From the plants to your plate, from matters of physical strength to mental well-being, the impact and influence of Ayurveda and traditional medicine is immense: PM
People are realising the benefits of Ayurveda and its role in boosting immunity: PM Modi
The strongest pillar of the wellness tourism is Ayurveda and traditional medicine: PM Modi

ସମସ୍ତଙ୍କୁ ଅଭିନନ୍ଦନ,

ନମସ୍କାର!

ମନ୍ତ୍ରୀମଣ୍ଡଳରେ ମୋର ସହକର୍ମୀ ଶୀ କିରେନ୍ ରିଜିଜୁ ମହୋଦୟମୁରଲୀଥରନ୍ ମହୋଦୟବିଶ୍ୱ ଆୟୁର୍ବେଦ ମହୋତ୍ସବର ସାଧାରଣ ସଚିବ ଡକ୍ଟର ଗଙ୍ଗାଧରନ ମହୋଦୟଫିକ୍କିର ସଭାପତି ଉଦୟ ଶଙ୍କର ମହୋଦୟଡକ୍ଟର ସଙ୍ଗୀତା ରେଡ୍ଡୀ ମହୋଦୟା,

ପ୍ରିୟ ବନ୍ଧୁଗଣ,

ଚତୁର୍ଥ ବିଶ୍ୱ ଆୟୁର୍ବେଦ ମହୋତ୍ସବରେ ଉଦ୍‌ବୋଧନ ଦେବାକୁ ଯାଉଥିବାରୁ ମୁଁ ଆନନ୍ଦିତ । ଏହା ଜାଣି ମୁଁ ଖୁସି ଯେ ବହୁ ବିଶେଷଜ୍ଞ ଏଥିରେ ସେମାନଙ୍କର ମତ ଓ ଅଭିଜ୍ଞତା ବଖାଣିବେ । ଏଥିରେ ପ୍ରତିନିଧିତ୍ୱ କରୁଥିବା ଦେଶଗୁଡିକର ସଂଖ୍ୟା ୨୫ରୁ ଅଧିକ ଅଟେ । ଏସବୁ ଖୁବ୍ ଶୁଭ ସଙ୍କେତ । ଏହା ଆୟୁର୍ବେଦ ଓ ପାରମ୍ପରିକ ଔଷଧ ପ୍ରତି ଲୋକଙ୍କ ଆଗ୍ରହର ବୃଦ୍ଧିକୁ ଦର୍ଶାଉଛି । ସମଗ୍ର ବିଶ୍ୱରେ ଆୟୁର୍ବେଦ ଉପରେ କାର୍ଯ୍ୟ କରୁଥିବା ସମସ୍ତଙ୍କ ଉଦ୍ୟମକୁ ମୁଁ ଏହି ମଂଚରୁ ପ୍ରଶଂସା କରିବାକୁ ଚାହେଁ । ସେମାନଙ୍କ ଆବେଗ ଓ କର୍ମପ୍ରବଣତା ସମଗ୍ର ମାନବଜାତିକୁ ଲାଭ ପହଂଚାଇବ ।

ବନ୍ଧୁଗଣ,

ଭାରତୀୟ ସଂସ୍କୃତି ପ୍ରକୃତି ଓ ପରିବେଶକୁ ଦେଉଥିବା ସମ୍ମାନ ସହ ଆୟୁର୍ବେଦ ନିବିଡ ଭାବରେ ଜଡିତ । ଆମ ଲେଖାଗୁଡିକରେ ଆୟୁର୍ବେଦକୁ ଅତି ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି । ଯେତେବେଳେ ଏଥିରେ ଲେଖାଯାଇଛି: ହିତା-ହିତମ୍ ସୁଖମ୍ ଦୁଃଖମ୍‌ଆୟୁଃ: ତସ୍ୟ ହିତା-ହିତମ୍ । ମାନମ୍ ଚ ତଚ୍ଚ ୟତ ଉକ୍ତମ୍‌ଆୟୁର୍ବେଦ ସ ଉଚ୍ୟତେ । ଆୟୁର୍ବେଦ ପ୍ରତ୍ୟେକ ବିଷୟରେ ଯତ୍ନ ନିଏ । ଏହା ଉତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ସୁନିଶ୍ଚିତ କରେ । ଆୟୁର୍ବେଦକୁ ଯଥାର୍ଥରେ ଏକ ସାମଗ୍ରିକ ମାନବ ବିଜ୍ଞାନ ଭାବେ ବର୍ଣ୍ଣନା କରାଯାଇପାରେ । ଉଦ୍ଭିଦଠାରୁ ଖାଇବା ଥାଳି ପର୍ଯ୍ୟନ୍ତଶାରିରୀକ ଶକ୍ତି ଏବଂ ମାନସିକ ନିରାମୟତା ଭଳି ପ୍ରସଙ୍ଗ ପର୍ଯ୍ୟନ୍ତଆୟୁର୍ବେଦ ଓ ପାରମ୍ପରିକ ଔଷଧର ପ୍ରଭାବ ଖୁବ୍ ଅଧିକ ।

