ପ୍ରଧାନମନ୍ତ୍ରୀଙ୍କୁ ମିଳିଲା ସେରା ୱିକ୍ ଗ୍ଲୋବାଲ ଏନର୍ଜି ଆଣ୍ଡ ଏନଭାଇରନମେଣ୍ଟ ଲିଡରସିପ ପୁରସ୍କାର
ଭାରତର ଜନସାଧାରଣ ଓ ପରମ୍ପରାକୁ ସମର୍ପିତ କଲେ ପୁରସ୍କାର
ମହାତ୍ମା ଗାନ୍ଧୀ ଥିଲେ ମାନବ ଜାତିର ଅନ୍ୟତମ ମହାନ ପରିବେଶ ଚାମ୍ପିଅନ : ପ୍ରଧାନମନ୍ତ୍ରୀ
ଅଭ୍ୟାସଗତ ପରିବର୍ତ୍ତନ ହେଉଛି ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼ିବାର ସବୁଠୁ ଶକ୍ତିଶାଳୀ ମାର୍ଗ : ପ୍ରଧାନମନ୍ତ୍ରୀ
ବର୍ତ୍ତମାନ ଯୁକ୍ତିଯୁକ୍ତ ଏବଂ ପରିବେଶଗତ ଭାବରେ ଚିନ୍ତା କରିବାର ସମୟ ଆସିଛି। ଏହା ମୋର କିମ୍ବା ଆପଣଙ୍କ କଥା ନୁହେଁ। ଏହା ଆମ ଗ୍ରହର ଭବିଷ୍ୟତ ସହ ଜଡ଼ିତ : ପ୍ରଧାନମନ୍ତ୍ରୀ

ଆପଣଙ୍କର ସଦୟ ଉପକ୍ରମଣିକା ନିମନ୍ତେ ଧନ୍ୟବାଦ ଡକ୍ଟର ଦାନ୍ ୟେର୍ଗିନ । ଏଠାରେ ଉପସ୍ଥିତ ସମସ୍ତ ବିଶିଷ୍ଟ ଅତିଥିବୃନ୍ଦଙ୍କୁ ଧନ୍ୟବାଦ

ନମସ୍କାର!

ଅତି ବିନମ୍ରତାର ସହିତ ମୁଁ ସେରାୱିକ୍ ବୈଶ୍ୱିକ ଶକ୍ତି ଓ ପର୍ଯ୍ୟାବରଣ ନେତୃତ୍ୱ ସମ୍ମାନକୁ ମୁଁ ଗ୍ରହଣ କରୁଛି । ମୁଁ ଏହି ସମ୍ମାନକୁ ଆମର ମହାନ୍ ମାତୃଭୂମି ଭାରତର ସମସ୍ତ ନାଗରିକଙ୍କୁ ଉତ୍ସର୍ଗ କରୁଛି । ମୁଁ ଏହି ପୁରସ୍କାରକୁ ଆମ ରାଷ୍ଟ୍ରର ମହାନ ଗୌରବୋଜ୍ଜ୍ୱଳ ପରମ୍ପରାକୁ ଉତ୍ସର୍ଗ କରୁଛି ଯାହା ଆମମାନଙ୍କୁ ପରିବେଶର ସୁରକ୍ଷା ଏବଂ ତାହାର ଯତ୍ନ କିଭଳି ଭାବେ ନେବାକୁ ପଡ଼େ ତାହା ଶିକ୍ଷା ଦେଇଛନ୍ତି ।  

ବନ୍ଧୁଗଣ,

ଏହି ସମ୍ମାନ ପର୍ଯ୍ୟାବରଣ କ୍ଷେତ୍ରରେ ନେତୃତ୍ୱକୁ ସ୍ୱୀକୃତି ପ୍ରଦାନ ପୂର୍ବକ ପ୍ରଦାନ କରାଯାଇଥାଏ । ନେତୃତ୍ୱ ସଂପର୍କରେ,ଏକଥା ସାଧାରଣତଃ କୁହାଯାଇଥାଏ ଯେ ନେତୃତ୍ୱ ପ୍ରଦର୍ଶନ କରିବାର ଶ୍ରେଷ୍ଠ ଉପାୟଟି ହେଲା ତାହାକୁ ନିଜ କର୍ମରେ ହିଁ ପ୍ରଦର୍ଶିତ କରିବା । ଏଥିରେ ସନ୍ଦେହ ନାହିଁ ଯେ ଯେତେବେଳେ ପରିବେଶର ଯତ୍ନ କଥା ମନକୁ ଆସେ, ଭାରତର ଲୋକମାନେ ଏହାର ନେତୃତ୍ୱ ନେଇଥାନ୍ତି । ଶତାବ୍ଦୀ ଶତାବ୍ଦୀ ଧରି ଏହି ଧାରା ଜାରି ରହିଆସିଛି । ଆମ ସଂସ୍କୃତି, ପ୍ରକୃତି ଏବଂ ଆଧ୍ୟାତ୍ମିକତା ଓତଃପ୍ରୋତ ଭାବେ ପରସ୍ପର ସହିତ ଜଡ଼ିତ।

