Warns the health workers against complacency and urges them to focus on rural areas of Banaras and Purvanchal
Hails the initiative of ‘Micro-containment zones’ and ‘Home delivery of medicines’
Bringing the treatment to the patient’s doorstep will reduce the burden on the health system : PM

ପ୍ରଧାନମନ୍ତ୍ରୀ  ଶ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ବାରାଣସୀର ଡାକ୍ତର ଓ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ । ଏହି ଆଲୋଚନା ସମୟରେ ସମ୍ପୃକ୍ତ ଡାକ୍ତର ଓ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ କରୋନା ବିରୋଧୀ ଲଢେଇରେ ତାଙ୍କ ନିରନ୍ତର ସକ୍ରିୟ ନେତୃତ୍ୱ ଓ ଉତ୍ସାହ ପ୍ରଦାନ ପାଇଁ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ବିଶେଷ ଆଗ୍ରହ ଓ ଉଦ୍ୟମ ଯୋଗୁଁ ସ୍ୱାସ୍ଥ୍ୟଭିତ୍ତିଭୂମି ସୁଦୃଢ ହୋଇଛି ଏବଂ ଆବଶ୍ୟକ ଔଷଧପତ୍ର, ଅକ୍ସିଜେନ କନସେନଟ୍ରେଟର ଓ ଭେଣ୍ଟିଲେଟର ଭଳି ଅତି ଜରୁରୀ ଚିକିତ୍ସା ଉପକରଣ ମିଳିବା ସୁନିଶ୍ଚିତ ହୋଇଛି ବୋଲି ସେମାନେ କହିଥିଲେ ।

            ବାରାଣସୀ ଜିଲ୍ଲାରେ କରୋନା ସଂକ୍ରମଣକୁ ନିୟନ୍ତ୍ରିତ କରିବା ପାଇଁ ଗତ ଏକ ମାସ ମଧ୍ୟରେ କି ପ୍ରକାର ପଦକ୍ଷେପ ମାନ ନିଆଯାଇଛି ତାହାର ତଥ୍ୟ ସହିତ, ଟିକାଦାନ ସଂକ୍ରାନ୍ତ ତଥ୍ୟାବଳୀ ଏବଂ ଭବିଷ୍ୟତରେ ସଂକ୍ରମଣ ରୋକିବାକୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଅଧିକାରୀ ଓ ଚିିକିତ୍ସକମାନେ ପ୍ରଧାନମନ୍ତ୍ରୀଙ୍କୁ ଏହି ଅବସରରେ ଅବଗତ କରାଇଥିଲେ । ଚିକିତ୍ସକମାନେ ଆହୁରି ଜଣାଇଥିଲେ ଯେ ଏବେ କରୋନା ସଂକ୍ରମିତଙ୍କ ପ୍ରତି ‘ମ୍ୟୁକରମାଇକୋସିସ୍‌‌’ ରୋଗର ଯେଉଁ ବିପଦ ସୃଷ୍ଟି ହୋଇଛି ସେ ସମ୍ପର୍କରେ ସେମାନେ ସତର୍କ ଅଛନ୍ତି । ଏହି ରୋଗର ଚିକିତ୍ସା ପାଇଁ ଇତିମଧ୍ୟରେ ପଦକ୍ଷେପ ଗ୍ରହଣ କରାଯିବା ସହିତ ଆବଶ୍ୟକ ବ୍ୟବସ୍ଥା କରାଯାଇଛି ।

            ପ୍ରଧାନମନ୍ତ୍ରୀ ଚିକିତ୍ସାରେ ନିୟୋଜିତ ଲୋକଶକ୍ତି ଓ କୋଭିଡ ଯୋଦ୍ଧାମାନଙ୍କର ନିରବଚ୍ଛିନ୍ନ ତାଲିମ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଏଥିପାଇଁ ତାଲିମ ଶିବିର ଓ ୱେବିନାରମାନ ଆୟୋଜନ କରିବାକୁ ସେ ଡାକ୍ତରମାନଙ୍କୁ ପରାମର୍ଶ ଦେଇଥିଲେ । ଯେଉଁ ଚିକିତ୍ସାକର୍ମୀ ଓ ଡାକ୍ତରମାନେ ଗ୍ରାମାଞ୍ଚଳରେ କାମ କରୁଛନ୍ତି ସେମାନେ ତାଲିମ  ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଜିଲ୍ଲାରେ ଟିକା ନଷ୍ଟ ପରିମାଣକୁ ହ୍ରାସ କରିବା ପାଇଁ ଯତ୍ନବାନ ହେବାକୁ ପ୍ରଧାନମନ୍ତ୍ରୀ ମଧ୍ୟ ଡାକ୍ତରମାନଙ୍କୁ ପରାମର୍ଶ ଦେଇଥିଲେ ।

