ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନିମନ୍ତ୍ରଣକ୍ରମେ , ମୁଁ ୧୪ ଜୁନ ୨୦୨୪ରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି-୭ ଆଉଟରିଚ୍ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଇଟାଲୀର ଆପୁଲିଆ ଅଞ୍ଚଳ ଗସ୍ତ କରୁଛି ।

ମୁଁ ଖୁସି ଯେ ମୋର କ୍ରମାଗତ ତୃତୀୟ ପାଳିରେ ଜି-୭ ଶିଖର ସମ୍ମିଳନୀ ପାଇଁ ପ୍ରଥମ ଗସ୍ତ କାର୍ଯ୍ୟକ୍ରମ ଇଟାଲୀ ଗସ୍ତ କରିବା ରହିଛି । ୨୦୨୧ରେ ଜି-୨୦ ଶିଖର ସମ୍ମିଳନୀ ପାଇଁ ମୋର ଇଟାଲୀ ଗସ୍ତକୁ ମୁଁ ଗଭୀର ଭାବରେ ମନେ ପକାଉଛି । ଗତ ବର୍ଷ ପ୍ରଧାନମନ୍ତ୍ରୀ ମେଲୋନିଙ୍କ ଦୁଇ ଥର ଭାରତ ଗସ୍ତ ଆମର ଦ୍ୱିପାକ୍ଷିକ କାର୍ଯ୍ୟସୂଚୀକୁ ତ୍ୱରାନ୍ୱିତ କରିବାରେ ସହାୟକ ହୋଇଥିଲା । ଭାରତ - ଇଟାଲୀ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ଏବଂ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ଭୂମଧ୍ୟସାଗରୀୟ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ।

ଆଉଟରିଚ୍ ଅଧିବେଶନରେ, କୃତ୍ରିମ ବୁଦ୍ଧିମତା (ଏଆଇ), ଶକ୍ତି, ଆଫ୍ରିକା ଏବଂ ଭୂମଧ୍ୟ ସାଗରୀୟ କ୍ଷେତ୍ର ଭଳି ପ୍ରସଙ୍ଗ ଉପରେ ଆଲୋଚନାକୁ କେନ୍ଦ୍ରିତ କରାଯିବ । ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀର ଫଳାଫଳ ଏବଂ ଆଗାମୀ ଜି-୭ ଶିଖର ସମ୍ମିଳନୀର ଫଳାଫଳ ମଧ୍ୟରେ ଅଧିକ ସମନ୍ୱୟ ଆଣିବା ଏବଂ ଦକ୍ଷିଣ ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଚାର ବିମର୍ଶ କରିବାର ଏହା ଏକ ସୁଯୋଗ ହେବ ।

ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ଅନ୍ୟ ନେତାମାନଙ୍କୁ ମଧ୍ୟ ଭେଟିବାକୁ ମୁଁ ଉତ୍ସାହିତ ଅଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Tractor sales cross 10 lakh mark in FY26 on strong rural demand, GST cut

Media Coverage

Tractor sales cross 10 lakh mark in FY26 on strong rural demand, GST cut
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 12, 2026
April 12, 2026

Trust, Technology & Transformation: How India is Building a Viksit Bharat Under PM Modi