ଭାରତରେ ପ୍ରଥମ ରାଜ୍ୟ ଭାବେ ହିମାଚଳ ଏହାର ସମସ୍ତ ଯୋଗ୍ୟ ଲୋକଙ୍କୁ କରୋନା ଟିକାର ଅତିକମରେ ଗୋଟିଏ ଡୋଜ ପ୍ରଦାନ କରିଛି
ହିମାଚଳରୁ ଏହା ପ୍ରମାଣିତ ହୋଇଛି ଦେଶର ଗ୍ରାମୀଣ ସମାଜ କିଭଳି ବିଶ୍ୱର ସର୍ବବୃହତ ତଥା ଦ୍ରୁତତମ ଟିକାକରଣ ଅଭିଯାନକୁ ସଶକ୍ତ ବନାଉଛି: ପ୍ରଧାନମନ୍ତ୍ରୀ
ନୂଆ ଡ୍ରୋନ ନିୟମ ଦ୍ୱାରା ସ୍ୱାସ୍ଥ୍ୟ ଓ କୃଷି ଭଳି ଅନେକ କ୍ଷେତ୍ରକୁ ସହାୟତା ମିଳିବ: ପ୍ରଧାନମନ୍ତ୍ରୀ
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ଆଗାମୀ ସ୍ୱତନ୍ତ୍ର ଅନଲାଇନ ପ୍ଲାଟଫର୍ମ, ଆମର ଭଉଣୀମାନଙ୍କୁ ଦେଶ ଓ ବିଦେଶରେ ନିଜର ଉତ୍ପାଦ ବିକି୍ର କରିବାରେ ସହାୟତା ପ୍ରଦାନ କରିବ: ପ୍ରଧାନମନ୍ତ୍ରୀ
ହିମାଚଳର ମାଟିକୁ ରସାୟନମୁକ୍ତ କରିବା, ଚାଷୀ ଓ ବଗିଚା କର୍ମୀମାନଙ୍କୁ ‘ଅମୃତ କାଳ’ ସମୟରେ ହିମାଚଳକୁ ଜୈବିକ ଚାଷ ଅଭିମୁଖେ ନେଇଯିବାକୁ ଆହ୍ୱାନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଙ୍ଗ ଜରିଆରେ ହିମାଚଳ ପ୍ରଦେଶର ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସହ ବାର୍ତ୍ତାଳାପ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଶ୍ରୀ ଜେ.ପି. ନଡ୍ଡା, କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର, ସାଂସଦ, ବିଧାୟକ, ପଞ୍ଚାୟତ ନେତାଙ୍କ ସମେତ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ବାର୍ତ୍ତାଳାପ ବେଳେ, ଡୋଡରା କ୍ୱାର ଶିମଲାର ସିଭିଲ ହସ୍ପିଟାଲର ଡା. ରାହୁଲଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ଟିକା ନଷ୍ଟ ମାତ୍ରାକୁ କମ୍ କରିଥିବାରୁ ଟିମ୍ର ପ୍ରଶଂସା କରିଛନ୍ତି ଏବଂ ଦୁର୍ଗମ ଅଞ୍ଚଳରେ ସେବା ଯୋଗାଣ ଲାଗି ସେମାନଙ୍କ ଅନୁଭୂତି ଉପରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଥୁନାଗ, ମଣ୍ଡିର ଟିକାକରଣ ହିତାଧିକାରୀ ଶ୍ରୀ ଦୟାଲ ସିଂହଙ୍କ ସହ କଥା ହୋଇ ଟିକାକରଣ ସୁବିଧା ଓ ଟିକାକରଣ ସଂକ୍ରାନ୍ତ ଗୁଜବଗୁଡ଼ିକର ମୁକାବିଲା ବାବଦ ଉପାୟ ନେଇ ଅବଗତ ହୋଇଛନ୍ତି । ହିତାଧିକାରୀ ଜଣକ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ନେତୃତ୍ୱ ନିମନ୍ତେ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଟିମ ଆଧାରିତ ଉଦ୍ୟମ ନିମନ୍ତେ ହିମାଚଳ ଟିମକୁ ପ୍ରଶଂସା କରିଛନ୍ତି । କୁଲ୍ଲୁର ଆଶାକର୍ମୀ ନିରମା ଦେବୀଙ୍କଠାରୁ ପ୍ରଧାନମନ୍ତ୍ରୀ ଟିକାକରଣ ଅଭିଯାନ ସଂକ୍ରାନ୍ତରେ ତାଙ୍କର ଅନୁଭୂତି ନେଇ ଅବଗତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଟିକାକରଣ ଅଭିଯାନରେ ସହାୟତା ଲାଗି ସ୍ଥାନୀୟ ପରମ୍ପରାଗୁଡ଼ିକର ଉପଯୋଗ ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରିଛନ୍ତି । ସେ ଟିମ ଦ୍ୱାରା ବିକଶିତ ଆଲୋଚନା ଓ ସହଯୋଗ ଆଧାରିତ ମଡେଲର ପ୍ରଶଂସା କରିଛନ୍ତି । ତାଙ୍କ ଟିମ ଟିକା ଲଗାଇବା ପାଇଁ କିଭଳି ଦୂର ସ୍ଥାନକୁ ଯାତ୍ରା କରିଥିଲେ, ତାହା ସେ ପଚାରି ବୁଝିଛନ୍ତି ।

