ପ୍ରଥମ ଲହରର ଶୀର୍ଷ ସ୍ଥିତିକୁ ଦେଶ ପାର କରିସାରିଛି ଏବଂ ଏବେ ସଂକ୍ରମଣ ହାର ପୂର୍ବାପେକ୍ଷା ଅଧିକ ଅବସ୍ଥାରେ ପହଞ୍ଚିଛି: ପ୍ରଧାନମନ୍ତ୍ରୀ
କୋଭିଡ଼ ୧୯ ପରିସ୍ଥିତିର ମୁକାବିଲା କରିବାରେ ଆମ ପାଖରେ ଉତ୍ତମ ଅନୁଭୂତି, ସାଧନ ରହିଛି, ପ୍ରତିଷେଧକ ଟିକା ମଧ୍ୟ ଏବେ ଉପଲବ୍ଧ: ପ୍ରଧାନମନ୍ତ୍ରୀ
‘ଟେଷ୍ଟ, ଟ୍ରାକ୍‍ ଏବଂ ଟ୍ରିଟ୍‍’, କୋଭିଡ଼ର ଉପଯୁକ୍ତ ଲକ୍ଷଣ ଏବଂ କୋଭିଡ଼ ପରିଚାଳନା ଉପରେ ଆମକୁ ଧ୍ୟାନ କେନ୍ଦ୍ରୀତ କରିବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ
କୋଭିଡ଼ କ୍ଳାନ୍ତି ଯୋଗୁ ଆମେ ପ୍ରୟାସରେ ସାମାନ୍ୟତମ ଢିଲା ହେବା ଉଚିତ ନୁହେଁ: ପ୍ରଧାନମନ୍ତ୍ରୀ
ଅଧିକତର କୋଭିଡ଼ ସଂକ୍ରମିତ ଜିଲ୍ଲାମାନଙ୍କରେ ୪୫ରୁ ଉର୍ଦ୍ଧ୍ୱ ବୟସର ନାଗରିକଙ୍କୁ ଟିକାଦାନ ବ୍ୟବସ୍ଥାକୁ ଆମକୁ ୧୦୦ ପ୍ରତିଶତ ହାସଲ କରିବାକୁ ହେବ: ପ୍ରଧାନମନ୍ତ୍ରୀ
ଜ୍ୟୋତିବା ଫୁଲେ ଏବଂ ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ (ଏପ୍ରିଲ ୧୧- ୧୪)ଅବଧିକୁ ଟିକାକରଣ ଉତ୍ସବ ଭାବେ ମନାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଦେଶର ସଦ୍ୟତମ କୋଭିଡ଼ ୧୯ ସ୍ଥିତି ସଂପର୍କରେ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି ।

ଏହି ଆଲୋଚନା ପ୍ରାରମ୍ଭରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହା ପ୍ରଥମେ ସରକାରଙ୍କ ପକ୍ଷରୁ କରୋନା ବିରୋଧୀ ସଂଗ୍ରାମରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଦେଶରେ ବର୍ତ୍ତମାନ ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମରେ ଏପର୍ଯ୍ୟନ୍ତ ହାସଲ କରାଯାଇଥିବା ପ୍ରଗତିର ସେ ଅବତାରଣା କରିଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଦେଶରେ ସାମ୍ପ୍ରତିକ କୋଭିଡ଼ ୧୯ ସ୍ଥିତି ଉପସ୍ଥାପନ କରିଥିଲେ । ରାଜ୍ୟମାନଙ୍କ ଉପରେ ଗୁରୁତ୍ୱ ଆରୋପ କରି ସେ କହିଥିଲେ ଯେ ଏବେ ସେମାନଙ୍କ ଉପରେ ଅଧିକ କେଶ୍‍ ଲୋଡ଼ ପଡ଼ୁଛି । ତେଣୁ ଯେଉଁସବୁ ରାଜ୍ୟରେ ଅଧିକରୁ ଅଧିକ ସଂଖ୍ୟକ କୋଭିଡ଼ ପଜିଟିଭ୍‍ ବାହାରୁଛନ୍ତି ସେଠାରେ ନମୁନା ପରୀକ୍ଷା ମାତ୍ରା ବୃଦ୍ଧି କରାଯିବା ଆବଶ୍ୟକ । ଦେଶରେ ଏବେ ଟିକା ଉତ୍ପାଦନ ଏବଂ ଏହାର ଯୋଗାଣ ସଂପର୍କରେ ସେ ବିସ୍ତୃତ ସ୍ଥିତି ଅବତାରଣା କରିଥିଲେ ।