ବନ୍ଧୁଗଣ,

ଏହା କୁହାଯାଇଛି: ସ୍ୱସ୍ଥସ୍ୟ ସ୍ୱାସ୍ଥ୍ୟସ୍ୟ ରକ୍ଷଣଂଆତୁରସ୍ୟ ବିକାର ପ୍ରଶମନଂ । ଏହାର ଅର୍ଥ: ଏବେ ଦେଖାଦେଉଥିବା ଅସୁସ୍ଥତାକୁ ଭଲ କରିବା ବ୍ୟତୀତ ଆୟୁର୍ବେଦ ଶରୀରର ସାମଗ୍ରିକ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେଇଥାଏ । ଏହା ଆଦୌ ଆଶ୍ଚର୍ଯ୍ୟଜନକ ନୁହେଁ ଯେଆୟୁର୍ବେଦ ରୋଗ ଅପେକ୍ଷା ନିରୋଗ ବିଷୟରେ ଅଧିକ କହିଥାଏ । ଆଗ କାଳରେଯେତେବେଳେ କେହି ଜଣେ ବୈଦ୍ୟଙ୍କ ପାଖକୁ ଯାଉଥିଲେସେ କେବଳ ଔଷଧ ପାଉନଥିଲେ ବରଂ  “ଭୋଜନ କରେ ଆରାମ ସେସବ୍ ଚିନ୍ତା କୋ ମାର । ଚବା-ଚବା କର ଖାଇଏବୈଦ୍ୟୟ ନ ଆବେ ଦ୍ୱାର”ଭଳି ମନ୍ତ୍ର ମଧ୍ୟ ପାଉଥିଲେ । ଏହାର ଅର୍ଥ ହେଉଛି: ଚିନ୍ତାଶୂନ୍ୟ ହୋଇ ନିଜର ଖାଦ୍ୟକୁ ଉପଭୋଗ କରନ୍ତୁ । ପ୍ରତିଟି ଗୁଣ୍ଡାକୁ ଚୋବାଇ ଚୋବାଇ ଖାଆନ୍ତୁଯାହା ଫଳରେ ଆଉ ଘରକୁ ବୈଦ୍ୟ ଡାକିବାକୁ ପଡିବ ନାହିଁ ।

ବନ୍ଧୁଗଣ,

ଜୁନ୍ ୨୦୨୦ରେମୁଁ ଫାଇନାନସିଆଲ୍ ଟାଇମସ୍‌ରେ ଏକ ପ୍ରବନ୍ଧ ପଢିବାକୁ ପାଇଲି । ଏହାର ମୁଖ୍ୟାଂଶ ଥିଲା – କରୋନା ଭୂତାଣୁ ‘ହେଲଥ ହାଲୋ’ ଉତ୍ପାଦଗୁଡିକୁ ପ୍ରୋତ୍ସାହିତ କରୁଛି । ଏହି ପ୍ରବନ୍ଧରେ ଲେଖାଅଛି ଯେକୋଭିଡ୍ ୧୯ ବୈଶ୍ୱିକ ମହାମାରୀ ପରିପ୍ରେକ୍ଷୀରେ ହଳଦୀଅଦା ଏବଂ ସେହିଭଳି ଅନ୍ୟ ମସଲାଗୁଡିକର ଚାହିଦା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ବର୍ତମାନର ପରିସ୍ଥିତି ଆୟୁର୍ବେଦ ପାଇଁ ଏକ ଯଥାର୍ଥ ସମୟ ଭେଟିଦେଇଛି ଏବଂ ପାରମ୍ପରିକ ଔଷଧପତ୍ର ବିଶ୍ୱସ୍ତରରେ ଅଧିକ ଳୋକପ୍ରିୟ ହେବା ପାଇଁ ବାଟ ଖୋଲିଦେଇଛି । ସେସବୁ ପ୍ରତି ଏବେ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି । ଆଧୁନିକ ଏବଂ ପାରମ୍ପରିକ ଔଷଧ ଉଭୟ କିଭଳି ଅଧିକ ନିରାମୟତା ପାଇଁ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ତାହା ଏବେ ବିଶ୍ୱ ଜାଣିପାରୁଛି । ଲୋକମାନେ ଏବେ ଆୟୁର୍ବେଦର ସୁଫଳ ଏବଂ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବାରେ ଏହାର ଭୂମିକାକୁ ହୃଦୟଙ୍ଗମ କରିପାରୁଛନ୍ତି । ଲୋକମାନେ ଏବେ କାଢାତୁଳସୀ ପତ୍ରଗୋଲମରିଚକୁ ସେମାନଙ୍କ ଜୀବନର ଅବିଛେଦ୍ୟ ଅଂଶ ଭାବେ ବାଛିନେଲେଣି ।

