ମହାମାନ୍ୟପ୍ରଧାନମନ୍ତ୍ରୀ ଷ୍ଟାରମର,

ଭାରତ ଏବଂ ବ୍ରିଟେନର ବ୍ୟବସାୟୀ ନେତୃବୃନ୍ଦ,

ନମସ୍କାର!

ଆଜି ଭାରତ-ବ୍ରିଟେନ ସି.ଇ.ଓ ଫୋରମର ଏହି ବୈଠକରେ ଯୋଗ ଦେଇ ମୁଁ ଅତ୍ୟନ୍ତ ଆନନ୍ଦିତ। ସର୍ବପ୍ରଥମେମୁଁ ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କୁ ତାଙ୍କର ମୂଲ୍ୟବାନ ବିଚାର ପାଇଁ କୃତଜ୍ଞତା ଜଣାଉଛି।

ବର୍ଷ ବର୍ଷ ଧରି ଆପଣ ସମସ୍ତ ବ୍ୟବସାୟୀ ନେତୃବର୍ଗଙ୍କ ନିରନ୍ତର ପ୍ରୟାସ ଦ୍ୱାରାଏହି ମଞ୍ଚ ଭାରତ-ବ୍ରିଟେନ ରଣନୈତିକ ଭାଗିଦାରୀର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବେ ଠିଆ ହୋଇଛି। ବର୍ତ୍ତମାନ ଆପଣଙ୍କ ମତାମତ ଶୁଣିବା ଦ୍ୱାରା ମୋର ବିଶ୍ୱାସ ଗଭୀର ହୋଇଛି ଯେ, ଆମେ ସ୍ୱାଭାବିକ ଅଂଶୀଦାର ଭାବରେ ଆହୁରି ଦ୍ରୁତ ଗତିରେ ଆଗକୁ ବଢିବୁ। ଆଉ ଏଥିପାଇଁ ମୁଁ ଆପଣ ସମସ୍ତଙ୍କୁ ଅଭିବାଦନ ଜଣାଉଛି।

 

ବନ୍ଧୁଗଣ,

ବର୍ତ୍ତମାନର ବୈଶ୍ୱିକ ଅସ୍ଥିରତା ମଧ୍ୟରେ ଭାରତ-ବ୍ରିଟେନ ସମ୍ପର୍କର ସ୍ଥିରତା ଦୃଷ୍ଟିରୁ ଚଳିତ ବର୍ଷ ଅଭୂତପୂର୍ବ ଅଟେ। ଚଳିତ ବର୍ଷ ଜୁଲାଇରେ ମୋର ବ୍ରିଟେନ ଗସ୍ତ ସମୟରେଆମେ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ରାଜିନାମାଅର୍ଥାତ୍ ସିଇଟିଏ ସ୍ୱାକ୍ଷର କରିଥିଲୁ। ଏହି ଐତିହାସିକ ସଫଳତା ପାଇଁ ତାଙ୍କର ପ୍ରତିବଦ୍ଧତା ଏବଂ ଦୂରଦୃଷ୍ଟି ପାଇଁ ମୁଁ ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କୁ ହୃଦୟରୁ ପ୍ରଶଂସା ଏବଂ ଅଭିନନ୍ଦନ ଜଣାଉଛି। ଏହା କେବଳ ଏକ ବାଣିଜ୍ୟ ରାଜିନାମା ନୁହେଁବରଂ ବିଶ୍ୱର ଦୁଇ ସର୍ବବୃହତ୍ ଅର୍ଥବ୍ୟବସ୍ଥା ମଧ୍ୟରେ ସହଭାଗୀ ପ୍ରଗତିସହଭାଗୀ ସମୃଦ୍ଧି ଏବଂ ଅଂଶୀଦାର ଲୋକଙ୍କ ପାଇଁ ଏକ ରୋଡମ୍ୟାପ୍। ବଜାର ପ୍ରବେଶ ସହିତଏହି ରାଜିନାମା ଉଭୟ ଦେଶରେ ଏମ.ଏସ.ଏମ.ଇ ଗୁଡ଼ିକୁ ପ୍ରୋତ୍ସାହନ ଦେବ। ଏହାଦ୍ୱାରା ଲକ୍ଷ ଲକ୍ଷ ଯୁବକଯୁବତୀଙ୍କ ପାଇଁ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ବନ୍ଧୁଗଣ,