          କରୋନା ଭୂତାଣୁ ସଂକ୍ରମଣ ବିରୁଦ୍ଧରେ ଚାଲିଥିବା ସମୂହ ଲଢ଼େଇରେ ନେତୃତ୍ୱ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ସେମାନେ ନିଜ ନିଜ ରାଜ୍ୟର କୋଭିଡ଼ ସ୍ଥିତି ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରିଥିଲେ । ସେମାନେ କହିଥିଲେ ଯେ ଉପଯୁକ୍ତ ସମୟରେ ଟିକାକରଣ ଅଭିଯାନ ଆରମ୍ଭ କରାଯିବା ଦ୍ୱାରା ଦେଶର ଲକ୍ଷ ଲକ୍ଷ ସାଧାରଣ ନାଗରିକଙ୍କ ଜୀବନ ରକ୍ଷା ହୋଇପାରିଛି । ସେହିଭଳି ଟିକା ଯୋଗାଣରେ ଦେଖାଦେଇଥିବା ସମସ୍ୟା ଏବଂ ଟିକା ନଷ୍ଟ ହେବା ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।

          ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କେତେଗୋଟି ପ୍ରସଙ୍ଗକୁ ସ୍ପଷ୍ଟ କରିଥିଲେ । ପ୍ରଥମତଃ, ସେ ସୂଚାଇଥିଲେ ଯେ ଏବେ ଦେଶ କରୋନା ମହାମାରୀ ସଂକ୍ରମଣର ପ୍ରଥମ ଲହରର ଶୀର୍ଷ ସ୍ଥିତିକୁ ଅତିକ୍ରମ କରିସାରିଛି ଏବଂ ପୂର୍ବାପେକ୍ଷା ଏବେ ସଂକ୍ରମଣ ମାତ୍ରା ଯଥେଷ୍ଟ ଅଧିକ ରହିଛି । ଦ୍ୱିତୀୟତଃ, ମହାରାଷ୍ଟ୍ର, ଛତିଶଗଡ଼, ପଞ୍ଜାବ, ମଧ୍ୟ ପ୍ରଦେଶ ଏବଂ ଗୁଜରାଟ ସମେତ ଅନେକ ରାଜ୍ୟ ସେମାନଙ୍କର ପ୍ରଥମ ଲହରର ଶୀର୍ଷ ସ୍ଥିତିକୁ ପାର କରିସାରିଛନ୍ତି । ଆହୁରି ଅନେକ ରାଜ୍ୟ ସେହି ଦିଗରେ ଗତି କରୁଛନ୍ତି । ଏହା ଅତି ଉଦ୍‍ବେଗର କାରଣ ବୋଲି ସେ ଦର୍ଶାଇଥିଲେ । ଚଳିତ ଥର ଏହି ମହାମାରୀ ପ୍ରତି ଲୋକମାନେ ହେୟଜ୍ଞାନ କରୁଛନ୍ତି । କେତେକ ରାଜ୍ୟରେ ପ୍ରଶାସନ ମଧ୍ୟ ଏଭଳି ମନୋଭାବ ପୋଷଣ କରୁଥିବା ସେ ସୂଚାଇଥିଲେ । ଏଭଳି ସ୍ଥିତିରେ ସ୍ଥିତି ଅଧିକ ଜଟିଳ ହୋଇପାରେ ଏବଂ ସଂକ୍ରମଣ ବୃଦ୍ଧି ଗୁରୁତର ଅବସ୍ଥା ସୃଷ୍ଟି କରିପାରେ ବୋଲି ପ୍ରଧାନମନ୍ତ୍ରୀ ଚେତାଇ ଦେଇଥିଲେ ।

