“ମେଘାଳୟ ଦୁନିଆକୁ ପ୍ରକୃତି, ପ୍ରଗତି, ସଂରକ୍ଷଣ ଏବଂ ପର୍ଯ୍ୟାବରଣ- ସ୍ଥିରତାର ବାର୍ତା ଦେଇଛି ।”
“ମେଘାଳୟ ପ୍ରତିଭାଶାଳୀ କଳାକାରମାନଙ୍କୁ ନେଇ ପରିପୂର୍ଣ୍ଣ ଏବଂ ଶିଲଂ ଚ୍ୟାମ୍ବର ଗୀତ ବଜାଇବାବାଲା ଏହାକୁ ନୂତନ ଶିଖରରେ ପହଂଚାଇଛନ୍ତି ।”
“ମେଘାଳୟର ସମୃଦ୍ଧ ଖେଳ ସଂସ୍କୃତିରୁ ଦେଶ ଅନେକ ଆଶା ରଖିଛି ।”
“ମେଘାଳୟର ଭଉଣୀମାନେ ବାଉଁଶ ବୁଣା କଳାକୁ ପୁନର୍ଜୀବିତ କରିଛନ୍ତି ଏବଂ ଏହାର ପରିଶ୍ରମୀ କୃଷକମାନେ ମେଘାଳୟକୁ ଏକ ଜୈବିକ ରାଜ୍ୟ ଭାବରେ ମଜଭୁତ ପରିଚିତି ପ୍ରଦାନ କରୁଛନ୍ତି ।”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେଘାଳୟର ୫୦ତମ ପ୍ରତିଷ୍ଠା/ ସ୍ଥାପନା ଦିବସ ଅବସରରେ ମେଘାଳୟର ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟର ସ୍ଥାପନା ଏବଂ ବିକାଶରେ ଯେଉଁ ବ୍ୟକ୍ତିମାନେ ଯୋଗଦାନ ଦେଇଛନ୍ତି, ସେହି ବ୍ୟକ୍ତିମାନଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ସେ କିପରି ପ୍ରଧାନମନ୍ତ୍ରୀ ହେବା ପରେ ପୂର୍ବୋତର ପରିଷଦର ବୈଠକରେ ଭାଗ ନେବା ପାଇଁ ଶିଲଂକୁ ଆସିଥିଲେ, ସେ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ତିନି - ଚାରି ଦଶନ୍ଧିର ବ୍ୟବଧାନ ପରେ କୌଣସି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ରାଜ୍ୟକୁ ଏହା ପ୍ରଥମ ଥର ପାଇଁ ଗସ୍ତ ଥିଲା । ସେ ପ୍ରକୃତିର ନିକଟତର ଲୋକମାନଙ୍କ ଭଳି ନିଜର ପରିଚୟକୁ ମଧ୍ୟ ସେହିଭଳି ଭାବେ ଅଧିକ ମଜଭୁତ କରିବା ନିମନ୍ତେ ରାଜ୍ୟର ଲୋକ ମାନଙ୍କୁ ବଧାଇ ଜଣାଇ ଥିଲେ । ଶ୍ରୀ ମୋଦୀ କହିଥିଲେ ଯେ “ମେଘାଳୟ ଦୁନିଆକୁ ପ୍ରକୃତି, ପ୍ରଗତି, ସଂରକ୍ଷଣ ଏବଂ ପର୍ଯ୍ୟାବରଣ- ସ୍ଥିରତାର ବାର୍ତା ପ୍ରଦାନ କରିଛି ।”

 

ପ୍ରତ୍ୟେକ ଗ୍ରାମରେ, ‘ସିଟି ବଜେଇବା ବାଲା ଗ୍ରାମ’ ଏବଂ ଗାଇବାର ପରମ୍ପରା ସମ୍ପର୍କରେ କହିବା ସହିତ ପ୍ରଧାନମନ୍ତ୍ରୀ କଳା ଏବଂ ସଙ୍ଗୀତ କ୍ଷେତ୍ରରେ ରାଜ୍ୟର ଯୋଗଦାନକୁ ସଲାମ କରିଥିଲେ । ସେ କହିଥିଲେ ଯେ ଏହି ମାଟି ପ୍ରତିଭାବାନ୍ କଳାକାରମାନଙ୍କୁ ନେଇ ପରିପୂର୍ଣ୍ଣ ଏବଂ ଶିଲଂ ଚ୍ୟାମ୍ବର ଗାଇବା ବଜେଇବା ଲୋକମାନେ ଏହାକୁ ନୂତନ ଶିଖରରେ ପହଂଚାଇ ଦେଇଛନ୍ତି । ସେ କହିଥିଲେ ଯେ ମେଘାଳୟର ସମୃଦ୍ଧ ଖେଳ ସଂସ୍କୃତିଠାରୁ ଦେଶ ଅନେକ ଆଶା ରଖିଛି ।

 