            ପ୍ରଧାନମନ୍ତ୍ରୀ ଏହି ଅବସରରେ କରୋନା ଚିକିତ୍ସାରେ କାଶୀର ଡାକ୍ତର,ନର୍ସ ଓ ଟେକନସିଆନ୍‌, ୱାର୍ଡବଏ, ଆମ୍ବୁଲାନ୍ସ ଚାଳକ ଏବଂ ଅନ୍ୟାନ୍ୟ ସମ୍ମୁଖ ଧାଡିର ସ୍ୱାସ୍ଥ୍ୟକର୍ମୀଙ୍କ ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ। କରୋନା ଲଢେଇରେ ଯେଉଁମାନେ ପ୍ରାଣପାତ କରିଛନ୍ତି ପ୍ରଧାନମନ୍ତ୍ରୀ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ । ଖୁବ୍ କମ୍ ସମୟରେ ବନାରସରେ ଅମ୍ଳଜାନ ଯୋଗାଣ ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ଅଧିକ ଆଇସିୟୁ ବେଡ୍‌ର ବ୍ୟବସ୍ଥା ହୋଇଥିବାରୁ ସେ ତାହାର ପ୍ରଶଂସା କରିଥିଲେ । ଆଉ ମଧ୍ୟ ଅତି ଅଳ୍ପ ସମୟରେ କାଶୀରେ ପଣ୍ଡିତ ରାଜନ ମିଶ୍ର କୋଭିଡ ହସ୍‌ପିଟାଲ ପ୍ରତିଷ୍ଠା ହୋଇପାରିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ବାରାଣସୀର ସମନ୍ୱିତ କୋଭିଡ କମାଣ୍ଡ ବ୍ୟବସ୍ଥା ବେଶ ଭଲ କାମ କରୁଛି ଏବଂ ଏହି ଉଦାହରଣ ସମଗ୍ର ବିଶ୍ୱକୁ ପ୍ରେରଣା ଯୋଗାଇବ ।

            ମହାମାରୀକୁ ଅନେକାଂଶରେ ନିୟନ୍ତ୍ରିତ କରିପାରିଥିବାରୁ ସେ ଡାକ୍ତରୀ ଟିମ୍‌ର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । କରୋନା ଲଢେଇରେ ଆତ୍ମ ସନ୍ତୋଷ ଓ ବିଶ୍ରାମର ସ୍ଥାନ ନାହିଁ, ଏହା ଏକ ଲମ୍ବା ପ୍ରକ୍ରିୟା ହୋଇଥିବାରୁ ବାରାଣସୀ ଜିଲ୍ଲାର ଗ୍ରାମାଞ୍ଚଳ ଓ ସମଗ୍ର ପୂର୍ବାଞ୍ଚଳ ଉପରେ ଏବେ ଅଧିକରୁ ଅଧିକ ଧ୍ୟାନ ଦେବାକୁ ସେ ଚିକିତ୍ସକ, ଅଧିକାରୀ ଓ ଅନ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି । ଗତ କିଛି ବର୍ଷ ମଧ୍ୟରେ ଦେଶରେ ଯେଉଁସବୁ ଯୋଜନା ହାତକୁ ନିଆଯାଇଥିଲା ଓ ଅଭିଯାନ ଆରମ୍ଭ ହୋଇଥିଲା  ତାହା କରୋନା ଲଢେଇର ବିଶେଷ ସହାୟକ ହୋଇଛି । ଏହି ଅବସରରେ ସେ ସ୍ୱଚ୍ଛ ଭାରତ ଅଭିଯାନ, ଆୟୁଷ୍ମାନ ଭାରତ ଯୋଜନା, ଉଜ୍ଜଳା ଯୋଜନାରେ ଗ୍ୟାସ ସିଲିଣ୍ଡର ଯୋଗାଣ, ଜନଧନ ବ୍ୟାଙ୍କ ଆକାଉ, ଯୋଗ ଓ ଆୟୁଷ ଉପରେ ଗୁରତ୍ୱ ଏବଂ ସଚେତନତା ତଥା ଫିଟ୍ ଇଣ୍ଡିଆ ଅଭିଯାନର ଉଦାହରଣମାନ ଦେଇଥିଲେ । ଏହାଦ୍ୱାରା କରୋନା ଭୂତାଣୁ ବିରୋଧରେ ଲଢିବା ପାଇଁ ଲୋକଙ୍କ ଶକ୍ତି ବଢିଛି ବୋଲି ସେ କହିଥିଲେ । କୋଭିଡ ପରିଚାଳନାରେ ଏକ ନୂଆମନ୍ତ୍ର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯେଉଁଠି ବେମାରୀ ଅଛି ସେଠି ଉପଚାର ରହିଛି । (“ଜାହାଁ ବିମାର, ୱାହାଁ ଉପଚାର”) ରୋଗୀଙ୍କ ଘର ପାଖରେ ଚିକିତ୍ସା ସୁବିଧା ଯୋଗାଇ ଦିଆଗଲେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବୋଝ କମିବ । ସେ ମଧ୍ୟ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ପ୍ରତିଷ୍ଠା ଓ ସଂକ୍ରମିତଙ୍କ ଘରେ ଔଷଧ ପହଞ୍ଚାଇବାର ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଏହି ଅଭିଯାନକୁ ଗ୍ରାମାଞ୍ଚଳରେ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଅନୁରୋଧ ଜଣାଇଛନ୍ତି । ସେ କହିଛନ୍ତି ଯେ, ଡାକ୍ତର, ଲ୍ୟାବ, ଇ-ମାର୍କେଟିଂ କମ୍ପାନୀମାନଙ୍କୁ ନେଇ “କାଶୀ କବଚ” ନାମରେ ତିଆରି ହୋଇଥିବା ଟେଲି ମେଡିସିନ୍ ବ୍ୟବସ୍ଥା ଅଭିନବ ଓ ସୃଜନାତ୍ମକ ।

