ମହାମାନ୍ୟ- ରାଷ୍ଟ୍ରପତି ବାଇଡେନ,

ଯୋଗାଣ ଶୃଙ୍ଖଳା ସ୍ଥିରତାର ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଏହି ସମ୍ମିଳନୀ ପଦକ୍ଷେପ ନେଇଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି । ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ଆପଣ କହିଲେ, “ଆମେରିକା ଫେରି ଆସିଛି” । ଏବଂ ଏତେ କମ ସମୟ ମଧ୍ୟରେ, ଆମେ ସମସ୍ତେ ଏହା ଘଟୁଥିବାର ଦେଖୁଛୁ, ଏବଂ ସେଥିପାଇଁ ମୁଁ କହିବି, ଫେରି ଆସିବାକୁ ସ୍ୱାଗତ!

ମହାମାନ୍ୟ,

ମହାମାରୀର ପ୍ରାରମ୍ଭିକ ମାସରେ, ଆମେ ସମସ୍ତେ ଟିକା, ସ୍ୱାସ୍ଥ୍ୟ ଉପକରଣ ଏବଂ ଅତ୍ୟାବଶ୍ୟକ ଔଷଧ ଉତ୍ପାଦନ ପାଇଁ କଞ୍ଚାମାଲର ଅଭାବ ଅନୁଭବ କରିଥିଲୁ । ବର୍ତ୍ତମାନ ବିଶ୍ୱ ଅର୍ଥନେତିକ ପୁନରୁଦ୍ଧାର ପାଇଁ ପ୍ରସ୍ତୁତ ହେଉଛି, ସେମିକଣ୍ଡକ୍ଟର ଏବଂ ଅନ୍ୟାନ୍ୟ ଦ୍ରବ୍ୟର ଯୋଗାଣ ସମସ୍ୟା ସୁସ୍ଥ ଅଭିବୃଦ୍ଧି ପଥରେ ଆଗଉଛି । ଦୁନିଆରେ କିଏ ଜାଣିଥିଲା ଯେ ଜାହାଜ ପରିବହନ ପାଇଁ କଣ୍ଟେନରର ଅଭାବ କେବେ ହେବ?

ମହାମାନ୍ୟ,

ବିଶ୍ୱର ଟିକା ଯୋଗାଣରେ ଉନ୍ନତି ଆଣିବା ପାଇଁ ଭାରତ ଟିକା ରପ୍ତାନିକୁ ତ୍ୱରାନ୍ୱିତ କରିଛି । ଇଣ୍ଡୋ-ପାସିଫିକ୍ ଅଞ୍ଚଳରେ ଉନ୍ନତ ତଥା ସୁଲଭ ମୂଲ୍ୟରେ କୋଭିଡ୍ -୧୯ ଟିକା ଯୋଗାଇବା ପାଇଁ ଆମେ ଆମର କ୍ୱାଡ୍ ଅଂଶୀଦାରମାନଙ୍କ ସହିତ ମଧ୍ୟ କାର୍ଯ୍ୟ କରୁଛୁ । ଆସନ୍ତା ବର୍ଷ ବିଶ୍ୱ ପାଇଁ ୫ ବିଲିୟନ ଡୋଜର କୋଭିଡ ଟିକା ଉତ୍ପାଦନ କରିବାକୁ ଭାରତ ପ୍ରସ୍ତୁତ ହେଉଛି । ଏହା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ କଞ୍ଚାମାଲ ଯୋଗାଣରେ କୌଣସି ପ୍ରତିବନ୍ଧକ ନାହିଁ ।

