ୟାଘ୍ର ସମ୍ମେଳନ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶ୍ୱର ବାଘ ସଂଖ୍ୟା ହ୍ରାସକୁ ନେଇ ଉଦବେଗ ପ୍ରକାଶ କରି ଗୋଟିଏ ସଂକଳ୍ପ ପାରିତ ହୋଇଥିଲା । ଏହି ସଂକଳ୍ପରେ କୁହାଯାଇଥିଲା  ଯେ 2022 ସୁଦ୍ଧା ବିଶ୍ୱର ବାଘସଂଖ୍ୟା ଦୁଇଗଣ କରିବାକୁ ହେବ । କିନ୍ତୁ ଏ ହେଉଛି ନୂଆ ଭାରତ, ଏଠି ଆମେ ଲକ୍ଷ୍ୟକୁ ଖୁବ୍ ଜଲଦି ପୂରଣ କରିଛୁ । ଆମେ 2019ରେ ହିଁ ଆମ ଦେଶରେ ବାଘ ସଂଖ୍ୟାକୁ ଦୁଇଗୁଣ କରିପାରିଛୁ । ଖାଲି ବାଘ ସଂଖ୍ୟା ନୁହେଁ ଆମ ଦେଶରେ ସୁରକ୍ଷିତ ବନାଞ୍ଚଳ ଏବଂ ଗୋଷ୍ଠୀ ସଂରକ୍ଷିତ ବନାଞ୍ଚଳ ସଂଖ୍ୟା ମଧ୍ୟ ବଢ଼ିଛି । ମୁଁ ଯେତେବେଳେ ବାଘ ସମ୍ପର୍କିତ ତଥ୍ୟ ଉନ୍ମୋଚନ  କରୁଥିଲି ସେତେବେଳେ ମୋର ଗୁଜରାଟର ଗୀର୍ ଜଙ୍ଗଲ କଥା ମନେପଡ଼ୁଥିଲା । ମୁଁ ସେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ଗୀର ଜଙ୍ଗଲରେ ସିଂହଙ୍କର ବାସସ୍ଥାନ ସଂକୁଚିତ ହେବାରେ ଲାଗିଥିଲା । ସିଂହ ସଂଖ୍ୟା କମ୍ ହେବାରେ ଲାଗିଥିଲା । ସେତେବେଳେ ଗୀରରେ ଆମେ ଗୋଟିଏ ପରେ ଗୋଟିଏ କରି ଅନେକଗୁଡ଼ିଏ ପଦକ୍ଷେପ ନେଲୁ । 2007 ମସିହାରେ ଆମେ ମହିଳା ଗାର୍ଡ଼ ନିଯୁକ୍ତି କରିବାର ନିଷ୍ପତ୍ତି ନେଲୁ । ପର୍ଯ୍ୟଟନକୁ ବଢ଼ାଇବା ପାଇଁ ଭିତ୍ତିଭୂମି ବିକଶିତ କରାଗଲା । ଯେତେବେଳେ ବି ଆମେ ପ୍ରକୃତି ବା ବନ୍ୟଜୀବମାନଙ୍କ କଥା ଚିନ୍ତାକରୁ କେବଳ ସଂରକ୍ଷଣ ବିଷୟରେ ହିଁ ଚର୍ଚ୍ଚା କରିଥାଉ । କିନ୍ତୁ ଏବେ ଆମକୁ ସଂରକ୍ଷଣଠାରୁ ଆଗକୁ ଯାଇ ସମ୍ବେଦନା ସମ୍ବନ୍ଧରେ ଚିନ୍ତା କରିବାକୁ ପଡ଼ିବ । ଆମ ଶାସ୍ତ୍ରରେ ଏ ବିଷୟରେ ମଧ୍ୟ ସୁନ୍ଦର ମାର୍ଗଦର୍ଶନ ମିଳେ । ଶତାବ୍ଦୀ ଶତାବ୍ଦୀ ପୂର୍ବରୁ ଆମ ଶାସ୍ତ୍ରରେ କୁହାଯାଇଛି –