          ତେବେ, ପ୍ରଧାନମନ୍ତ୍ରୀ ଗୁରୁତ୍ୱର ସହ ମତ ପୋଷଣ କରିଥିଲେ ଯେ ସକଳ ପ୍ରକାର ଚାଲେଞ୍ଜ ସତ୍ତ୍ୱେ ଆମ ନିକଟରେ ଉତ୍ତମ ଅନୁଭୂତି ଏବଂ ସାଧନ ରହିଛି ଏବଂ ଏବେ ପ୍ରତିଷେଧକ ଟିକା ମଧ୍ୟ ଅଛି । ଜନସାଧାରଣଙ୍କ ସଂପୃକ୍ତି ଏବଂ ଡାକ୍ତର ତଥା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କର୍ତ୍ତବ୍ୟରତ ଅନ୍ୟ କର୍ମଚାରୀମାନଙ୍କ କଠିନ ଶ୍ରମ ଏଭଳି ସ୍ଥିତିର ପରିଚାଳନାରେ ଯଥେଷ୍ଟ ମାତ୍ରାରେ ସହାୟକ ହୋଇପାରିଛି ଏବଂ ସେମାନେ ଏହି କାର୍ଯ୍ୟ ଜାରି ରଖିଛନ୍ତି ।

          ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ‘ଆମକୁ ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟମେଣ୍ଟ’ ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ହେବ । କୋଭିଡ଼ର ଉପଯୁକ୍ତ ଲକ୍ଷଣ ଏବଂ କୋଭିଡ଼ ପରିଚାଳନାକୁ ସୁଚାରୁରୂପେ ସଂପାଦନ କରିବାକୁ ପଡ଼ିବ ।’ ପ୍ରଧାନମନ୍ତ୍ରୀ ଏହି ଅବସରରେ ସୂଚାଇଥିଲେ ଯେ କରୋନା ଭୂତାଣୁକୁ ନିୟନ୍ତ୍ରଣ କରିବା ସକାଶେ ଆମକୁ ମାନବୀୟ ଚଳନ ଉପରେ ନିୟନ୍ତ୍ରଣ ଆଣିବାକୁ ହେବ । ଏହି କାର୍ଯ୍ୟରେ ଟେଷ୍ଟିଂ ଏବଂ ଟ୍ରାକିଂର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପ୍ରଧାନମନ୍ତ୍ରୀ ଏହାକୁ ଅଧିକ ବ୍ୟାଖ୍ୟା କରିବାକୁ ଯାଇ ଦର୍ଶାଇଥିଲେ ଯେ କରୋନା ନମୁନା ପରୀକ୍ଷା ଅତ୍ୟନ୍ତ ଜରୁରି ଯାହା ଦ୍ୱାରା ଆମେ ଗୋଷ୍ଠୀରେ କେତେ ମାତ୍ରାରେ ସଂକ୍ରମଣ ବୃଦ୍ଧି ପାଇଛି ତାହା ସଠିକ ଭାବେ ଆକଳନ କରିପାରିବା ଏବଂ ସେହିସବୁ ଲୋକମାନଙ୍କୁ ଚିହ୍ନଟ କରିବାକୁ ପଡ଼ିବ ଯେଉଁମାନେ ସଂକ୍ରମିତ ହେବା ସହ ଅନ୍ୟମାନଙ୍କୁ ସଂକ୍ରମିତ କରିବାର ଆଶଙ୍କା ରହିଛି । ତେଣୁ ଏବେ ଦୈନିକ ଯେତିକି ସଂଖ୍ୟକ ନମୁନା ପରୀକ୍ଷା କରାଯାଉଛି ସେହି ସଂଖ୍ୟାକୁ ଯଥେଷ୍ଟ ମାତ୍ରାରେ ବୃଦ୍ଧି କରାଯିବା ଆବଶ୍ୟକ। ଏହା ଦ୍ୱାରା ପଜିଟିଭ୍‍ ଚିହ୍ନଟ ହେଉଥିବା ମାତ୍ରା ୫% କିମ୍ବା ତା’ଠାରୁ କମ୍‍ ହୋଇପାରିବ । ତେଣୁ କଣ୍ଟେନମେଣ୍ଟ ଜୋନ୍‍ ଏବଂ ଅନ୍ୟ ଯେଉଁ କ୍ଲଷ୍ଟରରେ ସଂକ୍ରମଣ ବୃଦ୍ଧି ପାଉଛି ସେଠାରେ ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ତଥା ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି ଏହି କାର୍ଯ୍ୟ କରିବାକୁ ହେବ । ଆରଟି- ପିସିଆର ଟେଷ୍ଟ୍‍ର ମାତ୍ରା ସଂପର୍କରେ ଅତି ଗୁରୁତ୍ୱର ସହ ସମୀକ୍ଷା କରି ପ୍ରଧାନମନ୍ତ୍ରୀ କହିଲେ ଯେ  ମୋଟ ଟେଷ୍ଟର ଅନ୍ୟୁନ ୭୦ ପ୍ରତିଶତ ଟେଷ୍ଟିଂ ଆରଟି- ପିସିଆର ଭାବେ ସଂପାଦନ କରାଯିବା ଜରୁରି । ସେଥିପାଇଁ ଏଭଳି ବ୍ୟବସ୍ଥାକୁ ସୁସଂଗତ ଓ ମହଜୁଦ ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।