ହମିରପୁରର ଶ୍ରୀମତୀ ନିର୍ମଳା ଦେବୀଙ୍କ ସହ ପ୍ରଧାନମନ୍ତ୍ରୀ ବରିଷ୍ଠ ନାଗରିକଙ୍କ ଅନୁଭୂତି ଉପରେ ଆଲୋଚନା କରିଛନ୍ତି । ସେ ଟିକାର ପର୍ଯ୍ୟାପ୍ତ ଯୋଗାଣ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଏହି ଅଭିଯାନ ଲାଗି ନିଜର ଆଶୀର୍ବାଦ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ହିମାଚଳରେ ଜାରି ରହିଥିବା ସ୍ୱାସ୍ଥ୍ୟ ଯୋଜନାଗୁଡ଼ିକର ପ୍ରଶଂସା କରିଛନ୍ତି । ଉନାର କର୍ମୋ ଦେବୀ ଜୀଙ୍କୁ ୨୨,୫୦୦ ଲୋକଙ୍କୁ ଟିକା ଲଗାଇବାର ଗୌରବ ପ୍ରାପ୍ତ ହୋଇଛି । ପାଦରେ ଫ୍ରାକଚର ସତ୍ତ୍ୱେ ଏହି ଦିଗରେ ନିଜର କାର୍ଯ୍ୟ ଜାରି ରଖିବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କର ସାହସକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କର୍ମୋ ଦେବୀଙ୍କ ଭଳି ଲୋକଙ୍କ ପ୍ରୟାସ ଦ୍ୱାରା ହିଁ ବିଶ୍ୱର ସବୁଠୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି । ଲାହୋଲ ଓ ସ୍ପିତିର ଶ୍ରୀ ନୱାଙ୍ଗ ଉପାସକଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ତାଙ୍କୁ ପଚାରିଥିଲେ ଯେ ସେ ଲୋକଙ୍କୁ ଟିକା ନେବାକୁ ମନାଇବା ଲାଗି କିଭଳି ଜଣେ ଆଧ୍ୟାତ୍ମିକ ନେତା ଭାବେ ନିଜର ଭୂମିକାକୁ ବ୍ୟବହାର କଲେ । ଶ୍ରୀ ମୋଦୀ ଉକ୍ତ ଅଞ୍ଚଳରେ ଜନଜୀବନ ଉପରେ ଅଟଳ ସୁଡ଼ଙ୍ଗର ପ୍ରଭାବ ଉପରେ ମଧ୍ୟ ଆଲୋଚନା କରିଛନ୍ତି । ଶ୍ରୀ ଉପାସକ ଏହା ମଧ୍ୟଦେଇ ଯାତ୍ରା ସମୟରେ ହେଉଥିବା ହ୍ରାସ ଏବଂ ଉନ୍ନତ ଯୋଗାଯୋଗ ବାବଦରେ ଅବଗତ କରାଇଥିଲେ । ପ୍ରଧାନମନ୍ତ୍ରୀ ଲାହୋଲ-ସ୍ପିତିକୁ ସବୁଠୁ ଦ୍ରୁତ ଟିକାକରଣ ଅଭିଯାନକୁ ଆପଣାଇବାରେ ସହାୟତା କରିବା ନେଇ ବୌଦ୍ଧ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବାର୍ତ୍ତାଳାପ ବେଳେ ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ବ୍ୟକ୍ତିଗତ ଓ ଅନୌପଚାରିକ ଢଙ୍ଗରେ ଲୋକଙ୍କ ସହ କଥା ହୋଇଥିଲେ ।