ପ୍ରଧାନମନ୍ତ୍ରୀ ଜୈବିକ କୃଷି କ୍ଷେତ୍ରରେ ରାଜ୍ୟର ବର୍ଦ୍ଧିତ ପ୍ରସିଦ୍ଧି ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ “ମେଘାଳୟର ଭଉଣୀମାନେ ବାଉଁଶ ବୁଣାର କଳାକୁ ପୁର୍ନଜୀବିତ କରିଥିଲେ ଏବଂ ଏହାର ପରିଶ୍ରମୀ କୃଷକମାନେ ମେଘାଳୟକୁ ଏକ ଜୈବିକ କୃଷି ରାଜ୍ୟ ରୂପରେ ମଜଭୁତ ପରିଚୟ ଦେବାକୁ ଉଦ୍ୟମ କରୁଛନ୍ତି ।”

ପ୍ରଧାନମନ୍ତ୍ରୀ ଉନ୍ନତ ସଡକ, ରେଳ ଏବଂ ବିମାନ ଚଳାଚଳ ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତା ସମ୍ପର୍କରେ ଦୋହରାଇ ଥିଲେ । ସେ କହିଥିଲେ ଯେ ରାଜ୍ୟର ଜୈବିକ ଉତ୍ପାଦଗୁଡ଼ିକ ନିମନ୍ତେ ଏକ ନୂତନ ଘରୋଇ ଏବଂ ବିଶ୍ୱ ବଜାର ସୁନିଶ୍ଚିତ କରିବାର ପଦକ୍ଷେପ ନିଆ ଯାଇଛି । କେନ୍ଦ୍ରର ଯୋଜନାଗୁଡିକୁ ଲୋକମାନଙ୍କ ନିକଟରେ ପହଂଚାଇବା ନିମନ୍ତେ ରାଜ୍ୟ ସରକାର ସମସ୍ତ ପ୍ରକାରର ଚେଷ୍ଟା କରୁଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଏବଂ ଜାତୀୟ ଆଜୀବିକା ମିଶନ ଭଳି ଯୋଜନା ଗୁଡିକରୁ ମେଘାଳୟକୁ ଲାଭ ମିଳିଛି । ଆଜି ଜଳ ଜୀବନ ମିଶନ ଯୋଗୁଁ ୨୦୧୯ରେ କେବଳ ଏକ ପ୍ରତିଶତ ଗୃହକୁ ପାଇପ୍ ମାଧ୍ୟମରେ ଜଳ ଯୋଗାଣ ହେଉଥିବା ବେଳେ ତାହା ଏବେ ୩୩%ରେ ପହଂଚିଛି । ମେଘାଳୟ ଟିକା ବିତରଣ ନିମନ୍ତେ ଡ୍ରୋନ୍ ବ୍ୟବହାର କରୁଥିବା ପ୍ରାଥମିକ ରାଜ୍ୟ ଗୁଡିକ ମଧ୍ୟରୁ ଅନ୍ୟତମ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଶେଷରେ, ପ୍ରଧାନମନ୍ତ୍ରୀ ମେଘାଳୟର ଲୋକମାନଙ୍କୁ ପର୍ଯ୍ୟଟନ ଏବଂ ଜୈବିକ ଉତ୍ପାଦ ଗୁଡିକ ବ୍ୟତୀତ ନୂତନ କ୍ଷେତ୍ର ଗୁଡିକୁ ବିକଶିତ କରିବା ନିମନ୍ତେ ତାଙ୍କର ନିରନ୍ତର ସମର୍ଥନ ଏବଂ ଦୃଢ଼ ସଙ୍କଳ୍ପ ରହିଥିବା ସମ୍ପର୍କରେ ଆଶ୍ୱାସନା ଦେଇଥିଲେ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Praises Farmers For Taking India's Rich Mango Heritage To Global Markets

Media Coverage

PM Modi Praises Farmers For Taking India's Rich Mango Heritage To Global Markets
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hold talks with Myanmar President U Min Aung Hlaing
June 01, 2026

The Prime Minister, Shri Narendra Modi, today held productive talks with the President of Myanmar, U Min Aung Hlaing.

The Prime Minister noted that India is honoured that President U Min Aung Hlaing chose India for his first foreign visit as President. He also expressed happiness that the President began his programme in India from Bodh Gaya with the blessings of Lord Buddha.

During the talks, the two leaders reviewed the full range of India-Myanmar relations and discussed ways to further strengthen bilateral cooperation.

The discussions covered avenues to deepen cooperation in trade, rare earths, healthcare, connectivity, heritage restoration and capacity building. The two sides also agreed to work closely in areas such as maritime security, cyber security and other sectors of mutual interest.

The Prime Minister underlined that Myanmar is vital to India’s ‘Neighbourhood First’, ‘Act East’ and Indo-Pacific policies, reaffirming the importance India attaches to its relations with Myanmar.

The Prime Minister wrote on X;

“Had a productive meeting with President U Min Aung Hlaing of Myanmar. We in India are honoured that he has chosen India for his first foreign visit as President. Equally gladdening is the fact that he began the visit from Bodh Gaya, with the blessings of Lord Buddha. We reviewed the full range of India-Myanmar relations. Myanmar is vital to India’s policies of ‘Neighbourhood First’, ‘Act East’ and Indo-Pacific.”

“Our talks covered ways to deepen cooperation in trade, rare earths, healthcare, connectivity, heritage restoration and capacity building. We also agreed to work closely in areas such as maritime security, cyber security and more.”