          କୌଣସି ଗୋଟିଏ ମାତ୍ର ପଜିଟିଭ୍‍ କେଶ୍‍ ଅନେକ ଲୋକଙ୍କୁ ସଂକ୍ରମିତ କରିବାର ସାମର୍ଥ୍ୟ ବହନ କରେ ବୋଲି ଗୁରୁତ୍ୱର ସହ ଅବତାରଣା କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏଥିପାଇଁ ଉପଯୁକ୍ତ ଓ ପର୍ଯ୍ୟାପ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାନଗଲେ, କଣ୍ଟାକ୍ଟ ଟ୍ରେସିଂ ଏବଂ ତତ୍‍ ପରବର୍ତ୍ତୀ କାର୍ଯ୍ୟପନ୍ଥା ଆପଣା ନଗଲେ, ଗୋଷ୍ଠୀ ସଂକ୍ରମଣକୁ ରୋକିବା ଜଟିଳ ହୋଇପଡ଼ିବ । ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରଥମ ୭୨ ଘଣ୍ଟା ମଧ୍ୟରେ ଅନ୍ୟୂନ ୩୦ଟି ପଜିଟିଭ୍‍ କେଶର ଚିହ୍ନଟ, ପରୀକ୍ଷଣ ଏବଂ ସେମାନଙ୍କୁ ସଙ୍ଗରୋଧ କରାଯିବା ଉଚିତ । ସେହିଭଳି କଣ୍ଟେନମେଣ୍ଟ ଜୋନର ସୀମାରେଖାକୁ ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ନିର୍ଦ୍ଧାରଣ କରାଯିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ କହିଲେ ଯେ ‘କୋଭିଡ଼ କ୍ଳାନ୍ତି’ ପାଇଁ କୌଣସି ପ୍ରକାର ରିହାତିର ଅବସର ହିଁ ନାହିଁ । ତେଣୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ ପୂର୍ବକ କଣ୍ଟେନମେଣ୍ଟ ଜୋନ୍‍ ନିର୍ଦ୍ଧାରଣ କରାଯିବା ଉଚିତ । ସେହିଭଳି କୋଭିଡ଼ ଜନିତ ମୃତ୍ୟୁ ସଂପର୍କୀତ ବ୍ୟାପକ ତଥ୍ୟାବଳୀ ସଂଗ୍ରହ ଏବଂ ତାହାର ବିସ୍ତୃତ ବିଶ୍ଳେଷଣ କରାଯିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ତେଣୁ ପ୍ରତି ମଙ୍ଗଳବାର ଏବଂ ଶୁକ୍ରବାର ଦିନ ଏମ୍ସ, ଦିଲ୍ଲୀ ପକ୍ଷରୁ ଆୟୋଜିତ ୱେବିନାରରେ ଯୋଗଦେବାକୁ ରାଜ୍ୟମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