ବନ୍ଧୁଗଣ,

ଆଜି ପର୍ଯ୍ୟଟନର ଅନେକ ରଙ୍ଗ ଅନେକ ଢଙ୍ଗ  ରହିଛି । କିନ୍ତୁଭାରତ ବିଶେଷ କରି ଆପଣଙ୍କୁ ଯାହା ଯୋଗାଇଦେଉଛି ତାହା ହେଉଛି ନିରାମୟ ପର୍ଯ୍ୟଟନମୁଁ ପୁଣିଥରେ କହୁଛି ନିରାମୟ ପର୍ଯ୍ୟଟନ । ନିରାମୟ ପର୍ଯ୍ୟଟନର ମୂଳତତ୍ୱରେ ରହିଛି - ରୋଗର ଚିକିତ୍ସା ଓ ଅଧିକ ନିରାମୟ ବିଚାରଧାରା । ଏବଂ ଯେତେବେଳେ ମୁଁ ନିରାମୟ ପର୍ଯ୍ୟଟନ କଥା କୁହେଆୟୁର୍ବେଦ ଓ ପାରମ୍ପରିକ ଔଷଧପତ୍ର ହେଉଛି ଏହାର ଅତି ଶକ୍ତିଶାଳୀ ମୂଳଦୁଆ । କେରଳ ଭଳି ସୁନ୍ଦର ରାଜ୍ୟର ଘନ ସବୁଜ ପରିବେଶରେ ନିଜ ଶରୀରକୁ ବିଷାଣୁମୁକ୍ତ କରୁଥିବାର କଳ୍ପନା କରନ୍ତୁ । ଉତରାଖଣ୍ଡର ପାହାଡି ପବନ ମଧ୍ୟରେ କ୍ଷୀପ୍ର ପ୍ରବହମାନ ଏକ ନଦୀ କୂଳରେ ଯୋଗାଭ୍ୟାସ କରୁଛନ୍ତି ବୋଲି ଭାବନ୍ତୁ । ଉତର-ପୂର୍ବର ଘଂଚ ସବୁଜ ବନାନୀ ମଧ୍ୟରେ ନିଜ ଉପସ୍ଥିତିର ପରିକଳ୍ପନା କରନ୍ତୁ । ଯଦି ଆପଣ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କର୍ତବ୍ୟ ସମ୍ପାଦନ କରିବାର ଚାପରେ ରହିଛନ୍ତିତାହାହେଲେ ଏହାହିଁ ଭାରତର କାଳଜୟୀ ସଂସ୍କୃତିକୁ ସ୍ପର୍ଶ କରିବା ପ୍ରତ୍କୃଷ୍ଟ ସମୟ । ଆପଣ ନିଜ ଶରୀରର ଚିକିତ୍ସା କରିବାକୁ ଚାହାଁନ୍ତୁ କିମ୍ବା ନିଜ ମନ ପରିବର୍ତନ କରିବାକୁ ଚାହାନ୍ତୁତାହାହେଲେ ଭାରତକୁ ଆସନ୍ତୁ ।