ନିର୍ବନୋ ବଧ୍ୟତେ ବ୍ୟାଘ୍ରୋନିର୍ବ୍ୟାଘ୍ରଂ ଚ୍ଛିଦ୍ୟତେ ବନମ୍ ।

ତସ୍ମାତ୍ ବ୍ୟାଘ୍ରୋ ବନଂ ରକ୍ଷେତ୍ବନଂ ବ୍ୟାଘ୍ରଂ ନ ପାଳୟେତ୍ ।

ଅର୍ଥାତ୍, ଯଦି ବନ ନ ରହିବ ତେବେ ବାଘ ଜନବସତି ଆଡେ ଆସିବା ପାଇଁ ବାଧ୍ୟ ହେବେ ଏବଂ ମୃତ୍ୟୁମୁଖରେ ପଡ଼ିବେ । ସେଇଭଳି, ଜଙ୍ଗଲରେ ଯଦି ବାଘ ନ ରହିବେ ତେବେ ମଣିଷ ଜଙ୍ଗଲକୁ କାଟି ନଷ୍ଟ କରିଦେବ । ତେଣୁ ବାସ୍ତବରେ, ଦେଖିବାକୁ ଗଲେ ଜଙ୍ଗଲ ବାଘକୁ ରକ୍ଷା କରୁନି ବରଂ ବାଘ ଜଙ୍ଗଲକୁ ରକ୍ଷା କରୁଛି । ଦେଖନ୍ତୁ କେତେ ସୁନ୍ଦର ଭାବରେ ଆମର ପୂର୍ବଜମାନେ ଆମକୁ ବୁଝାଇ କହିଛନ୍ତି । ସେଥିପାଇଁ ଆମର ଯେ କେବଳ ବନ, ବନସ୍ପତି ଓ ବନ୍ୟଜୀବମାନଙ୍କର ସଂରକ୍ଷଣ କରିବାର ଆବଶ୍ୟକତା ରହିଛି ସେକଥା ନୁହେଁ ବରଂ ଏଭଳି ବାତାବରଣ ସୃଷ୍ଟି କରିବା ଉଚିତ ଯାହାଦ୍ୱାରା ସେମାନଙ୍କର ଠିକ୍ ଭାବେ ସଂଖ୍ୟା ବୃଦ୍ଧି ହୋଇପାରିବ ।

ମୋର ପ୍ରିୟ ଦେଶବାସୀଗଣ, 1893 ମସିହାରେ ସ୍ୱାମୀ ବିବେକାନନ୍ଦ ଦେଇଥିବା ଐତିହାସିକ ଭାଷଣକୁ କିଏ ବା ଭୁଲିପାରିବ! ସମଗ୍ର ବିଶ୍ୱର ମାନବ ଜାତିକୁ ଚମତ୍କୃତ କରିଥିବା ଭାରତର ଏହି ଯୁବ ସନ୍ନ୍ୟାସୀ ଜଣକ ସାରା ଦୁନିଆରେ ଭାରତର ଏକ ବିଶିଷ୍ଟ ପରିଚୟ ସୃଷ୍ଟିକରି ଆସିଲେ । ଯେଉଁ ପରାଧୀନ ଭାରତ ଆଡ଼କୁ ବିଶ୍ୱ ଏକ ବିକୃତ ଦୃଷ୍ଟିଭଙ୍ଗୀରେ ଦେଖୁଥିଲା, 11 ସେପ୍ଟେମ୍ବର 1893ରେ ସ୍ୱାମୀ ବିବେକାନନ୍ଦଙ୍କ ଭଳି ମହାପୁରୁଷଙ୍କର ସେହି ଭାଷଣ ଭାରତ ପ୍ରତି ସେହି ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣିବାକୁ ସାରା ବିଶ୍ୱକୁ ବାଧ୍ୟ କରିଦେଇଥିଲା । ସ୍ୱାମୀ ବିବେକାନନ୍ଦ ଯେଉଁ ଭାରତକୁ ଦେଖିଥିଲେ, ଭାରତର ଯେଉଁ ସାମର୍ଥ୍ୟକୁ ଚିହ୍ନିଥିଲେ, ଆସନ୍ତୁ ଆମେ ସେହି ଅନୁସାରେ ଜୀବନ ଜୀଇଁବାର ଚେଷ୍ଟା କରିବା । ଆମ ଭିତରେ ସବୁକିଛି ଅଛି, ଆତ୍ମବିଶ୍ୱାସର ସହିତ ଆଗେଇବାକୁ ପଡ଼ିବ ।

ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କର ମନେଥିବ ଯେ ଅଗଷ୍ଟ 29 ତାରିଖକୁ ‘ଜାତୀୟ କ୍ରୀଡ଼ାଦିବସ’ ଭାବେ ପାଳନ କରାଯାଉଛି । ଏଇ ଅବସରରେ ଆମେ ସାରା ଦେଶରେ ‘Fit India Movement’ ଆରମ୍ଭ କରିବାକୁ ଯାଉଛୁ । ନିଜକୁ ସୁସ୍ଥ ରଖିବା ସହ ଦେଶକୁ ମଧ୍ୟ ସୁସ୍ଥ ରଖିବାକୁ ପଡ଼ିବ । ପିଲା, ବୃଦ୍ଧ, ଯୁବ, ମହିଳା ସମସ୍ତଙ୍କ ପାଇଁ ଏହା ଏକ ଉତ୍ସାହପ୍ରଦ ଅଭିଯାନ ହେବ ଏବଂ ଏହା ଆପଣଙ୍କର ନିଜର ହିଁ ହେବ । କିନ୍ତୁ ତା’ର ନିର୍ଦ୍ଦିଷ୍ଟ ବିବରଣୀ ମୁଁ ଆଜି ଆପଣଙ୍କୁ ଜଣେଇବି ନାହିଁ । ଅଗଷ୍ଟ 29 ଯାଏ ଅପେକ୍ଷା କରନ୍ତୁ । ମୁଁ ସେହିଦିନ ଏ ବିଷୟରେ ବିସ୍ତୃତ ଆଲୋଚନା କରିବି ଏବଂ ଆପଣମାନଙ୍କୁ ଏଥିରେ ସାମିଲ ନ କରି ରହିପାରିବିନି । କାରଣ ମୁଁ ଆପଣମାନଙ୍କୁ ସୁସ୍ଥ ଦେଖିବାକୁ ଚାହେଁ । ଆପଣଙ୍କୁ Fitness ପ୍ରତି ସଚେତନ କରିବାକୁ ଚାହୁଁଛି । ଦେଶ ପାଇଁ ଏବଂ Fit India ପାଇଁ ଆମେ ମିଳିତ ଭାବରେ କିଛି ଲକ୍ଷ୍ୟ ମଧ୍ୟ ନିର୍ଦ୍ଧାରଣ କରିବା ।

ମୋର ପ୍ରିୟ ଦେଶବାସୀଗଣ, ଅଗଷ୍ଟ 29ର Fit India କାର୍ଯ୍ୟକ୍ରମ ପାଇଁ ସେପ୍ଟେମ୍ବର ମାସର ‘ପୋଷଣ ଅଭିଯାନ’ ପାଇଁ ଏବଂ ବିଶେଷକରି 11 ସେପ୍ଟେମ୍ବରରୁ ଅକ୍ଟୋବର 2 ଯାଏ ସ୍ୱଚ୍ଛତା ଅଭିଯାନ ପାଇଁ ଆପଣମାନଙ୍କୁ ମୋର ଅପେକ୍ଷା ରହିଲା । ଆଉ ହଁ, ଅକ୍ଟୋବର 2 ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ବର୍ଜନ ପାଇଁ ସମର୍ପିତ । ପ୍ଲାଷ୍ଟିକରୁ ମୁକ୍ତି ପାଇବା ପାଇଁ ଆମେ ଘରେ ଏବଂ ବାହାରେ ସମ୍ପୂର୍ଣ୍ଣ ଶକ୍ତି ସହ ଲାଗିପଡ଼ିବା । ମୁଁ ଜାଣେ ଏ ସମସ୍ତ ଅଭିଯାନ ସୋସିଆଲ ମିଡିଆରେ ବି ଚହଳ ପକେଇଦେବ । ଆସନ୍ତୁ, ଗୋଟିଏ ନୂତନ ଉତ୍ସାହ, ନୂତନ ସଂକଳ୍ପ ଆଉ ନୂତନ ଶକ୍ତି ସହିତ ଆଗେଇ ଚାଲିବା ।