ଆମର ଦେବାଦେବୀମାନେ କୌଣସି ନା କୌଣସି ବୃକ୍ଷ ଓ ଜୀବଜନ୍ତୁମାନଙ୍କ ସହିତ ଜଡ଼ିତ ରହିଆସିଛନ୍ତି । ସେହିସବୁ ବୃକ୍ଷ ଓ ଜୀବଜନ୍ତୁଙ୍କୁ ଆମେ ବେଶ୍ ପବିତ୍ର ବୋଲି ବିବେଚନା କରିଥାଉ । ଆପଣମାନେ ଯେକୌଣସି ରାଜ୍ୟର ଯେକୌଣସି ଭାଷାର ସାହିତ୍ୟକୁ ନିଅନ୍ତୁ । ଆପଣମାନେ ସେଥିରେ ଏଭଳି ଅନେକ ଉଦାହରଣମାନ ପାଇବେ ଯେଉଁଠାରେ ଲୋକ ଓ ପ୍ରକୃତି ପରସ୍ପର ସହ ଅତି ନିବିଡ଼ ଭାବେ ଜଡ଼ିତ ରହିଛନ୍ତି ।  

 

ବନ୍ଧୁଗଣ,

ମହାତ୍ମା ଗାନ୍ଧୀଙ୍କ ବ୍ୟକ୍ତିତ୍ୱ ମାଧ୍ୟମରେ ଆମେ ବିଶ୍ୱର ଜଣେ ସର୍ବଶ୍ରେଷ୍ଠ ପରିବେଶ ସୁରକ୍ଷାକାରୀଙ୍କୁ ପାଇଥାଉ । ଯଦି ସେ ପ୍ରଦର୍ଶିତ କରିଥିବା ମାର୍ଗକୁ ସମଗ୍ର ବିଶ୍ୱ ଅନୁସରଣ କରିଥାନ୍ତା, ତେବେ ଆମେ ଆଜି ଯେଉଁ ସମସ୍ୟାଗୁଡ଼ିକର ସମ୍ମୁଖୀନ ହେଉଛୁ ସେସବୁ ସମସ୍ୟାର କଦାପି ମୁକାବିଲା କରିବାକୁ ପଡ଼ିନଥାନ୍ତା । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ନିନେଦନ କରିବି ଯେ ଆପଣମାନେ ଥରେ ମହାତ୍ମା ଗାନ୍ଧୀଙ୍କ ପୈତୃକ ଗୃହ, ଯାହାକି ଗୁଜରାଟର ତଟୀୟ ସହର ପୋରବନ୍ଦରରେ ଅବସ୍ଥିତ ସେଠାକୁ ବୁଲି ଯାଆନ୍ତୁ । ତାଙ୍କ ଘର ପାଖକୁ ଲାଗି ଆପଣମାନେ ଦେଖିପାରିବେ ଜଳ ସଂରକ୍ଷଣର ଉପାୟ ବାସ୍ତବତାରେ କିଭଳି ଭାବେ ରୂପାୟିତ ହୋଇଛି । ଆଜକୁ ୨୦୦ ବର୍ଷ ପୂର୍ବେ ସେଠାରେ ବଡ଼ ବଡ଼ ଭୂତଳ ଟାଙ୍କିମାନ ନିର୍ମାଣ କରାଯାଇଥିଲା । ବର୍ଷ ଜଳକୁ ସଂଗ୍ରହ କରିବା ସକାଶେ ସେସବୁ ଟାଙ୍କି ନିର୍ମିତ ହୋଇଥିଲା ।

