Situation in Karnataka and Tamil Nadu, as fallout of the issue of distribution of the waters of the Cauvery River, is distressful: PM
Violence cannot provide a solution to any problem. In a democracy, solutions are found through restraint and mutual dialogue: PM
Violence and arson seen in the last two days is causing loss to the poor, and to our nation’s property: PM Modi
I appeal to the people of Karnataka and Tamil Nadu, to display sensitivity, and also keep in mind their civic responsibilities: PM

ଶ୍ରଦ୍ଧେୟ ଭାଇ ଓ ଭଉଣୀମାନେ,

କର୍ଣ୍ଣାଟକ ଏବଂ ତାମିଲନାଡୁରେ କାବେରୀ ଜଳ ଆବଣ୍ଟନକୁ ନେଇ ସଂପ୍ରତି ସୃଷ୍ଟି ହୋଇଥିବା ପରିସ୍ଥିତି ଅତ୍ୟନ୍ତ ଦୁଃଖ ଦାୟକ ।

ପରିସ୍ଥିତିର ଅଗ୍ରଗତିକୁ ନେଇ ମୁଁ ବ୍ୟକ୍ତିଗତ ଭାବେ ଅତ୍ୟନ୍ତ ମର୍ମାହତ । ହିଂସା ମାଧ୍ୟମରେ କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ । ଗଣତନ୍ତ୍ରରେ, ସଞ୍ଜମତା ଏବଂ ଆପୋଷ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରାଯାଇପାରିବ ।

ଏହି ବିବାଦର ସମାଧାନ ଆଇନର ପରିସର ମଧ୍ୟରେ ସମ୍ଭବ ହୋଇପାରିବ । ଆଇନ ଅମାନ୍ୟ କରିବା ଏହାର ସଠିକ୍ ବିକଳ୍ପ ନୁହେଁ । ବିଗତ ଦୁଇ ଦିନ ଧରି ଯେଉଁଭଳି ଭାବେ ହିଂସା ଏବଂ ପୋଡାଜଳା ହେଉଛି ତାହା ଗରିବର ଏବଂ ଆମ ଦେଶର ସମ୍ପତ୍ତିକୁ ନଷ୍ଟ କରୁଛି ।

ଆମ ଦେଶରେ ଯେତେବେଳେ ପ୍ରତିକୂଳ ପରିସ୍ଥିତି ଉପୁଜିଛି ଦେଶର ଅନ୍ୟ ନାଗରିକମାନଙ୍କ ସହିତ କର୍ଣ୍ଣାଟକ ଏବଂ ତାମିଲନାଡୁର ଜନସାଧାରଣ ସ୍ଥିତିର ମୁକାବିଲା କରିବାରେ ସର୍ବଦା ସଂବେଦନଶୀଳତାର ପରିଚୟ ଦେଇଆସିଛନ୍ତି । ମୁଁ କର୍ଣ୍ଣାଟକ ଏବଂ ତାମିଲନାଡୁର ଜନସାଧାରଣଙ୍କୁ ଅନୁରୋଧ କରୁଛି ଯେ ସଂବେଦନଶୀଳତା ପ୍ରଦର୍ଶନ କରିବା ସହିତ ନିଜର ନାଗରୀକ କର୍ତ୍ତବ୍ୟକୁ ନିଶ୍ଚିତ ରୂପେ ମନେ ରଖନ୍ତୁ ।

ମୋର ବିଶ୍ୱାସ ଯେ ଆପଣମାନେ ରାଷ୍ଟ୍ରହୀତ ଏବଂ ରାଷ୍ଟ୍ର ନିର୍ମାଣକୁ ସର୍ବୋପରୀ ଗ୍ରହଣ କରିବେ ଏବଂ ହିଂସା, ଭଙ୍ଗାରୁଜା, ପୋଡାଜଳା, ଧ୍ୱଂସ ଭଳି ଆଚରଣରୁ ନିବୃତ୍ତ ରହି ସଞ୍ଜମ, ସଦଭାବନା ଏବଂ ସମାଧାନକୁ ପ୍ରାଥମିକତା ପ୍ରଦାନ କରିବେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indonesia To Dubai, IITs And IIMs Are Going Global: The Strategy Behind India's Overseas Campuses

Media Coverage

Indonesia To Dubai, IITs And IIMs Are Going Global: The Strategy Behind India's Overseas Campuses
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 9, 2026
July 09, 2026

PM Modi Leading India's Economic, Cultural & Diplomatic Renaissance