ଏହି ସିଇଟିଏ(CETA) ନିଜର ପୂର୍ଣ୍ଣ ସାମର୍ଥ୍ୟର ପାଇପାରିବ, ଏଥିପାଇଁ ଚାରିଟି ନୂତନ ଦିଗ, ଏହି ସିଇଟିଏକୁ ନିଜ ନିକଟରେ ରଖିବାକୁ ଚାହୁଁଛି । ସିଇଟିଏ ର ଏହି ନୂତନ ଦିଗଗୁଡ଼ିକ ସମ୍ଭବତଃ ଏହାକୁ ଅଧିକ ବ୍ୟାପକ ଆଧାର ପ୍ରଦାନ କରିବ।

ସି, ଅର୍ଥାତ୍ ବାଣିଜ୍ୟ ଏବଂ ଅର୍ଥନୀତି

ଇ, ଅର୍ଥାତ୍ ଶିକ୍ଷା ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ

ଟି, ଅର୍ଥାତ୍ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ

ଏ, ଅର୍ଥାତ୍ ଆକାଂକ୍ଷା

ଆଜି ଆମର ଦ୍ୱିପାକ୍ଷିକ ବାଣିଜ୍ୟ ପାଖାପାଖି ୫୬ ବିଲିୟନ ଡଲାର। ଆମେ ୨୦୩୦ ସୁଦ୍ଧା ଏହାକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ରଖିଛୁ। ମୋର ବିଶ୍ୱାସଆମେ ଏହି ଲକ୍ଷ୍ୟଗୁଡ଼ିକୁ ସମୟ ପୂର୍ବରୁ ହାସଲ କରିପାରିବା।

 

ବନ୍ଧୁଗଣ,

ଆଜି ଭାରତରେ ନୀତିଗତ ସ୍ଥିରତାପୂର୍ବାନୁମାନଯୋଗ୍ୟ ନିୟନ୍ତ୍ରଣ ଏବଂ ବ୍ୟାପକ ଚାହିଦା ରହିଛି। ଏଭଳି ସ୍ଥିତିରେ ଭିତ୍ତିଭୂମିଔଷଧଶକ୍ତିଅର୍ଥ ସମେତ ପ୍ରତ୍ୟେକ କ୍ଷେତ୍ରରେ ଅଭୂତପୂର୍ବ ସୁଯୋଗ ରହିଛି। ଏହା ମଧ୍ୟ ଖୁସିର ବିଷୟ ଯେ ବ୍ରିଟେନର ୯ଟି ବିଶ୍ୱବିଦ୍ୟାଳୟ ଭାରତରେ ନିଜର କ୍ୟାମ୍ପସ ଖୋଲିବାକୁ ଯାଉଛି। ଆଗାମୀ ସମୟରେ ଶିକ୍ଷା-ଶିଳ୍ପ ଭାଗିଦାରୀ ଆମର ନବସୃଜନ ଅର୍ଥବ୍ୟବସ୍ଥାର ସବୁଠାରୁ ବଡ଼ ପ୍ରେରକ ଶକ୍ତି ହେବ।