ବନ୍ଧୁଗଣ,

ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟ ହେଉଛି ଆଜିର ସବୁଠାରୁ ବଡ଼ ଚାଲେଞ୍ଜ୍ । ଉଭୟଟି ଆପଦା ମଧ୍ୟରେ ପାରସ୍ପରିକ ସଂପର୍କ ରହିଛି । ଏହା ବିରୋଧରେ ସଂଗ୍ରାମ କରିବାର ଦୁଇଟି ଉପାୟ ରହିଛି । ସେଥିରୁ ଗୋଟିଏ ହେଲା ନୀତି ନିର୍ଦ୍ଧାରଣ କରି, ଆଇନ ପ୍ରବର୍ତ୍ତନ କରି, ନିୟମମାନ କରି ଏବଂ ଶୃଙ୍ଖଳା ରକ୍ଷାକରି । ଏସବୁର ନିଜସ୍ୱ ଗୁରୁତ୍ୱ ଯେ ରହିଛି ସେଥିରେ କୌଣସି ସନ୍ଦେହ ନାହିଁ । ମୁଁ ଆପଣମାନଙ୍କୁ ଏ ସଂପର୍କରେ କେତୋଟି ଉଦହରଣ ବାଣ୍ଟିବାକୁ ଚାହେଁ: ଅଣଫସଲ ଉତ୍ସର ଚିନ୍ତନ ଯହା କି ଭାରତରେ ଘଟିଛି । ଦେଶର ବିଜୁଳି ଉତ୍ପାଦନର ମୋଟ ସ୍ଥାପନ କ୍ଷମତାର ୩୮ ପ୍ରତିଶତ ଏବେ ଅଣ ଫସିଲ ଉତ୍ସରୁ ଉତ୍ପାଦନ କରାଯାଉଛି । ଆମେ ୨୦୨୦ ମସିହା ଏପ୍ରିଲ ମାସରୁ ଭାରତ -୬ କାର୍ବନ ନିର୍ଗମନ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଲୁଣି ।ଏହା ୟୁରୋ- ୬ ମାନ୍ୟତା ସଙ୍ଗେ ସମାନ । ଭାରତ ପ୍ରାକୃତିକ ବାଷ୍ପ ଅଂଶ ବୃଦ୍ଧି ଦିଗରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ ଜାରି ରଖିଛି । ତାହା ବର୍ତ୍ତମାନର ଅଂଶ ୬%ରୁ ୨୦୩୦ ସୁଦ୍ଧା ୧୫ ପ୍ରତିଶତରେ ପହଞ୍ଚାଇବାର ଲକ୍ଷ୍ୟ ଧାର୍ଯ୍ୟ