            ଗ୍ରାମାଞ୍ଚଳରେ ଆଶାକର୍ମୀ ଓ ଏଏନଏମ୍ ସିଷ୍ଟରମାନେ କୋଭିଡ ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କ ଶକ୍ତି, ସାମର୍ଥ୍ୟ ଓ ଅଭିଜ୍ଞତାର ବ୍ୟାପକ ଉପଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି । ସମ୍ମୁଖ ଯୋଦ୍ଧାମାନେ ଟିକା ନେଇଥିବାରୁ କରୋନାର ଦ୍ୱିତୀୟ ସଂକ୍ରମଣ କାଳରେ ନିରାପଦରେ କାମ କରିପାରୁଛନ୍ତି; ତେଣୁ ପ୍ରତ୍ୟେକ ଲୋକ ତାଙ୍କର ପାଳି ଆସିଲେ ଟିକା ନେବାକୁ ସେ କହିଛନ୍ତି ।

            ଉତ୍ତରପ୍ରଦେଶର ପୂର୍ବାଞ୍ଚଳରେ ଡାକ୍ତରମାନେ ଉତ୍ସର୍ଗୀକୃତ ଭାବେ କାମ କରି ଶିଶୁଙ୍କ ମସ୍ତିଷ୍କ ପଦାହ ରୋଗ (ଏନ୍‌ସେଫାଲାଇଟିସ୍‌)କୁ ନିୟନ୍ତ୍ରଣ କରିପାରିଛନ୍ତି । ସେମାନେ କରୋନା ବିରୋଧରେ ସମାନ ଢଙ୍ଗରେ କାମ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି  । ମନ୍ତ୍ରୀ କରୋନା ମୁକାବିଲା ସମୟରେ ଦେଖାଦେଇଥିବା “ବ୍ଲାକ୍ ଫଙ୍ଗସ୍‌” ରୋଗର ମୁକାବିଲା ପାଇଁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

            ପ୍ରଧାନମନ୍ତ୍ରୀ, କୋଭିଡ ଲଢେଇରେ ଲୋକ ପ୍ରତିନିଧିମାନଙ୍କ  ନେତୃତ୍ୱ ଓ କାମକୁ ପ୍ରଶଂସା କରିବା ସହିତ ବନାରସ ନଗରୀକୁ ସଫାସୁତୁରା ରଖିଥିବାରୁ ନଗରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସମାଲୋଚନା ସତ୍ୱେ ଲୋକପ୍ରତିନିଧି ଓ ନେତାମାନେ ଜନତାଙ୍କ ସହ ଯୋଡି ହୋଇ ରହି କାମ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଅବସରରେ ପରାମର୍ଶ ଦେଇଛନ୍ତି ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘PM Modi is so popular’: Malaysian PM on Modi’s international appeal’

Media Coverage

‘PM Modi is so popular’: Malaysian PM on Modi’s international appeal’
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on the Parkash Purab of Sri Guru Granth Sahib Ji
September 12, 2026

The Prime Minister, Shri Narendra Modi, extended greetings on the occasion of the Parkash Purab of Sri Guru Granth Sahib Ji.

The Prime Minister said that for centuries, Sri Guru Granth Sahib Ji has shown humanity the way of selfless service, human dignity and togetherness.

Shri Modi expressed hope that the sacred occasion would inspire everyone to deepen these values in society and build a more compassionate and harmonious world.

The Prime Minister wrote on X;

“Greetings on the Parkash Purab of Sri Guru Granth Sahib Ji.

For centuries, it has shown humanity the way of selfless service, human dignity and togetherness.

May this sacred occasion inspire us to deepen these values in our society and build a more compassionate and harmonious world.”