ବନ୍ଧୁଗଣ,

ଏକ ବିରାଟ ସୁଯୋଗ ଆମକୁ ଅପେକ୍ଷା କରିଛି ସେଥିପାଇଁ ଆମେ ଆୟୁର୍ବେଦର ଲୋକପ୍ରିୟତାକୁ ଧନ୍ୟବାଦ ଦେଉଛୁ । ଆମେ ସେହି ସୁଯୋଗକୁ କେବେବି ହାତଛଡା କରିବା ନାହିଁ । ପାରମ୍ପରିକ ଓ ଆଧୁନିକର ମିଶ୍ରଣରୁ ଅନେକ ସୁଫଳ ମିଳିଛି । ଯୁବଗୋଷ୍ଠୀ ବହୁ ପ୍ରକାରର ଆୟୁର୍ବେଦ ସାମଗ୍ରୀ ବ୍ୟବହାର କରୁଛନ୍ତି । ପ୍ରମାଣ ଭିତିକ ଚିକିତ୍ସା ବିଜ୍ଞାନ ସହ ଆୟୁର୍ବେଦକୁ ଏକୀଭୂତ କରିବା ପାଇଁ ଏକ ଚେତନା ବୃଦ୍ଧି ପାଉଛି । ସେହିଭଳିଲୋକପ୍ରିୟ ହେବାରେ ଲାଗିଥିବା ଅନ୍ୟ ଜିନିଷଗୁଡିକ ହେଲା: ଆୟୁର୍ବେଦ ପରିପୂରକ ପଦାର୍ଥ । ବ୍ୟକ୍ତିଗତ ଯତ୍ନ ସାମଗ୍ରୀଗୁଡିକ ଏବେ ଆୟୁର୍ବେଦ କୈନ୍ଦ୍ରିକ ହେବାରେ ଲାଗିଛି । ଉତ୍ପାଦଗୁଡିକର ପ୍ୟାକେଜିଂଗୁଡିକୁ ଅଧିକ ଆକର୍ଷଣୀୟ କରାଯାଇଛି । ଆୟୁର୍ବେଦ  ଓ ପାରମ୍ପରିକ ଔଷଧପତ୍ର ଉପରେ ଗବେଷଣାକୁ ଅଧିକ ଗଭୀର କରିବା ପାଇଁ ମୁଁ ଶିକ୍ଷାବିତ୍‌ମାନଙ୍କୁ ଆହ୍ୱାନ କରୁଛି । ମୁଁ ଆମ ଚଳଚଂଚଳ ଷ୍ଟାର୍ଟ-ଅପ୍ ସମୁଦାୟଙ୍କୁ ଆୟୁର୍ବେଦ ଉତ୍ପାଦ ଉପରେ ବିଶେଷ ଦୃଷ୍ଟି ଦେବାକୁ ଅନୁରୋଧ କରିବି । ଗୋଟିଏ ଜିନିଷ ଯେଉଁଥିପାଇଁ ମୁଁ ଯୁବଗୋଷ୍ଠୀଙ୍କୁ ବିଶେଷ ଭାବେ ପ୍ରଶଂସା କରିବାକୁ ଚାହେଁ ତାହା ହେଉଛିସେମାନେ ଆମର ପାରମ୍ପରିକ ଆରୋଗ୍ୟର ସ୍ୱରୂପକୁ ବିଶ୍ୱ ସ୍ତରରେ ବୁଝିହେଉଥିବା ଭଳି ଭାଷାରେ ଉପସ୍ଥାପନ କରିବାକୁ ଆଗେଇ ଆସିଛନ୍ତି । ଏହା କହିବା ବାହୁଲ୍ୟ ନୁହେଁ ଯେଆମ ମାଟିର ବୈଶିଷ୍ଟ୍ୟ ଏବଂ ଓ ଆମ ଯୁବଗୋଷ୍ଠୀଙ୍କର ଉଦ୍ୟମୀ ମନୋଭାବ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିପାରେ ଏହା ମୁଁ ଦୃଢ ଭାବରେ ବିଶ୍ୱାସ କରେ ।