 କରାଯାଇଛି । ଏଲଏନଜିକୁ ଏକ ଇନ୍ଧନ ଭାବେ ଉପସ୍ଥାପନ କରାଯାଉଛି । ଆମେ ଗତ ମାସରେ ହିଁ ରାଷ୍ଟ୍ରୀୟ ହାଇଡ୍ରୋଜେନ୍ ମିଶନର ଶୁଭାରମ୍ଭ କରିଛୁ ଯେଉଁଥିରେ ହାଇଡ୍ରୋଜେନକୁ ଇନ୍ଧନ ଭାବେ ବ୍ୟବହାର କରାଯିବ । ନିକଟରେ ପିଏମ କୁସୁମ ନାମକ ଏକ ଯୋଜନା ଘୋଷଣା କରାଯାଇଛି । ଏହା ସୌର ଶକ୍ତି ଉତ୍ପାଦନକୁ ପ୍ରୋତ୍ସାହନ ଯୋଗାଇବା ସକାଶେ ଏକ ସନ୍ତୁଳିତ ଓ ବିକେନ୍ଦ୍ରୀକୃତ ମଡ଼େଲ । କିନ୍ତୁ ଆମକୁ ଦେଖିବାକୁ ପଡ଼ି ଯେ ନୀତି, ଆଇନ, ନିୟମ ଓ ଶୃଙ୍ଖଳା ବାହାରେ ଆଉ ଏକ ଦୁନିଆ ମଧ୍ୟ ରହିଛି । ତାହା ହେଲା, ଜଳବାୟୁ ପରିବର୍ତ୍ତନ ବିରୋଧରେ ସଂଗ୍ରାମ ନିମନ୍ତେ ସବୁଠାରୁ ବଡ଼ ସାଧନଟି ହେଲା ଆଚରଣଗତ ପରିବର୍ତ୍ତନ । ଏ ସଂପର୍କରେ ଗୋଟିଏ ବେଶ୍ ଲୋକପ୍ରିୟ କାହାଣୀ ଅଛି ଯାହା ଆପଣମାନେ ସଭିଏଁ ପ୍ରାୟତଃ ଅବଗତ ଥିବେ । ଗୋଟିଏ ଛୋଟ ପିଲାକୁ ଖଣ୍ଡିଏ ଛିଣ୍ଡା ବିଶ୍ୱ ମାନଚିତ୍ର ଦିଆଗଲା । ସେହି ପିଲାଟିକୁ କୁହାଗଲା ଯେ ସେ ଏହାକୁ ଏପରି ଚିନ୍ତାକରି ସଜାଡ଼ୁ ଯେପରି ତାହା ବାସ୍ତବରେ ହୋଇପାରିବନାହିଁ । କିନ୍ତୁ, ପିଲାଟି ପ୍ରକୃତରେ ଏହି କାମ ସଫଳତାର ସହ କରିଦେଲା । ଯେତେବେଳେ ତାକୁ ପଚରାଗଲା, ସେ ଏହା କିପରି କରିପାରିଲା, ସେ କହିଲା, ବିଶ୍ୱ ମାନଚିତ୍ରର ପଛରେ ଗୋଟିଏ ଲୋକର ଚିତ୍ର ଥିଲା । ପିଲାଟି କେବଳ ଏଇଆ କଲା ଯେ ସେହି ଲୋକଟିର ଚିତ୍ରକୁ ସେ ଠିକ୍ ଭାବେ ସଜାଡ଼ିବାକୁ ଚେଷ୍ଟ କରିଥିଲା । ଏବଂ ସେଇ କାରଣରୁ, ବିଶ୍ୱ ମାନଚିତ୍ରଟି ମଧ୍ୟ ପଛପଟେ ସଜାଡ଼ି ହୋଇଗଲା । ଏହି ଗଳ୍ପଟି ଯେଉଁ ବାର୍ତ୍ତା ପ୍ରଦାନ କରେ ତାହା ବେଶ୍ ସ୍ପଷ୍ଟ: ଆମେ ନିଜକୁ ପ୍ରଥମେ ସଜାଡ଼ିବା ଆବଶ୍ୟକ ଏବଂ ଦୁନିଆ ଆପଣା ଛାଏଁ ସଜାଡ଼ି ହୋଇଯିବ ଏବଂ ବଞ୍ôଚବା ଲାଗି ଏକ ଉତ୍ତମ ସ୍ଥାନରେ ପରିଣତ ହୋଇଯିବ ।