ବନ୍ଧୁଗଣ,

ଆଜି ଟେଲିକମ୍ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସବାୟୋଟେକ୍କ୍ୱାଣ୍ଟମ୍ସେମିକଣ୍ଡକ୍ଟରସାଇବର ଏବଂ ମହାକାଶ ଭଳି କ୍ଷେତ୍ରରେ ଆମ ମଧ୍ୟରେ ସହଯୋଗର ଅଗଣିତ ନୂତନ ସମ୍ଭାବନା ସୃଷ୍ଟି ହେଉଛି। ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଆମେ ସହ-ଡିଜାଇନ ଏବଂ ସହ-ଉତ୍ପାଦନ ଦିଗରେ ଅଗ୍ରସର ହେଉଛୁ। ଏହି ସମସ୍ତ ସମ୍ଭାବନାକୁ ଦୃଢ଼ ସହଯୋଗରେ ପରିଣତ କରିବା ପାଇଁ ଦ୍ରୁତ ଗତିରେ କାର୍ଯ୍ୟ କରିବାର ସମୟ ଆସିଛି। ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥବିରଳ-ଖଣିଜ, ରେୟାର ଆର୍ଥ, ଏ.ପି.ଆଇ ଭଳି ରଣନୈତିକ କ୍ଷେତ୍ରରେଆମେ ଏକ ସଂରଚିତ ଢଙ୍ଗରେ ଆଗକୁ ବଢ଼ିବା ଉଚିତ। ଏହା ଆମ ସମ୍ପର୍କକୁ ଭବିଷ୍ୟତର ଦିଗ ଦେବ।

ବନ୍ଧୁଗଣ,

ଆପଣମାନେ ସମସ୍ତେ ଫିନଟେକ କ୍ଷେତ୍ରରେ ଭାରତର ସାମର୍ଥ୍ୟକୁ ଦେଖିଛନ୍ତି। ଆଜି ବିଶ୍ୱର ବାସ୍ତବ ସମୟର ଡିଜିଟାଲ ନେଣଦେଣର ପ୍ରାୟ ୫୦ ପ୍ରତିଶତ ଭାରତରେ ହେଉଛି। ଆର୍ଥିକ ସେବାରେ ବ୍ରିଟେନର ଅଭିଜ୍ଞତା ଏବଂ ଭାରତର ଡିପିଆଇ ମିଳିତ ଭାବେ ସମଗ୍ର ମାନବଜାତିକୁ ଲାଭାନ୍ୱିତ କରିପାରିବ।

 

ବନ୍ଧୁଗଣ,

ଆମ ସମ୍ପର୍କକୁ ନୂତନ ଶକ୍ତି ଦେବା ପାଇଁ ପ୍ରଧାନମନ୍ତ୍ରୀ ଷ୍ଟାରମର ଏବଂ ମୁଁ ଭିଜନ ୨୦୩୫ ଘୋଷଣା କରିଥିଲୁ। ଏହା ହେଉଛି ଆମର ସହଭାଗୀ ଅଭିଳାଷର ରୂପରେଖ। ଭାରତ ଏବଂ ବ୍ରିଟେନ ଭଳି ମୁକ୍ତଗଣତାନ୍ତ୍ରିକ ସମାଜ ମଧ୍ୟରେ ଏପରି କୌଣସି କ୍ଷେତ୍ର ନାହିଁ ଯେଉଁଥିରେ ଆମେ ସହଯୋଗ ବଢ଼ାଇ ପାରିବା ନାହିଁ। ଭାରତର ପ୍ରତିଭା ଓ ସାମର୍ଥ୍ୟ ଏବଂ ବ୍ରିଟେନର ଗବେଷଣା ଓ ବିକାଶ ତଥା ବିଶେଷଜ୍ଞତାର ମିଶ୍ରଣରେ ବଡ଼ ଫଳାଫଳ ପ୍ରଦାନ କରିବାର କ୍ଷମତା ରହିଛି। ଏହି ଆକାଂକ୍ଷାଗୁଡ଼ିକ ଏବଂ ମହତ୍ୱାକାଂକ୍ଷାଗୁଡ଼ିକୁ ଏକ ଲକ୍ଷ୍ୟବଦ୍ଧ ଏବଂ ସମୟବଦ୍ଧ ଢଙ୍ଗରେ ପୂରଣ କରିବାରେ ଆପଣଙ୍କର ସହଯୋଗ ଏବଂ ସମର୍ଥନ ଗୁରୁତ୍ୱପୂର୍ଣ୍ଣ।