ବନ୍ଧୁଗଣ,

ଆୟୁର୍ବେଦ ଜଗତକୁ ପୂର୍ଣ୍ଣ ସମର୍ଥନ ଦେବାକୁ ମୁଁ ସରକାରଙ୍କ ତରଫରୁ ପ୍ରତିଶୃତି ଦେଉଛି । ଭାରତ ଜାତୀୟ ଆୟୁଷ ମିଶନ୍ ପ୍ରତିଷ୍ଠା କରିଛି । ସୁଲଭ ମୂଲ୍ୟର ଆୟୁଷ ସେବା ମାଧ୍ୟମରେ ଆୟୁଷ ଚିକିତ୍ସା ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ଜାତୀୟ ଆୟୁଷ ମିଶନ୍ ଆରମ୍ଭ କରାଯାଇଛି । ଏହା ମଧ୍ୟ ଶିକ୍ଷା ବ୍ୟବସ୍ଥାକୁ ମଜବୁତ୍ କରିବା ଦିଗରେ କାର୍ଯ୍ୟ କରୁଛି । ଏହା ମଧ୍ୟ ଆୟୁର୍ବେଦସିଦ୍ଧ ଉନ୍ନାନି ଏବଂ ହୋମିଓପ୍ୟାଥି ଔଷଧର ଗୁଣାତ୍ମକ ମାନକୁ ନିୟନ୍ତ୍ରଣ କରିବା ତଥା କଂଚାମାଲର ନିରନ୍ତର ଉପଲବଧତା ସୁନିଶ୍ଚିତ କରାଇବା ଦିଗରେ କାର୍ଯ୍ୟ କରୁଛି । ସରକାର ବିଭିନ୍ନ  ମାନ ନିୟନ୍ତ୍ରଣ ପଦ୍ଧତି ମଧ୍ୟ ଆପଣାଉଛନ୍ତି । ଆୟୁର୍ବେଦ ଏବଂ ଅନ୍ୟାନ୍ୟ ଭାରତୀୟ ଚିକିତ୍ସା ବ୍ୟବସ୍ଥା ସଂକ୍ରାନ୍ତ ଆମର ନୀତିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୨୦୧୪-୨୦୨୩ ପାରମ୍ପରିକ ଚିକିତ୍ସା ରଣନୀତି ସହ ସଂଶ୍ଳିଷ୍ଟ କରାଯାଇସାରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଭାରତରେ ପାରମ୍ପରିକ ଔଷଧପତ୍ର ପାଇଁ ବୈଶ୍ୱିକ କେନ୍ଦ୍ର ସ୍ଥାପନ କରିବା ପାଇଁ ଘୋଷଣା କରିଛି । ଆମେ ଏହି ପଦକ୍ଷେପକୁ ସ୍ୱାଗତ କରୁଛୁ । ଆପଣମାନେ ଜାଣି ଖୁସି ହେବେ ଯେ ବିଭିନ୍ନ ଦେଶର ଛାତ୍ରଛାତ୍ରୀମାନେ ଆୟୁର୍ବେଦ ଓ ପାରମ୍ପରିକ ଚିକିତ୍ସା ବିଷୟରେ ଅଧ୍ୟୟନ କରିବା ପାଇଁ ଭାରତକୁ ଆସୁଛନ୍ତି । ବିଶ୍ୱବ୍ୟାପୀ ନିରାମୟତା ସମ୍ପର୍କରେ ଚିନ୍ତା କରିବାର ଏହା ହେଉଛି ପ୍ରତ୍କୃଷ୍ଟ ସମୟ । ଏହି ବିଷୟବସ୍ତୁ ଉପରେ ଏକ ବିଶ୍ୱସ୍ତରୀୟ ଶିଖର ସମ୍ମିଳନୀ ଆୟୋଜନ କରାଯାଇପାରେ । ଆଗାମୀ ଦିନମାନଙ୍କରେ ଆମେ ଆୟୁର୍ବେଦ ଏବଂ ଆହାର ଉପରେ ମଧ୍ୟ ଚିନ୍ତା କରିବା ଉଚିତ୍ । ଆୟୁର୍ବେଦ ସମ୍ବନ୍ଧୀୟ ଖାଦ୍ୟ ସାମଗ୍ରୀ ଏବଂ ଖାଦ୍ୟ ସାମଗ୍ରୀ ଯାହା ଉତମ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ସେ ସମ୍ପର୍କରେ ଚିନ୍ତା କରିବା ଉଚିତ୍ । ଆପଣମାନଙ୍କ ମଧ୍ୟରୁ ଅନେକ ଜାଣିଥିବେ ଯେ କିଛି ଦିନ ପୂର୍ବରୁ ଜାତିସଂଘ ୨୦୨୩ ମସିହାକୁ ଆନ୍ତର୍ଜାତିକ ମିଲେଟ ବର୍ଷ ଭାବେ ପାଳନ କରିବାକୁ ଘୋଷଣା କରିଛି । ଆସନ୍ତୁ ମିଲେଟ୍ ବା ଯଅ ଓ ବାଜରା ଜାତୀୟ ଖାଦ୍ୟଶସ୍ୟର ଉପକାରିତା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ।

ବନ୍ଧୁଗଣ,

ମହାତ୍ମାଗାନ୍ଧୀଙ୍କ ଏକ ବାଣୀ ସହ ମୁଁ  ମୋର ବକ୍ତବ୍ୟ ଶେଷ କରିବାକୁ ଚାହୁଁଛି । ମୁଁ ଉଦ୍ଧୃତ କରୁଛି: “ ମୁଁ ଆୟୁର୍ବେଦକୁ ଏକ ମର୍ଯ୍ୟାଦାଜନକ ସ୍ଥାନରେ ରଖିଥାଏ । ଏହା ଭାରତର ଅନ୍ୟତମ ପ୍ରାଚୀନ ବିଜ୍ଞାନଯାହା ଏହାର ହଜାର ହଜାର ଗାଁର ଲକ୍ଷ ଲକ୍ଷ ଲୋକଙ୍କ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରୁଛି । ଆୟୁର୍ବେଦର ବିଚାରଧାରା ଅନୁଯାୟୀ ଜୀବନଯାପନ କରିବାକୁ ମୁଁ ପ୍ରତ୍ୟେକ ନାଗରିକଙ୍କୁ ପରାମର୍ଶ ଦେବି । ଫାର୍ମାସୀଡିସପେନସାରୀ ଏବଂ ବୈଦ୍ୟରାଜ ଏମାନେ ସମସ୍ତଙ୍କୁ ମୋର ଆଶୀର୍ବାଦ ସେମାନେ ଆୟୁର୍ବେଦକୁ ଯଥାସମ୍ଭବ ପ୍ରୋତ୍ସାହନ ପ୍ରଦାନ କରିବାରେ ସକ୍ଷମ ହେବେ ।” ପ୍ରାୟ ଶହେରୁ ଅଧିକ ବର୍ଷ ପୂର୍ବରୁ ମହାତ୍ମାଗାନ୍ଧୀ ଏହା କହିଥିଲେ । କିନ୍ତୁ ତାଙ୍କର ଚିନ୍ତାଧାରା ଆଜି ମଧ୍ୟ ପ୍ରାସଙ୍ଗିକ । ଚାଲନ୍ତୁ ଆୟୁର୍ବେଦରେ ମିଳିଥିବା ସଫଳତାକୁ ପୁଞ୍ଜି କରି ଆମେ ଭବିଷ୍ୟତ ଗଠନ କରିବା । ବିଶ୍ୱକୁ ଆମ ମାଟିକୁ ଅଣିବା ନିମନ୍ତେ ଆୟୁର୍ବେଦ ଏକ ବଳିଷ୍ଠ ମାଧ୍ୟମ ହେଉ । ଆମ ଯୁବପିଢୀ ପାଇଁ ଏହା ସମୃଦ୍ଧି ଆଣିଦେଉ । ମୁଁ ଏହି ସମ୍ମିଳନୀର ସଫଳତା କାମନା କରୁଛି । ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ମୋର ଶୁଭେଚ୍ଛା ।

ଧନ୍ୟବାଦ ।

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Chronic therapies power 11% growth in Indian pharma market in May

Media Coverage

Chronic therapies power 11% growth in Indian pharma market in May
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Shri Narendra Modi speaks with the Amir of Kuwait
June 09, 2026
The two leaders exchange views on the situation in West Asia.
Prime Minister reaffirms India’s strong condemnation of attacks on Kuwait’s sovereignty and territorial integrity.
Prime Minister reiterates call for de-escalation, dialogue and diplomacy.
Prime Minister thanks His Highness the Amir for his personal attention to the well-being and safety of the Indian community in Kuwait.

Prime Minister Shri Narendra Modi held a telephone conversation today with the Amir of the State of Kuwait, His Highness Sheikh Meshal Al-Ahmad Al-Jaber Al Sabah.

The two leaders exchanged views on the evolving security situation in West Asia.

Prime Minister expressed deep concern over the escalation of tensions and reaffirmed India’s strong condemnation of attacks on Kuwait’s sovereignty and territorial integrity.

Prime Minister reiterated the call for de-escalation, dialogue and diplomacy for earliest restoration of peace and stability.

Prime Minister thanked His Highness the Amir for his personal attention to the continued well-being and the safety of the large Indian community in Kuwait.