ବନ୍ଧୁଗଣ,

ଏଭଳି ଆଚରଣଗତ ପରିବର୍ତ୍ତନର ମାନସିକତା ହେଉଛି ପାରମ୍ପରିମ ଅଭ୍ୟାସର ଏକ ମୁଖ୍ୟ ଅଙ୍ଗ ଯାହା ଆମକୁ କରୁଣାର ସହ ସମସ୍ତ ଖାଦ୍ୟ ଓ କାର୍ଯ୍ୟ ଉପଭୋଗ କରିବାକୁ ଚେତାଇ ଥାଏ । ଚିନ୍ତାହୀନ ଭାପେ କୌଣସି କାର୍ଯ୍ୟ କରିବାର ସଂସ୍କୃତି ଆମ କାର୍ଯ୍ୟଧାରା ଅବା ଚିନ୍ତନରେ ନାହିଁ । ଆମର କୃଷି ପଦ୍ଧତି କିମ୍ବା ଖାଦ୍ୟ ପଦ୍ଧତି ଆଡ଼େ ଦୃଷ୍ଟିପାତ କଲେ ଏହା ସହଜରେ ଜଣାଯିବ । ଆମର ବିଚରଣ କିମ୍ବା ଶକ୍ତି ଉପଯୋଗ ପଦ୍ଧତିକୁ ମଧ୍ୟ ଲକ୍ଷ୍ୟ କରାଯାଉ । ମୁଁ ଆମର କୃଷକମାନଙ୍କ ପାଇଁ ବେଶ୍ ଗର୍ବ ଅନୁଭବ କରେ । ସେମାନେ ଜଳସେଚନ ନିମନ୍ତେ ସଦାସର୍ବଦା ଅତ୍ୟାଧୁନିକ ପ୍ରଯୁକ୍ତିର ଉପଯୋଗ କରୁଛନ୍ତି । ସେମାନଙ୍କ ମନରେ ମୃତ୍ତିକାର ଉର୍ବରତା ବୃଦ୍ଧି ଏବଂ କୀଟନାଶକ ବ୍ୟବହାର କମାଇବା ନିମନ୍ତେ ସଚେତନତା ବୃଦ୍ଧି ପାଉଛି । ଆଜି ସମଗ୍ର ବିଶ୍ୱ ସୁସ୍ଥତା ଏବଂ ନିରାମୟତା ଉପରେ ଗୁରୁତ୍ୱ ଆରୋପ କରୁଛି । ଲୋକମାନଙ୍କ ମନରେ ପୁଷ୍ଟିକର ଓ ଜୈବସାରରୁ ଉତ୍ପାଦିତ ଖାଦ୍ୟ ପାଇଁ ଆଗ୍ରହ ବଢ଼ୁଛି । ଆମର ମସଲା, ଆମର ଆୟୁର୍ବେଦୀୟ ଉତ୍ପାଦ ଓ ଆହୁରି ଅନେକ ପଦାର୍ଥ  ସାରା ବିଶ୍ୱରେ ଭାରତ ଲୋକମାନଙ୍କୁ ପ୍ରବର୍ତ୍ତାଇପାରିବ । ସେହିଭଳି ପର୍ଯ୍ୟାବରଣ ଅନୁକୂଳ ଚଳପ୍ରଚଳ କଥା ଧରାଯାଉ । ଆପଣମାନେ ଏକଥା ଜାଣି ଖୁସି ହେବେ ଯେ, ଭାରତରେ ଆମେ ଏବେ ୨୭ଟି ନଗରୀ ଓ ସହରରେ ମେଟ୍ରୋ  ନେଟୱାର୍କ ଦିଗରେ କାର୍ଯ୍ୟ କରୁଛୁ ।

 ବନ୍ଧୁଗଣ,

ବ୍ୟାପକ ମାତ୍ରାରେ ଆଚରଣଗତ ପରିବର୍ତ୍ତନ ନିମନ୍ତେ ଆମେ ଅଭିନବ, ସୁଲଭ ତଥା ଜନ ଭାଗୀଦାରିତା ଦ୍ୱାରା ସମୃଦ୍ଧ ସମାଧାନ ପନ୍ଥା ଆମେ ସଦାବେଳେ ଯୋଗାଇ ଆସିଛୁ । ମୁଁ ଏହାର ଏକ ଉଦାହରଣ ଦେବାକୁ ଚାହେଁ । ଭାରତର ଜନସାଧାରଣ ସିଦ୍ଧାନ୍ତ ନେଲେ ଯେ ସେମାନେ ଏଲଇଡ଼ି ବଲବକୁ ବିପୁଳ ସଂଖ୍ୟାରେ ଆପଣାଇବେ ଯାହାକି ପୂର୍ବରୁ କେବେ ଦମ୍ଭପର ହୋଇନଥିଲା । ଏହା ଫଳରେ ୨୦୨୧ ମସିହା ମାର୍ଚ୍ଚ ମାସ ସୁଦ୍ଧା ସାରା ଦେଶରେ ପ୍ରାୟ ୩୭ ନିୟୁତ ଏଲଇଡ଼ି ବଲବ୍ ଲୋକମାନଙ୍କ ଘରେ ଓ ଜନସାଧାରଣ ସ୍ଥାନରେ ଏବେ ବ୍ୟବହୃତ ହେଉଛି । ଏହା କେବଳ ମୂଲ୍ୟ ହ୍ରାସ କମାଇନାହିଁ, ବିଜୁଳିଶକ୍ତି ବ୍ୟବହାରକୁ ମଧ୍ୟ ହ୍ରାସ କରିଛି । ଏହା ଦ୍ୱାରା ବର୍ଷକୁ ୩୮ ନିୟୁତ ଟନ୍ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ କମାଯାଇ ପାରିଛି । ଭାରତର ଫେରସ୍ତ ଅଭିଯାନର ଆଉ ଗୋଟିଏ ଉଦାହରଣ ମୁଁ ଦେଉଛି । ଲୋକମାନଙ୍କୁ ସେମାନଙ୍କ ଏଲପିଜି ସବସିଡ଼ି ଛାଡ଼ିବା ନିମନ୍ତେ ମାତ୍ର ସାଧାରଣ ଭାବେ ଅନୁରୋଧଟିଏ କରାଯାଇଥିଲା ଯାହାକି ଗରିବ ଲୋକମାନଙ୍କ ପାଇଁ ଉପଯୋଗ କରାଯିବ । ଏହି ସବସିଡ଼ିକୁ ସାରା ଭାରତରେ ବହୁ ଲୋକ ଛାଡ଼ିଦେଲେ । ଏହା ଦେଶର ଲକ୍ଷ ଲକ୍ଷ ଗରିବ ପରିବାରଙ୍କ ଘରେ ଧୂମହୀନ ଚୁଲା ଜଳିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଭାରତରେ ଏଲପିଜି ବଣ୍ଟନ ମାତ୍ରା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି । ୨୦୧୪ ମସିହାରେ ତାହା ୫୫% ଥିବା ବେଳେ ଏବେ ତାହା ୯୯.୬%ରେ ପହଞ୍ଚିଛି । ମହିଳାମାନେ ଏହି ବ୍ୟବସ୍ଥାରୁ ସର୍ବାଧିକ ମାତ୍ରାରେ ଉପକୃତ ହୋଇପାରିଛନ୍ତି । ଏବେ ମୁଁ ଆଉ ଗୋଟିଏ ଅତି ସକାରାତ୍ମକ ପରିବର୍ତ୍ତନ ଲକ୍ଷ୍ୟ କରୁଛି । ଭାରତରେ ସମ୍ପଦ ଅପଚୟ ରୋକିବା ଶବ୍ଦ ଏବେ ଲୋକମାନଙ୍କ ତୁଣ୍ଡରେ ଜପାମାଳି ହୋଇଛି । ଆମର ନାଗରିକମାନେ ବିବିଧ କ୍ଷେତ୍ରରେ ପୁନଃଚକ୍ରଣର ଅଭିନବ ମଡ଼େଲମାନଙ୍କ ସହ ଆଗକୁ ଆଗେଇ ଆସୁଛନ୍ତି । ଏହା ସର୍କୁଲାର ଅର୍ଥନୀତିକୁ ଯଥେଷ୍ଟ ମାତ୍ରାରେ ପ୍ରୋତ୍ସାହନ ଯୋଗାଇବ । ପୋଷଣୀୟ ସୁଲଭ ପରିବହନ ପ୍ରୟାସ କାର୍ଯ୍ୟକ୍ରମ ପାଇଁ ଆମ ଦେଶ ଏବେ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ୱ ପ୍ରଦାନ କରୁଛି । ୨୦୨୪ ମସିହା ସୁଦ୍ଧା ଦେଶରେ ୫୦୦୦ କମ୍ପ୍ରେସଡ଼୍ ଜୈବ ବାଷ୍ପ ପ୍ଲାଣ୍ଟ ସ୍ଥାପନ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଏବଂ ସେଥିରୁ ୧୫ ଏମଏମଟି ବାଷ୍ପ ଉତ୍ପାଦିତ ହେବ । ଏହା ପରିବେଶ ସୁରକ୍ଷା ପାଇଁ ଯେତିକି କାର୍ଯ୍ୟ କରିବ ମାନବୀୟ ସଶକ୍ତିକରଣ ପାଇଁ ମଧ୍ୟ ସେତିକ ସାମର୍ଥ୍ୟ ଯୋଗାଇବ ।

ବନ୍ଧୁଗଣ,

ସାରା ଭାରତରେ ଏବେ ଇଥାନୋଲ ଇନ୍ଧନ ପାଇଁ ଲୋକମାନଙ୍କ ମନରେ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି । ଜନସାଧାରଣଙ୍କ ଆଗ୍ରହ ଆଧାରରେ ଆମେ ୨୦୨୫ ମସିହା ଠାରୁ ୨୦୩୦ ମସିହା ମଧ୍ୟରେ ପେଟ୍ରୋଲରେ ୨୦% ଇଥାନୋଲ ମିଶ୍ରଣ କରିବା ସକାଶେ ସ୍ଥିର କରିଛୁ ।

ବନ୍ଧୁଗଣ,

ଏକଥା ଜାଣି ଆପଣମାନେ ଅତ୍ୟନ୍ତ ଖୁସି ଅନୁଭବ କରିବେ ଯେ ଗତ ସାତ ବର୍ଷ ଭିତରେ, ଭାରତର ଜଙ୍ଗଲ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ଦେରେ ସିଂହ, ବ୍ୟାଘ୍ର, ଚିତାବାଘ ଏବଂ ପାଣିକୁଆ ଭଳି ପଶୁପକ୍ଷୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହାକୁ ଆଚରଣଗତ ପରିବର୍ତ୍ତନର ବିରାଟ ଉଦାହରଣ ଭାବେ ଗ୍ରହଣ କରାଯାଇପାରେ । ଏହିସବୁ ପରିବର୍ତ୍ତନ ଆମକୁ ନିଶ୍ଚିତ କରିଛି ଯେ ଭାରତ ପ୍ୟାରିସ ଜଳବାୟୁ ପରିବର୍ତ୍ତନ ରାଜିନାମାର ସର୍ତ୍ତାବଳୀକୁ କାର୍ଯ୍ୟକାରୀ କରିବା ଦିଗରେ ଉଚିତ ମାର୍ଗରେ ଆଗକୁ ଅଗ୍ରସର ହେଉଛି । ୨୦୩୦ ମସିହା ସୁଦ୍ଧା ଆମେ ଆମର ଲକ୍ଷ୍ୟ ହାସଲ ଅବଶ୍ୟ କରିପାରିବୁ ।

ବନ୍ଧୁଗଣ,

ଭାରତର ପର୍ଯ୍ୟାବରଣ କରିବର୍ତ୍ତନର ଭବିଷ୍ୟତ ପରିକଳ୍ପନାରେ ସମଭାବାପନ୍ନ ରାଷ୍ଟ୍ରମାନଙ୍କ ସହ ମିଶି କାର୍ଯ୍ୟ କରିବା ଭଳି ଚିନ୍ତାଧାରା ରହିଛି । ଅନ୍ତରାଷ୍ଟ୍ରୀୟ ସୌର ସଂଗଠନର ପ୍ରାରମ୍ଭିକ ସଫଳତା ଆମକୁ ପ୍ରଦର୍ଶିତ କରିଛି ଯେ ଭାରତ ଏହି ଦିଗରେ କେତେ ଗୁରୁତ୍ୱର ସହିତ କାର୍ଯ୍ୟ କରୁଛି । ବିଶ୍ୱକୁ ଏକ ସୁନ୍ଦର ଧରିତ୍ରୀରେ ପରିଣତ କରିବା ଦିଗରେ ଆମେ ସଦାବେଳେ ଆମର ପ୍ରତିବଦ୍ଧତା ପ୍ରଦର୍ଶନ କରିଆସିଛୁ । ଭବିଷ୍ୟତରେ ମଧ୍ୟ ଆମେ ଆମର ଏହି ପ୍ରୟାସ ଜାରି ରଖିବୁ । ମହାତ୍ମା ଗାନ୍ଧୀଙ୍କ ଟ୍ରଷ୍ଟିସିପ୍ ନୀତିରେ ଏହା ଉଲ୍ଲେଖ ରହିଛି । ଟ୍ରଷ୍ଟିସିପର ମୂଳ ସୂତ୍ରଟି ହେଉଛି ସାମଗ୍ରିକ ମନୋଭାବ ପୋଷଣ, ସମବେଦନା ପ୍ରଦର୍ଶନ ଓ ଦାୟିତ୍ୱବୋଧ । ଟ୍ରଷ୍ଟିସିପ୍‌ର ଅନ୍ୟ ଅର୍ଥ ହେଲା ଅତି ଦାୟିତ୍ୱସମ୍ପନ୍ନ ଭାବେ ଆମର ପ୍ରାକୃତିକ ସମ୍ପଦର ଉପଯୋଗ କରିବା । ମହାତ୍ମା ଗାନ୍ଧୀ ଯଥାର୍ଥରେ ଏହି ମର୍ମରେ କହିଛନ୍ତି: ମୁଁ ତାଙ୍କୁ ଉକ୍ତିକୁ ଉଦ୍ଧାର କରୁଛି । “ ଆମେ ପ୍ରକୃତିର ବରଦାନକୁ ଅତି ଯଥାର୍ଥ ଭାବେ ଉପଯୋଗ କରିବା ଏବଂ ସେଥିପାଇଁ ଆମକୁ ବହି ନୁହେଁ, ନିଜ ବିବେକାନୁସାରେ ହିଁ ଚୟନ କରିବାକୁ ପଡ଼ିବ । ନେଣ ସଦାବେଳେ ଦେଣ ସହିତ ସମାନ ହେବା ଆବଶ୍ୟକ ।” ଉଦ୍ଧୃତି ଶେଷ । ପ୍ରକୃତି ଏହି ସରଳ ହିସାବଫର୍ଦ୍ଦଟିକୁ ହିଁ ସଦାବେଳେ ଆମମାନଙ୍କ ଆଗରେ ଖୋଲି ରଖିଥାଏ । ଯାହା କିଛି ଆମମାନଙ୍କ ନିକଟରେ ଉପଲବ୍ଧ କିମ୍ବା ଆମେ ଯାହା କିଛି ଆହରଣ କରିଛୁ, ତାହାର ସଦ୍ ଉପଯୋଗ କରାଯିବା ଦରକାର କିମ୍ବା ଏହାକୁ ସଂରକ୍ଷିତ ରଖାଯିବା ଉଚିତ । କିନ୍ତୁ ଏହା ଉପଯୁକ୍ତ ଭାବେ ବିତରିତ ହୋଇଛି କାରଣ ଯଦି ଆମେ ଏହି ସମ୍ପଦର ଅତ୍ୟଧିକ ମାତ୍ରାରେ ଉପଯୋଗ କରୁ, ତେବେ ଆମେ ଅନ୍ୟ କାହାଠାରୁ ହିଁ ତାହା ଛଡ଼ାଇ ନେଉଛେ ବୋଲି ଭାବିବାକୁ ପଡ଼ିବ । ଅନୁରୂପ ଭାବେ ଭାରତ ସଦାବେଳେ ଜଳବାୟୁ ନ୍ୟାୟ ସପକ୍ଷରେ ଯୁକ୍ତି ଦର୍ଶାଇ ଆସିଛି ଯଦ୍ୱାରା ଜଳବାୟୁ ପରିବର୍ତ୍ତନ ବିରୋଧରେ ସଂଗ୍ରାମରେ ତାହା ଆମକୁ ସହାୟକ ହେବ ।