          ପ୍ରଧାନମନ୍ତ୍ରୀର ରାଜ୍ୟମାନଙ୍କୁ ଅନୁରୋଧ କରିଥିଲେ ଯେ ସେମାନେ ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ନାଗରିକଙ୍କୁ ଟିକାକରଣ ଦିଗରେ ୧୦୦ ପ୍ରତିଶତ ଲକ୍ଷ୍ୟ ହାସଲ କରିବା ଉଚିତ ଏବଂ ବିଶେଷ କରି କରୋନା ମହାମାରୀ ଅଧିକ ମାତ୍ରାରେ ବ୍ୟାପୁଥିବା ଦେଶର ସମସ୍ତ ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ନିଶ୍ଚିତ ରୂପେ ହାସଲ କରାଯିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ କହିଲେ ଯେ ଏପ୍ରିଲ ୧୧ ତାରିଖ ଦିନ ଜ୍ୟେତିବା ଫୁଲେ ଏବଂ ଏପ୍ରିଲ ୧୪ ତାରିଖ ଦିନ ବାବା ସାହେବ ଆମ୍ବେଦକର ଜୟନ୍ତୀ ମଧ୍ୟରେ ଥିବା ଦିନଗୁଡ଼ିକ ‘ଟିକା ଉତ୍ସବ’ ଭାବେ ପାଳନ କରାଯିବା ଉଚିତ । ଏହି ଟିକା ଉତ୍ସବ କାଳରେ ସର୍ବାଧିକ ସଂଖ୍ୟକ ଲୋକଙ୍କୁ ଟିକାଦାନ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ତେଣୁ ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କ ଟିକାଦାନ ପାଇଁ ଆଣିବା ନିମନ୍ତେ ସେ ଯୁବଗୋଷ୍ଠୀଙ୍କୁ ଆହ୍ୱାନ ଜଣାଇଥିଲେ ।

          ପ୍ରଧାନମନ୍ତ୍ରୀ ଏହି ଅବସରରେ କୌଣସି ପ୍ରକାର ଅବହେଳା ପ୍ରତି ରାଜ୍ୟମାନଙ୍କୁ ସତର୍କ କରାଇଦେଇ କହିଥିଲେ ଯେ ଆମମାନଙ୍କୁ ଏବେ ଟିକାକରଣ ସତ୍ତ୍ୱେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ତେଣୁ ମୁହଁରେ ମାସ୍କ ପିନ୍ଧା ଠାରୁ ନେଇ ସାମାଜିକ ଦୂରତା ରକ୍ଷା ଯଥା ରୀତି ଜାରି ରହିବା ଆବଶ୍ୟକ । ‘ଦବାଇ ଭି, କଡ଼ାଇ ଭୀ’ ମନ୍ତ୍ରକୁ ସ୍ମରଣ କରାଇ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସତର୍କତା ଅବଲମ୍ବନ ହିଁ ହେଉଛି କରୋନା ମହାମାରୀ ବିରୋଧରେ ଉପଯୁକ୍ତ ଆଚରଣ ।

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India clears a major nuclear milestone as Kalpakkam fast breeder reactor turns 'critical'

Media Coverage

India clears a major nuclear milestone as Kalpakkam fast breeder reactor turns 'critical'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 7, 2026
April 07, 2026

Aatmanirbhar Dreams Delivered: PM Modi’s Vision Turns Self-Reliance into Record Reality Across Defence, Energy & Nation-Building