ପ୍ରଧାନମନ୍ତ୍ରୀ ଆହୁରି ସମ୍ବୋଧନ କରି କହିଛନ୍ତି ଯେ ହିମାଚଳ ପ୍ରଦେଶ ୧୦୦ ବର୍ଷର ସବୁଠୁ ବଡ଼ ମହାମାରୀ ବିରୋଧୀ ଲଢ଼େଇରେ ଏକ ଚାମ୍ପିଅନ ଭାବେ ଉଭା ହୋଇଛି । ସେ କହିଛନ୍ତି, ହିମାଚଳ ଭାରତର ପ୍ରଥମ ରାଜ୍ୟ ହୋଇଛି, ଯାହା କି ନିଜର ସମସ୍ତ ଯୋଗ୍ୟ ଲୋକଙ୍କୁ କରୋନା ଟିକାର ଅତିକମ୍ରେ ଗୋଟିଏ ଡୋଜ ଲଗାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ସଫଳତା ଆତ୍ମବିଶ୍ୱାସ ଓ ଆତ୍ମନିର୍ଭର ଭାରତର ମହତ୍ତ୍ୱକୁ ରେଖାଙ୍କିତ କରିଛି ।

ସେ କହିଛନ୍ତି ଯେ ଭାରତରେ ଟିକାକରଣର ସଫଳତା ଏଠାକାର ନାଗରିକଙ୍କ ଭାବନା ଓ କଠିନ ପରିଶ୍ରମର ପରିଣାମ । ଭାରତ ପ୍ରତିଦିନ ୧.୨୫ କୋଟି ଟିକାର ରେକର୍ଡ ଗତିରେ ଟିକାକରଣ କରାଉଛି । ଏହାର ଅଭିପ୍ରାୟ ଯେ ଭାରତରେ ଗୋଟିଏ ଦିନରେ ଟିକାକରଣ ସଂଖ୍ୟା ଅନେକ ଦେଶର ଜନସଂଖ୍ୟାଠାରୁ ଅଧିକ । ପ୍ରଧାନମନ୍ତ୍ରୀ ଟିକାକରଣ ଅଭିଯାନରେ ଯୋଗଦାନ ଲାଗି ଚିକିତ୍ସକ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ଶିକ୍ଷକ ଓ ମହିଳାମାନଙ୍କୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ସ୍ମରଣ କରି କହିଲେ ଯେ ସେ ସ୍ୱାଧୀନତା ଦିବସ ଅବସରରେ ‘ସବକା ପ୍ରୟାସ’ ଶୀର୍ଷକରେ ଚର୍ଚ୍ଚା କରିଥିଲେ, ସେ କହିଛନ୍ତି ଯେ ଏହି ସଫଳତା ତାହାର ଅଭିବ୍ୟକ୍ତି । ସେ କହିଛନ୍ତି ଯେ ହିମାଚଳ ଦେବଦେବୀଙ୍କ ଭୂମି । ପ୍ରଧାନମନ୍ତ୍ରୀ ଆଲୋଚନା ଓ ସହଯୋଗର ସାମଞ୍ଜସ୍ୟପୂର୍ଣ୍ଣ ମଡେଲର ପ୍ରଶଂସା ମଧ୍ୟ କରିଛନ୍ତି ।