ବନ୍ଧୁଗଣ,

ଏବେ ଆମକୁ ଯୁକ୍ତିସିଦ୍ଧ ଭାବେ ଏବଂ ପାରିବେଶିକ ଭାବେ ଚିନ୍ତା କରିବାକୁ ହେବ । ଯେତେହେଲେ, ଏହା କେବଳ ମୋ କଥା କିମ୍ବା ଆପଣଙ୍କ କଥା ନୁହେଁ । ଏହା ସାମଗ୍ରିକ ଭାବେ ଆମ ବିଶ୍ୱର କଥା । ଆମର ଭବିଷ୍ୟତ ପିଢ଼ିଙ୍କ ପାଇଁ ମଧ୍ୟ ଆମର କିଛି ଦାୟିତ୍ୱବୋଧ ରହିଛି । ପୁଣି ଥରେ ଏହି ପୁରସ୍କାର ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।

ନମସ୍ତେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
BEL inks pact with BMIT for advanced defence electronics, aerospace systems

Media Coverage

BEL inks pact with BMIT for advanced defence electronics, aerospace systems
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives in a mishap at a cracker factory in Thrissur, Keralam
April 21, 2026
PM announces ex-gratia from PMNRF

The Prime Minister, Shri Narendra Modi has condoled the loss of lives due to a mishap at a cracker factory in Thrissur, Keralam. Shri Modi also wished speedy recovery for those injured in the mishap.

The Prime Minister announced an ex-gratia from PMNRF of Rs. 2 lakh to the next of kin of each deceased and Rs. 50,000 for those injured.

The Prime Minister posted on X:

“Saddened to hear about the loss of lives due to the mishap at a cracker factory in Thrissur, Keralam. My deepest condolences to those who have lost their loved ones. May the injured recover at the earliest: PM @narendramodi"

"The Prime Minister has announced that an ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000." 

"തൃശൂരിലെ പടക്ക നിർമാണശാലയിലുണ്ടായ അപകടത്തിൽ നിരവധി ജീവനുകൾ പൊലിഞ്ഞ വാർത്തയറിഞ്ഞതിൽ ദുഃഖമുണ്ട്. പ്രിയപ്പെട്ടവരെ നഷ്ടപ്പെട്ടവരുടെ വേദനയിൽ പങ്കുചേരുന്നു. പരിക്കേറ്റവർ എത്രയും വേഗം സുഖം പ്രാപിക്കട്ടെ: പ്രധാനമന്ത്രി

@narendramodi."

"മരിച്ച ഓരോ വ്യക്തിയുടെയും കുടുംബത്തിന് പ്രധാനമന്ത്രിയുടെ ദേശീയ ദുരിതാശ്വാസ നിധിയിൽ (PMNRF) നിന്ന് 2 ലക്ഷം രൂപ ധനസഹായം നൽകുമെന്ന് പ്രധാനമന്ത്രി അറിയിച്ചു. പരിക്കേറ്റവർക്ക് 50,000 രൂപ വീതം നൽകും."