ମହାମାନ୍ୟ,

ମୁଁ ବିଶ୍ୱାସ କରେ ଯେ ବିଶ୍ୱ ଯୋଗାଣ ଶୃଙ୍ଖଳାର ଉନ୍ନତି ପାଇଁ ତିନୋଟି ଦିଗ ଗୁରୁତ୍ୱପୂର୍ଣ୍ଣ - ବିଶ୍ୱସ୍ତ ଉତ୍ସ, ସ୍ୱଚ୍ଛତା ଏବଂ ସମୟାନୁବର୍ତ୍ତିତା । ଏହା ଆବଶ୍ୟକ ଯେ ଆମର ଯୋଗାଣ ବିଶ୍ୱସ୍ତ ଉତ୍ସରୁ ହେବା ଆବଶ୍ୟକ । ଆମର ଅଂଶୀଦାର ସୁରକ୍ଷା ପାଇଁ ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱସ୍ତ ଉତ୍ସଗୁଡିକ ଏପରି ହେବା ଆବଶ୍ୟକ ଯେ ସେମାନଙ୍କର ପ୍ରତିକ୍ରିୟାଶୀଳ ପ୍ରବୃତ୍ତି ନଥିବ ଯାହା ଦ୍ୱାରା ଯୋଗାଣ ଶୃଙ୍ଖଳା ଚେନ୍‍ ଯେସାକୁ ତେସା ଆଭିମୁଖ୍ୟରେ ସୁରକ୍ଷିତ ହୋଇପାରିବ । ଯୋଗାଣ ଶୃଙ୍ଖଳାର ବିଶ୍ୱସନୀୟତା ପାଇଁ, ଏହା ମଧ୍ୟ ଆବଶ୍ୟକ ଯେ ଏଥିରେ ସ୍ୱଚ୍ଛତା ରହିବା ଦରକାର । ସ୍ୱଚ୍ଛତାର ଅଭାବ ହେତୁ ଆଜି ଆମେ ଦେଖୁଛୁ ଯେ ଦୁନିଆର ଅନେକ କମ୍ପାନୀ ଛୋଟ ଛୋଟ ଜିନିଷର ଅଭାବର ସମ୍ମୁଖୀନ ହେଉଛନ୍ତି । ଯଦି ଜରୁରୀ ଜିନିଷଗୁଡ଼ିକର ଠିକ୍ ସମୟରେ ଯୋଗାଣ ନହୁଏ, ତେବେ ଏହା ଅଧିକ କ୍ଷତି ଘଟାଇପାରେ । କରୋନା ସମୟରେ ଫାର୍ମା ଏବଂ ଚିକିତ୍ସା ସାମଗ୍ରୀ ଯୋଗାଣରେ ଆମେ ଏହା ସ୍ପଷ୍ଟ ଭାବରେ ଅନୁଭବ କରିଛୁ । ତେଣୁ ଏକ ସମୟ ସୀମା ମଧ୍ୟରେ ଯୋଗାଣ ନିଶ୍ଚିତ କରିବାକୁ, ଆମ ଯୋଗାଣ ଶୃଙ୍ଖଳାକୁ ବିବିଧ କରିବାକୁ ପଡିବ । ଏବଂ ଏଥିପାଇଁ, ବିକାଶଶୀଳ ଦେଶରେ ବିକଳ୍ପ ଉତ୍ପାଦନ କ୍ଷମତାର ବିକାଶ କରିବାକୁ ପଡିବ ।

ମହାମାନ୍ୟ,

ଫାର୍ମାସ୍ୟୁଟିକାଲ୍ସ, ଆଇଟି ଏବଂ ଅନ୍ୟାନ୍ୟ ସାମଗ୍ରୀର ବିଶ୍ୱସ୍ତ ଉତ୍ସ ଭାବରେ ଭାରତ ଏହାର ବିଶ୍ୱସନୀୟତା ସୃଷ୍ଟି କରିଛି । ସ୍ୱଚ୍ଛ ଜ୍ଞାନକୌଶଳ ଯୋଗାଣ ଶୃଙ୍ଖଳାରେ ମଧ୍ୟ ଆମର ଭୂମିକା ନିଭାଇବାକୁ ଆମେ ଆଗ୍ରହୀ । ମୁଁ ପରାମର୍ଶ ଦେଉଛି ଯେ ଆମର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଅଧାର କରି ଏକ ର୍ନିଦ୍ଦିଷ୍ଟ ସମୟସୀମା ମଧ୍ୟରେ ପରବର୍ତ୍ତୀ କାର୍ଯ୍ୟ ଯୋଜନା ପ୍ରସ୍ତୁତ ଲାଗି ଆଗେି ଆସିବାକୁ ଆମେ ଆମ ଟିମ୍‍କୁ ନିର୍ଦ୍ଦେଶ ଦେଉଛୁ ।

ଧନ୍ୟବାଦ

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches ORV Sagar Manthan, boosting ocean research fleet

Media Coverage

India launches ORV Sagar Manthan, boosting ocean research fleet
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 10, 2026
September 10, 2026

Beyond Metros, Beyond Borders: How India Is Rewriting Its Growth Story Under PM Modi