ଆଧ୍ୟାତ୍ମିକ କ୍ଷେତ୍ର, ବିଶ୍ବ ପର୍ଯ୍ୟଟନ କେନ୍ଦ୍ର ଏବଂ ଏକ ଦୀର୍ଘସ୍ଥାୟୀ ସ୍ମାର୍ଟ ସିଟି ଭାବେ ଅଯୋଧ୍ୟାର ବିକାଶ କରାଯିବ
ଅଯୋଧ୍ୟା ଆମ ପରମ୍ପରା ଓ ବିକାଶମୂଳକ ପରିବର୍ତ୍ତନର ଶ୍ରେଷ୍ଠତ୍ବକୁ ପ୍ରତିଫଳନ କରିବ : ପ୍ରଧାନମନ୍ତ୍ରୀ
ଅଯୋଧ୍ୟାର ମାନବୀୟ ଲୋକାଚାର ଭବିଷ୍ୟତର ମୌଳିକ ଭିତ୍ତିଭୂମି ସହିତ ମେଳ ଖାଇବା ଉଚିତ୍, ଯାହା ସମସ୍ତଙ୍କ ପାଇଁ ଲାଭକାରୀ ହୋଇଥିବ : ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ପ୍ରଗତିକୁ ନୂତନ ରୂପ ଦେବାର ସମୟ ଏବେ ଆସିଯାଇଛି : ପ୍ରଧାନମନ୍ତ୍ରୀ
ଅଯୋଧ୍ୟାର ବିକାଶ କାର୍ଯ୍ୟ ସୁସ୍ଥ ଜନଭାଗୀଦାରୀ ଭାବନା ନେଇ ପରିଚାଳିତ ହେବା ଉଚିତ୍, ବିଶେଷ କରି ଯୁବକମାନଙ୍କ ଦ୍ବାରା, ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟାର ବିକାଶ ଯୋଜନା ସମୀକ୍ଷା କରିଛନ୍ତି। ଏହି ଅବସରରେ ଉତ୍ତର ପ୍ରଦେଶର ସରକାରଙ୍କ ଅଧିକାରୀମାନେ ଏକ ଉପସ୍ଥାପନା କରିଥିଲେ ଯେଉଁଥିରେ ଅଯୋଧ୍ୟା ବିକାଶର ବିଭିନ୍ନ ଦିଗକୁ ପ୍ରଦର୍ଶିତ କରାଯାଇଥିଲା।

ଅଯୋଧ୍ୟାର ବିକାଶ ପରିକଳ୍ପନା ଏକ ଆଧ୍ୟାତ୍ମିକ କେନ୍ଦ୍ର, ବିଶ୍ବ ପର୍ଯ୍ୟଟନ କେନ୍ଦ୍ର ଏବଂ ଦୀର୍ଘସ୍ଥାୟୀ ସ୍ମାର୍ଟ ସିଟି ରୂପରେ କରାଯାଉଛି।

ଅଯୋଧ୍ୟାକୁ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଆଗାମୀ ଓ ପ୍ରସ୍ତାବିତ ଭିତ୍ତିଭୂମି ପ୍ରକଳ୍ପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ବୈଠକରେ ବିମାନ ବନ୍ଦର, ରେଳ ଷ୍ଟେସନର ସମ୍ପ୍ରସାରଣ, ବସ୍ ଷ୍ଟେସନ, ସଡ଼କ ଓ ରାଜପଥ ଭଳି ବିଭିନ୍ନ ମୌଳିକ ଭିତ୍ତିଭୂମି ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଆଗାମୀ ଦିନରେ ନିର୍ମାଣ ହେବାକୁ ଥିବା ଗ୍ରୀନଫିଲ୍ଡ ଟାଉନସିପ୍‌ ବିଷୟରେ ବିସ୍ତାର ପୂର୍ବକ ବିଚାରବିମର୍ଶ କରାଯାଇଥିଲା, ଯେଉଁଥିରେ ଶ୍ରଦ୍ଧାଳୁମାନଙ୍କ ରହିବା ଲାଗି ସୁବିଧା, ଆଶ୍ରମ, ମଠ, ହୋଟେଲ ଏବଂ ବିଭିନ୍ନ ରାଜ୍ୟଗୁଡ଼ିକର ଭବନ ନିମନ୍ତେ ସ୍ଥାନ ସାମିଲ ରହିଛି। ଏଠାରେ ପର୍ଯ୍ୟଟନ ସହାୟତା କେନ୍ଦ୍ର ଓ ବିଶ୍ବସ୍ତରୀୟ ସଂଗ୍ରହାଳୟ ମଧ୍ୟ ନିର୍ମାଣ କରାଯିବ।

ସରଯୁ ନଦୀ ଏବଂ ଏହାର ଘାଟଗୁଡ଼ିକର ଆଖପାଖରେ ମୌଳିକ ଭିତ୍ତିଭୂମିର ବିକାଶ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ସରଯୁ ନଦୀରେ ପରିଭ୍ରମଣ ପରିଚାଳନା (କ୍ରୁଜ୍ ଅପରେସନ) ଏକ ନିୟମିତ ସୁବିଧା ଭାବେ ପ୍ରଦାନ କରାଯିବ।

ସାଇକେଲ ଚାଳକ ଓ ପାଦରେ ଚାଲିବାକୁ ଥିବା ଲୋକମାନଙ୍କ ପାଇଁ ଯଥେଷ୍ଟ ସ୍ଥାନ ଉପଲବ୍ଧତା ସୁନିଶ୍ଚିତ କରି ସହର ବିକଶିତ କରାଯିବ। ସ୍ମାର୍ଟ ସିଟିର ମୌଳିକ ଭିତ୍ତିଭୂମି ଉପଯୋଗ କରି ଆଧୁନିକ ଉପାୟରେ ଯାତାୟାତ ପରିଚାଳନା ମଧ୍ୟ କରାଯିବ।

ପ୍ରଧାନମନ୍ତ୍ରୀ ଅଯୋଧ୍ୟାକୁ ଏକ ଏପରି ସହର ଭାବେ ବର୍ଣ୍ଣନା କରିଥିଲେ ଯାହା ପ୍ରତ୍ୟେକ ଭାରତୀୟମାନଙ୍କ ସାଂସ୍କୃତିକ ଚେତନାରେ ଅଙ୍କିତ ହୋଇ ରହିଛି। ସେ କହିଥିଲେ ଯେ ଅଯୋଧ୍ୟା ଆମ ଶ୍ରେଷ୍ଠ ପରମ୍ପରା ଏବଂ ଆମର ବିକାଶମୂଳକ ପରିବର୍ତ୍ତନକୁ ପ୍ରକଟ କରିବା ଉଚିତ୍।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଯୋଧ୍ୟା ଉଭୟ ଆଧ୍ୟାତ୍ମିକ ଓ ଭବ୍ୟ ସହର। ଏହି ସହରର ମାନବୀୟ ଲୋକାଚାର ଭବିଷ୍ୟତର ମୌଳିକ ଭିତ୍ତିଭୂମି ସହିତ ମେଳ ଖାଇବା ଉଚିତ୍, ଯାହାକି ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନଙ୍କ ସହିତ ସମସ୍ତଙ୍କ ପାଇଁ ଲାଭକାରୀ ହୋଇଥିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଗାମୀ ପିଢ଼ି ସେମାନଙ୍କ ଜୀବନରେ ଅତିକମରେ ଥରେ ଅଯୋଧ୍ୟା ବୁଲି ଆସିବା ଲାଗି ଇଚ୍ଛାବ୍ୟକ୍ତ କରିବା ଉଚିତ୍।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିକଟ ଭବିଷ୍ୟତରେ ଅଯୋଧ୍ୟାରେ ବିକାଶ କାର୍ଯ୍ୟ ଜାରି ରହିବ। ଏଥିସହିତ ଅଯୋଧ୍ୟାରେ ପ୍ରଗତିକୁ ନୂତନ ଦିଗ ଦେବା ସମୟ ଏବେ ଆସିଯାଇଛି। ସେ କହିଥିଲେ ଯେ ଅଯୋଧ୍ୟାର ପରିଚୟ ଉତ୍ସବ ପାଳନ କରାଯାଉ ଏବଂ ଅଭିନବ ଉପାୟ ସହିତ ଏହାର ସାଂସ୍କୃତିକ ଜୀବନ୍ତତାକୁ ବଜାୟ ରଖାଯାଉ, ସେଥିପାଇଁ ଆମେ ସାମୂହିକ ପ୍ରୟାସ କରୁଛୁ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେପରି ଭାବେ ଭଗବାନ ଶ୍ରୀରାମଙ୍କ ନିକଟରେ ଲୋକମାନଙ୍କୁ ପାଖକୁ ଆଣିବାର କ୍ଷମତା ରହିଥିଲା, ସେହିପରି ଅଯୋଧ୍ୟାର ବିକାଶ କାମ ସୁସ୍ଥ ଜନଭାଗିଦାରୀ ଭାବନା ନେଇ ପରିଚାଳିତ ହେବା ଉଚିତ୍, ବିଶେଷ କରି ଯୁବକମାନଙ୍କ ଦ୍ବାରା। ସେ ଏହି ସହରର ବିକାଶରେ ପ୍ରତିଭାଶାଳୀ ଯୁବକମାନଙ୍କ କୌଶଳର ଲାଭ ଉଠାଇବାକୁ ଆହ୍ବାନ କରିଥିଲେ।

ବୈଠକରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କେଶବ ପ୍ରସାଦ ମୋର୍ଯ୍ୟ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ଦିନେଶ ଶର୍ମା ଓ ଉତ୍ତର ପ୍ରଦେଶ ସରକାରଙ୍କ ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's electronics production rises 6-fold, exports jump 8-fold since 2014: Ashwini Vaishnaw

Media Coverage

India's electronics production rises 6-fold, exports jump 8-fold since 2014: Ashwini Vaishnaw
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 28, 2025
December 28, 2025

PM Modi’s Governance - Shaping a Stronger, Smarter & Empowered India