ବନ୍ଧୁଗଣ,

ଆପଣମାନଙ୍କ ମଧ୍ୟରୁ ଅଧିକାଂଶ କମ୍ପାନୀ ଭାରତରେ ପୂର୍ବରୁ ଉପସ୍ଥିତ ଅଛନ୍ତି। ଆଜି ଭାରତର ଅର୍ଥବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଅଣାଯାଉଛିଅନୁପାଳନ ହ୍ରାସ କରାଯାଉଛି ଏବଂ ବ୍ୟବସାୟିକ ସୁଗମତା ଉପରେ ଧ୍ୟାନ ଦିଆଯାଉଛି। ନିକଟରେ ଆମେ ଜିଏସଟି ସଂସ୍କାର ଘୋଷଣା କରିଛୁ। ଏହା ଆମ ମଧ୍ୟବିତ୍ତ ବର୍ଗଏମ.ଏସ. ଏମ.ଇ. ଗୁଡ଼ିକର ଅଭିବୃଦ୍ଧି କାହାଣୀକୁ ନୂତନ ଶକ୍ତି ଦେବ ଏବଂ ଆପଣମାନଙ୍କ ପାଇଁ ସମ୍ଭାବନା ମଧ୍ୟ ବୃଦ୍ଧି କରିବ।

ବନ୍ଧୁଗଣ,

ଭିତ୍ତିଭୂମି ବିକାଶ ଆମ ପାଇଁ ପ୍ରାଥମିକତା ଅଟେ। ଆମେ ଆଗାମୀ ପିଢ଼ିର ଭିତ୍ତିଭୂମିରେ ସିଧାସଳଖ ନିବେଶ କରୁଛୁ। ୨୦୩୦ ମସିହା ସୁଦ୍ଧା ଆମେ ଦ୍ରୁତ ଗତିରେ ୫୦୦ ଗିଗାୱାଟ ଅକ୍ଷୟ ଶକ୍ତିର ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛୁ। ମୁଁ ଖୁସି ଯେ, ଆମେ ପରମାଣୁ ଶକ୍ତି କ୍ଷେତ୍ରକୁ ଘରୋଇ କ୍ଷେତ୍ର ପାଇଁ ଉନ୍ମୁକ୍ତ କରୁଛୁ। ଏବଂ ଏସବୁ ଭାରତ-ବ୍ରିଟେନ ସହଯୋଗକୁ ନୂତନ ଉଚ୍ଚତାକୁ ନେବା ପାଇଁ ସୁଯୋଗ ସୃଷ୍ଟି କରିଛି। ଭାରତର ଏହି ବିକାଶ ଯାତ୍ରାରେ ସାମିଲ ହେବା ପାଇଁ ମୁଁ ଆପଣମାନଙ୍କୁ ନିମନ୍ତ୍ରଣ କରୁଛି। ମୋର ମତ ହେଉଛିକ’ଣ ଭାରତ ଏବଂ ବ୍ରିଟେନର ବ୍ୟବସାୟୀ ମୁଖ୍ୟମାନେ ମିଳିତ ଭାବେ ଏପରି କିଛି କ୍ଷେତ୍ର ଚୟନ କରିପାରିବେଯେଉଁଠି ଆମେ ମିଳିତ ଭାବେ ବିଶ୍ୱରେ ଏକ ନମ୍ବର ହୋଇପାରି ପାରିବା ? ତାହା ଫିନଟେକ୍‍ ହେଉଗ୍ରୀନ୍ ହାଇଡ୍ରୋଜେନ୍ ହେଉସେମିକଣ୍ଡକ୍ଟର ହେଉ କିମ୍ବା ଷ୍ଟାର୍ଟଅପ୍ ହେଉ। ଆହୁରି ଅନେକ କ୍ଷେତ୍ର ଥାଇପାରେ। ଭାରତ ଏବଂ ବ୍ରିଟେନ ମିଳିତ ଭାବେ ବୈଶ୍ୱିକ ମାନଦଣ୍ଡ ନିର୍ଦ୍ଧାରଣ କରନ୍ତୁ!

ପୁଣି ଥରେ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଯେ, ଆପଣ ନିଜର ମୂଲ୍ୟବାନ ସମୟ ଦେଇ ଏଠାକୁ ଆସିଛନ୍ତି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership