PM receives feedback and conducts thorough review of the States, highlights regions in need of greater focus and outlines strategy to meet the challenge
PM asks CMs to focus on 60 districts with high burden of cases
PM asks States to increase testing substantially and ensure 100% RT-PCR tests in symptomatic RAT negative cases
Limit of using the State Disaster Response Fund for COVID specific infrastructure has been increased from 35% to 50%: PM
PM exhorts States to assess the efficacy of local lockdowns
Country needs to not only keep fighting the virus, but also move ahead boldly on the economic front: PM
PM lays focus on testing, tracing, treatment, surveillance and clear messaging
PM underlines the importance of ensuring smooth movement of goods and services, including of medical oxygen, between States

ବନ୍ଧୁଗଣ,

ଏହା ଏକ ସଂକେତ ଅଟେ ଯେ ଆଜି ଯେତେବେଳେ ଆମେ କରୋନା ସଙ୍କଟ ବିଷୟରେ କହୁଛୁ, ଦେଶର ସ୍ୱାସ୍ଥ୍ୟ ଇତିହାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିନ ।

2 ବର୍ଷ ପୂର୍ବେ ଏହି ଦିନ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆରମ୍ଭ କରାଯାଇଥିଲା ।

ମାତ୍ର 2 ବର୍ଷ ମଧ୍ୟରେ 1.25 କୋଟିରୁ ଅଧିକ ଗରିବ ରୋଗୀ ଏହି ଯୋଜନା ଅଧୀନରେ ମାଗଣା ଚିକିତ୍ସା ପାଇଛନ୍ତି ।

ଆଜି ଏହି କାର୍ଯ୍ୟକ୍ରମ ଜରିଆରେ ମୁଁ ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ଗରିବ ଲୋକଙ୍କର ସେବା କରୁଥିବା ସମସ୍ତ ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀଙ୍କୁ ବିଶେଷ ପ୍ରଶଂସା କରୁଛି ।

ବନ୍ଧୁଗଣ,

ଆଜି ଆମର ଆଲୋଚନା ସମୟରେ, ଏହିପରି ଅନେକ ଜିନିଷ ସାମ୍ନାକୁ ଆସିଛି, ଯାହା ଆଗକୁ ରଣନୀତି ପାଇଁ ରାସ୍ତା ପ୍ରଶସ୍ତ କରିବ ।

ଏହା ସତ୍ୟ ଯେ ଭାରତରେ ସଂକ୍ରମଣ କ୍ଷେତ୍ରରେ କ୍ରମାଗତ ବୃଦ୍ଧି ଘଟୁଛି । କିନ୍ତୁ ଆଜି ଆମେ ପ୍ରତିଦିନ 10 ଲକ୍ଷରୁ ଅଧିକ ପରୀକ୍ଷା ମଧ୍ୟ କରୁଛୁ ଏବଂ ଆରୋଗ୍ୟ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।

ଅନେକ ରାଜ୍ୟ ତଥା ସ୍ଥାନୀୟ ଅଞ୍ଚଳରେ ସର୍ବୋତ୍ତମ ଅଭ୍ୟାସ ଦେଖିବାକୁ ମିଳୁଛି ।

ଆମକୁ ଏହି ଅଭିଜ୍ଞତାକୁ ଅଧିକରୁ ଅଧିକ ପ୍ରୋତ୍ସାହିତ କରିବାକୁ ପଡିବ ।

ବନ୍ଧୁଗଣ,

ଗତ କିଛି ମାସ ମଧ୍ୟରେ କରୋନା ଚିକିତ୍ସା ସହିତ ଜଡିତ ଥିବା ସୁବିଧାଗୁଡ଼ିକ ଆମକୁ କରୋନାକୁ ମୁକାବିଲା କରିବାରେ ବହୁତ ସାହାଯ୍ୟ କରୁଛି ।

ବର୍ତ୍ତମାନ ଗୋଟିଏ ପଟେ, ଆମକୁ କରୋନା-ସଂଯୁକ୍ତ ଭିତ୍ତିଭୂମିକୁ ମଜବୁତ କରିବାକୁ ପଡିବ, ଅପର ପକ୍ଷେ ଚିହ୍ନଟ ଏବଂ ଅନୁସନ୍ଧାନ ନେଟୱାର୍କକୁ ମଧ୍ୟ ସୁଦୃଢ଼ କରିବାକୁ ପଡିବ ।

ଆଜି କରୋନା ନିର୍ଦ୍ଦିଷ୍ଟ ଭିତ୍ତିଭୂମି ପାଇଁ STATE DISASTER RESPONSE FUND- SDRFର ବ୍ୟବହାର ଉପରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଅନେକ ରାଜ୍ୟ ଏହା ଅନୁରୋଧ କରିଥିଲେ ।

ବର୍ତ୍ତମାନ SDRFର ବ୍ୟବହାରକୁ 35 ପ୍ରତିଶତରୁ 50 ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହି ନିଷ୍ପତ୍ତି ସହିତ ରାଜ୍ୟଗୁଡିକ ଲାଗି କରୋନା ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଅଧିକ ଅର୍ଥ ଉପଲବ୍ଧ ହୋଇପାରିବ ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ମୁଁ ଆପଣମାନଙ୍କ ସହିତ ଆଲୋଚନା କରିବାକୁ ଚାହୁଁଛି ।

ଯେଉଁ ଗୋଟିଏ ଦୁଇ ଦିନର ସ୍ଥାନୀୟ ଲକଡାଉନ୍ ହେଉଛି, ତାହା କରୋନାକୁ ରୋକିବାରେ କେତେ ପ୍ରଭାବଶାଳୀ ହେଉଛି, ସେ ନେଇ ପ୍ରତ୍ୟେକ ରାଜ୍ୟ ଏହାକୁ ନିଜ ସ୍ତରରେ ଅନୁଶୀଳନ କରିବା ଦରକାର ।

ଏହି କାରଣରୁ ଆପଣଙ୍କ ରାଜ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ଆରମ୍ଭ ହେବାରେ ସମସ୍ୟା ହେଉଛି କି?

ମୁଁ ସମସ୍ତ ରାଜ୍ୟକୁ ଏହି ବିଷୟରେ ଗମ୍ଭୀର ଭାବରେ ଚିନ୍ତା କରିବାକୁ ଅନୁରୋଧ କରୁଛି ।

ବନ୍ଧୁଗଣ,

ପ୍ରଭାବଶାଳୀ ପରୀକ୍ଷଣ, ଚିହ୍ନଟ, ଚିକିତ୍ସା, ନୀରିକ୍ଷଣ ଏବଂ ସ୍ୱଚ୍ଛ ମେସେଜିଂ, ଏହା ଉପରେ ଆମକୁ ଆମର ଧ୍ୟାନ ଆହୁରି ବଢାଇବାକୁ ପଡିବ ।

ପ୍ରଭାବଶାଳୀ ମେସେଜିଂ ଏଥିପାଇଁ ଆବଶ୍ୟକ, କାରଣ ଅଧିକାଂଶ କ୍ଷେତ୍ରରେ ସଂକ୍ରମଣର ଲକ୍ଷଣ ନାହିଁ । ଏଭଳି ପରିସ୍ଥିତିରେ ଗୁଜବ ବଢିବା ଆରମ୍ଭ କରେ । ସାଧାରଣ ଲୋକଙ୍କ ମନରେ ସନ୍ଦେହ ବଢିବାକୁ ଲାଗେ ଯେ, ପରୀକ୍ଷଣ ଠିକ ନାହିଁ କି? କେବଳ ଏତିକି ନୁହେଁ, କେତେକ ଲୋକ ସଂକ୍ରମଣର ଗମ୍ଭୀରତାକୁ ଆକଳନ କରିବାରେ ମଧ୍ୟ ଭୁଲ କରନ୍ତି ।

ସମସ୍ତ ଅଧ୍ୟୟନରୁ ଜଣାପଡିଛି ଯେ, ସଂକ୍ରମଣକୁ ରୋକିବାରେ ମାସ୍କଗୁଡ଼ିକର ଅଧିକ ଭୂମିକା ରହିଛି । ମାସ୍କର ଅଭ୍ୟାସ କରିବା ଅତ୍ୟନ୍ତ କଷ୍ଟକର, କିନ୍ତୁ ଏହାକୁ ଦୈନନ୍ଦିନ ଜୀବନର ଏକ ଜରୁରୀ ଆବଶ୍ୟକତା ମନେ ନକଲେ ଆମକୁ ଉତ୍ତମ ଫଳାଫଳ ମିଳିବ ନାହିଁ ।

ବନ୍ଧୁଗଣ,

ଅତୀତର ଅନୁଭୂତିରୁ ତୃତୀୟ କଥା ବାହାରିଛି ଯେ, ସେବା ଏବଂ ସାମଗ୍ରୀର ପରିବହନ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବାରେ ପ୍ରତିବନ୍ଧକ ସାଧାରଣ ନାଗରିକଙ୍କ ପାଇଁ ଅନାବଶ୍ୟକ ଅସୁବିଧା ପହଞ୍ଚାଇଥାଏ ।

ଏହା ଲୋକଙ୍କ ଜୀବନ ଏବଂ ଜୀବିକା ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

ଗତ କିଛି ଦିନ ମଧ୍ୟରେ ଅମ୍ଳଜାନ ଯୋଗାଣ ନେଇ ଅନେକ ରାଜ୍ୟରେ ବର୍ତ୍ତମାନ ସମସ୍ୟା ଦେଖାଦେଇଛି ।

ଜୀବନ ରକ୍ଷାକାରୀ ଅମ୍ଳଜାନର ନିରବଚ୍ଛିନ୍ନ ଯୋଗାଣ ନିଶ୍ଚିତ କରିବାକୁ ପ୍ରତ୍ୟେକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ହେବ ।

କଠିନ ସମୟରେ ମଧ୍ୟ ବିଶ୍ୱରେ ଜୀବନ ରକ୍ଷାକାରୀ ଔଷଧ ଯୋଗାଣକୁ ଭାରତ ସୁନିଶ୍ଚିତ କରିଛି । ଏଭଳି ପରିସ୍ଥିତିରେ ଔଷଧ ସହଜରେ ଗୋଟିଏ ରାଜ୍ୟରୁ ଯେପରି ଅନ୍ୟ ରାଜ୍ୟକୁ ପହଞ୍ଚିବ ତାହା ଆମକୁ ମିଳିମିଶି ଦେଖିବାକୁ ପଡିବ ।

ବନ୍ଧୁଗଣ,

ଆମକୁ ଏହି କରୋନା ଅବଧିରେ ପ୍ରଦର୍ଶନ କରିଥିବା ସଂଯମତା, କରୁଣା ଏବଂ ସହଯୋଗର ପ୍ରଦର୍ଶନ ଜାରି ରଖିବାକୁ ପଡିବ ।

ସଂକ୍ରମଣ ବିରୋଧରେ ଲଢେଇ ସହିତ, ବର୍ତ୍ତମାନ ଅର୍ଥନୈତିକ ମୋର୍ଚ୍ଚାରେ ଆମକୁ ପୂର୍ଣ୍ଣ ଶକ୍ତିର ସହିତ ଆଗକୁ ବଢିବାକୁ ପଡିବ ।

ଆମର ସହଭାଗୀ ପ୍ରୟାସ ନିଶ୍ଚିତ ଭାବରେ ସଫଳ ହେବ, ଆପଣ ସମସ୍ତଙ୍କୁ ବହୁତ ବହୁତ  ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Media Coverage

"One Earth, One Family": Oman lauds India's vision for peace, dialogue at BRICS Summit 2026
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Indian Women’s Cricket Team on winning Asia Cup
September 14, 2026

The Prime Minister, Shri Narendra Modi, has congratulated the Indian Women’s Cricket Team on winning the Asia Cup.

The Prime Minister said that the team’s confidence, consistency and remarkable spirit were on full display throughout the tournament.

Shri Modi expressed hope that this triumph would inspire millions of youngsters across the country to play more and shine.

In a post on X, Shri Modi said;

“A proud moment for Indian cricket!

Congratulations to the Women’s team on winning the Asia Cup. Their confidence, consistency and remarkable spirit were on full display throughout the tournament.

May this triumph inspire millions of youngsters across the country to play more and shine.”