ଲାହୋଲ-ସ୍ପିତି ଭଳି ସୁଦୂର ଜିଲ୍ଲାରେ ମଧ୍ୟ ହିମାଚଳ ଶତପ୍ରତିଶତ ପ୍ରଥମ ଡୋଜ ଦେବାରେ ଅଗ୍ରଣୀ ରହିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହା ହେଉଛି ସେହି ଅଞ୍ଚଳ, ଯାହା କି ଅଟଳ ସୁଡ଼ଙ୍ଗ ନିର୍ମାଣ ପୂର୍ବରୁ ମାସ ମାସ ଧରି ଦେଶର ବାକି ଅଞ୍ଚଳଗୁଡ଼ିକରୁ ବିଚ୍ଛିନ୍ନ ହୋଇପଡ଼ିଥିଲା । ସେ କୌଣସି ପ୍ରକାର ଗୁଜବ ଅଥବା ମିଥ୍ୟା ସୂଚନାକୁ ଟିକାକରଣ ପ୍ରୟାସରେ ପ୍ରତିବନ୍ଧକ ସାଜିବାକୁ ନ ଦେବା ଲାଗି ହିମାଚଳ ଲୋକମାନଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଦେଶର ଗ୍ରାମୀଣ ସମାଜ ବିଶ୍ୱର ସର୍ବବୃହତ ତଥା ଦ୍ରୁତତମ ଟିକାକରଣ ଅଭିଯାନକୁ କିଭଳି ସଶକ୍ତ ବନାଉଛି, ହିମାଚଳ ପ୍ରମାଣ ତାହା ପ୍ରମାଣ କରିଦେଖାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସଶକ୍ତ ସଂଯୋଗର ସିଧା ଫାଇଦା ପର୍ଯ୍ୟଟନକୁ ମଧ୍ୟ ମିଳୁଛି, ଫଳ, ପନିପରିବା ଉତ୍ପାଦନ କରୁଥିବା ଚାଷୀ-ବଗିଚା କର୍ମୀଙ୍କୁ ମଧ୍ୟ ଏହାର ଲାଭ ମିଳୁଛି । ଗ୍ରାମଗୁଡ଼ିକରେ ଇଣ୍ଟରନେଟ ସଂଯୋଗର ଉପଯୋଗ କରି ହିମାଚଳର ଯୁବ ପ୍ରତିଭାମାନେ ନିଜର ସଂସ୍କୃତି ଓ ପର୍ଯ୍ୟଟନର ନୂଆ ସମ୍ଭାବନାଗୁଡ଼ିକୁ ଦେଶବିଦେଶକୁ ନେଇଯାଇ ପାରିବେ ।

ସଦ୍ୟ ଅଧିସୂଚିତ ଡ୍ରୋନ ନିୟମଗୁଡ଼ିକ ବାବଦରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ନିୟମ ସ୍ୱାସ୍ଥ୍ୟ ଓ କୃଷି ଭଳି ଅନେକ କ୍ଷେତ୍ରରେ ସହାୟତା କରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାଦ୍ୱାରା ନୂଆ ସମ୍ଭାବନାର ଦ୍ୱାର ଉନ୍ମୁକ୍ତ ହେବ । ପ୍ରଧାନମନ୍ତ୍ରୀ ସ୍ୱାଧୀନତା ଦିବସ ଅବସରରେ କରିଥିବା ଘୋଷଣାଗୁଡ଼ିକରୁ ଆଉ ଏକ ଘୋଷଣା ବାବଦରେ ଦର୍ଶାଇଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ର ସରକାର ଏବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ନିମନ୍ତେ ଏକ ସ୍ୱତନ୍ତ୍ର ଅନଲାଇନ ପ୍ଲାଟଫର୍ମ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ସେ କହିଛନ୍ତି ଯେ ଏହା ମାଧ୍ୟମରେ ଆମର ଭଉଣୀମାନେ ନିଜ ଉତ୍ପାଦ ଦେଶ ଓ ବିଦେଶରେ ବିକି୍ର କରିପାରିବେ । ସେମାନେ ସେଓ, କମଳା, କିନ୍ନୁ, ଛତୁ, ଟମାଟୋ ଭଳି ଅନେକ ଉତ୍ପାଦକୁ ଦେଶର କୋଣାନୁକୋଣରେ ପହଞ୍ଚାଇବାରେ ସମର୍ଥ ହୋଇପାରିବେ ।

‘ଆଜାଦୀ କା ଅମ୍ରିତ ମହୋତ୍ସବ’ ଅବସରରେ ପ୍ରଧାନମନ୍ତ୍ରୀ ହିମାଚଳର ଚାଷୀ ଓ ବଗିଚା କର୍ମୀମାନଙ୍କୁ ଆଗାମୀ ୨୫ ବର୍ଷ ମଧ୍ୟରେ ହିମାଚଳରେ କୃଷିକୁ ଜୈବିକ ବନାଇବା ପାଇଁ ଆହ୍ୱାନ ଦେଇଛନ୍ତି । ଧୀରେ ଧୀରେ ଆମକୁ ନିଜ ମାଟିକୁ ରାସାୟନିକ ଉତ୍ପାଦରୁ ମୁକ୍ତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India remains among best-performing major economies: S&P Global

Media Coverage

India remains among best-performing major economies: S&P Global
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 19, 2026
April 19, 2026

Building a Stronger Bharat: Infrastructure Revolution, Economic Resilience & Inclusive Welfare Under PM Modi