ମୋର ପ୍ରିୟ ଦେଶବାସୀଗଣ, “ମନ୍ କି ବାତ୍’’ ଆଜିପାଇଁ ଏତିକି । ପୁଣି କଥାହେବା । ମୁଁ ଆପଣଙ୍କ କଥା ଓ ଆପଣଙ୍କ ମତାମତକୁ ଅପେକ୍ଷା କରିବି । ଆସନ୍ତୁ ଆମେ ସମସ୍ତେ ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନର ଭାରତ ଗଢ଼ି ତୋଳିବାକୁ, ଗାନ୍ଧିଜୀଙ୍କର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗେଇଯିବା – ‘ସ୍ୱାନ୍ତଃ ସୁଖାୟଃ’ । ଆମ ଭିତରର ଆନନ୍ଦକୁ ସେବା ଭାବରେ ପରିଣତ କରି ଆଗେଇ ଚାଲିବା ।

ବହୁତ ବହୁତ ଧନ୍ୟବାଦ, ନମସ୍କାର । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India records highest-ever startup surge with 55,200 recognised in FY26

Media Coverage

India records highest-ever startup surge with 55,200 recognised in FY26
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves two railway projects in Uttar Pradesh and Andhra Pradesh worth Rs 24,815 crore
April 18, 2026

The Cabinet Committee on Economic Affairs, chaired by the Prime Minister Shri Narendra Modi, today has approved 02 (Two) projects of Ministry of Railways with total cost of Rs. 24,815 crore (approx.). These projects include:

Name of Project

Route Length (in km)

Track Length (in km)

Completion Cost (Rs. in Cr.)

Ghaziabad – Sitapur 3rd and 4th Line

403

859

14,926

Rajahmundry (Nidadavolu) – Visakhapatnam (Duvvada) 3rd and 4th Line

 

198

 

458

 

9,889

Total

601

1,317

24,815

The increased line capacity will significantly enhance mobility, resulting in improved operational efficiency and service reliability for Indian Railways. These multi-tracking proposals are poised to streamline operations and alleviate congestion. The projects are in line with the Prime Minister Shri Narendra Modiji’s Vision of a New India which will make people of the region “Atmanirbhar” by way of comprehensive development in the area which will enhance their employment/ self-employment opportunities.

The projects are planned on PM-Gati Shakti National Master Plan with focus on enhancing multi-modal connectivity & logistic efficiency through integrated planning and stakeholder consultations. These projects will provide seamless connectivity for movement of people, goods, and services.

The 02 (Two) projects covering 15 Districts across the states of Uttar Pradesh and Andhra Pradesh will increase the existing network of Indian Railways by about 601 Kms.

The proposed capacity enhancement will improve rail connectivity to several prominent tourist destinations across the country, including Dudheshwarnath Temple, Garhmukteshwar Ganga Ghat, Dargah Shah Wilayat Jama Masjid (Amroha), Naimisharanya (Sitapur), Annavaram, Antarvedi, Draksharamam, etc.

The proposed projects are essential routes for transportation of commodities such as coal, foodgrains, cement, POL, iron and steel, container, fertilizers, sugar, chemical salts, limestone, etc. The Railways being environment friendly and energy efficient mode of transportation, will help both in achieving climate goals and minimizing logistics cost of the country lowering CO2 emissions (180.31Crore Kg) which is equivalent to plantation of 7.33 Crore trees.

Ghaziabad – Sitapur 3rd and 4th Line (403 Km)

  • Ghaziabad – Sitapur is an existing double line section forming a key part of Delhi- Guwahati High Density Network (HDN 4).
  • The project is crucial for improving connectivity between the Northern and Eastern region of the country.
  • The existing line capacity utilization of the section is up to 168% and is projected to be up to 207% in case the project is not taken up.
  • Transverses through Ghaziabad, Hapur, Amroha, Moradabad, Rampur, Bareilly, Sahjahanpur, Lakhimpur Kheri and Sitapur districts of Uttar Pradesh.
  • The project route passes through major industrial centres - Ghaziabad (machinery, electronics, pharmaceuticals), Moradabad (brassware and handicrafts), Bareilly (furniture, textiles, engineering), Shahjahanpur (carpets and cement-related industries), and Roza (thermal power plant).
  • For seamless transportation, the project alignment is planned to bypass congested stations of Hapur, Simbhaoli, Moradabad, Rampur, Bareilly, Shahjahanpur, and Sitapur and accordingly, six new stations are proposed on the bypassing sections.
  • Key tourist/religious places along/near to the project section are Dudheshwarnath Temple, Garhmukteshwar Ganga Ghat, Dargah Shah Wilayat Jama Masjid (Amroha), and Naimisharanya (Sitapur) among others.
  • Anticipated additional freight traffic of 35.72 MTPA consisting of Coal, Foodgrains, Chemical Manures, Finished Steel, etc.
  • Estimated Cost: Rs.14,926 crore (approx.)
  • Employment generation: 274 lakh human-days.
  • CO2 emissions saved: About 128.77 crore Kg CO2 equivalent to 5.15 Cr trees.

  • Logistic cost saving: Rs. 2,877.46 crore every year vis-a vis road transportation.

Ghaziabad – Sitapur 3rd and 4th Line (403 Km)

Rajahmundry (Nidadavolu) – Visakhapatnam (Duvvada) 3rd and 4th Line (198 Km)

  • Rajahmundry (Nidadavolu) – Visakhapatnam (Duvvada) section forms part of the Howrah – Chennai High Density Network (HDN).
  • The proposed project is part of quadrupling initiative of Howrah – Chennai High Density Network (HDN) route.
  • The project traverses through East Godavari, Konaseema, Kakinada, Anakapalle and Vishakapatnam districts of Andhra Pradesh.
  • Visakhapatnam is identified as an Aspirational District in the Aspirational Districts Programme.
  • It provides connectivity to major ports along the East Coast such as Visakhapatnam, Gangavaram, Machilipatnam and Kakinada.
  • The project route runs along the eastern coastline and is among the busiest, predominantly freight-oriented sections of the East Coast Rail Corridor.
  • The line capacity utilization of the section has already reached up to 130%, leading to frequent congestion and operational delays. The line capacity is expected to increase further due to proposed expansion of ports and industries in the region.
  • Project section includes 4.3 km rail bridge over Godavari River, 2.67 km viaduct, 3 bypasses and the new alignment is around 8 km shorter than the existing route, improving connectivity and operational efficiency.
  • The proposed section will also boost tourism by improving access to key destinations such as Annavaram, Antarvedi and Draksharamam etc.
  • Anticipated additional freight traffic of 29.04 MTPA consisting of Coal, Cement, Chemical Manures, Iron and Steel, Foodgrains, Containers, Bauxite, Gypsum, Limestone, etc.
  • Estimated Cost: Rs.9,889 crore (approx.)
  • Employment generation: 135 lakh human-days.
  • CO2 emissions saved: About 51.49 crore Kg CO2 equivalent to 2.06 Cr trees.

  • Logistic cost saving: Rs. 1,150.56 crore every year vis-a vis road transportation.

 

आर्थिक सशक्तिकरण:

Aspirational districts - Visakhapatnam district will get improved connectivity

Additional economic opportunities in the region through tourism & industries.

Better healthcare and education for the citizens due to enhanced rail connectivity.


Rajahmundry (Nidadavolu) – Visakhapatnam (Duvvada) 3rd and 4th Line (198 Km)

Prime Minister’s focus on railways:

  • Record budget allocation of Rs. 2,65,000 crore for FY 26-27.
  • Manufacturing more than 1600 locomotives- surpassed US and Europe in manufacturing of locomotive production
  • In FY 26, Indian Railways is expected to rank among the top three freight carriers globally, moving 1.6 billion tonnes of cargo.

  • India starts exporting metro coaches to Australia and bogie to United Kingdom, Saudi Arabia, France and Australia.